ଶୁଖିଲା ପଡ଼ିଛି ଗରା ବାଲଟି....ବାଲଟିଏ ପାଣି ପାଇଁ ପାହାଡ଼ ଚଢ଼ିଗଲେ ସିନା ଦେହରେ ଆଉ ବଳ ନାହିଁ । କେତେବେଳେ ପାଇପରେ ପାଣି ଆସିବ ଆଉ ବାଲଟି ପୂରଣ ହେବ ଅପେକ୍ଷାରେ ଆଖିରୁ ପାଣି ମଲାଣି । ଏଥର ଭୋଟ୍ ଆଗରୁ ପାଣି ସୁବିଧା ନକଲେ ଭୋଟ୍ ବର୍ଜନ କରିବାକୁ ଗ୍ରାମବାସୀଙ୍କ ଚେତାବନୀ ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ହିଁ ମଦ ନୀତି ଦୁର୍ନୀତିର କିଙ୍ଗପିନ । ଆଜି କୋର୍ଟରେ ହାଜର ପରେ ଇଡି ପକ୍ଷରୁ ଏହି ଦଲିଲ ଦିଆଯାଇଛି ।
ଆଜିଠୁ କିନ୍ତୁ ନୀରବି ଗଲା ସେହି ଶାଣିତ ସ୍ବର...ଆଉ ଶୁଣିବାକୁ ମିଳିବନି ସେହି ଦାମ୍ଭିକ ଦାମ ବାଣୀ । ୮୩ ବର୍ଷ ବୟସରେ ଆଜି ସମସ୍ତଙ୍କୁ ଶୋକ ସାଗରରେ ଭସାଇ ପରପାରିକୁ ଚାଲିଗଲେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ଡାକ୍ତର ଦାମୋଦର ରାଉତ ।
ବିଜେଡିକୁ ସବୁଠୁ ଅଧିକ ନିର୍ବାଚନୀ ଚାନ୍ଦା ଦେଇଛି ଆଦିତ୍ୟ ବିର୍ଲା ଗ୍ରୁପ୍। ଓଡ଼ିଶାରେ କ୍ଷମତାସୀନ ଦଳକୁ ବୁଲେଇ ବଙ୍କେଇ ପହଞ୍ଚାଇଛି ପାଖାପାଖି ୨୬୦ କୋଟି ଟଙ୍କା।
ନବୀନ ନିବାସରେ ଟିକେଟ କସରତ୍ । ଶଙ୍ଖ ଭବନରେ ଆଶାୟୀଙ୍କ ହଙ୍ଗାମା । ବିଜେଡିକୁ ଭାରି ପଡିବେ କି ମାଳ ମାଳ ଆଶାୟୀ ?
ମଧ୍ୟାହ୍ନରେ ଆକାଶ ସଫା ହୋଇ ଆସିଲାଣିର ବୟାନ। ଆଉ ଅପରାହ୍ଣ ହେଉ ହେଉ ସୋସିଆଲ୍ ମିଡିଆରେ ପୋଷ୍ଟ, ଏଥର ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରେ ଏକାକୀ ଲଢ଼ିବ।
ଆରପାରିରେ ଓଡ଼ିଶା ରାଜନୀତିର ମହାଦ୍ରୁମ ତଥା ବାକ୍ୟ ବାଣ ଭାବରେ ପରିଚିତ ଦାମୋଦର ରାଉତ..
ପ୍ରସ୍ତାବ ଆସିଲା, ଗାଉଁଲି ଝିଅ ସହ ସହରୀ ପୁଅଙ୍କ ବିବାହ ଠିକ୍ ହେଲା । ପରିବାର ଲୋକଙ୍କ ସହମତି ପରେ ବାହାଘର ହେଲା ଫାଇନାଲ୍ । ତାପରେ ପୁଅ ଝିଅଙ୍କ ସାମ୍ନାସାମ୍ନି ଦେଖା । ହେଲେ କାଳହେଲା ବିବାହ ପୂର୍ବରୁ ପୁଅଝିଅଙ୍କ ମିଳାମିଶା..
