• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Pakistan

Mullah Abdul Salam Zaeef
ଧୋକାବାଜ୍ ଦେଶ ପାକିସ୍ତାନ, ଆମେ ଭାରତ ସହ ବନ୍ଧୁତା ଚାହୁଁଛୁ : ତାଲିବାନୀ ନେତା

ପାକିସ୍ତାନର ଦୋମୁହାଁ ନୀତିକୁ ପସନ୍ଦ କରୁନି ନୂଆ ଆଫଗାନ୍ ସରକାର । ତେଣୁ ପାକିସ୍ତାନର ପ୍ରକୃତି ଉପରେ ପ୍ରଶ୍ନ ଉଠାଇଲା ତାଲିବାନ୍ । ଧୋକାବାଜ୍ ପାକିସ୍ତାନ ବିଶ୍ୱାସଯୋଗ୍ୟ ନୁହେଁ ବୋଲି କହିଛନ୍ତି ତାଲିବାନୀ ନେତା । ଏକ ମାସ ମଧ୍ୟରେ ତାଲିବାନ ଏବଂ ପାକିସ୍ତାନ ସରକାରଙ୍କ ମଧ୍ୟରେ ସମ୍ପର୍କରେ ଅନେକ ନୂଆ ମୋଡ଼ ଆସିଛି ।

Mohammad Ali Jinnah
ପାକିସ୍ତାନରେ ଜିନ୍ନାଙ୍କ ପ୍ରତିମୂର୍ତ୍ତି ଉଡ଼ାଇଦେଲେ

ମାଟିରେ ମିଶିଲା ପାକିସ୍ତାନର ଜନକ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ପ୍ରତିମୂର୍ତ୍ତି । ବେଲୋଚିସ୍ତାନର ଗୁଆଦରରେ କିଛି ମାସ ତଳେ ସ୍ଥାପନ କରାଯାଇଥିବା ଜିନ୍ନାଙ୍କ ପ୍ରତିମୂର୍ତ୍ତିକୁ ବିସ୍ଫୋରଣରେ ଉଡ଼ାଇ ଦେଇଛି ବେଲୋଚିସ୍ତାନ ଲିବେରେସନ ଆର୍ମି-BLA ।

Imran Khan
ପୁଣି ଥରେ ପାକିସ୍ତାନକୁ ଅପମାନିତ କଲା ଆମେରିକା !

ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ପୁଣି ଥରେ ଅନ୍ତର୍ଜାତୀୟ ସ୍ତରରେ ଅପମାନିତ ହେବାକୁ ପଡ଼ିଛି। ଯାହାକୁ ନେଇ ଏବେ ଜୋରସୋରରେ ଚର୍ଚ୍ଚା ଚାଲିଛି। ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ନିକଟରେ ମୋଦି ବାଇଡ଼େନଙ୍କୁ ଭେଟିଥିଲେ

unemployment
ପାକିସ୍ତାନରେ ଉତ୍କଟ ବେକାରୀ ସମସ୍ୟା : ଚପରାସୀ ପଦ ପାଇଁ ୧୫ ଲକ୍ଷ ଆବେଦନ

ଭାରତ ବିରୋଧୀ ଷଡ଼ଯନ୍ତ୍ରରେ ଦେଶର ପାଣ୍ଠି ଖର୍ଚ୍ଚ କରୁଥିବା ପଡ଼ୋଶୀ ଦେଶରେ ବର୍ତ୍ତମାନ ବେକାରୀ ହାର ୧୬ ପ୍ରତିଶତ ପର୍ଯ୍ୟସ୍ତ ବୃଦ୍ଧି ପାଇଛି । ବେକାର ଯୁବକଯୁବତୀଙ୍କୁ ରୋଜଗାର ଯୋଗାଇବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏକପ୍ରକାର ବିଫଳ ହୋଇଛନ୍ତି ।

