Advertisment

ସଂଘର୍ଷମୟ ପରିସ୍ଥିତିରେ ବି କ୍ୟାରିୟରକୁ ଆଗକୁ ନେଇଥିଲେ ଶକୁନ୍ତଳା

କଠିନ ପରିସ୍ଥିତିରେ ଯିଏ ସଠିକ ନିଷ୍ପତି ନେଇ ଜୀବନର ମୋଡ ବଦଳାଇ ଦେଇପାରେ ଏବଂ ସମାଜର ଚିନ୍ତାଧାରାରେ ପରିବର୍ତ୍ତନ ଆଣିଥାଏ, ସେ ହିଁ ଅନ୍ୟମାନଙ୍କ ପାଇଁ ବନିଥାଏ ପ୍ରେରଣାର ଉତ୍ସ। ସେମିତି ଜଣେ ମହିଳା ହେଲେ ମୟୁରଭଂଜ ଜିଲ୍ଲା ପାଇକସାହି ଅନ୍ତର୍ଗତ ଗୁରେଇଁ ଗାଁର ଝିଅ ଶକୁନ୍ତଳା ମହାନ୍ତି। ଆସନ୍ତୁ ତାଙ୍କ ବିଷୟରେ ଜାଣିନେବା।

author-image
Pramod Behera
ଅଦ୍ୟତନ ହୋଇଛି
Shakuntala continued her career in the face of adversity

Shakuntala continued her career in the face of adversity

ସଶକ୍ତ ନାରୀର ନିଆରା ପରିଚୟ। କେବେ ସେ ସାଜିଥାଏ ମମତାମୟୀ ମା, ତ କେବେ ସେବା ଓ ମମତାର ପ୍ରତିମୂର୍ତ୍ତୀ। ପୁଣି କେବେ ସଫଳ କର୍ମଜୀଜୀ ମହିଳା, ପ୍ରଶାସିକା ଅବା କ୍ରୀଡାବିତ୍। ସଂଘର୍ଷରୁ ସଫଳତା ପାଇଥିବା ମଣିଷ ପଛରେ କାମ ଦେଖାଇଥାଏ ତା’ର ନିଷ୍ଠା, ଉଦ୍ୟମ ଏବଂ ପରିଶ୍ରମ। କଠିନ ପରିସ୍ଥିତିରେ ଯିଏ ସଠିକ ନିଷ୍ପତି ନେଇ ଜୀବନର ମୋଡ ବଦଳାଇ ଦେଇପାରେ ଏବଂ ସମାଜର ଚିନ୍ତାଧାରାରେ ପରିବର୍ତ୍ତନ ଆଣିଥାଏ, ସେହିଁ ଅନ୍ୟମାନଙ୍କ ପାଇଁ ବନିଥାଏ ପ୍ରେରଣାର ଉତ୍ସ।

Advertisment

ମୟୁରଭଂଜ ଜିଲ୍ଲା ପାଇକସାହି ଅନ୍ତର୍ଗତ ଗୁରେଇଁ ଗାଁର ଝିଅ ଶକୁନ୍ତଳା ମହାନ୍ତି। ଭଲିବଲ୍ ଖେଳିବା ତାଙ୍କର ଏକ ସୌକ ନଥିଲା, ଥିଲା ନିଶା ଏବଂ ଜୀବନ ଜୀବିକାର ଏକ ମାଧ୍ୟମ। ପରିବାରର ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ଥିଲା ଏକ ବଡ଼ ପ୍ରୟାସ। ଆଉ ସେଥିପାଇଁ ତାଙ୍କୁ କିଛି କମ୍ ସଂଘର୍ଷ କରିବାକୁ ପଡି ନାହିଁ। ପରିବାରର ଆର୍ଥିକ ସମସ୍ୟା ତାଙ୍କ ସାମ୍ନାରେ ପ୍ରତିବନ୍ଧକ ହୋଇ ଛିଡାହୋଇଛି ସତ କିନ୍ତୁ ଆର୍ଥିକ ଚାପ ଆଗରେ ସେ କେବେବି ମୁଣ୍ଡନୁଆଁଇ ନାହାନ୍ତି ବରଂ ଇଛାଶକ୍ତି ବଳରେ ନିଜର କ୍ରୀଡା ପ୍ରତିଭାକୁ ସେ ବିକଶିତ କରିଛନ୍ତି ଆଉ ଆଗକୁ ବଢିଛନ୍ତି।

ତେବେ ଭଲିବଲ୍ ଖେଳକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାଏ ମୟୂରଭଂଜ ଜିଲ୍ଲାର ପାଇକସାହି ଗାଁ। କାରଣ ସେ ପୁରୁଷ ହେଉ କି ମହିଳା, ଭଲିବଲକୁ ନେଇ କ୍ୟାରିୟର ବନାଇବାକୁ ଆଶା ବାନ୍ଧିଥିବା ଅନେକ ଖେଳାଳିଙ୍କ ପାଇଁ ଏହି ଗ୍ରାଉଣ୍ଡ୍ ଲକି ସାବ୍ୟସ୍ତ ହୋଇଛି। ଏ ଧାରାରେ ଶକୁନ୍ତଳା ନିଜ ପ୍ରତିଭାକୁ ବିକଶିତ କରିଛନ୍ତି। ଏସବୁ କେବଳ ସମ୍ଭବ ହୋଇପାରିଛି ତାଙ୍କର ନିୟମିତ ଅଭ୍ୟାସ, ଭଲିବଲ୍ ଖେଳ ପ୍ରତି ତାଙ୍କର ନିଷ୍ଠା ଏବଂ ଦୃଢ ମନୋବଳ ଯୋଗୁଁ।

