ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ ପାଇଁ ସଜେଇ ହେଉଛି ଶ୍ରୀକ୍ଷେତ୍ର । ଯେଉଁଠି ଆଜି ସୁଦ୍ଧା କାମ ସରିଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଥିଲା ସେଠି ଏବେ ଆହୁରି ଅନେକ କାମ ବାକି ରହିଛି ।
ଆସନ୍ତାକାଲି ଦିନ ୧୧ଟାରୁ ରାତି ୮ଟା ଯାଏଁ ଅଙ୍କୁରପୂଜନ ହେବ । ୧୪ ତାରିଖରେ ଯଜ୍ଞ ଅଧିବାସ, ମଣ୍ଡଳସ୍ଥାପନ, ଧ୍ୱଜାସ୍ଥାପନ ଓ ତୋରଣ ସ୍ଥାପନ ହେବ । ୧୫ ତାରିଖ ସକାଳ ସାଢ଼େ ୭ଟାରେ ଅଖଣ୍ଡଦୀପ ସ୍ଥାପନ ସନ୍ଧ୍ୟା ୬ଟା ଭିତରେ ପଞ୍ଚକର୍ମ, ସରିବ ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ ଲାଗି ଆଜିଠୁ ଆରମ୍ଭ ହେବ କାର୍ଯ୍ୟକ୍ରମ । ଆଜି ସନ୍ଧ୍ୟା ୫ଟାରୁ ୬ଟା ମଧ୍ୟରେ ଶ୍ରୀନଅରଠାରେ ଗଜପତି ମହାରାଜା ଆଚାର୍ଯ୍ୟ ବରଣ କରିବେ ।
ପରିକ୍ରମା ରଥ କାର୍ଯ୍ୟକ୍ରମରେ ସରପଞ୍ଚମାନଙ୍କୁ ପ୍ରଶାସନର ଅବହେଳା ଆଉ ହତାଦର ଅଭିଯୋଗ କରି ଆଜି ଉପଜିଲ୍ଲାପାଳଙ୍କୁ ଇସ୍ତଫା ଦେଇଛନ୍ତି ସରପଞ୍ଚମାନେ।
ପରିକ୍ରମା ରଥ କାର୍ଯ୍ୟକ୍ରମରେ ସରପଞ୍ଚମାନଙ୍କୁ ପ୍ରଶାସନର ଅବହେଳା ଆଉ ହତାଦର ଅଭିଯୋଗ କରି ଆଜି ଉପଜିଲ୍ଲାପାଳଙ୍କୁ ଇସ୍ତଫା ଦେଇଛନ୍ତି ସରପଞ୍ଚମାନେ।
ଆସନ୍ତା ୧୭ ତାରିଖରେ ଉଦଘାଟିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ତା ପୂର୍ବରୁ ପ୍ରକଳ୍ପ ନିର୍ମାଣ ଦାୟିତ୍ୱରେ ଥିବା ଓବିସିସି ସଂସ୍ଥା ଆଜି ଶ୍ରୀମନ୍ଦିର ପ୍ରଶାସନ ହାତରେ ପରିକ୍ରମା ପ୍ରକଳ୍ପକୁ କରିବ ହସ୍ତାନ୍ତର ।
ପରିକ୍ରମା ପ୍ରକଳ୍ପ ରଥ ବୁଲିଲା । ଆଉ ତା ସହ ଆରମ୍ଭ ହେଲା ପଲିଟିକ୍ସ । ଗାଁ ଠାରୁ ସହରୁ ସବୁଠି ସରକାର ବୁଲାଉଛନ୍ତି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରଥ । ଅକ୍ଷତ ଚାଉଳ ବି ସଂଗ୍ରହ ହେଉଛି । ଜାନୁଆରୀ ୧୭ରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଜୋରଦାର ପ୍ରଚାର କରୁଛନ୍ତି ସରକାର ।
ପାଖେଇ ଆସୁଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ସମୟ। ଏଥିପାଇଁ ତତ୍ପର ପ୍ରଶାସନ, ତତ୍ପର ସରକାର। ଜାନୁଆରୀ ୧୧ ସନ୍ଧ୍ୟା ସୁଦ୍ଧା ପ୍ରକଳ୍ପ କାମ ସାରି ହସ୍ତାନ୍ତର କରିବାକୁ ଆଜି ଓବିସିସିକୁ ଡେଡ୍ ଲାଇନ୍ ଦେଇଛନ୍ତି ମୁଖ୍ୟ ଶାସନ ସଚିବ।