Bhagat Singh
ପାକିସ୍ତାନ୍‌ରେ ଧୁମ୍‌ଧାମ୍‌ରେ ପାଳିତ ହେଲା ଭଗତ୍ ସିଂହଙ୍କ ଜନ୍ମଦିବସ

ସହିଦ୍ ଭଗତ୍ ସିଂହଙ୍କ ଜନ୍ମଦିବସକୁ କେବଳ ଭାରତ ନୁହେଁ ବରଂ ପାକିସ୍ତାନ୍‌ରେ ମଧ୍ୟ ପାଳନ କରାଯାଇଛି। ପାକିସ୍ତାନ୍‌ର ଲାହୋରରେ ଆଜି ଏହି ଦିନକୁ ବେଶ ଧୁମଧାମରେ ପାଳନ କରାଯାଉଛି। ଲାହୋରର ସୈୟଦା ଦୀପ୍ ପ୍ରତିବର୍ଷ ତାଙ୍କର ଜନ୍ମ ବାର୍ଷିକୀ ଏବଂ ଶହୀଦ ଦିବସରେ ଏକ କାର୍ଯ୍ୟକ୍ରମର ଆୟୋଜନ କରିଥାନ୍ତି। ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ସ୍ମରଣ କରି ଭାଗବତ ସିଂ ମେମୋରିଆଲ୍ ଫାଉଣ୍ଡେସନ୍ ତରଫରୁ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇବା ପାଇଁ ଲାହୋର ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Taliban Spokesperson Zabihullah Mujahid
କାଶ୍ମୀର ପ୍ରସଙ୍ଗରେ ଭାରତକୁ ଝଟ୍‌କା ଦେଲା ତାଲିବାନ, ପାକିସ୍ତାନକୁ କଲା ଖୁଲମ୍‌ଖୁଲା ପ୍ରଶଂସା

ଆଫଗାନିସ୍ତାନ ଦଖଲ ପରେ ତାଲିବାନ କହିଥିଲା ଯେ, କଶ୍ମୀର ପ୍ରସଙ୍ଗ ହେଉଛି ଭାରତର ଏକ ଆଭ୍ୟନ୍ତରୀଣ ପ୍ରସଙ୍ଗ। ହେଲେ ଏବେ ତାଲିବାନ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇ କୁହାଯାଇଛି ଯେ, କଶ୍ମୀରରେ ଅବହେଳିତ ମୁସଲମାନଙ୍କ ପାଇଁ ସ୍ୱର ଉତ୍ତୋଳନ ଜାରି ରହିବ।

Narendra Modi
ନା ନେଲେ ନାହିଁ କିନ୍ତୁ ପାକିସ୍ତାନ ଉପରେ ପ୍ରବଳ ବର୍ଷିଲେ ମୋଦି

ମିଳିତ ଜାତିସଂଘର ୭୬ ତମ ଅଧିବେଶନରେ ବିଶ୍ୱବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମହାମାରୀ କରୋନା ଠାରୁ ଆରମ୍ଭ କରି ଆଫଗାନିସ୍ତାନ ଓ ଆତଙ୍କବାଦୀ ପ୍ରସଙ୍ଗ ଉଠାଇ ସେ ବିଶ୍ୱ ନେତୃବୃନ୍ଦଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଆଉ ସିଧାସଳଖ ଭାବରେ ପାକିସ୍ତାନ ନା ନନେଇ ତାକୁ ସମାଲୋଚନା ମଧ୍ୟ କରିବା ସହ ଆତଙ୍କବାଦର କାର୍ଯ୍ୟ ପାଇଁ ପାକିସ୍ତାନକୁ ସମାଲୋଚନା ମଧ୍ୟ କରିଛନ୍ତି।

Taliban Fighter Tore Pakistan Flag
ପାକିସ୍ତାନ୍ ପତାକାକୁ ଚିରି ଦେଲା ତାଲିବାନ୍

କେମିତି ବିଶ୍ୱ ସମୁଦାୟ ତାଲିବାନକୁ ସମର୍ଥନ କରିବ ସେଥିପାଇଁ ଅବିରତ ଉଦ୍ୟମ ଚଲାଇଛି ପାକିସ୍ତାନ୍। କିନ୍ତୁ ତାଲିବାନ୍‌ ପାକିସ୍ତାନର ଏହି ଉଦ୍ୟମକୁ ଅଣଦେଖା କରି ପାକିସ୍ତାନକୁ ବାରମ୍ବାର ଧମକାଇବାରେ ଲାଗିଛି।

