• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଜୀବନ ଚାଲିଯିବାର ଭୟ ସତ୍ତ୍ୱେ ସୁନ୍ଦରତା ପାଇଁ ପୁଣି ବିପଜ୍ଜନକ ଲିପୋସକ୍ସନ ସର୍ଜରୀ ନେଇଗଲା ଆଉ ଜଣେ ଅଭିନେତ୍ରୀଙ୍କ ଜୀବନ । ପ୍ରସିଦ୍ଧ କନ୍ନଡ଼ ଅଭିନେତ୍ରୀ ଚେତନା ରାଜ୍ ଗତକାଲି ଘର ଲୋକଙ୍କୁ ନଜଣାଇ ବେଙ୍ଗଳୁରରୁ ଏକ ହସ୍ପିଟାଲରେ ଲିପୋସକ୍ସନ ସର୍ଜରୀ ରିସ୍କ ନେଇଥିଲେ । ସକାଳେ ଅପରେସନ୍ ପରେ ତାଙ୍କ ମୃତ୍ୟୁ ହୋଇଥିବାରୁ ତାଙ୍କ କ୍ଷେତ୍ରରେ ଘାତକ ସାବ୍ୟସ୍ତ ହୋଇଛି ଶରୀରରୁ ମେଦ ହ୍ରାସ କରାଉଥିବା ଲିପୋସକ୍ସନ ସର୍ଜରୀ । ତେବେ ଏ ଘଟଣା ପରେ ଚେତନାଙ୍କ ପରିବାର ଲୋକେ ହସ୍ପିଟାଲ ବିରୋଧରେ ଏତଲା ଦେଇଥିବା ବେଳେ ପୁଣି ଚର୍ଚ୍ଚାକୁ ଆସିଛି ସୁନ୍ଦରତା ବୃଦ୍ଧି ପାଇଁ କସ୍ମେଟିକ୍ ସର୍ଜରୀ ପ୍ରସଙ୍ଗ ।

ପ୍ରାଣ ନେଇଗଲା ପ୍ଲାଷ୍ଟିକ୍ ସର୍ଜରୀ! ଭାରି ପଡ଼ିଲା ଓଜନ କମାଇବାକୁ ଅସ୍ତ୍ରୋପଚାର । ଯନ୍ତ୍ର ଚର୍ବି ଶୋଷୁ ଶୋଷୁ, ଶୋଷିନେଲା ଜୀବନ ମେଦ । ହ୍ରାସ ପାଇଁ ଉଦ୍ଦିଷ୍ଟ ଲିପୋସକ୍ସନ ସର୍ଜରୀ ଯୋଗୁଁ ପ୍ରାଣ ହରାଇଛନ୍ତି କନ୍ନଡ଼ ଅଭିନେତ୍ରୀ ଚେତନା ରାଜ୍ । ବିଭିନ୍ନ ଲୋକପ୍ରିୟ ଟିଭି ଧାରାବାହିକରେ ଦର୍ଶକୀୟ ଆଦୃତି ପାଇଥିବା ୨୧ ବର୍ଷୀୟା ଚେତନା ନିଜ ଶରୀରରୁ ଚର୍ବି ହ୍ରାସ କରିବାକୁ ଚାହୁଁଥିଲେ । ଏଥିପାଇଁ ସୋମବାର ସେ ବେଙ୍ଗଳୁରୁର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇ ଓଜନ କମାଇବାକୁ କରାଇଥିଲେ ଫ୍ୟାଟ୍ ଫ୍ରି ସର୍ଜରୀ । ତେବେ ସେହିଦିନ ସାବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଲା । ଫୁସ୍‌ଫୁସ୍‌ରେ ତରଳ ଜମା ହୋଇଯିବାରୁ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି ।