ବାବୁମାନେ ଖାଇଗଲେ ହିତାଧିକାରୀଙ୍କ ପାଇଖାନା ଟଙ୍କା । ତଦନ୍ତ ପରେ ଲୋକାୟୁକ୍ତଙ୍କ ନୋଟିସ୍ । ହରଣଘଡ଼ାରେ ୩ ବିଡିଓ ଓ ୨ ଯନ୍ତ୍ରୀ । କଳା ତାଲିକାଭୁକ୍ତ ହେବେ ୮ ସ୍ୱୟଂ ସହାୟକ ଗୋଷ୍ଠୀ ।
ରାଜନୀତିର ବଦନାମ ସର୍ତ୍ତ....ସ୍ତ୍ରୀକୁ ବଦନାମ କର, ନିଅ ଏମଏଲଏ ଟିକେଟ ! ବିଧାୟକ ଟିକେଟ ପାଇଁ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରିବାକୁ ସ୍ୱାମୀ ଆଗରେ ଥିଲା ସର୍ତ୍ତ । ଜଣେ ମହିଳା ବିଧାୟିକାଙ୍କ ଚାଞ୍ଚଲ୍ୟକର ବୟାନ ପରେ ସାରା ଦେଶରେ କମ୍ପନ ।
ଗୋଟେପଟେ କାନ୍ଧରେ ଶବ ନେଇ ଶ୍ମଶାନରେ ଲୋକେ ପହଞ୍ଚୁଛନ୍ତି ଅନ୍ତିମ ସଂସାର ପାଇଁ... ଆଉ ଅନ୍ୟପଟେ ଡିଜେ ଗୀତରେ ଝୁମୁଛନ୍ତି ଲୋକେ । ପରସ୍ପର ଉପରେ ପିଙ୍ଗୁଛନ୍ତି ଅବିର ଓ ଫୁଲ । ଆଉ ସମସ୍ତଙ୍କ ମୁହଁରେ ଗୋଟିଏ ନାରା ହର୍ ହର୍ ମହାଦେବ । ଏପରି ଅଦ୍ଭୁତ ଦୃଶ୍ୟ ହେଉଛି କାଶୀର ମଣିକର୍ଣ୍ଣିକା ଘାଟର ।
ଜବାନିରେ ବାର୍ଦ୍ଧକ୍ୟ ! କଣ ଆରମ୍ଭରୁ ଠେଲା ରୋଗ.. ଅରଖ ନୂଆ ବସର ଏମିତି ଅବସ୍ଥା !
ଋଣଭାରରେ ବୁଡ଼ିଛନ୍ତି ରାଜ୍ୟର ଅନେକ ବିଧାୟକ। ଯିଏ ଯେତିକି ଧନୀ, ସେତିକି ଋଣୀ। ଶୁଣିବାକୁ କିଛିଟା ଅଡ଼ୁଆ ଲାଗୁଥାଇପାରେ । ହେଲେ ସାଧାରଣ ନିର୍ବାଚନ ପୂର୍ବରୁ ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମ- ADR ଏଡିଆର୍ ପକ୍ଷରୁ ପ୍ରକାଶିତ ରିପୋର୍ଟରୁ ସାମ୍ନାକୁ ଆସିଛି ଏଭଳି ତଥ୍ୟ ।
ଆଶାୟୀଙ୍କ କନ୍ଦଳ ଭିତରେ ଗଞ୍ଜାମ ଗଣିତ। କିଏ ପାଇବ ଟିକେଟ, କାହାକୁ ଏଥର ହେବାକୁ ପଡ଼ିବ ନିରାଶ। ମୁଖ୍ୟମନ୍ତ୍ରୀ ଆଜି ଗଞ୍ଜାମର ଦୁଇ ସଂସଦୀୟ କ୍ଷେତ୍ର ବ୍ରହ୍ମପୁର ଓ ଆସ୍କାରେ ସଂଗଠନ କିପରି ରହିଛି ତାର ସମୀକ୍ଷା କରିଛନ୍ତି। ତାରି ଭିତରେ ଚର୍ଚ୍ଚା ହେଉଛି ଟିକେଟ୍ ପାଇଁ ସଙ୍କେତ ବି ଦିଆଯାଇଛି। ମାତ୍ର ଆଶାୟୀ କିନ୍ତୁ ନଛୋଡ଼ବନ୍ଧା ।
