ପରିକ୍ରମା ରଥ କାର୍ଯ୍ୟକ୍ରମରେ ସରପଞ୍ଚମାନଙ୍କୁ ପ୍ରଶାସନର ଅବହେଳା ଆଉ ହତାଦର ଅଭିଯୋଗ କରି ଆଜି ଉପଜିଲ୍ଲାପାଳଙ୍କୁ ଇସ୍ତଫା ଦେଇଛନ୍ତି ସରପଞ୍ଚମାନେ।
ସାମ୍ନାକୁ ଆସିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ପର୍ବର କାର୍ଯ୍ୟସୂଚୀ ଓ ସମୟ ନିର୍ଘଣ୍ଟ । ଆସନ୍ତାକାଲିଠାରୁ ଆରମ୍ଭ ହୋଇଯିବ କାର୍ଯ୍ୟକ୍ରମ।
ସରକାରଙ୍କ ପୁଷ୍ଟିକର ଯୋଜନାର ଉଡୁଛି ଧଜିଆ। ପ୍ରସୂତୀଙ୍କଠୁ କୋମଳମତି ଶିଶୁଙ୍କ ଯାଏ, କେହି ବି ପାଉନାହାନ୍ତି ନିୟମ ମୁତାବକ ଅଣ୍ଡା। ଖୋଲା ବଜାରରେ ଅଣ୍ଡା ଦର ବୃଦ୍ଧି କାରଣରୁ ସରକାର ଦେଉଥିବା ଟଙ୍କାରେ ଅଣ୍ଡା ଯୋଗାଇ ଦେବା ସମ୍ଭବ ହେଉନି।
ଇଲୋ ବୋଉଲୋ.. ଆମେ ଲଢିବା ପାଇଁ କହୁ କହୁ ମ୍ୟାଡାମ କଣ ଖେଳିପକେଇଲେଣି.. ମ୍ୟାଡାମ ତ ବଢିଆ ଫୋପାଡ଼ୁଛନ୍ତି..
ଅନ୍ଧାରୀ ଇଲାକା ଛାଡ଼ିଲେ.. ବନ୍ଧୁକକୁ ଦୂରେଇ ବିଶ୍ୱାସକୁ ଧରିଲେ.. ଲାଲଗଡ଼ରୁ ବାହାରି ଆଜି ସେ ଚାଷୀ ନେତା.. ବିକାଶ ପାଇଁ ହୃଦୟରୁ କରୁଛନ୍ତି ଜନତାଙ୍କ ସେବା..
ଦିନ ସାରାର ପରିଶ୍ରମ ପରେ ଥକିପଡ଼ି ଯେତେ ଗାଢ ନିଦରେ ଶୋଇଥିଲେ ମଧ୍ୟ ପ୍ରକୃତିର ଆଲାର୍ମରେ ସେମାନେ ଭୋରରୁ ଉଠିପଡ଼ନ୍ତି.. ତେବେ ଏଇ ପ୍ରକୃତିର ଆଲାର୍ମ କଣ ଜାଣନ୍ତି.. ହଜାର ହଜାର ବାଦୁଡ଼ିଙ୍କ ଏକକାଳୀନ ରାବ.. ହଁ.. ଏଇ ଗାଁରେ ଅଛନ୍ତି ହଜାର ହଜାର ସଂଖ୍ୟାରେ ବାଦୁଡ଼ି.. ଆଉ ଏମାନଙ୍କୁ ଅଙ୍ଗରକ୍ଷୀ ଭଳି ସୁରକ୍ଷା ଦେଉଛନ୍ତି ଗ୍ରାମବାସୀ..
ମହଙ୍ଗା ଅଣ୍ଡାକୁ ସରକାରଙ୍କ ଶସ୍ତା ଯୋଜନା.. ହିନସ୍ତା ହେଇଗଲେଣି ଅଙ୍ଗନଓ୍ୱାଡ଼ି ଦିଦି.. କୋଉଠୁ ଆଣିବେ ୫ ଟଙ୍କିଆ ଅଣ୍ଡା !
ଜନ୍ମରୁ ମୃତ୍ୟୁ ଯାଏ ଏମିତିକି ମୃତ୍ୟୁ ପରେ ବି ରକ୍ତ ସମ୍ପର୍କମାନଙ୍କୁ ଖୋଜାପଡ଼େ.. ଏନ୍ତୁଡ଼ିଶାଳରୁ ମଶାଣି ଆଉ ପିଣ୍ଡଦାନ ପର୍ଯ୍ୟନ୍ତ କୂଳ, ପରିବାର, ସମ୍ପର୍କୀୟ ଖୋଜାପଡ଼ନ୍ତି..