SAARC Meet Cancelled
SAARC ସମ୍ମିଳନୀ ବାତିଲ୍‌: ତାଲିବାନକୁ ମୋହରା କରି ଭାରତକୁ ଘେରିବା ପାଇଁ ଚାଲ୍‌ କରିଥିଲା ପାକିସ୍ତାନ

ଆଫଗାନିସ୍ତାନରେ ତାଲିବାନର ନୂଆ ସରକାରକୁ SAARC ସମ୍ମିଳନୀରେ ସାମିଲ କରାଯାଉ ବୋଲି ପାକିସ୍ତାନ ଚାହୁଁଥିଲା। ଫଳରେ ପାକିସ୍ତାନକୁ ତାଲିବାନର ସହଯୋଗ ମିଳିପାରିବ। ହେଲେ ପାକିସ୍ତାନର ଏହି ଚାଲ୍‌ ଶେଷରେ ଫସର ଫାଟିଛି।

JF-17 Thunder
ଋଣ ବୋଝ ତଳେ ଚେପା ପାକିସ୍ତାନ୍ : ଆର୍ଜେଣ୍ଟିନାକୁ ବିକ୍ରି କରିବ ୧୨ଟି ଯୁଦ୍ଧ ବିମାନ

ଯୁଦ୍ଧ ବିମାନ କିଣିବା ପାଇଁ ସଂସଦରେ ବଜେଟ୍ ଉପସ୍ଥାପିତ କରାଯାଇଛି । ତେବେ ଆର୍ଜେଣ୍ଟିନା ବିକ୍ରି ଚୁକ୍ତିନାମାରେ ସ୍ୱାକ୍ଷର କରି ନଥିବାରୁ କିଛି ଚୂଡାନ୍ତ ହୋଇ ପାରିନାହିଁ । କିନ୍ତୁ ପାକିସ୍ତାନରୁ ଯୁଦ୍ଧ ବିମାନ କିଣିବା କଥା ସଂସଦର ବଜେଟରୁ ସ୍ପଷ୍ଟ ହେଉଛି । ପୂର୍ବରୁ ମଧ୍ୟ ଆଜେଣ୍ଟିନା ବିଭିନ୍ନ ଦେଶମାନଙ୍କ ଠାରୁ ଜେଟ୍‌ କିଣିବାକୁ ପ୍ରୟାସ କରିଥିଲା, ହେଲ ଅର୍ଥ ଅଭାବରୁ ତଥା ଏବଂ ବ୍ରିଟିସ୍ ଆପତ୍ତି କାରଣରୁ ଏହା ସମ୍ଭବ ହୋଇନଥିଲା ।

china-india
ଚୀନକୁ ଚକ୍କମା ଦେବାକୁ ପ୍ରସ୍ତୁତ ହେଉଛି ଭାରତ

ଉତ୍ତରରେ ଉଗ୍ର ଚୀନ୍, ପଶ୍ଚିମରେ ପ୍ରକ୍ସି ପାକିସ୍ତାନ। ଉଭୟ ଶତ୍ରୁଙ୍କ ମୁକିବିଲା ଲାଗି ଦରକାର ଯୋଜନାବଦ୍ଧ ରଣନୀତି। ଜଳ, ସ୍ଥଳ ଓ ଆକାଶବାହିନୀ ମଧ୍ୟରେ ଆବଶ୍ୟକ ଶୀର୍ଷମାନର ସମନ୍ୱୟ। ସେଥିଲାଗି ଏକ ସମନ୍ୱିତ ଯୁଦ୍ଧ ଲଢିବା ବ୍ୟବସ୍ଥା ବିକଶିତ କରିବାକୁ ପ୍ରୟାସ କରୁଛି ଭାରତ।

