• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

IT Raids
ସରୁନି ଟଙ୍କା ଗଣତି କି ମିଳୁନି ହିସାବ; ପୁଣି ବ୍ୟାଙ୍କ ଲକରରୁ ମିଳିଲା ବ୍ୟାଗ୍ ଭର୍ତ୍ତି ଅଳଙ୍କାର

୫ଦିନର ରେଡ୍ ଓ ଗଣତିରୁ ମିଳିଛି ୩୩୦ କୋଟିରୁ ଅଧିକ ନଗଦ ଟଙ୍କା...ଆଉ ଷଷ୍ଠଦିନର ରେଡରେ ଆଜି ଧରାପଡ଼ିଛି ବ୍ୟାଙ୍କ ଲଙ୍କରରେ ଲୁଚାଇ ରଖାଯାଇଥିବା ପୁଳାପୁଳା ସୁନା । ସେହି ସମାନ ଅଞ୍ଚଳ, ସେହି ସମାନ ମାଲିକଙ୍କ ପାଖରୁ ଜବତ ହୋଇଛି ଏହି ଧନସମ୍ପତ୍ତି ।

  • Monday, 11 December 2023
Lootera
ATM କାଟି ଲୁଟିନେଲେ ସାଢ଼େ ୧୦ ଲକ୍ଷ ଟଙ୍କା

ରବିବାର ରାତିରେ ଲୁଟେରାଙ୍କ ନିଶାନା ପାଲଟିଛି ଲିଙ୍ଗରାଜ ଥାନା ଅଞ୍ଚଳ। ସ୍ଥାନୀୟ ହାଟସାହିର SBI ATMରୁ ଦୁର୍ବୃତ୍ତ ଲୁଟିନେଇଛନ୍ତି ୧୦ ଲକ୍ଷରୁ ଅଧିକ ଟଙ୍କା। ଗ୍ୟାସ୍ କଟରରେ ଏଟିଏମକୁ କାଟିବା ପରେ ପୁରା କ୍ୟାସ୍ ଚ୍ୟାମ୍ବରରେ କଳାକନା ବୁଲାଇ ଚଂପଟ୍ ମାରିଥିଲେ ଲୁଟେରା। ସିସିଟିଭିରୁ ବର୍ତ୍ତିବା ପାଇଁ ତା ଉପରେ କିଛି ଲିକୁଇଡ୍ ସ୍ପ୍ରେ କରିଥିଲେ।

  • Monday, 11 December 2023
Satavaya
ମହାବାତ୍ୟା ପରଠୁ... ସାତଭାୟାର ଏ ଦାଦନ ଦୁଃଖ

୧୯୯୯ ମହାବାତ୍ୟା ପରଠୁ ଏମିତି ନିୟମିତ ଚାଲିଛି। ପରିବାର- ପିଲାଛୁଆ ଧରି ଦି ପଇସା କମେଇବାକୁ ଗାଁଠୁ ହଜାର ହଜାର କିଲୋମିଟର ଦୂର ଚେନ୍ନାଇ ଓ କେରଳ ଧାଉଁଥିବା ସାତଭାୟାର ଲୋକମାନେ କିଏ ଇଟା ଭାଟିରେ ତ କିଏ ସୂତାକଳରେ ତ ପୁଣି କିଏ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମ କରୁଛନ୍ତି ।

  • Monday, 11 December 2023
Desi Liquor
ଦେଶୀ ମଦ କାରାବାରରେ ହେଉଛି କି ସ୍କାମ ?

ଓଡ଼ିଶାରେ ଦେଶୀ ମଦର ସାମ୍ରାଜ୍ୟ କେତେ ବଡ଼ ? ରାଜ୍ୟରେ କେତେ ଲୋକ ପିଉଛନ୍ତି ଦେଶୀ ? ଦେଶୀ ମଦ କାରାବାରରେ ହେଉଛି କି ସ୍କାମ ? ଅସାଧୁ ମଦ ବେପାରୀଙ୍କ ସାମ୍ରାଜ୍ୟ କେବଳ ପଶ୍ଚିମ ଓଡ଼ିଶାରେ ସୀମିତ, ନା ଏହା କବଳରେ ସାରା ଓଡ଼ିଶା ? କେମିତି ଅସାଧୁ ଉପାୟରେ କୋଟି କୋଟି କମାଉଛନ୍ତି ମଦ ବେପାରୀ ?