ଚାଲନ୍ତୁ ପାଟାବାନ୍ଦା ଜଳପ୍ରପାତ ଯିବା.. ବଣ ଭୋଜିଟେ କରିବା.. ବ୍ୟସ୍ତବହୁଳ ଜୀବନରୁ ଘଡ଼ିଏ ଚୋରାଇ ଏଇଠି ପ୍ରକୃତିର କୋଳରେ ହଜିଯିବା.. ଆସନ୍ତୁ..
‘ସେ ଦୃଶ୍ୟ ବର୍ଣ୍ଣନା କରିହେବନି.. ମୁଁ ଭାବୁଥିଲି କଣ ଘଟିଗଲା ମୋ ସହ.. ମୁଁ କୋଉ ଜନ୍ମରେ କୋଉ ପାପ କରିଥିଲି ଯେ ଶହ ଶହ ଶବ ଦେଖିଲି.. ଆଉ କୋଉ ଜନ୍ମରେ କି ପୂଣ୍ୟ କରିଥିଲି ଯେ ମୁଁ ନୂଆ ଜୀବନ ପାଇଲି..’
ନିର୍ବାଚନ ଯେତିକି ଯେତିକି ପାଖଉଛି, ବିଜେଡି ଘର କଳି ସେତିକି ସେତିକି ବଢୁଛି । ଆଶାୟୀ ଶକ୍ତି ପ୍ରଦର୍ଶନ କରି ନିର୍ବାଚନ ମଣ୍ଡଳୀରେ ବିଧାୟକଙ୍କୁ ଚାଲେଞ୍ଜ ଦେଲେଣି । ଖୋଦ ରାଜଧାନୀରେ ବି ଟିକେଟ୍ ପାଇଁ ଆରମ୍ଭ ହୋଇଯାଇଛି ଶକ୍ତି ପ୍ରଦର୍ଶନ ।
ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉପଲକ୍ଷେ ରାମଭକ୍ତିରେ ଗଦଗଦ ସାରା ଭାରତ। ରାମ ମନ୍ଦିର ନିର୍ମାଣରେ ବିଭିନ୍ନ ରାଜ୍ୟର ଯୋଗଦାନ ରହିଥିବା ବେଳେ, ଏବେ ମଧ୍ୟ ଦେଶର ବିଭିନ୍ନ ପ୍ରାନ୍ତରୁ ଛୁଟିଛି ପ୍ରଭୁଙ୍କ ପାଇଁ ବିଭିନ୍ନ ଦିବ୍ୟ ନୈବେଦ୍ୟ।
ପରିବାରଙ୍କ ଅଭିଯୋଗ, ଯେଉଁ ପରିକ୍ରମା ପ୍ରକଳ୍ପ ପାଇଁ ଆମେ ବାସହରା ହେଲୁ ସେହି ପ୍ରକଳ୍ପରେ କେଉଁଠି ବି ଆମ ନାଁ ନାହିଁ । ସବୁ ବିସ୍ଥାପିତଙ୍କୁ ପରିଚୟପତ୍ର ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା, ତାହା ବି ମିଳିଲାନି ।
ଏତେ ଦିନ ହେଲା ଶୁଣୁ ନଥିଲେ। ନିର୍ବାଚନ ବେଳେ ମନେ ପଡ଼ିଲେ। ପୁଣି ମିଳିଲା ପ୍ରତିଶ୍ରୁତି। ବିଜେଡିକୁ ଘାରିଲା କି ଭୋଟ୍ ବ୍ୟାଙ୍କ ଭାଙ୍ଗିବା ଭୟ? ଆଶା, ଅଙ୍ଗନୱାଡି କର୍ମୀ, ଏମବିକେ, ସିଆରପିଙ୍କ ଦରମା ବଢାଇବାକୁ ମିଳିଛି ପ୍ରତିଶ୍ରୁତି।
ହାଇକୋର୍ଟ ଛାଟ ସତ୍ତ୍ୱେ ବାଲି ଉଠେଇବାକୁ ଫନ୍ଦିଫିକର କରୁଥିଲେ ରାଜ୍ୟ ସରକାର। ରୋକ୍ ଲଗେଇଦେଲେ ଅଦାଲତ। ତା’ସହ ରହିତାଦେଶ ସତ୍ତ୍ୱେ ଗଳାବାଟ ଦେଇ ବାଲି ଉଠାଣ ପାଇଁ ଗତ ୨୧ ତାରିଖରେ ଖଣିବିଭାଗ ଯେଉଁ ବିଜ୍ଞପ୍ତି କରିଥିଲା, ତା’ଉପରେ ବି ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି।
ପିଲାଠୁ ଆରମ୍ଭ କରି ବୟସ୍କ ଏଇ ଗାଁରେ ସମସ୍ତେ ଖୋ ଖୋ ଖେଳରେ ମସଗୁଲ.. ୧୦-୧୨ ବର୍ଷ ବୟସରୁ ପିଲାମାନେ ଏଠି ଖୋ ଖୋ ଅଭ୍ୟାସ କରନ୍ତି.. ଏଇ ଗାଁରେ ଅଛନ୍ତି ଅନେକ ସଫଳ ଖୋ ଖୋ ଖେଳାଳି.. ପ୍ରାୟ ୮୦ ରୁ ଊର୍ଦ୍ଧ୍ୱ ଯୁବକ ଯୁବତୀ ନ୍ୟାସନାଲ, ଇଣ୍ଟର ନେସନ୍ୟାଲ ମ୍ୟାଚ୍ ଖେଳି ଗାଁର ନାଁ ରଖିଛନ୍ତି..