କୁହାଯାଉଛି ଯେ, ନିଜ ଅସ୍ତ୍ରୋପଚାର ସଂପର୍କରେ ପୂର୍ବରୁ ପରିବାର ଲୋକଙ୍କୁ ଜଣାଇନଥିଲେ ଚେତନା । ଘରେ ବାପାଙ୍କୁ ପଚାରିଥିଲେ ବି ସେ ରାଜି ନହେବାରୁ, ନିଜ ବନ୍ଧୁଙ୍କ ସହ ହସ୍ପିଟାଲକୁ ଯାଇ ଫ୍ୟାଟ୍-ଫ୍ରି ସର୍ଜରୀ ବା ଲିପୋସକ୍ସନ କରାଇଥିଲେ । ତେବେ ଅପରେସନ୍ ଯୋଜନା ମୁତାବକ ଯିବା ବଦଳରେ, ଚେତନାଙ୍କ ପ୍ରାଣ ନେଇଯାଇଥିବା କୁହାଯାଉଛି ।

ଅନ୍ୟପକ୍ଷରେ ଡାକ୍ତରଙ୍କ ଅବହେଳା ପାଇଁ ଝିଅର ମୃତ୍ୟୁ ଘଟିଲା ବୋଲି ଅଭିଯୋଗ ଆଣିଛନ୍ତି ଚେତନାଙ୍କ ବାପା ଗୋବିନ୍ଦ ରାଜ । ଏନେଇ ସେ ଥାନାରେ ଏତଲା ଦେଇଛନ୍ତି । ବାପାମାଆଙ୍କ ବିନା ସହମତିପତ୍ରରେ ଏହି ଅସ୍ତ୍ରୋପଚାର କିପରି କରାଗଲା ବୋଲି ପ୍ରଶ୍ନ କରିଛନ୍ତି । ଏଥିସହ ଆବଶ୍ୟକ ଉପକରଣ ନଥାଇ ଅସ୍ତ୍ରୋପଚାର କରାଯାଇଥିବା ଭଳି ଅଭିଯୋଗ ବି ଲଗାଇଛନ୍ତି । ତେବେ ଏହାକୁ ଖଣ୍ଡନ କରି ଫୁସ୍‌ଫୁସ୍‌ରେ ତରଳ ପଦାର୍ଥ ଜମାରୁ ଚେତନାଙ୍କ ମୃତ୍ୟୁ ହୋଇଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି ।

ଶରୀରକୁ ସୁନ୍ଦର କରିବାକୁ ଯାଇ ଲିପୋସକ୍ସନ ମୋହରେ ପଡ଼ି ଖାଲି ଚେତନା ରାଜ୍ ନୁହନ୍ତି, ପୂର୍ବରୁ ମଧ୍ୟ ବହୁ ଅଭିନେତା ଅଭିନେତ୍ରୀ କସ୍ମେଟିକ୍ ସର୍ଜରୀର ସହାୟତା ନେଇଛନ୍ତି । ସେମାନଙ୍କ ମଧ୍ୟରୁ ଜନ୍ ଆବ୍ରାହମ୍, ବିପାସା ବସୁ, ଶିଳ୍ପା ସେଟ୍ଟି, ଆଦ୍‌ନାନ୍‌ ସାମି, ଶ୍ରୀଦେବୀ, ଆୟେଶା ଟାକିଆ, ରାକ୍ଷୀ ସାୱନ୍ତ ଅନେକେ ସୌନ୍ଦର୍ଯ୍ୟ ବୃଦ୍ଧିରେ ସଫଳ ହୋଇଥିବା କୁହାଯାଏ । କିନ୍ତୁ ତେଲୁଗୁ ଅଭିନେତ୍ରୀ ଆରତୀ ଅଗ୍ରୱାଲ, ରାକେଶ ଦିୱାନାଙ୍କ ଭଳି ଆଉ କେତେକଙ୍କ କ୍ଷେତ୍ରରେ ଏହା ପ୍ରାଣଘାତୀ ସାବ୍ୟସ୍ତ ହୋଇଛି ।

ରିପୋର୍ଟର- କପିଳେନ୍ଦ୍ର ପ୍ରଧାନ, ପ୍ରଭାତ ବିଷୋୟୀ