Advertisment

ସାବାସ୍ ଜୟନ୍ତୀ; ଜୀବନ ଯୁଦ୍ଧରେ ହରେଇ ପାରିନି ଶାରୀରିକ ଅକ୍ଷମତା

ସାରା ବିଶ୍ଵ ଅ।ଜି ପାଳନ କରୁଛି ଅନ୍ତର୍ଜାତୀୟ ମହିଳା ଦିବସ। ଆଜିର ଏହି ଅବସରରେ ଆମେ ଆପଣଙ୍କୁ ଏମିତି ଜଣେ ମହିଳାଙ୍କ ସହ ପରିଚୟ କରାଇବୁ ଯାହାକୁ ଦେଖି ଦୁନିଆ କହିବ ଅକ୍ଷମ ନୁହେଁ ସେ ସକ୍ଷମ । ସେ ହେଲେ ସୁନ୍ଦରଗଡ଼ ଜିଲ୍ଲା ସରଫଗଡ଼ ପଞ୍ଚାୟତ ଭଅଁର ଖୋଲ୍ ଗ୍ରାମର ଜୟନ୍ତୀ ଟିଗା...

author-image
Santosh Kumar Sahoo

ଜୀବନ ଯନ୍ତ୍ରଣା ଦେଉଛି, ଜୟନ୍ତୀ କିନ୍ତୁ ତାକୁ ସ୍ୱିକାର କରିଛନ୍ତି । ହାରି ନାହାନ୍ତି , ବିଜୟିନୀ ହେବାର ସଂକଳ୍ପ ନେଇ ଆଗକୁ ଏମିତି ବଢ଼ି ଚାଲିଛନ୍ତି । ଶାରୀରିକ ଅକ୍ଷମତା, କେବେ ତାଙ୍କୁ ହତାଶ କି ନିରାଶ କରିପାରିନି । ସେଥିପାଇଁ ତ ଜୟନ୍ତୀ ଆଜି ବିଜୟିନୀ.....

Advertisment

ଆପଣ ଅନେକ ଦିବ୍ୟାଙ୍ଗ ମହିଳାଙ୍କ ସଂର୍ଘର୍ଷର କଥା ଶୁଣିଥିବେ ଓ ଦେଖିଥିବେ । ହେଲେ ଜୟନ୍ତୀଙ୍କ କାହାଣୀ ସମସ୍ତଙ୍କ ଠାରୁ ଭିନ୍ନ । ଯାହାର ଉଦାହରଣ ଆପଣଙ୍କ ସାମ୍ନାରେ । ହୁଏତ ଅନ୍ୟ କିଏ ହୋଇଥିଲେ ହାର୍ କୁ ଗ୍ରହଣ କରି ନିଅନ୍ତା, ଜୟନ୍ତୀ କିନ୍ତୁ କେବେ ଥକି ନ ଯାଇ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା । ନୁହେଁ ତ ଆଉ କଣ? ଏଇ ଦେଖୁନାହାନ୍ତି, ଜନ୍ମରୁ ଭିନ୍ନକ୍ଷମ, ଜୟନ୍ତ୍ରୀ ଟିଗା କେମିତି ନିଜ ହାତକୁ ସାହାର ବନାଇ ପ୍ରତିକୁଳ ପରିସ୍ଥିତିର ସମ୍ମୁଖିନ ହେଉଛନ୍ତି ଆଉ ଆଗକୁ ବଢୁଛନ୍ତି ।

Sundergarh International Womens Day
Advertisment
Advertisment