ଯଦି ଜୀବନରେ କେବେ ଆପଣ ହାର୍ ମାନିଯିବା ପରିସ୍ଥିତିରେ ପଡ଼ନ୍ତି.. ସେତେବେଳେ ଶୀତଲ ଦେବୀଙ୍କୁ ନିଶ୍ଚୟ ମନେ ପକାଇବେ.. ତାଙ୍କ ଜୀବନୀକୁ ଥରେ ନିଶ୍ଚୟ ପଢିବେ.. ଆଉ ହାରିବାକୁ ନୁହେଁ ଲଢିବାକୁ ଇଚ୍ଛା ହେବ..
ଆପଣ କଣ ଉଷୁ ଖେଳ ବିଷୟରେ ଜାଣନ୍ତି ? ଉଷୁ ଖେଳକୁ ଆଗାମୀ ଅଲମ୍ପିକ୍ସ ଖେଳରେ ମଧ୍ୟ ସାମିଲ କରାଯାଇଛି.. ଅନ୍ୟ ଖେଳ ଭଳି ଏ ଖେଳ ସିନା ଲୋକଲୋଚନକୁ ସେତେଟା ଆସିନି.. ହେଲେ ଆଖିରେ ଆକାଶ ଛୁଆଁ ସପ୍ନ ଏହି ଖେଳାଳିମାନଙ୍କୁ ଟାଣି ଆଣୁଛି ପଡିଆକୁ.. ଦେଶ ପାଇଁ ଖେଳିବା ସ୍ୱପ୍ନ ନେଇ ରାତି ପାହିଲେ ଚଳାଇଛନ୍ତି ଅଭ୍ୟାସ..
ପିଢି ପରେ ପଢି ଭକ୍ତଙ୍କୁ ରାମ ଭକ୍ତିରସରେ ବୁଢାଇ ରଖିବାରେ ଟିଭି ଆଉ ଚଳଚ୍ଚିତ୍ର ଜଗତର ରହିଥିଲା ମୁଖ୍ୟ ଭୂମିକା.. ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଆଦର୍ଶକୁ ଦର୍ଶକଙ୍କଠାରେ ପହଞ୍ଚାଇ ହୃଦୟରେ ରାମ ଭକ୍ତି ଜାଗ୍ରତ କରିଥିଲେ ଅନେକ ଅଭିନେତା..ଯାହା ଆଜି ପର୍ଯ୍ୟନ୍ତ ଦର୍ଶକ ଭୁଲି ନାହାନ୍ତି.. ଶ୍ରୀରାମ ଚରିତ୍ରରେ ସେମାନଙ୍କ ଅଭିନୟ ଏତେ ଜୀବନ୍ତ ଲାଗୁଥିଲା ଯେ ଦର୍ଶକ ଅନେକ ସମୟରେ ଅଭିନେତାଙ୍କୁ ହିଁ ପ୍ରଭୁ ରାମ ବୋଲି ଭାବି ପ୍ରଣାମ କରୁଥିଲେ..
