ମୁହଁ ଫେରାଇ ନେଇଛନ୍ତି ଅଲିଭ ରିଡଲେ । ଖୁବ୍ କମ୍ ସଂଖ୍ୟାରେ ଆସିଛନ୍ତି । ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ କହିଛନ୍ତି, ଜଳବାୟୁ ପରିବର୍ତ୍ତନ ଏକ କାରଣ ହୋଇ ଥାଇପାରେ ।
ମେ’ ୧୪ରେ କଳାହାଣ୍ଡି ଜିଲ୍ଳାପାଳଙ୍କୁ ଯୋଗାଣ ନିଗମର MD ଶୁଭମ୍ ସକ୍ସେନା ଲେଖିଛନ୍ତି, କୋରାପୁଟରୁ କଳାହାଣ୍ଡି ଜିଲ୍ଲାର ମିଲର୍ ରବି ଧାନ ସଂଗ୍ରହ କରିବେ ।
ଏଣେ ରାଜ୍ୟର ବଡ଼ ପରିବା ମଣ୍ଡି ଭୁବନେଶ୍ୱରର ୧ ନମ୍ବର ହାଟ ହେଉକି କଟକର ଛତ୍ରବଜାର ଅବା ବାଲେଶ୍ୱରର ନୂଆ ବଜାର ସବୁଠି ଦର ଉଣା-ଅଧିକେ ପ୍ରାୟ ସମାନ ।
ପ୍ରଶ୍ନ ଉଠୁଛି କାହିଁକି ବିଜେଡିର ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତଙ୍କ ମାଲିକାନାରେ ଥିବା ଏହି ସଂସ୍ଥାକୁ ଅହେତୁକ ଅନୁକଂପା ଦେଖାଇଥିଲେ ବିଜେଡି ସରକାର ଆଉ ଅଧିକାରୀ ?
ରାଜ୍ୟ ସ୍ୱାର୍ଥ ପାଇଁ ଏଥର ଦିଲ୍ଲୀରେ ପ୍ରମୁଖ ବିରୋଧୀ ଦଳ ଭାବେ କାମ କରିବାକୁ ନବୀନ ଦେଇଛନ୍ତି ଗୁରୁମନ୍ତ୍ର।
ବିଜେଡିର ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତଙ୍କ ମାଲିକାନାରେ ଥିବା ଭୁବନେଶ୍ବରସ୍ଥିତ କିସ୍ କୁ ଜଙ୍ଗଲ ଜମି ଆବଂଟନ ମାମଲାରେ ବଡ଼ ଟ୍ବିଷ୍ଟ୍। ଚନ୍ଦକା ବନ୍ୟଜନ୍ତୁ ଡିଭିଜନ ଅଧୀନରେ ଥିବା ୪.୦୩୨ ହେକ୍ଟର ଜଙ୍ଗଲ ଜମିର କିସମ ପରିବର୍ତ୍ତନ ପ୍ରକ୍ରିୟାକୁ ସ୍ଥଗିତ ରଖିବା ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍ ଓରାମଙ୍କ ନିର୍ଦ୍ଦେଶ।
୨୪\' ନିର୍ବାଚନରେ ପରାଜୟ ପରେ ନବୀନ, ତାଙ୍କ ଅନ୍ଦାଜ ଆଉ ନବୀନ ନିବାସରେ ଆସିଛି ଢେର୍ ପରିବର୍ତ୍ତନ। ନବୀନଙ୍କ ଦୁଇଟି କଥାକୁ ନେଇ ଏବେ ଚର୍ଚ୍ଚା। ପ୍ରଥମଟି କର୍ମୀଙ୍କୁ ଏକଜୁଟ୍ ରହିବାକୁ ଆହ୍ୱାନ। ଆଉ ଅନ୍ୟଟି ନିର୍ବାଚନ ପରାଜୟର ସମୀକ୍ଷା ନକରି ନିତି ନବୀନ ନିବାସକୁ ନେତାଙ୍କୁ ଡାକି ଆଲୋଚନା। ତେବେ ଏହା କଣ ସୂଚାଉଛି? କଣ ବିଭାଜନ ଆଡକୁ ମୁହାଁଇଛି କିବିଜେଡି?