  • Monday, 11 December 2023
Vishnu Deo Sai
ବାଜିଲା ମୋହର; ଛତିଶଗଡ଼ରେ ହେବ ବିଷ୍ଣୁଦେଓ ସରକାର

ବିଜେପି ବିଧାୟକ ଦଳ ବୈଠକରେ ବିଷ୍ଣୁଦେଓଙ୍କ ନାଁରେ ମୋହର । ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଜଣାଶୁଣା ଆଦିବାସୀ ଚେହେରା ବିଷ୍ଣୁଦେଓ ସାଏ ହେବେ ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ ।

  • Sunday, 10 December 2023
Odisha Crime Rate
NCRB Report; ଦୋଷୀ ସାବ୍ୟସ୍ତ ହାରରେ ସବା ତଳେ ଓଡ଼ିଶା

୧୯୯୬ ଜୁଲାଇ ୧୧ । ଭୁବନେଶ୍ୱର ବରମୁଣ୍ଡାରେ ଘଟିଥିଲା ଟ୍ରିପଲ ମର୍ଡର । ଏ ଘଟଣାର ଦୀର୍ଘ ୨୭ ବର୍ଷ ପରେ, ଗତ ଅକ୍ଟୋବର ୨୦ରେ ମୃତକ ପରିବାରକୁ ମିଳିଲା ନ୍ୟାୟ । ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ ଭୁବନେଶ୍ୱର ଏଡିଜେ କୋର୍ଟ। ହେଲେ ଅଧିକାଂଶ ମାମଲାରେ କିନ୍ତୁ କୋର୍ଟରୁ ନିର୍ଦ୍ଦୋଷରେ ଖଲାସ ହୋଇଯାଉଛନ୍ତି ଅଭିଯୁକ୍ତ ।

  • Sunday, 10 December 2023
IT Raid
ଗଦା ଗଦା ଟଙ୍କା, ଯେତେ ଗଣିଲେ ସରୁନି

ଟଙ୍କାର ଦେଖି ଦେଖି ସେହି ଟଙ୍କା ଆଉ ଟଙ୍କା ଭଳି ଲାଗୁନି । ଯୁଆଡ଼େ ଚାହିଁବେ ସେଆଡ଼େ ଗଦା ଗଦା ନୋଟ୍, ଯାହାକୁ କ୍ରମାଗତ ଗଣିବା ପରେ ଓ ଦେଖିଲା ପରେ ଆଉ ଟଙ୍କା ନୁହେଁ, ବରଂ କାଗଜ ଭଳି ଫିଲ୍ ହେଉଛି । ଏଭଳି କହିଛନ୍ତି ବ୍ୟାଙ୍କ କର୍ମଚାରୀ । ଆଜିକୁ ୫ ଦିନ ହୋଇଗଲା। ନା ସରୁଛି ଟଙ୍କା ଗଣା, ନା ଫୁରସତ ପାଉଛନ୍ତି ବଲାଙ୍ଗିର SBI କର୍ମଚାରୀ।

  • Sunday, 10 December 2023
Odisha Politics
ଗେମ୍ ଚେଞ୍ଜର ବଦଳରେ ବୁମେରାଂ ହେବ କି ଆମ ଓଡ଼ିଶା ନବୀନ ଓଡ଼ିଶା ?

