ଖାଲି କ୍ରିମନାଲ ନୁହଁନ୍ତି ନିଶାଖୋରଙ୍କ ଆଡ୍ଡାସ୍ଥଳ ବି ଝାରପଡ଼ା ଜେଲ୍ । ଗ୍ୟାଙ୍ଗୱାର୍ ଘଟଣାରେ ରେଡ୍ ବେଳେ ମିଳିଲା ପୁଳା ପୁଳା ନିଶା ଦ୍ରବ୍ୟ। ଗଞ୍ଜେଇ ଓ ଚିଲମ ସହ ସେଲରେ ବିପୁଳ ନିଶାଦ୍ରବ୍ୟ ଦେଖି ଟେରା ପୋଲିସ। ଝାରପଡ଼ା ଜେଲ୍ କର୍ତ୍ତୃପକ୍ଷଙ୍କୁ ଭୁବନେଶ୍ବର ଡିସିପିଙ୍କ ତାଗିଦ୍
ବିଜେପି-ବିଜେଡି ମେଣ୍ଟ ଦ୍ବନ୍ଦ୍ବରେ ପଡ଼ିବ କି ଫୁଲଷ୍ଟପ୍ ? ଅମିତ୍ ଶାହାଙ୍କ କୁଛ୍ ଭି ହୋ ସକତା ହେ ମନ୍ତବ୍ୟକୁ ନେଇ ଚର୍ଚ୍ଚା। ଏକା ଲଢିବୁ ନା ସାଥୀ ହେବୁ, ସ୍ଥିର କରିବେ ନଡ୍ଡା- ଅମିତ୍ ଶାହା। ବିଜେଡିର ସଂସଦୀୟ କ୍ଷେତ୍ର ୱାରି ସମୀକ୍ଷା ଜାରି
କଦଳୀ ପାଟୁକାରୁ ସାନିଟାରି ପ୍ୟାଡ୍ । ମାତା ଅମୃତାନନ୍ଦମୟୀ ମଠ ପକ୍ଷରୁ 'ସୌଖ୍ୟମ' ଅଭିଯାନରେ ତିଆରି। ଖୁବଶୀଘ୍ର ଓଡ଼ିଶାରେ ବି ତିଆରି ହେବ ଶସ୍ତା ଓ ପୁନଃ ବ୍ୟବହାର ଯୋଗ୍ୟ ପ୍ୟାଡ୍
ବିଶ୍ବ ପଖାଳ ଦିବସରେ ମହ ମହ ବାସିଲା ପଖାଳ କଂସା। ଝୁମ୍ପୁଡିରୁ ଷ୍ଟାର ହୋଟେଲ, ସବୁଠି ଖାଣ୍ଟି ଓଡ଼ିଆ ଖାଦ୍ୟର ମଜା। ନେତା-ସେଲିବ୍ରିଟି ବି ଖାଇଲେ ପଖାଳ, ଓଡ଼ିଶାବାସୀକୁ ଚାରିଆଡୁ ଶୁଭେଚ୍ଛା
ରାତିରେ ଲୋକେ ଶୋଇଥିବାବେଳେ ଘର କଡ଼ରୁ ମୋରମ ନେଇଗଲେ ମାଫିଆ । ଜନ ପ୍ରତିନିଧିଙ୍କଠୁ ନେଇ ପୋଲିସ ପ୍ରଶାସନ ସମସ୍ତେ ନିରବଦ୍ରଷ୍ଟା । ବେଆଇନ ଭାବେ ମୋରମ ଖୋଳାଯାଉଥିବା ଅଭିଯୋଗ । ପ୍ରତିଦିନ ଲୁଟ ହେଉଛି ଲକ୍ଷାଧିକ ଟଙ୍କାର ରାଜସ୍ୱ ।
କେମିତି ଚୟନ ହେଉଛି ଆଦର୍ଶ ଗ୍ରାମ ପଞ୍ଚାୟତ ? ପଞ୍ଚାୟତକୁ ମିଳିଛି ଆଦର୍ଶ ପଞ୍ଚାୟତ ମାନ୍ୟତା । ହେଲେ ଲୋକେ କହୁଛନ୍ତି ପହଞ୍ଚିନି ମୌଳିକ ସୁବିଧା ।
ବାରଣ୍ଡା ଯେଉଁଠି ଅଙ୍ଗନବାଡ଼ି କେନ୍ଦ୍ର ସେଇଠି । କିଏ ଟିକେ ବସିବାକୁ ଜାଗା ଦେଲେ ପିଲାଏ ବସିବେ ଓ ପଢ଼ିବେ । ସେଇଠି ସେଦିନର ଅଙ୍ଗନବାଡ଼ି କେନ୍ଦ୍ର । ଖରାଦିନେ ତ କାମ ଚଳିଯାଉଛି, ହେଲେ ନିଜସ୍ୱ ଘର ନଥିବାରୁ ବର୍ଷାଦିନେ ପିଲାଏ ଆସନ୍ତିନି । ରାଜ୍ୟରେ ଏମିତି ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର...!