ଫିକ୍ସ ହେଲା ଡେଡଲାଇନ୍ । ଜାନୁଆରୀ ୧୧ ତାରିଖ ଶେଷ କଣ୍ଟ । ସେଇ ଦିନ ସନ୍ଧ୍ୟା ସୁଦ୍ଧା ପୁରୀ ପ୍ରଶାସନକୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ହସ୍ତାନ୍ତର କରିବ ଓବିସିସି ।
ଯାହା ଆଶଙ୍କା କରାଯାଉଥିଲା ସେୟା ହେଲା । ଘଣ୍ଟା ଘଣ୍ଟା ଧରି ଲମ୍ବାଧାଡ଼ିରେ ଠିଆ ହେବା ଭିତରେ ଅସୁସ୍ଥ ହୋଇ ବ୍ୟାରିକେଡ୍ ଭିତରେ ହିଁ ଝାଡ଼ା କରିଦେଲେ ଜଣେ ଭକ୍ତ । ସୀମା ଟପିଲା ଦର୍ଶନଆତୁର ଭକ୍ତଙ୍କ ବ୍ୟାରିକେଡ୍ ଯନ୍ତ୍ରଣା ।
ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ନିମନ୍ତ୍ରଣ ଦିଆଯିବା ପରେ ଆଜି ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜଙ୍କୁ ନିମନ୍ତ୍ରଣ କରାଯିବ । ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପରିଚାଳନା କମିଟି ସଦସ୍ୟ ମାନେ ମଧ୍ୟପ୍ରଦେଶର ଉଜ୍ଜୟନୀ ଯାତ୍ରା କରିବେ ।
ଗଜପତି ମହାରାଜାଙ୍କ ପ୍ରସ୍ତାବରେ ରାଜ୍ୟ ସରକାରଙ୍କ ମୋହର ବାଜେ, ତାହେଲେ ଜାନୁଆରୀ ୧୭ରେ ହିଁ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ। ତେବେ ପ୍ରଶ୍ନ କାମ ତ ସମ୍ପୂର୍ଣ୍ଣ ହୋଇନି, ହେଲେ ଲୋକାର୍ପଣ ପାଇଁ ରାଜ୍ୟ ସରକାର ଏତେ ତର ତର କାହିଁକି ?
କାମ କେତେ ଦୂର ଆଗେଇଛି, କାମ କେତେ ସରିଛି ଓ କେତେ ବାକି ଅଛି ତାର ସମୀକ୍ଷା କରିଛନ୍ତି ଗଜପତି ମହାରାଜା ।
ପ୍ରଶ୍ନ, ଏବେ କେଉଁଠି ନିର୍ମାଣ ହେବ ଏହି ରିସେପସନ୍ ସେଣ୍ଟର ?
ଜିଲ୍ଲାପାଳ କହିଛନ୍ତି ରାସ୍ତା ପ୍ରଶସ୍ତୀକରଣ ପାଇଁ ପର୍ଯ୍ୟାୟକ୍ରମେ ସମସ୍ତ ପକ୍ଷଙ୍କ ସହ ସବିଶେଷ ଆଲୋଚନା ହେଉଛି, କାମ ଶୀଘ୍ର ଆଗେଇବ ।
ଦିନ ତଳେ ରାତି ଅଧରେ, ଆଜି ଦିବାଲୋକରେ । ପୁରୀ ଏମାର ମଠ ଖନନ ସ୍ଥଳରେ ପୁଣି GPR ସର୍ଭେ । ସର୍ବେକ୍ଷଣରେ ୩ ମେସିନ୍, ୫ ଇଂଜିନିୟର ଓ ୮ କର୍ମଚାରୀ । ଯେଉଁଠୁ ଐତିହ୍ୟ ସିଂହମୂର୍ତ୍ତି ମିଳିଥିଲା ସେଇଠି ବି ସର୍ଭେ । ଦିନ ଗଡୁଛି ତ ବିବାଦ ବି ବଢୁଛି । ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପକୁ ନେଇ ନିଇତି ଆସୁଛି ନୂଆ ତଥ୍ୟ ନୂଆ ଅଭିଯୋଗ ।
ରାଜ୍ୟ ସରକାରଙ୍କୁ ନରସିଂହ ମିଶ୍ର ମଧ୍ୟ ଟାର୍ଗେଟ୍ କରିଛନ୍ତି । ଶଙ୍କରାଚାର୍ଯ୍ୟ କହିଲେ, ତପଭୂମିକୁ ଭୋଗଭୂମି କରିବା ସରକାରଙ୍କ ଚିରାଚରିତ ଅଭ୍ୟାସ ।