ଦିନ ଯେତିକି ଯେତିକି ବିତୁଛି, ମେଣ୍ଟ ଆଶା ସେତିକି କମି କମି ଯାଉଛି । ସ୍ଥିତି ଏଭଳି ହେଲାଣି ଯେ, ମେଣ୍ଟ ହେବା ଠାରୁ ଏବେ ନହେବା ସମ୍ଭାବନା ଅଧିକ। ସ୍ଥିତିକୁ ଦେଖି ଢେର ଦିନର ନିରବତା ପରେ ଏବେ ପୁଣି ନିର୍ବାଚନୀ କସରତକୁ ଜୋରଦାର କରିଛନ୍ତି ଦୁଇ ଦଳ ।
ଭେଣ୍ଟିଲେଟରରେ ବରିଷ୍ଠ ନେତା ଦାମୋଦର ରାଉତ। ପ୍ରାୟ ବ୍ରେନ୍ ଡେଡ୍ ହୋଇଥିବା ନେଇ ପୁଅ ସମ୍ବିତ ରାଉତରାୟ ସୂଚନା ଦେଇଛନ୍ତି। ସଂକଟାପନ୍ନ ଅବସ୍ଥାରେ ତାଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥିସହ କ୍ୟାପିଟାଲ୍ ହସ୍ପିଟାଲରେ ଉଚିତ ସମୟରେ CPR ଦିଆଗଲାନି ବୋଲି ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସମ୍ବିତ। ଯାହାର ପ୍ରତିକ୍ରିୟା ରଖିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ।
ଳଡିହା ଜଙ୍ଗଲରେ ଭଡ଼ାରେ ମିଳୁଛି ବନ୍ଧୁକ । ଏଥିପାଇଁ ଜଙ୍ଗଲରେ ରହିଛି ଦେଶୀ ବନ୍ଧୁକ କାରଖାନା । ବେଧଡ଼କ ବିକ୍ରି ହେଉଛି, ଭଡ଼ାରେ ବି ମିଳୁଛି । କୁଳଡିହା ରେଂଜରେ ବନ ବିଭାଗର ଅପରେସନରେ ୧୧ଟି ଦେଶୀ ବନ୍ଧୁକ ଜବତ ହୋଇଛି । ଗିରଫ ହୋଇଛନ୍ତି ୭ ଶିକାରୀ । ଅଭୟାରଣ୍ୟରେ ଶିକାରୀଙ୍କ ଦୌରାତ୍ମ୍ୟ ବଢୁଥିବାରୁ ବନ କର୍ମଚାରୀଙ୍କୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ଦେବାକୁ ଯୋଜନା ରହିଥିବା କହିଛନ୍ତି ଆରସିସିଏଫ୍ ।
ବରିଷ୍ଠ ନେତା ଦାମୋଦର ରାଉତଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ। ପ୍ରାୟ ବ୍ରେନ ଡେଡ୍ ହୋଇଥିବା ନେଇ ପୁଅ ସମ୍ବିତ ରାଉତରାୟ ସୂଚନା ଦେଇଛନ୍ତି । ସଂକଟାପନ୍ନ ଅବସ୍ଥାରେ ତାଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଭଜନ, କୀର୍ତ୍ତନ, ହରିବୋଲ, ହୁଳହୁଳି ରେ କମ୍ପୁଛି ମନ୍ଦିର ପରିବେଶ l ବେଦଜ୍ଞ ବ୍ରାହ୍ମଣ ମାନଙ୍କ ବେଦଧ୍ଵନି ସହ ଘୃତାହୂତି ରେ ଯଂଜ୍ଞମଣ୍ଡପ ପ୍ରକମ୍ପିତ l ଶତାଧିକ ଭକ୍ତ ଙ୍କ ଗହଳି ରେ ପ୍ରସାଦସେବନ ଚାଲିଥିବl ବେଳେ ବିରାଜମାନ କରିଛନ୍ତି ମହାପ୍ରଭୁ ଜଗନ୍ନାଥ l