ଅଜଣା ରୋଗ ପୋକ ଆତଙ୍କ । କ୍ଷେତରେ ଧାନ ଗଛ ନାଲି ପଡ଼ିଯିବା ସହ ମୂଳ ସଢ଼ିଯାଉଛି । ଅଜଣା ରୋଗରେ ମରିଯାଉଛି ଧାନଗଛ । ତଳି ରୋଇଁବା ପରେ ସବୁଜ ଛନଛନିଆ ଧାନଗଛକୁ ଦେଖି ଚାଷୀର ପେଟ ପୁରିଯାଇଥିଲା, ଆଶା ଥିଲା ଏଥର ଭଲ ଅମଳ ହେବ ଆଉ ଋଣ ଟଙ୍କା ଶୁଝିହେବ । ହେଲେ ଅଜଣା ରୋଗ ପୋକ ସବୁ ସାରିଦେଲା ।
ଆହା ପଖାଳ କଂସା ମୋର ଜୀବନ ଧନ । ପକ୍କା ଓଡ଼ିଆଟିଏ ହୋଇଥିଲେ ଆପଣଙ୍କ ଉଦରରେ ବି ପଖାଳ ପାଣି ଟୋପାଏ ନିଶ୍ଚୟ ପଡିଥିବ । ଓଡ଼ିଆଙ୍କ ଆରାଧ୍ୟ ବଡ଼ ଠାକୁରଙ୍କ ବଡ଼ ଦେଉଳରେ ବି ପଖାଳ ଭୋଗ ଲାଗେ। କାଳିଆ ସାଆନ୍ତ ଭାରି ଭଲ ପାଆନ୍ତି ପଖାଳ ଖାଇବାକୁ । ସେଇଥିପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ବଢା ହେଉଥିବା ପଖାଳରେ କେତେବଳେ ଦହି ଭାସେ, କେତେବେଳେ ଘିଅ ବାସେ । ମହାପ୍ରଭୁଙ୍କ ଶ୍ରୀ ଛାମୁରେ ଅର୍ପଣ ହେଉଥିବା ଏହି ପଖାଳଗୁଡିକର ନାଁ ଓ ଏହାର ପ୍ରସ୍ତୁତି ସମ୍ପର୍କରେ ଆସନ୍ତୁ ଜାଣିବା...
ଶିକ୍ଷା ଲାଗି ଉତ୍ସର୍ଗ ଜୀବନ, ଏହାର ଜ୍ବଳନ୍ତ ଉଦାହରଣ ହେଲେ ବିଭୂତି ଭୁଷଣ ରଥ। ଶିକ୍ଷକ ପରିବାରରୁ ଆସିଥିବା ବିଭୂତି ସାର୍ ନିଜ ବାପାଙ୍କ ଠାରୁ ଅନୁପ୍ରାଣିତ ହୋଇ ଗରିବ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ରାୟଗଡ଼ା ସହର JESCOସରକାରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ..ନିଜ ଖର୍ଚ୍ଚରେ ଯୋଗାଉଛନ୍ତି ଶିକ୍ଷା..
