• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଘଞ୍ଚ ଜଙ୍ଗଲ ଭିତରେ ଅହରହ ଚାଲିଛି ମେସିନ୍‌ । କାମରେ ଲାଗିଛନ୍ତି ଅନେକ ଲୋକ । ତେବେ ଏତେ ବଡ଼ ବଡ଼ ମେସିନ ଜଙ୍ଗଲ ଭିତରେ କଣ କରୁଛନ୍ତି, ତାହା ଜାଣିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଜଙ୍ଗଲ ଭିତରେ ସୁନା ଖଣି ରହିଛି ବୋଲି କୁହାଯାଉଛି । ଆଉ ଏନେଇ ଏବେ ସନ୍ଧାନ ମିଳିଛି । ଏବେ ନୁହେଁ ବରଂ ଗତ ୬ ମାସ ହେଲାଣି ଜିଓ ଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ ପକ୍ଷରୁ ସୁନା ଅନୁସନ୍ଧାନ ଚାଲିଛି ।

ତେଲକୋଇ ଓ ବାଂଶପାଳ ଜଙ୍ଗଲରେ ଏବେ ସେଟେଲାଇଟ୍‌ ମ୍ୟାପିଂ ଜରିଆରେ ସୁନାଖଣିର ସନ୍ଧାନ ଚାଲିଛି । ଖୋଦ୍‌ ଜିଏସ୍‌ଆଇର ୪ ଜଣ ବିଶେଷଜ୍ଞ ଏଠାରେ ରହି ସର୍ଭେ କାମର ତଦାରଖ କରୁଛନ୍ତି । ଜଙ୍ଗଲର ୧୫ ସ୍ଥାନରେ ୧୦୦ ମିଟର ପର୍ଯ୍ୟନ୍ତ ଡ୍ରିଲ କରି ନମୁନା ସଂଗ୍ରହ କରାଯାଉଛି। ଆଉ ମାଟି ତଳେ କେତେ ପରିମାଣରେ ସୁନା ଗଚ୍ଛିତ ହୋଇ ରହିଛି ସେନେଇ ଖୁବଶୀଘ୍ର ଜଣାପଡ଼ିବ ବୋଲି ସେ କହିଛନ୍ତି ।

କେନ୍ଦୁଝରରେ ଅନେକ ଲୁହାପଥର ଖଣି ରହିଛି । ଆଉ ଏବେ ଯଦି ସୁନା ଖଣିର ଅନୁସନ୍ଧାନ ମିଳିଯିବ ତେବେ ଜିଲ୍ଲାର ଗୌରବ ବଢିବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଏବେ ନୁହେଁ ବରଂ ୮୦ ଦଶକରେ ଏଇ ଜଙ୍ଗଲରେ କୁଆଡ଼େ ସୁନାର ଅନୁସନ୍ଧାନ କରାଯାଇଥିଲା । କିନ୍ତୁ କିଛି ମିଳିନଥିଲା ।

ଖଣି, ବୈତରଣୀ ଆଉ ତାରିଣୀ କହିଲେ କେନ୍ଦୁଝର ଜିଲ୍ଲାକୁ ହିଁ ବୁଝାଏ । ଆଉ ତାହାରି ମଧ୍ୟରେ ତେଲକୋଇ ଅଂଚଳରେ ଯଦି ସୁନା ଖଣିର ସନ୍ଧାନ ମିଳେ ତେବେ ରାଜ୍ୟ ନୁହେଁ ବରଂ ପୂରା ଦେଶରେ କେନ୍ଦୁଝରର ଆହୁରି ଗୌରବ ବଢିବା ନେଇ ସ୍ଥାନୀୟ ଲୋକେ ଆଶା ରଖିଛନ୍ତି ।

ତେଲକୋଇରୁ ଚିନ୍ମୟ ସାହୁଙ୍କ ରିପୋର୍ଟ