ଗେମ୍ ଚେଞ୍ଜର ବଦଳରେ ବୁମେରାଂ ହେବ କି ଆମ ଓଡ଼ିଶା ନବୀନ ଓଡ଼ିଶା ? ଯୋଜନା ଆଳରେ ମଇଦାନକୁ ପରୋକ୍ଷରେ ପ୍ରାର୍ଥୀଙ୍କୁ ଓହ୍ଲାଇଲା କି ବିଜେଡି? ସଂଯୋଜକ ପଦବି ପାଇଲେ ୨୪ ନିର୍ବାଚନ ପାଇଁ ଲବିରେ ଥିବା ନେତା। ଯୋଜନା ଆଳରେ କର୍ମୀ ଓ ଲୋକଙ୍କ ସହ ଆଗୁଆ ସଂପର୍କ ମଜଭୁତ କରିବାକୁ ଷ୍ଟ୍ରାଟେଜି।

  • Sunday, 10 December 2023
Autonomous College
ପିଲାଙ୍କ ଭବିଷ୍ୟତ ସହ ଖେଳ; ବିନା ଅନୁମୋଦନରେ ଅଟୋନମସ୍ କଲେଜରେ ଚାଲିଛି ପ୍ରଫେସନାଲ କୋର୍ସ

ଛାତ୍ରଛାତ୍ରୀଙ୍କ କ୍ୟାରିଅର ପ୍ରଭାବିତ ହେବା ସହ ଶିକ୍ଷାନୁଷ୍ଠାନଗୁଡ଼ିକ ନିଜର ବିଶ୍ୱସନୀୟତା ହରାଉଥିବା ଉଚ୍ଚଶିକ୍ଷା ବିଭାଗ ସ୍ପଷ୍ଟ କରିଛି । AICTE ଅନୁମୋଦନ ଲାଗି କଲେଜଗୁଡ଼ିକ ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ସ୍ୱୟଂ ଶାସିତ ମହାବିଦ୍ୟାଳୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛି ।

  • Sunday, 10 December 2023
Shree Jagannath Temple
ଜଗନ୍ନାଥ ସଂସ୍କୃତି, ପରମ୍ପରାକୁ ନେଇ ମ୍ୟୁଜିୟମ ପ୍ରତିଷ୍ଠା ଦାବି

ଓଡିଶାର ପରିଚୟ ପୁରୀ ଶ୍ରୀମନ୍ଦିରରେ ନାହିଁ ସଂଗ୍ରହାଳୟ। କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କରାଯାଉଛି, କିନ୍ତୁ ସଂଗ୍ରହାଳୟର ପରିକଳ୍ପନା ନାହିଁ।

  • Sunday, 10 December 2023
Delay in construction
କେବେ ସରିବ ଟାଉନ୍ ହଲ୍ କାମ?

୪ବର୍ଷରୁ ଅଧିକ ସମୟ ହେଲା ଚାଲିଛି ପୁନରୁଦ୍ଧାର କାମ । କେବେ ସରିବ କାମ ଆଉ କେବେ ଆୟୋଜିତ ହେବ ବିଭିନ୍ନ କାର୍ଯ୍ୟକ୍ରମ । ରାଇରଙ୍ଗପୁର ପୌରପରିଷଦରେ ଥିବା ନିର୍ମାଣାଧୀନ ଟାଉନ୍ ହଲକୁ ନେଇ ଅସନ୍ତୋଷ ।

  • Sunday, 10 December 2023
Orphan girl
ବାପା ଯିବାପରେ, ମୂଲ ଆଣିଲେ ଚୁଲି ଜଳୁଛି

ଆଶା ରଖିଥିଲେ ପାଠ ପଢ଼ିବେ, ବ୍ୟାଙ୍କରେ ଚାକିରି କରିବେ । ସେଥିପାଇଁ ବାପା ତାଙ୍କୁ ବି.କମରେ ପାଠ ପଢ଼ାଉଥିଲେ । ହେଲେ ହଠାତ୍ ବାପାଙ୍କ ପରଲୋକ ପରେ ସବୁକିଛି ଏପଟ୍ ସେପଟ୍ ହୋଇଗଲା । ଆଉ ପେଟ ଚାଖଣ୍ଡକ ପାଇଁ ପର ଦୁଆରେ ମୂଲ ଲାଗିବାକୁ ପଡ଼ିଲା ।

  • Sunday, 10 December 2023
Mahatma Gandhi Statue
ଗାନ୍ଧି ବେଶରେ ଭିକ୍ଷାବୃତ୍ତି କେତେ ଗ୍ରହଣୀୟ?