cricket match
ପାକିସ୍ତାନ-ନ୍ୟୁଜିଲାଣ୍ଡ ଦିନିକିଆ ବାତିଲ

ପଡ଼ିଆକୁ ଓହ୍ଲାଇବା ପୂର୍ବରୁ ପାକିସ୍ତାନ ସହ ଦିନିକିଆ ମ୍ୟାଚ୍ ବାତିଲ କଲା ନ୍ୟୁଜିଲାଣ୍ଡ। ସୁରକ୍ଷା ଦୃଷ୍ଟିକୋଣରୁ ଆଜି ହିଁ ପାକିସ୍ତାନ ଛାଡିବାକୁ ଟିମକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ କାହିଁକି ବ୍ଲାକ୍ କ୍ୟାପ୍ ବାତିଲ କଲା ସିରିଜି ? କେବେଠାରୁ ବିଦେଶୀ ଟିମ୍ ଯାଇ ନାହାନ୍ତି ପାକିସ୍ତାନ ? କାହିଁକି ପାକିସ୍ତାନରେ କ୍ରିକେଟ୍ ଖେଳିବାକୁ ଡରୁଛନ୍ତି ଅନ୍ୟ ଟିମ୍?

Imran Khan
ପୂର୍ବତନ ଆଫଗାନିସ୍ତାନ ସରକାରଙ୍କ ସହ ମିଶି ପାକିସ୍ତାନରେ ଭାରତ ଆତଙ୍କୀ ଆକ୍ରମଣ କରିଥିବା ଅଭିଯୋଗ ଆଣିଲେ ଇମ୍ରାନ୍

ଇମ୍ରାନ ଖାନ ପୁଣି ଥରେ ଭାରତ ବିରୋଧରେ ବିଷ ଓଗାଳିଛନ୍ତି । ଭାରତରେ ବାରମ୍ବାର ଆତଙ୍କୀ ଆକ୍ରମଣ ଘଟାଉଥିବା ପଡ଼ୋଶୀ ଦେଶ ଓଲଟା କଥା କହୁଛି । ଆମେରିକାର ନ୍ୟୁଜ ଚ୍ୟାନେଲ ସିଏନଏ ପକ୍ଷରୁ ହୋଇଥିବା ଏକ ସାକ୍ଷାତକାରରେ ଇମ୍ରାନ୍ କହିଛନ୍ତି, ଆଫଗାନିସ୍ତାନର ପୂର୍ବ ସରକାର ସହିତ ମିଶି ଅତୀତରେ ପାକିସ୍ତାନ ଉପରେ ଆତଙ୍କୀ ଆକ୍ରମଣ ଘଟାଇଛି ଭାରତ ।

Hundreds of Afghans Exit Through Pakistan Border To Escape From Taliban
ଦେଶ ଛାଡ଼ୁଛନ୍ତି ଆଫଗାନୀ

ଚାଲି ଚାଲି ପାକିସ୍ତାନ ଅଭିମୁଖେ ହଜାର ହଜାର ଆଫଗାନିସ୍ତାନ ନାଗରିକ। ପାକ୍ ସୀମାରେ ବଢ଼ୁଛି ଭିଡ଼, ଦିନ ଦିନ ଧରି କରୁଛନ୍ତି ଅପେକ୍ଷା

pakistan
ପାକିସ୍ତାନରେ ତାଲିବାନୀ ଶାସନ : ଶିକ୍ଷକଙ୍କୁ ଜିନ୍ସ-ଟିସାର୍ଟ ମନା

ଶିକ୍ଷକଙ୍କୁ ଜିନ୍ସ, ଟି-ସାର୍ଟ ପିନ୍ଧିବା ମନା । ପାକିସ୍ତାନରେ ତାଲିବାନୀ ଶାସନ । ଆଫଗାନିସ୍ତାନରେ ତାଲିବାନ ଶାସନ ଆରମ୍ଭ ପରେ ଏହାର ପ୍ରଭାବ ପାକିସ୍ତାନରେ ମଧ୍ୟ ଦେଖିବାକୁ ମିଳୁଛି । ସମସ୍ତ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନର ଶିକ୍ଷକମାନଙ୍କ ପାଇଁ ନୂଆ ନିର୍ଦ୍ଦେଶାନାମା ଜାରି କରିଛନ୍ତି ଇମ୍ରାନ ସରକାର

