Advertisment

ଅବସର ପରେ ପୁନଃନିଯୁକ୍ତି ପାଇଥିବା ବାବୁଙ୍କ ତାଲିକା ମାଗିଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ଚିଠି ଲେଖି ୩ ଦିନ ମଧ୍ୟରେ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯାହାକୁ ନେଇ ସମସ୍ତ ବିଭାଗରେ ଏବେ ହଇଚଇ।

author-image
Satyendu Shekher Mishra

ଅବସର ପରେ ପୁନଃନିଯୁକ୍ତି ପାଇଥିବା ବାବୁଙ୍କ ତାଲିକା ମାଗିଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ। ନୂଆ ସରକାରଙ୍କ ଏଭଳି ଆଭିମୁଖ୍ୟରେ ଛାନିଆ ବିଜେଡିର ହାତବାରିସି ସାଜି ଏକ୍ସଟନସନ ନେଇଥିବା ଅଫିସର। ନିଜ ଆଡୁ ଆବଦେନ କଲେ ଇସ୍ତଫା। କିଏ କେଉଁଠି ହୋଇଛନ୍ତି ଥଇଥାନ? କେଉଁ ଅଧିକାରୀଙ୍କୁ ଅବସର ପରେ ବି ଦିଆଯାଇଛି ଏକ୍ସଟନସନ ? ତଥ୍ୟ ଦେବାକୁ ସମସ୍ତ ବିଭାଗକୁ CMOର ନିର୍ଦ୍ଦେଶ । ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ଚିଠି ଲେଖି ୩ ଦିନ ମଧ୍ୟରେ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯାହାକୁ ନେଇ ସମସ୍ତ ବିଭାଗରେ ଏବେ ହଇଚଇ।

Advertisment
Advertisment
Advertisment