ପତ୍ର ଉପରେ ଚାଲୁଛି ପୋକ। କେଉଁଠି ହଳଦିଆ ପଡ଼ିଗଲାଣି ତ କେଉଁଠି ସୁଖି ଝଡି ଗଲାଣି। ଆଉ କେଉଁଠି ସମ୍ପୂର୍ଣ ଗଛ ପୋଡି ଯାଇଛି। ମୁଗ ବିରି ଫସଲରେ ଏଭଳି ପୋକ ଲାଗି ଫସଲ ନଷ୍ଟ ହୋଇଛି ।
ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବାରଣ୍ଡାରେ ପଡି ଚିକିତ୍ସିତ ହେଉଛନ୍ତି ଶହ ଶହ ରୋଗୀ । ଦୁଃଖ ଏତିକିରେ ସରିନାହିଁ, ଜିଲ୍ଲାରେ ଟେକ୍ନିସିଆନ, ସର୍ଜରୀ ଏବଂ ଆନାସ୍ଥେସିଆ ଭଳି ଡାକ୍ତରଙ୍କ ଅଭାବ ଫଳରେ ସାମାନ୍ୟ ରୋଗିକୁ ରେଫର୍ କରାଯାଉଛି ସହ ସହ ମାଇଲ ଦୂର
ଖୁବ୍ ସୁନ୍ଦର,ନିଆରା ଏବଂ ଆଧ୍ୟତ୍ମିକ ପରିବେଶରେ ଚାଲିଛି ଯଜ୍ଞ କାର୍ଯ୍ୟ। ବେଦ ମନ୍ତ୍ର ଧ୍ୱନିରେ ପ୍ରକମ୍ପିତ ହେଉଛି ପୁରା ପରିବେଶ। ପିଲା ଠୁ ବୟସ୍କ ସମସ୍ତଙ୍କ ମନରେ ଖୁସିର ଲହରି । କିଏ ଭୋଜି ଖାଇବାରେ ବ୍ୟସ୍ତ ତ ପୁଣି କିଏ ବ୍ରହ୍ମଚାରୀଙ୍କୁ ଭିକ୍ଷା ଦେବା ପାଇଁ ବ୍ୟାକୁଳ। ଜଣେ କି ଦୁଇ ଜଣ ନୁହେଁ ଏକା ସାଙ୍ଗରେ ୧୦ ଜଣ ବ୍ରହ୍ମଚାରୀଙ୍କର ଧାଡି ଧାଡି କରି ୫ଟି ବେଦୀରେ ଚାଲିଛି ସମୂହ ବ୍ରତୋପନୟନ କାର୍ଯ୍ୟ ।
ମହାନଦୀ ଗର୍ଭ ତଳେ ଏମିତି କଣ ଅଛି ? କାହିଁକି ବାରମ୍ବାର ସାମ୍ନାକୁ ଆସୁଛି ପୁରାତନ ସାମଗ୍ରୀ l ଠାବ ହେଇପାରୁନି ପାଣି ତଳର ରହସ୍ୟ l ସତ ଜାଣିବାକୁ ବଢୁଛି ଲୋକଙ୍କ ମନରେ ଉତ୍କଣ୍ଠା l ପାଣି ତଳେ ରହିଛି କି ପୁରାତନ ସଭ୍ୟତା ?
କାଳ ସାଜିଲା କାଳବୈଶାଖୀ। ଅଦିନିଆ ବର୍ଷାରେ ରାଜ୍ୟ ବେହାଲ, ଉଜାଡ଼ିଲା ଅର୍ଥକରୀ ଫସଲ। ଜଳବନ୍ଦୀରେ ଉବୁଟୁବୁ କଟକ ସହର । ପାଣିପାଗ ବିଭାଗର ଚେତାବନୀ, କାଲିଠୁ ତାତିରେ ଜଳିବ ଓଡ଼ିଶା। ୨୧ରୁ ୨୪ ତାରିଖ ମଧ୍ୟରେ ୮ରୁ ୧୦ ଡିଗ୍ରୀ ଯାଏଁ ବଢ଼ିପାରେ ପାରଦ
ମଝି ରାତିରେ ମାତିଲେ ମନ୍ଦିର ଚୋର। ଫତେଗଡ଼ ରାମ ମନ୍ଦିର ହୁଣ୍ଡି ଓ ସିନ୍ଦୁକ ତାଡ଼ି ଲୁଟିଲେ ଅଳଙ୍କାର ସହ ଦାନ ଅର୍ଥ। ବାଲେଶ୍ବର ପଞ୍ଚଲିଙ୍ଗେଶ୍ବର ଶୈବପୀଠ ହୁଣ୍ଡି ବାକ୍ସରେ ବି ବୁଲାଇଲେ କଳାକନା