Taliban
ସଫଳ ହେଲା ପାକିସ୍ତାନ ? ଚରମପନ୍ଥୀଙ୍କ ହାତରେ ଆଫଗାନ୍‌ର ଶାସନ ଡୋରି

ତାଲିବାନୀ ସରକାରରେ ପାକିସ୍ତାନୀ ଛାପ। ISI ସମର୍ଥିତ ହକାନୀ ନେଟଓ୍ୱର୍କ ମୁଖ୍ୟ ସିରାଜୁଦ୍ଦିନ ହକାନୀ ଓ ତାଙ୍କ ଦାଦା ଖଲିଲ୍ ହକାନୀଙ୍କୁ ଅନ୍ତରୀଣ ସରକାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ମିଳିଛି

Kashmir
ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ପାକିସ୍ତାନର ନୂଆ ପ୍ଲାନ୍ : ଉତ୍ତର କାଶ୍ମୀରରେ ଅନୁପ୍ରବେଶ କରିଛନ୍ତି ବିଦେଶୀ ଆତଙ୍କୀ

LoC ସେପାରିରୁ ମେ ରୁ ଅଗଷ୍ଟ ମଧ୍ୟରେ ବହୁ ସଂଖ୍ୟକ ବିଦେଶୀ ଆତଙ୍କବାଦୀ ଅନୁପ୍ରବେଶ କରିଥିବା ସୂଚନା ମିଳିଛି । ଆଗାମୀ ସମୟରେ କାଶ୍ମୀର ଉପତ୍ୟକାରେ ଆତଙ୍କବାଦୀ ଆକ୍ରମଣର ଅନେକ ସମ୍ଭାବନା ରହିଛି । ଭାରତକୁ ଧୋକାରେ ପଶିଥିବା ଆତଙ୍କବାଦୀଙ୍କ ଟାର୍ଗେଟରେ ସୁରକ୍ଷା ବାହିନୀ, ସ୍ଥାନୀୟ ନେତା ତଥା ସରପଞ୍ଚ ରହିପାରନ୍ତି ବୋଲି କୁହାଯାଉଛି ।

Taliban
ଆଫଗାନ୍‌ରେ ସରକାର କରିବ ତାଲିବାନ: ଚୀନ ଓ ପାକିସ୍ତାନକୁ ଦିଆଗଲା ନିମନ୍ତ୍ରଣ

ପଞ୍ଜଶିର ଦଖଲ ପରେ ଯୁଦ୍ଧ ସମାପ୍ତି ଘୋଷଣା କରିଛି ତାଲିବାନ । କହିଲା ଏବେ ପୂରା ଆଫଗାନିସ୍ତାନ ଆମ କବଜାରେ ରହିଛି । ତାରିଖ ଧାର୍ଯ୍ୟ ହୋଇନଥିଲେ ବି, ଖୁବଶୀଘ୍ର ଆଫଗାନ୍‌ବାସୀଙ୍କୁ ଦେବୁ ଇସ୍ଲାମିକ୍, ଉତ୍ତରଦାୟୀ ଓ ସ୍ଥିର ସରକାର

panjshir
ପଞ୍ଜଶିର ଯୁଦ୍ଧରେ ତାଲିବାନ୍ ପକ୍ଷରୁ ମୈଦାନକୁ ଓହ୍ଲାଇଲା ପାକିସ୍ତାନ : ଡ୍ରୋନ୍ ଆକ୍ରମଣ କଲା ପାକ୍ ଏୟାରଫୋର୍ସ