Advertisment

ପିଲାଦିନୁ ଭଲିବଲ୍‌କୁ ନେଇ ସ୍ୱପ୍ନ ଦେଖିଥିବା ଶକୁନ୍ତଳା କେବେବି କଳ୍ପନା କରି ନଥିଲେ ଯେ ଦିନେ ଏହି ଭଲିବଲ୍ ଖେଳ ତାଙ୍କୁ ଦେବ ଭିନ୍ନ ପରିଚୟ। ତେବେ ସ୍ଥାନୀୟ ରଣଜିତ୍ କ୍ଲବ୍‌ର ତତ୍ତ୍ୱାବଧାନରେ ମ୍ୟାଚ୍ ପରେ ମ୍ୟାଚ୍ ଖେଳି ନିଜ ପୋଜିସନ୍‌କୁ ମଜବୁତ୍ କରିଚାଲନ୍ତି ଶକୁନ୍ତଳା। ତା’ ପରେ ସେ ଆଉ ପଛକୁ ଫେରି ନାହାନ୍ତି। ମହିଳା ବର୍ଗରେ ଜିଲ୍ଲା, ରାଜ୍ୟ ଏବଂ ଜାତୀୟ ସ୍ତରରେ ନିଜକୁ ଜଣେ ପ୍ରତିଷ୍ଠିତ ଖେଳାଳି ଭାବେ ଗଢିତୋଳନ୍ତି ଶକୁନ୍ତଳା।

ପରିବାରର ବଡ଼ ଝିଅ ଶକୁନ୍ତଳା, ତାଙ୍କ ପାଇଁ ଖେଳ କହିଲେ କେବଳ ଭଲିବଲଲ୍। ଖେଳପଡିଆରୁ ସେ ପାଇଛନ୍ତି ପ୍ରେରଣା। ଆଉ ଏବେ ସେ ଅନେକଙ୍କ ପାଇଁ ସାଜିଛନ୍ତି ପ୍ରେରଣାର ଉତ୍॥ ୨୦୧୪ ମସିହାରୁ ସେ ଫିଜିକାଲ୍ ଇନ୍‌ଷ୍ଟ୍ରକ୍ଟର୍ ଭାବେ କାମ କରିଆସୁଛନ୍ତି। ଏବେ ପ୍ରଶିକ୍ଷକ ଭୂମିକାରେ ଶକୁନ୍ତଳା ଜଟିଳ ପରିସ୍ଥିତିରେ ଝିଅମାନେ କେମିତି ଆତ୍ମରକ୍ଷା କରିପାରିବେ, କେମିତି ନିଜକୁ ସୁରକ୍ଷିତ ରଖିପାରିବେ, ସେଥିପାଇଁ ୨୦୧୯ରୁ ସେଲ୍ଫ ଡିଫେନ୍ସ ଟ୍ରେନିଂ ଦେଇଆସୁଛନ୍ତି।

ଭଲିବଲ୍ ଖେଳାଳି ଶକୁନ୍ତଳା ଓ ତାଙ୍କ ଭଉଣୀ ଚିନ୍ମୟୀକୁ ନେଇ ଗର୍ବ କରନ୍ତି ଗାଁ ଲୋକେ। କାରଣ ଗୋଟିଏ ପରିବାରର ଦୁଇ ଭଉଣୀ ଭଲିବଲକୁ ନେଇ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଶକୁନ୍ତଳାଙ୍କ ଭଳି ତାଙ୍କ ଭଉଣୀ ମଧ୍ୟ ନ୍ୟାସ୍‌ନାଲ୍ ମ୍ୟାଚ୍ ଖେଳିଛନ୍ତି।

ଭଲିବଲ୍ ଖେଳରେ ରାଜ୍ୟ ତଥା ଦେଶ ପାଇଁ ସୁନାମ ଆଣିଛନ୍ତି ଶକୁନ୍ତଳା। ଆଉ ଏହା କେବଳ ସମ୍ଭବ ହୋଇପାରିଛି ତାଙ୍କର ନିଷ୍ଠାପର ଉଦ୍ୟମ, ପରିଶ୍ରମ ଏବଂ ଅନ୍ୟମାନଙ୍କର ସହଯୋଗର କାରଣରୁ। ଯଦି ନାରୀଙ୍କ ପ୍ରତି ସମସ୍ତଙ୍କର ଏଭଳି ସହଯୋଗ, ସ୍ନେହ ଓ ଶ୍ରଦ୍ଧା ଓ ଭଲପାଇବା ରହେ, ସେ ବି ବନିପାରେ ପ୍ରେରଣା।

Women Empowerment Inspirational Story Prerana
Advertisment
Advertisment