Advertisment

ମାତ୍ର ବର୍ଷେ ପ୍ରସ୍ତୁତି; ୨୨ ବର୍ଷରେ ପାଇଗଲେ IAS

ଯେଉଁମାନେ IAS ପରୀକ୍ଷାରେ ଉତ୍ତୀର୍ଣ୍ଣ ହୁଅନ୍ତି ସେମାନେ କଠିନ୍ ପରିଶ୍ରମ କରନ୍ତି। ଅନେକଙ୍କୁ ବର୍ଷ ବର୍ଷ ପରିଶ୍ରମ କରିବାକୁ ପଡେ। କିନ୍ତୁ ୨୨ ବର୍ଷର ଏହି ଝିଅ ମାତ୍ର ଗୋଟିଏ ବର୍ଷରେ ପାଇଗଲେ IAS। ସିଏ କିଏ ଆସନ୍ତୁ ଜାଣିବା।

author-image
Pramod Behera
ଅଦ୍ୟତନ ହୋଇଛି
IAS Ananya Singh success story

IAS Ananya Singh success story

ପ୍ରତିବର୍ଷ ସିଭିଲ୍ ସର୍ଭିସ୍ ପାଇଁ ଲକ୍ଷ ଲକ୍ଷ ପ୍ରାର୍ଥୀ ପରୀକ୍ଷା ଦେଉଛନ୍ତି। ସେମାନଙ୍କର କଠିନ ପରିଶ୍ରମ ଓ ନିଷ୍ଠା ଯୋଗୁଁ ଅନେକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଦେଶର ପ୍ରଶାସନିକ ସେବାର ଏକ ଅଂଶ ହେଉଛନ୍ତି। ଏହି ପରୀକ୍ଷାରେ ଝିଅମାନଙ୍କ ସଂଖ୍ୟା ମଧ୍ୟ ପ୍ରତିବର୍ଷ ବୃଦ୍ଧି ପାଉଛି। ଅନେକ ଝିଅ ପ୍ରତିବର୍ଷ IAS ପରୀକ୍ଷାରେ ଉତ୍ତୀର୍ଣ୍ଣ ହୁଅନ୍ତି ଏବଂ ଦେଶର ଅନ୍ୟ ଝିଅମାନଙ୍କ ପାଇଁ ଏକ ଉଦାହରଣ ମଧ୍ୟ ପାଲଟନ୍ତି। ସିଭିଲ ସର୍ଭିସ ପରୀକ୍ଷା ଦେଶର ସବୁଠାରୁ କଠିନ ପରୀକ୍ଷା ବୋଲି ବିବେଚନା କରାଯାଏ।

Advertisment

ଏହି ପରୀକ୍ଷାରେ ସଫଳ ହେବା ନେଇ ପ୍ରାର୍ଥୀମାନେ ବର୍ଷ ବର୍ଷ ଧରି ପ୍ରସ୍ତୁତ ହୁଅନ୍ତି। କୋଚିଂ କ୍ଲାସ୍, ଗୁଗୁଲ୍ ଏବଂ ଆହୁରି ଅନେକ ନୋଟ୍ ମାଧ୍ୟମରେ ପ୍ରସ୍ତୁତ କରି ଏହି ପରୀକ୍ଷାରେ ବସିବାକୁ ହୁଏ। କିନ୍ତୁ ଏପରି ଅନେକ ଆଶାୟୀ ପ୍ରାର୍ଥୀ ମଧ୍ୟ ଅଛନ୍ତି ଯେଉଁମାନେ ପ୍ରଥମ ପ୍ରୟାସରେ IAS ପରୀକ୍ଷାରେ ସଫଳତା ପାଇଛନ୍ତି। ଏମାନଙ୍କ ମଧ୍ୟରୁ ମଧ୍ୟରୁ ଜଣେ ହେଉଛନ୍ତି ପ୍ରୟାଗର ଅନନ୍ୟା ସିଂ। ଅନନ୍ୟା ପ୍ରଥମ ପ୍ରୟାସରେ ୟୁପିଏସ୍‌ସି ପରୀକ୍ଷାରେ ପାସ୍ ହୋଇଥିଲେ। ସବୁଠୁ ବିଶେଷ କଥା ହେଉଛି ଯେ ସେ ଏହାକୁ ପାସ୍ କରିବାକୁ ମାତ୍ର ଗୋଟିଏ ବର୍ଷ ପାଇଁ ପ୍ରସ୍ତୁତ ହୋଇଥିଲେ। ତେବେ ଆସନ୍ତୁ ଜାଣିବା IAS ଅନନ୍ୟା ସିଂଙ୍କ ବିଷୟରେ।