ପଞ୍ଜଶିର ପ୍ରୋଭିନ୍ସର ପାରିୟାନ୍, ସୋତୁଲ୍, ଖେଞ୍ଜ୍ ଓ ଅବଶାର୍ ଆଦି ୪ଟି ଜିଲ୍ଲାକୁ ଦଖଲ କରିସାରିଥିବା ଦାବି କରିଛି ତାଲିବାନ୍ ।। ଅନ୍ୟପକ୍ଷରେ ପଞ୍ଜଶିର ରେଜିଷ୍ଟାଣ୍ଟ୍ ଫ୍ରଣ୍ଟ ଦାବି କରିଛି ଏପର୍ଯ୍ୟନ୍ତ ସେମାନେ ସ୍ୱାଧୀନ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ପଞ୍ଜଶୀର ପ୍ରଦେଶ ବ୍ୟତୀତ ସମଗ୍ର ଆଫଗାନିସ୍ତାନ ତାଲିବାନ ଦ୍ୱାରା ଅଧିକୃତ ହୋଇସାରିଛି

 Kabul airport
କାବୁଲ ବିସ୍ଫୋରଣ ସହ ୧୪ କେରଳବାସୀଙ୍କ ସମ୍ପର୍କ ! ଦୁଇ ପାକିସ୍ତାନୀ ମଧ୍ୟ ହେଫାଜତରେ

ଆଫଗାନିସ୍ତାନ ରାଜଧାନୀ କାବୁଲ ବିମାନବନ୍ଦର ବାହାରେ ହୋଇଥିଲା ସିରିଜ୍‌ ବୋମା ବିସ୍ଫୋରଣ । ଏଥିପାଇଁ ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ ଅଫ୍ ଖୋରାସାନ୍ ପ୍ରୋବିଂସ (ISKP) ନିଜକୁ ଦାୟୀ କରିଛି ।

Pakistan
ପାକିସ୍ତାନର ଦିବା ସ୍ୱପ୍ନ: କହିଲା, କାଶ୍ମୀରକୁ ତାଲିବାନ୍‌ ବିଜୟ ପରେ ପାକ୍‌କୁ କରିବ ହସ୍ତାନ୍ତର

ପୁଣି ଥରେ କାଶ୍ମୀରକୁ ନେଇ ଦିବା ସ୍ୱପ୍ନ ଦେଖିବା ଆରମ୍ଭ କଲାଣି ପାକିସ୍ତାନ। ବାରମ୍ବାର ଚେଷ୍ଟା ପରେ କାଶ୍ମୀରକୁ ନେଇପାରିନଥିବା ପାକିସ୍ତାନ ପୁଣି ଥରେ କାଶ୍ମୀର ମୋହରେ ହେଲାଣି ପାଗଳ।ଆଫଗାନିସ୍ତାନରେ ତାଲିବାନ ଶକ୍ତିକୁ ବୃଦ୍ଧି କରିବାରେ ପାକିସ୍ତାନର ସହଯୋଗ କାହାକୁ ଅଛପ ନାହିଁ। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ତାଲିବାନ କାବୁଲକୁ ଦଖଲ ଉତ୍ସବ ପାଳନ କରୁଥିବା କହିବା ସହ ପୁଣି ଥରେ କାଶ୍ମୀର ପ୍ରସଙ୍ଗରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି

Pakistan
ମହିଳାଙ୍କ ପୋଷାକ ଚିରି ମାଡ ମାରିଲେ; ଭିଡିଓ ହେଲା ଭାଇରାଲ୍‌

ପାକିସ୍ତାନର ଜଣେ ମହିଳାଙ୍କ ଉପରେ ନିର୍ମମ ଆକ୍ରମଣର ଏକ ଭୟଙ୍କର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ମହିଳା ଟିକ୍‌ଟକ୍‌ରେ ଭିଡିଓ ପ୍ରସ୍ତୁତ କରି ବହୁତ ଲୋକପ୍ରିୟ ହୋଇପାରିଛନ୍ତି। ଭିଡିଓରେ ଏକ ପୁରୁଷ ଗୋଷ୍ଠୀ ମହିଳାଙ୍କୁ ଅତି ନିର୍ମମ ଭାବରେ ଆକ୍ରମଣ କରି ତାଙ୍କ ପୋଷାକ ଚିରି ଦଉଥିବା ନଜର ଆସିଛି। ଅଗଷ୍ଟ ୧୪ ରେ, ଯେତେବେଳେ ପାକିସ୍ତାନ ଏହାର ସ୍ୱାଧୀନତା ପାଳନ କରୁଥିଲା, ଲାହୋରରେ ଏହି ମହିଳାଙ୍କୁ ଆକ୍ରମଣ କରାଯାଇଥିଲା ଏବଂ ଏହାର ଭିଡିଓ ଭାଇରାଲ ହୋଇଥିଲା।