ପ୍ରତିବର୍ଷ ରାମ ନବମୀରେ ଦିବ୍ୟଦୃଶ୍ୟର ସାକ୍ଷୀ ହେବେ ରାମଭକ୍ତ । ଅଯୋଧ୍ୟା ରାମମନ୍ଦିରରେ ସତେକି ଘଟିବ ଅଲୌକିକ ଘଟଣା । ରାମଲାଲାଙ୍କ ଲଲାଟରେ ଆକାଶର ସୂର୍ଯ୍ୟ ଆଙ୍କିବେ ସୁଦୀପ୍ତ ତିଳକ ।
5T ଯୁଗରେ ରାଜ୍ୟ ସରକାରଙ୍କ ଜଣେ ସରକାରୀ ବାବୁଙ୍କ ସମ୍ପତ୍ତି ଠୁଳର କଳା କାହାଣୀ । ଯିଏ ଜଣେ MVI, କିନ୍ତୁ ଚାକିରୀ କାଳରେ ଏତେ ଧନ ସମ୍ପତ୍ତି ଗୋଟାଇ ବସିଲେ ଯେ, ଗଣି ଗଣି ହାଲିଆ ହୋଇଯାଇଛି ଭିଜିଲାନ୍ସ ।
କ୍ୟାଂପସ୍ ନିଶାଡ଼ିଙ୍କ ଉପରେ ଲାଗିବ କଟକଣା । ଛାତ୍ର ତ ଛାତ୍ର, ଅଧ୍ୟାପକ ବି ନିଶା ସେବନ କରିପାରିବେ ନାହିଁ । ହାତ କାଟି ଲେଖିଦେବେ ଯେ, କ୍ୟାଂପସକୁ କୌଣସି ନିଶା ସେବନ କରି ଆସିବେନି କି ନିଶା କାରବାରରେ ଲିପ୍ତ ରହିବେନି ।
ଖବର କାଗଜରେ ଫୁଲ୍ ପେଜ୍ ବିଜ୍ଞାପନ ଜରିଆରେ ପ୍ରଚାର ଚାଲିଥିବା ମାଲକାନଗିରି ବିମାନବନ୍ଦରକୁ ନେଇ ସଭିଁଙ୍କ ମନରେ କାହିଁକି ଏମିତି କିଛି ପ୍ରଶ୍ନ ଉଙ୍କି ମାରୁଛି । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଘାଟନ ପରେ ସତରେ କ’ଣ ଉପାନ୍ତ ମାଲକାନଗିରି ଆକାଶ ମାର୍ଗରେ ଯୋଡ଼ିହେଲା ? ଅର୍ଥାତ୍ ଏଣିକି ମାଲକାନଗିରିକୁ ଆକାଶ ମାର୍ଗରେ ଯାଇପାରିବେ ତ’ ସାଧାରଣ ଲୋକ ?
ଶନିବାର ପାଣ୍ଡିଆନଙ୍କ କାର୍ଯ୍ୟକ୍ରମରେ ହାତାହାତି। ସୋମବାର ବିଧାୟକଙ୍କ ଗୋଷ୍ଠୀ ବିରୋଧରେ ଥାନାରେ ଏତଲା। ଆଉ ଆଜି ରାଜରାସ୍ତାରେ ଗୋଟିଏ ଗୋଷ୍ଠୀର ବିକ୍ଷୋଭ। ଗୋଟେ ପଟେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା, ଅନ୍ୟ ପଟେ ବାଲେଶ୍ୱର ସଦର ବିଧାୟକ ସ୍ୱରୂପ ଦାସ। ନିର୍ବାଚନ ପୂର୍ବରୁ ବାଲେଶ୍ୱରରେ ତୀବ୍ର ରୂପ ନେଇଛି ରବୀନ୍ଦ୍ର- ସ୍ୱରୂପ ବିବାଦ।
ସବୁଠି ଚାଉଳ ବଣ୍ଟନ କେନ୍ଦ୍ର ସାମ୍ନାରେ ଲାଗିଛି ମୁଖ୍ୟମନ୍ତ୍ରୀ ନବୀନଙ୍କ ଫଟୋ ଥିବା ବ୍ୟାନର ଆଉ ଫ୍ଲେକ୍ସ। ଲେଖା ହେଇଛି- ଖାଦ୍ୟ ସୁରକ୍ଷାର ଭରସା । ପ୍ରତି ହିତାଧିକାରୀଙ୍କୁ ପ୍ରତି ମାସ, ମାଗଣାରେ ୫ କିଲୋଗ୍ରାମ ଚାଉଳ ଯୋଗାଣ। ଆଉ ରାଜ୍ୟର ପ୍ରାୟ ସବୁଠି ଏମିତି ପୋଷ୍ଟର ମରାକୁ ନେଇ ତେଜିଛି ବିବାଦ।