ବାଲିଯାତ୍ରାରେ ଗାନ୍ଧି ବେଶ ଧାରଣ କରି ଭିକ୍ଷାବୃତ୍ତି କରିବା କେତେ ଗ୍ରହଣୀୟ?

  • Sunday, 10 December 2023
Arts teacher
ନିଆରା ଆର୍ଟିଷ୍ଟ ସମରେନ୍ଦ୍ର

ଶାଗୁଆନ ପତ୍ରରେ ଏତେ ସୁନ୍ଦର ଓ ଅବିକଳ କାରୁକାର୍ଯ୍ୟ ହୋଇପାରେ । ଦେଖନ୍ତୁ ଏହି ଆର୍ଟ ଗୁଡ଼ିକୁ । କିପରି ନିଖୁଣ ଭାବରେ ଗୋଟିଏ ପରେ ଗୋଟିଏ ମହାପୁରୁଷ ଓ ବିଶିଷ୍ଟ ବ୍ୟକ୍ତିଙ୍କ ଚିତ୍ର ଅଙ୍କିତ ହୋଇଛି ଶାଗୁଆନ ପତ୍ରରେ । ଆଉ ଏହି କଳାର ବିନ୍ଧାଣୀ ହେଉଛନ୍ତି କନ୍ଧମାଳ ଫୁଲବାଣୀ ସରକାରୀ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟର କଳା ଶିକ୍ଷକ ସମରେନ୍ଦ୍ର ବେହେରା ।

  • Sunday, 10 December 2023
Balijatra
ଐତିହାସିକ ବାଲିଯାତ୍ରାରେ ହୋଇଛି କି ମାଳମାଳ ଦୁର୍ନୀତି ? ସଫେଇ କାର୍ଯ୍ୟରେ ଶହ ଶହ କଲେଜ ଛାତ୍ରଛାତ୍ରୀ

ଐତିହାସିକ ମେଳାରେ ମାଳ ମାଳ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି ବିରୋଧୀ। ବାଲିଯାତ୍ରା ସରିବାର ୩ ଦିନ ପରେ ବି ପଡ଼ିଆରେ ଆବର୍ଜନା ପଡ଼ି ରହିଥିବା ବେଳେ, ସଫେଇ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ଶହ ଶହ କଲେଜ ଛାତ୍ରଛାତ୍ରୀ।

  • Saturday, 09 December 2023
BJP
ରାଜ୍ୟ ପାଇଁ ବିଜେପିର ମେଗା ପ୍ଲାନ୍; ଗାଁକୁ ଫୋକସ୍ କରୁଛି ଦଳ

୧୨ଶହ ପଞ୍ଚାୟତ ଗସ୍ତ ସରିଲାଣି। ବାକି ୫ ହଜାର ପଞ୍ଚାୟତକୁ ଶୀଘ୍ର ଗସ୍ତ କରିବେ ସାଂସଦ, ବିଧାୟକ, ପଦାଧିକାରୀ ଏବଂ କାର୍ଯ୍ୟକର୍ତ୍ତା। ଶୀର୍ଷ ନେତୃତ୍ୱଙ୍କଠାରୁ ଆରମ୍ଭ କରି ସାଧାରଣ କାର୍ଯ୍ୟକର୍ତ୍ତା ପର୍ଯ୍ୟନ୍ତ ପଞ୍ଚାୟତ ଗସ୍ତରେ ଯିବେ।

  • Saturday, 09 December 2023
Accident
ଜୀବନ ନେଉଛି ବେପରୁଆ ଗାଡ଼ି ଚାଳନା; ରିପୋର୍ଟ ଦେଲା NCRB 

ଓଭର ସ୍ପିଡିଂ, ବେପରୁଆ ଡ୍ରାଇଭିଂ, ମଦ୍ୟପାନ କରି ଗାଡ଼ି ଚାଳନା। ରାଜ୍ୟରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁର ବଡ଼ କାରଣ। NCRB ଦ୍ବାରା ପ୍ରକାଶିତ ସଦ୍ୟତମ ରୋଡ୍ ଆକ୍ସିଡେଣ୍ଟସ୍ ଆଣ୍ଡ ସୁଇସାଇଡ୍ ଇନ୍ ଇଣ୍ଡିଆ ରିପୋର୍ଟରୁ ମିଳିଛି ଏମିତି ଚିନ୍ତାଜନକ ତଥ୍ୟ।