India-Pakistan Army
ସ୍ୱାଧିନତା ଦିବସରେ ପାକିସ୍ତାନ ଯବାନଙ୍କୁ ମିଠା ବାଣ୍ଟିଲେ ଭାରତୀୟ ଯବାନ

ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ଯେତେ ତିକ୍ତ ଥିଲେ ମଧ୍ୟ ଉତ୍ସବ ବେଳେ ମିଠା ଦିଆ-ନିଆ ହୋଇଥାଏ । ତେବେ ଠିକ ସେହିଭଳି ଆଜି ପାକିସ୍ତାନର ସ୍ୱାଧିନତା ଦିବସ ଉପଲକ୍ଷେ ଉଭୟ ଦେଶ ମଧ୍ୟ ମିଠା ଦିଆ-ନିଆ ହୋଇଛି ।

launching-pad
ଜମ୍ମୁ କାଶ୍ମୀରରେ ୨୫୦ରୁ ଅଧିକ ଆତଙ୍କୀଙ୍କୁ ଅନୁପ୍ରବେଶ କରାଇବାକୁ ଉଦ୍ୟମ କରୁଛି ଶତ୍ରୁ ଦେଶ

ସୁଧୁରୁନି ଶତ୍ରୁ ଦେଶ, ଲଗାତାର ଭାରତ ବିରୋଧୀ ଷଡ଼ଯନ୍ତ୍ରରେ ଲିପ୍ତ ରହୁଛି । ଅଗଷ୍ଟ ୧୫ ପୂର୍ବରୁ ଜମ୍ମୁ କାଶ୍ମୀରରେ ପାକିସ୍ତାନର ଏକ ବଡ ଆତଙ୍କବାଦୀ ଷଡଯନ୍ତ୍ରର ଖୁଲାସା । ଭାରତ-ପାକିସ୍ଥାନ ସୀମାରେ ପାକିସ୍ତାନ ନିଜର ଲଞ୍ଚ ପ୍ୟାଡକୁ ପୁଣି ଥରେ ସକ୍ରିୟ କରିଛି ବୋଲି ଜାମ୍ମୁ କାଶ୍ମୀର ପୋଲିସ ସୂଚନା ଦେଇଛି ।

ଶତ୍ରୁ ଦେଶରେ ପ୍ରଭୁ ଜୟ ଶ୍ରୀରାମଙ୍କ ନାରା
ପାକିସ୍ତାନରେ ’ଜୟ ଶ୍ରୀରାମ-ହର ହର ମହାଦେବ ନାରା’ : ହିନ୍ଦୁଙ୍କ ଉପରେ ଅତ୍ୟାଚାର ବିରୋଧରେ କରାଚିରେ ବିକ୍ଷୋଭ ପ୍ରଦର୍ଶନ

ରବିବାର ଦିନ କରାଚିରେ ଥିବା ପ୍ରେସ କ୍ଲବ ବାହାରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନେ ଏହି ବିକ୍ଷୋଭରେ ଭାଗ ନେଇଥିଲେ । ହିନ୍ଦୁ ସମ୍ପ୍ରଦାୟ ବ୍ୟତୀତ ଶିଖ, ପାର୍ସି, ଖ୍ରୀଷ୍ଟିଆନ ଏବଂ ଅନ୍ୟାନ୍ୟ ଲୋକ ମଧ୍ୟ ଏହି ବିକ୍ଷୋଭରେ ସାମିଲ ଥିଲେ । ନିକଟରେ ମନ୍ଦିରରେ ଭଙ୍ଗାରୁଜା ଘଟଣାକୁ ନିନ୍ଦା କରିବା ସହ ସଂଖ୍ୟାଲଘୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