ଓଡ଼ିଶାରେ କେମିତି ଲଢ଼ିବ ରାଜ୍ୟ ବିଜେପି, କଣ ଆପଣାଇବ ରଣନୀତି ? ଏହା ସହ କେଉଁଠି କିଏ ହେବେ ପ୍ରାର୍ଥୀ ? ଏସବୁକୁ ନେଇ ଦିଲ୍ଲୀରେ ବିଜେପିର ମାନସ ମନ୍ଥନ। ରାଜ୍ୟ ନେତୃତ୍ୱଙ୍କ ସହ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ବୈଠକ। ଯଦିଓ ରାଜ୍ୟରେ ଉଭୟ ବିଜେପି- ବିଜେଡି ଏକାକୀ ନିର୍ବାଚନୀ ପ୍ରସ୍ତୁତିରେ ଅଛନ୍ତି ହେଲେ ମେଣ୍ଟ ଦ୍ବନ୍ଦ୍ବ ନେଇ ଏ ଯାଏଁ ସସପେନ୍ସ ହଟିନି।
ଏଥର ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ହେବ ଭୋଟ୍ ଗ୍ରହଣ। ହେଲେ ପ୍ରଥମ ଦୁଇ ପର୍ଯ୍ୟାୟ ସୋମବାରରେ ପଡୁଥିବାବେଳେ ଶେଷ ଦୁଇ ପର୍ଯ୍ୟାୟ ପଡୁଛି ଶନିବାର। ତେଣେ ଭୋଟ୍ ଗଣତି ହେବ ମଙ୍ଗଳବାର। କେଉଁ ରାଜନୈତିକଦଳଙ୍କ ପାଇଁ କେଉଁ ବାର ଶୁଭ କାହା ପାଇଁ ଅଶୁଭ, ତାକୁ ଗଣନା କରିଛନ୍ତି ଜ୍ୟୋତିଷଶାସ୍ତ୍ରୀ।
ନିର୍ବାଚନ ବିଗୁଲ ବାଜିବା ସହ ସରଗରମ ହୋଇଉଠିଛି ରାଜ୍ୟ ରାଜନୀତି। ଆଉ ଏଥର ରାଜନୀତି ମୈଦାନରେ ନୂଆ ଜେନେରେସନ୍। ବାପାଙ୍କ ଗଡ଼ ଜଗିବା ସହ ନିର୍ବାଚନ ମଣ୍ଡଳୀର ମଙ୍ଗ ଧରିବାକୁ ପ୍ରସ୍ତୁତ ପୁଅ। ବିଶେଷ କରି ବିଜେଡିରେ ପୂର୍ବତନ ମନ୍ତ୍ରୀ, ବିଧାୟକ ଓ ଏକାଧିକ ନେତାଙ୍କ ପୁଅ ଟିକେଟ୍ ଆଶାୟୀ।
ଅଭୟାରଣ୍ୟରେ ଜାରି ରହିଛି ମାଫିଆ ଏବଂ ଶିକାରୀଙ୍କ ଆତଙ୍କରାଜ। କୁଲଡିହା ହେଉ କିମ୍ବା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ। ବନ୍ୟପ୍ରାଣୀ ମାଫିଆ ଏବଂ ବନ କର୍ମଚାରୀଙ୍କ ମଧ୍ୟରେ ଲାଗିରହିଛି ଛକାପଞ୍ଝା।
PDS ଚାଉଳ ବସ୍ତାରେ ପ୍ଲାଷ୍ଟିକ ଚାଉଳ ମିଶୁଥିବା ଅଭିଯୋଗ । ଯୋଗାଣ ଅଧିକାରୀ କହିଛନ୍ତି, ଏହା ପ୍ଲାଷ୍ଟିକ ଚାଉଳ ନୁହେଁ । ଏହା ଭିଟାମିନ ଯୁକ୍ତ ଚାଉଳ । ଶରୀରରେ ଆଇରନ ଡେଫିସିଏନସିକୁ କମାଇବା ପାଇଁ ଯୋଗାଉଛନ୍ତି ସରକାର ।
ପେଷା ଗ୍ୟାରେଜ ମିସ୍ତ୍ରୀ, ନିଶା ଅଦରକାରୀ ସଢ଼େଇରୁ ଘର କରଣା ସାମଗ୍ରୀ ତିଆରି କରିବା । ଆଖିରେ ସଢ଼େଇ ପଡ଼ିଗଲେ କଥା ସରିଲା, ସଙ୍ଗେ ସଙ୍ଗେ ନେଇଆସି ନୂଆରୂପରେ ସଜେଇ ଦିଅନ୍ତି । ମୟୂରଭଞ୍ଜ ଉଦଳା ଏନଏସି ୭ ନମ୍ବର ୱାର୍ଡର ବିଜୟ କୁମାର କମିଳା । ତାଙ୍କ ହାତ ଲାଗିଲେ ଅଦରକାରୀ ସାମଗ୍ରୀ ପାଲଟିଯାଉଛି ଘରସଜ୍ଜା ସାମଗ୍ରୀ ।