  • Saturday, 09 December 2023
We have increased the number of machines and 50 staffs have been engaged: Bank Manager
ସରୁନି ଟଙ୍କା ଗଣା; ଟପିପାରେ ୫ଶହ କୋଟି

ଓଡ଼ିଶାର ପଛୁଆ ଜିଲ୍ଲାରେ ଠାବ ମଦ ଟଙ୍କାର ପାହାଡ଼କୁ ନେଇ ଦେଶବ୍ୟାପି ଚର୍ଚ୍ଚା । କୁହାଯାଉଛି, ଆୟକର ବିଭାଗର ଚଢ଼ାଉରେ ଏତେ ପରିମାଣର ନଗଦ ଅର୍ଥ ମିଳିବା ଏହା ଦେଶର ସର୍ବକାଳୀନ ରେକର୍ଡ ।

  • Saturday, 09 December 2023
Manmohan Samal
ଆଇଟି ରେଡ୍‌; ମୁଖ୍ୟମନ୍ତ୍ରୀଙ୍କୁ ବିଜେପିର ସିଧା ନିଶାନା

କିଏ କହୁଛି ୨ ଶହ କୋଟି, କାହାର ଆକଳନ ୫ ଶହ କୋଟି । ରାଜ୍ୟର ଦେଶୀ ମଦଭାଟି ଉପରେ ଆଇଟି ରେଡରୁ ପ୍ରଥମ କରି ଏମିତି ଟଙ୍କାର ପାହାଡ଼ ଠାବ ହେବାକୁ ନେଇ ସାରା ଦେଶରେ ଚହଳ, ହୁଲସ୍ତୁଲ ରାଜ୍ୟ ରାଜନୀତି । ରାଜ୍ୟ ବିଜେପିର ସିଧା ନିଶାନାରେ ନବୀନ ସରକାର ।

  • Saturday, 09 December 2023
AC tunnel project
ଜଗାଦାଣ୍ତରେ ଆରମ୍ଭ ହେଲା ଟନେଲ୍‌, ପ୍ରଥମରୁ କେଁ

ମରିଚିକୋଟ ଛକର ଏଇ ଧର୍ମଜ୍ୟୋତି ଲଜିଂଠୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଯାଏ ଲମ୍ବିବ ଟନେଲ ସଦୃଶ ଶୀତତାପ ନିୟନ୍ତ୍ରିତ ବ୍ୟାରିକେଡ୍ । ୧୨ ମିଟର ଚୌଡ଼ା, ୮୪ ମିଟର ଲମ୍ବ ।

  • Thursday, 07 December 2023
Tribal Vote
ଆଦିବାସୀଙ୍କୁ ନେଇ ଡବଲ୍ ଷ୍ଟାଣ୍ତାଡ୍‌ ପଲିଟିକ୍ସ କରୁଛି BJD !

ରାଜ୍ୟରେ ଆଦିବାସୀ ବିରୋଧ ନୀତି ! ଦିଲ୍ଲୀରେ କିନ୍ତୁ ଆଦିବାସୀକୁ ଦରଦ । ବିଜେଡିର ଏଭଳି ଡବଲ୍ ଷ୍ଟାଣ୍ଡକୁ ନେଇ ଉଠିଲା ପ୍ରଶ୍ନ । ଛତିଶଗଡ଼ ଓ ମଧ୍ୟପ୍ରଦେଶ ନିର୍ବାଚନ ଫଳାଫଳକୁ ନେଇ ଭୟଭୀତ କି ବିଜେଡି ?