ଅନନ୍ୟା ସିଂଙ୍କ ଶିକ୍ଷା:

ଅନନ୍ୟା ସିଂ ତାଙ୍କର ପ୍ରାରମ୍ଭିକ ଶିକ୍ଷା ପ୍ରୟାଗରେ ଶେଷ କରିଥିଲେ। ସେ ଆରମ୍ଭରୁ ହିଁ ଭଲ ପଢୁଥିଲେ। ସେ ୯୬ ପ୍ରତିଶତ ମାର୍କ ରଖି ଦଶମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ଓ ଦ୍ୱାଦଶ ପରୀକ୍ଷାରେ ୯୮.୨୫ପ୍ରତିଶତ ମାର୍କ ହାସଲ କରିଥିଲେ। ସେ ଜିଲ୍ଲା ସ୍ତରରେ CISCE ବୋର୍ଡରୁ ଦଶମ ଏବଂ ଦ୍ୱାଦଶରେ ଶୀର୍ଷରେ ରହିଛନ୍ତି ରହିଥିଲେ।

Advertisment

ଦ୍ୱାଦଶ ପରେ ଅନନ୍ୟା ଅଧିକ ପଢା ପାଇଁ ଦିଲ୍ଲୀର ଶ୍ରୀରାମ କଲେଜ ଅଫ୍ କମର୍ସରେ ନାମ ଲେଖାଇ ଏଠାରୁ ଅର୍ଥନୀତିରେ ସ୍ନାତକ ହାସଲ କରିଥିଲେ।

IAS ହେବାର ଯାତ୍ରା:

ପିଲାଦିନରୁ ଅନନ୍ୟା IAS ହେବାର ସ୍ୱପ୍ନ ଦେଖିଥିଲେ। ଏହି ସ୍ୱପ୍ନକୁ ପୂରଣ କରିବା ପାଇଁ ସ୍ନାତକୋତ୍ତରର ଶେଷ ବର୍ଷରେ ଅନନ୍ୟା UPSC ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ଅନନ୍ୟା ଯିଏକି ପାଠ ପଢାରେ ଖୁବ୍ ଭଲ ଥିଲେ, ସେ IAS ହେବାର ଲକ୍ଷ୍ୟ ପୂରଣ କରିବା ପାଇଁ ପ୍ରତିଦିନ ୭-୮ ଘଣ୍ଟା ପଢୁଥିଲେ। ଏକ ବର୍ଷ ପାଇଁ ସେ କଠିନ ପରିଶ୍ରମ କରିଥିଲେ।

ଏହା ପରେ UPSC ପରୀକ୍ଷା ଫର୍ମ ପୂରଣ କରିଥିଲେ। ଆରମ୍ଭରୁ ସେ ପ୍ରି ଏବଂ ମେନ୍ସ ପରୀକ୍ଷା ପାଇଁ ଏକାଠି ପ୍ରସ୍ତୁତି ଜାରି ରଖିଥିଲେ। ପ୍ରସ୍ତୁତିର ମାତ୍ର ଗୋଟିଏ ବର୍ଷରେ, ଅନନ୍ୟା ସିଂ ପ୍ରଥମ ପ୍ରୟାସରେ UPSC ସିଭିଲ ସର୍ଭିସେସ୍ ପରୀକ୍ଷାକୁ ପାସ୍ କରିଥିଲେ।

ଅନନ୍ୟାଙ୍କ ସଫଳତା:

UPSC ପରୀକ୍ଷା ୨୦୧୯ରେ ଅନନ୍ୟା ସିଂ ଅଲ୍‌ ଇଣ୍ଡିଆରେ ୫୧ତମ ସ୍ଥାନ ଅଧିକାର କରିଥିଲେ। ମାତ୍ର ୨୨ ବର୍ଷ ବୟସରେ ସେ IAS ହେବାର ସ୍ୱପ୍ନକୁ ସାକାର କରିଥିଲେ। ବର୍ତ୍ତମାନ ଅନନ୍ୟା ସିଂଙ୍କ ପୋଷ୍ଟିଂ ପଶ୍ଚିମବଙ୍ଗରେ ହୋଇଛି।

Women Empowerment IAS Officer
Advertisment
Advertisment