ଚାଷ କାମ ଯାହାର କି ଆନନ୍ଦ ତାହାର ? ଏହି ଉକ୍ତିଟି ଯେମିତି ଏବେ ଓଲଟି ଯାଇଛି । ଚାଷ କାମ ଯାହାର, ସବୁ ଦୁଃଖ ତାହାର । ଚାଷୀଙ୍କ ପାଇଁ ସରକାରଙ୍କ ଦରଦ ଏମିତି ଯେ, ଚାଷରୁ ମୁଁହ ଫେରାଇ ଦାଦନ ମୁଁହା ହେଲେଣି ଚାଷୀ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ସାମ୍ନାକୁ ଆସିଛି ଚାଷୀଙ୍କ ଦୟନୀୟ ସ୍ଥିତି ।
ବିଦ୍ୟାଳୟ କାନ୍ଥରେ ଲେଖାଯାଇ ଲେଖାଯାଇଛି ନିରାପଦ କିନ୍ତୁ କାନ୍ଥରୁ ଖଣ୍ଡ ଖଣ୍ଡ ହୋଇ ଖସି ପଡୁଛି କଂକ୍ରିଟ । ବିଦ୍ୟାଳୟକୁ ପିଲାଙ୍କୁ ପଠାଇବାକୁ ଭୟ କଲେଣି ଅଭିଭାବକ । ଛାତରୁ ପ୍ଲାଷ୍ଟର ଖସି ଭିତରୁ ରଡ୍ ଦିଶିଲାଣି, ଛାତରୁ ଅଧିକାଂଶ ଭାଗ ଖସି ତଳେ ପଡ଼ିଛି ବାକି ଯାହା ଅଛି, ଖସିବା ଅପେକ୍ଷାରେ । ଯେଉଁଠି ଦେଖିବେ କାନ୍ଥ ସାରା ଖାଲି ଫାଟ
ବୟସ ୬୦ ଟପିଲାଣି, ଚମ ଧୁଡୁଧୁଡୁ ହେଲାଣି । କିନ୍ତୁ ହାତରେ ପଡିଛି ହାତଗଣ୍ଠି ଓ ବେକରେ ପଡିଛି ବରଣମାଳା ବାଜୁଛି ଯୋଡ଼ି ମହୁରୀ । ବ୍ରାହ୍ମଣ ପଢ଼ୁଛନ୍ତି ବିବାହ ମନ୍ତ୍ର । ଧୂମଧାମରେ ଚାଲିଛି ବିବାହ । କିନ୍ତୁ ବେଦୀରେ ବସିଥିବା ବରକନ୍ୟା ବରିଷ୍ଠ ନାଗରିକ ।
ପୁରୀ ସଂସଦୀୟ କ୍ଷେତ୍ରରୁ ବିଜେଡି ଆରମ୍ଭ କଲା ଟିକେଟ୍ କସରତ। ନବୀନ ନିବାସ ବୈଠକରେ ପ୍ରାର୍ଥୀଙ୍କୁ ଗ୍ରୀନ ସିଗନାଲ୍ ସହିତ ଦିଆଯାଇଛି ଟାସ୍କ।
ଭୋଟ୍ ବିଗୁଲା ବାଜିଲା, ଆଚରଣ ବିଧି ଲାଗିଲା। ତିନି ଦିନ ବିତିଲାଣି, ତଥାପି ପ୍ରଶାସନ ନିଦ ଭାଙ୍ଗୁନି। ରାସ୍ତାକଡ଼ ହେଉ କି ସରକାରୀ ଦପ୍ତର, ସବୁଠି ଖୋଲାମେଲାରେ ଝୁଲୁଛି ମାଳ ମାଳ ସରକାରୀ ବିଜ୍ଞାପନ ହୋର୍ଡିଂ।
ବଡ଼ ମିଶ୍ରଣ ପର୍ବ ଓ କୋର କମିଟି ବୈଠକ ପରେ ଦିଲ୍ଲୀରେ ମନମୋହନ ।
ସ୍ବାଧୀନତାର ୭୫ ବର୍ଷ ପରେ ବି ଅଛି କି, ନାହିଁ ନାହିଁର ଗାଁ। ରହିବାକୁ ଖଣ୍ଡିଏ ପକ୍କା ଘର, ପିଇବାକୁ ବିଶୁଦ୍ଧ ପାଣି ଆଉ ସରକାରଙ୍କ ଯୋଜନା ପହଁଚିବାକୁ ପକ୍କା ରାସ୍ତା, ଏବେବି ଅନେକ ଗାଁ ପାଇଁ ସାତସପନ। ନିର୍ବାଚନ ଆସିଲେ ନେତାଙ୍କ ଗାଁ କଥା ମନେ ପଡ଼େ।
ରାଜ୍ୟର ଜେଲ୍ ଗୁଡ଼ିକରେ ଚାଲିଛି କ’ଣ ? କେଉଁଠି ଖସିଗଲେଣି ବିଚାରାଧିନ ବନ୍ଦୀ ତ କେଉଁଠି ମିଳୁଛି ମାଳ ମାଳ ମାଦକ ଦ୍ରବ୍ୟ। ତ ଆଉ କେଉଁଠି ମୋବାଇଲ୍ ଫୋନ୍ ଜବତ ହେଉଛି।
ମ୍ୟାଚ ରେଜଲ୍ଟ ବଦଳାଇଦେବ ନୂଆ ନିୟମ ! ଏଣିକି ମ୍ୟାଚରେ ଶେଷରେ ନୁହେଁ, ମ୍ୟାଚବେଳେ ମହଙ୍ଗା ପଡ଼ିବ ମନ୍ଥର ବୋଲିଂ ନିୟମ ଭାଙ୍ଗିଲେ ହାତରୁ ଯାଇପାରେ ମ୍ୟାଚ୍ ।