  • Thursday, 07 December 2023
IT Raid
ସକାଳୁ ରାତି ହେଲାଣି ଟଙ୍କା ଗଣା ସରୁନି

ବିଡା ବିଡା ନୋଟ୍ ଥାକ ମାରି ଥୁଆ ହୋଇଛି । ଶହେ, ଦୁଇ ଶହ, ପାଂଚ ଶହ ଟଙ୍କିଆ ନୋଟରେ ଭର୍ତ୍ତି ଆଲମାରି । ଆଲମାରୀ ତ ନୁହେଁ, ଟଙ୍କାର ଭଣ୍ଡାର । ଆଉ ଏହି ଭଣ୍ଡାର ମିଳିଛି ଦେଶୀ ମଦ ଭାଟିରୁ । ବଲାଙ୍ଗୀର ସୁଦପଡା ମଦ ଭାଟିରେ ରେଡ୍ ବେଳେ ଆୟକର ବିଭାଗ ହାତରେ ଲାଗିଛି ଟଙ୍କା ଭର୍ତ୍ତି ସିନ୍ଦୁକ । ଯାହାକୁ ଦେଖି ତାଜୁବ ଆୟକର ଟିମ୍ ।

  • Thursday, 07 December 2023
Farmers affected after heavy rain
ଅଦିନିଆ ବର୍ଷା ଭାଙ୍ଗିଦେଲା ଚାଷୀର ଅଣ୍ଟା

କେଉଁଠି ବର୍ଷା ପବନରେ ଧାନ ଗଛ ଏମିତି ପଡ଼ି ଯାଇଛି, କେମିତି ଧାନ କାଟିବ ଚାଷୀ, ମୁଣ୍ଡକୁ ବୁଦ୍ଧି ଆସୁନି । ବାଧ୍ୟ ହୋଇ ଆଖୁ ଭେଳା ପରି ଧାନ ଭେଳା କରୁଛି ଚାଷୀ। ରାଜ୍ୟର କୌଣସି ଅଞ୍ଚଳ ବାଦ୍ ପଡ଼ିନି।

  • Thursday, 07 December 2023
motor vehicle tax
ବକେୟା ମୋଟରଯାନ ଟିକସ ଛାଡ଼ କରିବେ ସରକାର

ବିଶେଷଜ୍ଞଙ୍କ ମତ ଦୀର୍ଘ ଦିନରୁ ପଡ଼ିରହିଥିବା ଏହି ଟିକସ ଓ ଜରିମାନାର ଆନୁମାନିକ ମୂଲ୍ୟ ୫ ଶହ କୋଟିରୁ ଅଧିକ ହେବ। ଏଭଳି ନିଷ୍ପତ୍ତି ଦ୍ୱାରା ରାଜ୍ୟ ପ୍ରାୟ ୫୦୦ କୋଟିର କ୍ଷତି ସହିବ। ପ୍ରଶ୍ନ ଉଠୁଛି କାହିଁକି ହୋଇପାରୁନାହିଁ ଟିକସ ଆଦାୟ ? ପରିବହନ ଅଧିକାରୀ ଟିକସ କିମ୍ବା ଜରିମାନା ଆଦାୟରେ ପଛୁଆ କାହିଁକି ?

  • Thursday, 07 December 2023
Crimes In Odisha
ରାଜଧାନୀରେ ମାତିଛନ୍ତି ବଞ୍ଜାରା ଗ୍ୟାଙ୍ଗ୍

ରାଜଧାନୀରେ ମାତିଛନ୍ତି ବଞ୍ଜାରା ଗ୍ୟାଙ୍ଗ୍ । ପାର୍ବଣ ବେଳେ ଲୁଟିଲେ, ଏବେ ବିବାହ ଋତୁକୁ ଟାର୍ଗେଟ୍ । ଘରେ କଳା କନା ବୁଲାଉଛନ୍ତି ଏହି ଗ୍ୟାଙ୍ଗର ସଦସ୍ୟ । ସପ୍ତାହକ ଭିତରେ ସାମ୍ନାକୁ ଆସିଲାଣି ୭ଟି ମାମଲା । ଅପରାଧ ସମୀକ୍ଷା ବୈଠକରେ ସମସ୍ତ ଥାନା ଅଧିକାରୀଙ୍କୁ ତାଗିଦ କରିବା ସହ ଗ୍ୟାଙ୍ଗକୁ କିପରି କାବୁ କରିହେବ ଟିପ୍ସ ଦେଇଛନ୍ତି ଡିସିପି ।

  • Wednesday, 06 December 2023