ପ୍ରକଳ୍ପକୁ ନେଇ ସରକାରଙ୍କ ନିରବତା ଏବେ ରାଜ୍ୟବାସୀଙ୍କ ସନ୍ଦେହ ବଢାଇବାରେ ଲାଗିଛି । ବିକାଶ ନାଁରେ ଶ୍ରୀମନ୍ଦିରକୁ କ୍ଷତି ନପହଞ୍ଚୁ ତାହା ସମସ୍ତଙ୍କର ଚିନ୍ତା ରହିଛି । ପ୍ରକଳ୍ପ ସଂପର୍କରେ ତଥ୍ୟ ସାର୍ବଜନିନ କରାଯିବ ବୋଲି ପୂର୍ବରୁ ପୁରୀ ଜିଲ୍ଲାପାଳ କହିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଏଯାଏଁ କୌଣସି ସ୍ପଷ୍ଟ ଉତ୍ତର ଦିଆଯାଇନାହିଁ ।
ଐତିହ୍ୟ କରିଡର ନାଁରେ ଶ୍ରୀମନ୍ଦିର ଚାରିପାଖେ ବେଆଇନ୍ ଖନନକୁ ବିରୋଧ କରି ଶରଧାବାଲିରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯିବାକୁ ସଜବାଜ ହୋଇଥିବା ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନ ଆଇନଶୃଙ୍ଖଳାକୁ ସମ୍ମାନ ଜଣାଇ ଆସନ୍ତାକାଲିର ଶୋଭାଯାତ୍ରାକୁ ସ୍ଥଗିତ ରଖିଛି ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ବେଆଇନ ଖନନ ଅଭିଯୋଗ ମାମଲାକୁ ନେଇ ହାଇକୋର୍ଟରେ ଆଜି ଶୁଣାଣି ହୋଇଛି। ମିଳିତ ପରିଦର୍ଶନ କରି ରିପୋର୍ଟ ଦେବାକୁ ହାଇକୋର୍ଟ ପୁନଃ ନିର୍ଦ୍ଦେଶ ଦେଇଛନ୍ତି।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଥମୁନି ବିବାଦ । ବିଧାନସଭାରୁ ସଂସଦ ଯାଏଁ, ସବୁଠି ପ୍ରକାଶ ପାଇଛି ଉଦ୍ବେଗ । ଏପରିକି ହାଇକୋର୍ଟରେ ବିଚାରାଧୀନ ରହିଛି ମାମଲା । ତଥାପି ଜାରି ରହିଛି ଐତିହ୍ୟ କରିଡର୍ ପ୍ରକଳ୍ପ କାମ ।
ବହୁ ବିବାଦ ଓ ବିରୋଧ, ଏପରିକି ହାଇକୋର୍ଟରେ ମାମଲା ବିଚାରାଧୀନ ଥିଲେ ବି ବେଧଡ଼କ୍ ଚାଲିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ । ପାର୍ଲାମେଣ୍ଟରୁ ବିଧାନସଭା ଯାଏଁ, ସବୁଠି ଉଦ୍ବେଗ ପ୍ରକାଶ ପାଇବାପରେ ବି ନିର୍ମାଣ କାମ କିନ୍ତୁ ବନ୍ଦ ହେଉନି ।
କାହିଁକି ଶ୍ରୀମନ୍ଦିର ଚୌହଦିରେ ଖୋଳା ହେଲା ବଡ଼ ବଡ଼ ଗାତ ? କେଉଁ ଉଦ୍ଦେଶ୍ୟରେ ନିର୍ମାଣ ହେଉଛି ବିରାଟ ବିରାଟ ପିଲାର ? ଶ୍ରୀମନ୍ଦିର ଐତିହ୍ୟ କରିଡର ପାଇଁ ବେଆଇନ ଖନନ ପ୍ରସଙ୍ଗକୁ ନେଇ ଥମୁନି ଅସନ୍ତୋଷ କି ଆରୋପ-ପ୍ରତ୍ୟାରୋପ । ଆମସାର ଆକ୍ଟର ଉଲ୍ଲଂଘନ, ଶ୍ରୀମନ୍ଦିର ପ୍ରତି ଘୋର ବିପଦ ସାଜିପାରେ ବୋଲି ଆଶଙ୍କା କଲେଣି ଉଭୟ ଜଗନ୍ନାଥ ପ୍ରେମୀ ଓ ଐତିହ୍ୟ ବିଶେଷଜ୍ଞ ।