ସାମ୍ନାକୁ ଆସିଲା ସିମ୍ ବକ୍ସ ମାଷ୍ଟର ମାଇଣ୍ଡ ଅସାଦ୍ଦୁର ଜମାନର ଫଟୋ । ତାକୁ ଧରିବା ପାଇଁ ସିବିଆଇ ଓ ଇଣ୍ଟରପୋଲର ସହାୟତା ନେବ କମିଶନରେଟ ପୋଲିସ । ସଫ୍ଟୱେର କମ୍ପାନୀ କରି ସ୍ମାର୍ଟ ସୁଇଚ ସହାୟତାରେ ସେ କିଭଳି ଚଳାଇଥିଲା ଆତଙ୍କୀ କାରବାର, ତା ଉପରେ ଖୋଳତାଡ଼ କରିବ ପୋଲିସ । ସେପଟେ ରାଜୁ ମଣ୍ଡଳକୁ ପୁଣି ଥରେ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ଆବେଦନ କଲା ପୋଲିସ ।
Published By: Satyendu Shekher Mishra
Last updated: 22 August 2024, 10:11 PM IST
ପୁରୀ ବଳଗଣ୍ଡି ଛକରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ସାମାନ୍ୟ ବଚସାରୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିବା ସୂଚନା । ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ କରିଛନ୍ତି ଅତରିକ୍ତ ଏସପି ।