ଭୁଶୁଡ଼ି ପଡ଼ୁଛି ଲାଲଗଡ଼, ଉଜୁଡ଼ି ଯାଉଛି ମାଓ ଶିବିର । ଯବାନଙ୍କ ଲଗାତାର ଏନକାଉଣ୍ଟର ଆଗରେ ଧରାଶାୟୀ ମାଓବାଦୀଙ୍କ ଆର୍ଥିକ ମେରୁଦଣ୍ଡ । ଆଉ ଶେଷରେ ନକଲି ନୋଟକୁ ଅସ୍ତ୍ର କରି ନୂଆ ଚାଲ୍ ଖେଳୁଛି ଲାଲବାହିନୀ।
ଶ୍ରୀମନ୍ଦିର ପାଇଁ କେବେ ନିଯୁକ୍ତ ହେବେ ସ୍ଥାୟୀ ମୁଖ୍ୟ ପ୍ରଶାସକ? ମହାପ୍ରଭୁଙ୍କ ନୀତିରେ ବାରମ୍ବାର ବିଭ୍ରାଟ, ଆଗକୁ ପୁଣି ରଥଯାତ୍ରା। ତାସହିତ ରତ୍ନଭଣ୍ଡାର ଖୋଲାଯିବା ପ୍ରସଙ୍ଗରେ ବି ଏଯାଏଁ କୌଣସି ନିଷ୍ପତ୍ତି ହୋଇନି।
ଚଳିତବର୍ଷ ଏଯାଏଁ ସ୍ବାଭାବିକ ବର୍ଷା ତୁଳନାରେ ୩୯ ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଛି। ଫଳରେ ଶୁଖିଲା ପଡିଛି ଜଳଭଣ୍ଡାର। ଆଉ ଏହାର ସିଧାସଳଖ ପ୍ରଭାବ ପଡିଛି ପିଇବା ପାଣି, ଜଳସେଚନ ଓ ବିଦ୍ୟୁତ୍ ଉତ୍ପାଦନ ଉପରେ।
ଆସନ୍ତା ଜୁନ୍ ୩୦ରେ ସରୁଛି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ବର୍ଦ୍ଧିତ କାର୍ଯ୍ୟକାଳ। ଏପରି ସ୍ଥଳେ କିଏ ହେବେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ହାତୀବେଶରେ ଦର୍ଶନ ଦେଉଛନ୍ତି ମହାବାହୁ। ପବିତ୍ର ସ୍ନାନ ପୂର୍ଣ୍ଣିମାରେ ଆଜି ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମରେ ଲୋକାରଣ୍ୟ ହୋଇଛି ଶ୍ରୀକ୍ଷେତ୍ର ପୁରୀ।
ମଣ୍ଡିରେ ଅସହ୍ୟ କଟନି ଛଟନି ନାଁରେ ଚାଷୀଙ୍କୁ ଶୋଷଣ । କେଉଁଠି ବସ୍ତା ପ୍ରତି ୨ରୁ ୩ କିଲୋ କାଟ୍, ତ କେଉଁଠି ଉଠୁନି ଧାନ । ମିଲର୍ସ ଓ ଯୋଗାଣ ଅଧିକାରୀଙ୍କ ମଧ୍ୟରେ ସଲାସୁତରା ଅଭିଯୋଗ ।
ସାଧାରଣ ନିର୍ବାଚନରେ ବିଜେଡି ପରାଜୟ ପରେ ଦଳରେ ତୀବ୍ର ହେଉଛି ଗୋଷ୍ଠୀ କନ୍ଦଳ। ଆଗରୁ ଭିତରେ ଭିତରେ ହେଉଥିଲା ଏବେ ଖୋଲାଖୋଲି। ରାଜ୍ୟର ଦୁଇ ପ୍ରମୁଖ ମହାନଗର ନିଗମ କମିଟି ନିର୍ବାଚନରେ ସାମ୍ନାକୁ ଆସିଛି ଦଳ ଭିତରେ ବିବାଦ।
ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ରୋକିବାକୁ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ କଠୋର ଦଣ୍ଡ ବ୍ୟବସ୍ଥା ସହ ଲାଗୁ ହେଲା 'ଆଣ୍ଟି ପେପର୍ ଲିକ୍' ଆଇନ ରହିଛି ୧୦ ବର୍ଷ ଯାଏଁ ଜେଲ୍ ଓ କୋଟିଏ ଟଙ୍କା ଜରିମାନା ଭଳି ପ୍ରାବଧାନ ।
ତାଙ୍କ ବୟସ ୧୨୭ ହେଲେ ଶରୀରରେ ଜୋସ୍ ୧୭ ବର୍ଷର। ଶରୀର ସିନା ବୁଢ଼ା ହୋଇଗଲାଣି କିନ୍ତୁ ମନ ଏବେବି ରହିଛି ଯବାନ। ଏ ବୟସରେ ସେ କରୁଥିବା ଯୋଗାସନ କରିବା ଜଣେ ଯୁବକ ପାଇଁ କାଠିକର ପାଠ ।
ବଉଳ କାଠ ଆଉ କାଳିଆ ସାଆନ୍ତ। ପ୍ରତିବର୍ଷ ଏ ସମ୍ପର୍କର କଥା ଉଠେ। କାଳିଆ ଠାକୁରଙ୍କ ଦାରୁ ଦେହକୁ ନିଜ ଛାତିରେ ଧରିରଖେ ଏହି ବଉଳ କାଠର ସାଜ। ନାଁ ତାର ସେନାପଟା। ହେଲେ ମହାପ୍ରଭୁ କାହିଁକି ଏଥିରେ ବନ୍ଧା ହୁଅନ୍ତି ଜାଣିଛନ୍ତି କି?
ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼ । ସବୁ ସୀମା ଡେଇଁଲେ ବିଦ୍ରୋହୀ । ସଂଘବଦ୍ଧ ହୋଇ କଂଗ୍ରେସ ଭବନକୁ ଧସେଇ ପଶିଲେ ।
ଧରାପଡ଼ିଗଲା ଭଉଣୀର ମିଛ କିଡନାପ୍ ଡ୍ରାମା । ପ୍ରେମିକ ସହ ଘର ବସାଇବା ପ୍ଲାନର ପର୍ଦ୍ଦାଫାସ୍ । ଭାଇଠୁ କୋଟିଏ ଟଙ୍କା ଝଡ଼ାଇବାକୁ ଉଦ୍ୟମ କରୁଥିଲା ଭଉଣୀ ।
ବିଶ୍ବର କୋଣ, ଅନୁକୋଣ ଏବଂ ଦେଶର ଗଳି କନ୍ଦିରେ ଉଦଭାସିତ ହେଲା ଯୋଗମୁଦ୍ରାର ଚିତ୍ର। ଆଜି ୧୦ମ ଅନ୍ତର୍ଜାତୀୟ ଯୋଗ ଦିବସରେ, ଭାରତର ବହୁ ପ୍ରାଚୀନ ପରମ୍ପରାକୁ ଉତ୍ସାହର ପାଳନ କରିଛି ସମଗ୍ର ବିଶ୍ବ।
ଆସନ୍ତାକାଲି ଶ୍ରୀମନ୍ଦିର ରତ୍ନବେଦୀ ଛାଡ଼ି ସ୍ନାନମଣ୍ଡପକୁ ଓହ୍ଲାଇ ଆସିବେ ଚତୁର୍ଦ୍ଧା ମୂରତି । ୧୦୮ ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ। ଏଥିପାଇଁ ଜୋରଦାର ଚାଲିଛି ପ୍ରସ୍ତୁତି।
ଯୋଗ ଦେଇଛି ଦୁଃସାଧ୍ୟ ରୋଗରୁ ଉପଶମ । ବହୁ ଜଟିଳ ରୋଗର ସରଳ ସମାଧାନ ଯୋଗ। ବୃଦ୍ଧାବସ୍ଥାରେ ବି ଯୁବ ସୁଲଭ ଚେହେରା ଦେଖିବାକୁ ମିଳେ।
ରାଜ୍ୟରେ ବିଜେଡି ସରକାର ଗଲା, ବିଜେପି ସରକାର ଆସିଲା । ତଥାପି ଥମିଲାନି ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ଦ୍ବନ୍ଦ୍ବ । ଆଗାମୀ ରଥଯାତ୍ରା ବେଳେ ରତ୍ନଭଣ୍ଡାର ଖୋଲାଯିବା ନେଇ ଗତକାଲି ଜଣେ ଏଏସଆଇ ଅଧିକାରୀଙ୍କ ସୂଚନାକୁ ପରେ ଆଇନମନ୍ତ୍ରୀ ବିଭ୍ରାନ୍ତିକର ଦର୍ଶାଇ ଖଣ୍ଡନ କରିବା ପରେ ଶଙ୍କା ଆହୁରି ବଢିଛି ।
ନ୍ୟାସନାଲ ଟେଷ୍ଟିଂ ଏଜେନସି-NTAର ପାରିବା ପଣିଆକୁ ନେଇ ସନ୍ଦେହ ! ବିବାଦ ଘେରରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ । ଦେଶର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଖେଳ ଖେଳୁଥିବା ଅଭିଯୋଗରେ ଆଜି ରାଜଧାନୀ ଦିଲ୍ଲୀରେ ଏମିତି ଢଙ୍ଗରେ ତାତିଛନ୍ତି ବିଭିନ୍ନ ଛାତ୍ର ସଂଗଠନ ।
ଦିନକ ପରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ରତ୍ନବେଦୀ ଛାଡ଼ି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ମହାପ୍ରଭୁ। ସେଥିପାଇଁ ଆଜି ଜ୍ୟେଷ୍ଠ ତ୍ରୟୋଦଶୀ ତିଥିରେ ଦଇତାପତି ସେବାୟତମାନେ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି।