କାଙ୍ଗାଳ ହୋଇଗଲାଣି ପାକିସ୍ତାନ । ପାକିସ୍ତାନରେ ଧିରେ ଧିରେ ଅର୍ଥ ଅଭାବର ସଙ୍କଟ ଦେଖିବାକୁ ମିଳିଛି । ଦେଶର ଏଭଳି ପରିସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଏବେ ଚିନ୍ତାରେ ପଡିଛନ୍ତି ।
୧୯୭୧ ପାକିସ୍ତାନ ବିରୋଧରେ ଭାରତର ବିଜୟର ୫୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ଚଳିତବର୍ଷ ସ୍ୱର୍ଣ୍ଣିମ ବିଜୟ ବର୍ଷ ପାଳନ କରାଯାଉଛି ।
ଜଣା ନଥିଲା ଏମିତି ସ୍ଥିତି ଉପୁଜିବ। ଚା ପିଇବା ତ ଦୂରର କଥା, ଦେଖିଲେ ଡରୁଛନ୍ତି ପାକିସ୍ତାନୀ। କାରଣ ଏଠି କପେ ଚା ଏତେ ଟଙ୍କା ଯେ, ଚା କିଣି ପିଇବାକୁ ଡରୁଛନ୍ତି ସାଧାରଣ ଲୋକେ...
ଚଳିତ ବର୍ଷ ଭାରତରୁ ଚିନି ଆମଦାନୀ କରିବାକୁ ପାକିସ୍ତାନ ମନା କରି ଦେଇଛି। ଯାହାକି ଦେଶ ପାଇଁ ମହଙ୍ଗା ହୋଇଛି। ପାକିସ୍ତାନ କ୍ରିକେଟର ଶୋଏବ ଅଖତରଙ୍କ ସହର ରାୱଲପିଣ୍ଡିରେ ଚା’ କପ୍ ମୂଲ୍ୟ ୪୦ ଟଙ୍କା ହୋଇଛି। ପୂର୍ବରୁ ଏଠାରେ ଏକ କପ୍ ଚା’ର ମୂଲ୍ୟ ଥିଲା ୩୦ ଟଙ୍କା। ଭାରତରୁ ଚିନି ଯିବା ବନ୍ଦ ହେବା ପରେ ଚା କପ ଦଶ ଟଙ୍କା ମହଙ୍ଗା ହୋଇ ୪୦ ଟଙ୍କାରେ ପହଂଚିଛି।
ପାକିସ୍ତାନ୍ରେ ବଢୁଛି ଦରଦାମ୍ । ପ୍ରତ୍ୟେକ ଜିନିଷଗୁଡ଼ିକର ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଥିବାରୁ ଜନସାଧାରଣ ଯନ୍ତ୍ରଣା ଭୋଗୁଛନ୍ତି । ଏହି ସମସ୍ୟାର ସମ୍ମୁଖୀନ ତଥା ବର୍ଦ୍ଧିତ ଦରଦାମ୍ର ମୁକାବିଲା କରିବା ପାଇଁ ପାକିସ୍ତାନ ଅଧିକୃତ କାଶ୍ମୀର ଏବଂ ଗିଲଗିଟ-ବାଲ୍ଟିସ୍ତାନର ମନ୍ତ୍ରୀ ଅଲି ଅମିନ ଗନ୍ଦାପୁର ପାକିସ୍ତାନ୍ ବାସୀଙ୍କୁ ଏକ ପରାମର୍ଶ ଦେଇଛନ୍ତି ।
ଆଫ୍ଗାନିସ୍ତାନ ଦଖଲ ପରେ ତାଲିବାନ୍ ବର୍ତ୍ତମାନ ଜାମ୍ମୁ କାଶ୍ମୀରରେ ଲଢିବାକୁ ପ୍ରସ୍ତୁତ ଅଛି । ଏକ ବିଶେଷ ସୂତ୍ରଅନୁସାରେ, ପାକିସ୍ତାନ ଅଧିନରେ ଥିବା କାଶ୍ମୀରରେ ଗୁପ୍ତଚର ଏଜେନ୍ସି ଆଇଏସ୍ର ଷ୍ଟାଫ୍, ସାଇବର ୟୁନିଟ୍ ଗ୍ରୁପ୍, ତାଲିବାନ୍, ଜେସ୍ ଏ ମହମଦ୍ଦ ଓ ଲସ୍କର-ଇ-ତୋଏବାର ଆତଙ୍କୀମାନେ ଆଫଗାନିସ୍ଥାନର ସୀମ୍ କାର୍ଡକୁ ବ୍ୟବହାର କରୁଛନ୍ତି ।
ବିଦ୍ୱେଷର ମଞ୍ଜି ବୁଣୁଛି ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISI । ସୀମା ସେପଟୁ ଆତଙ୍କୀଙ୍କୁ ଅନୁପ୍ରବେଶ କରାଇ, କାଶ୍ମୀରରେ ହିଂସା ସୃଷ୍ଟି ପାଇଁ ଚଳାଇଛି ହୀନ ପ୍ରୟାସ । ଗତ କିଛି ଦିନ ହେଲାଣି ଜାମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀଙ୍କ ବର୍ବରତା ଦେଖିବାକୁ ମିଳିଛି । ପୂର୍ବରୁ ସେମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରୁଥିବା ବେଳେ, ଏବେ ସାଧାରଣ ଲୋକଙ୍କୁ ନିଶାନା କରୁଛନ୍ତି
ଆଜି ଭୋର ସମୟରେ ଏକ ଶକ୍ତିଶାଳୀ ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି। ଏଥିରେ ୨୦ ଜଣଙ୍କ ମୃତ୍ୟୁ ଘଟି ଥିବାବେଳେ ଅଧିକାଂଶ ଲୋକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ୬ ଜଣ ଶିଶୁ ଅଛନ୍ତି। ମୃତକଙ୍କ ସଂଖ୍ୟା ଆଗକୁ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।
ଯାହା ସନ୍ଦେହ କରାଯାଉଥିଲା, ତାହା ହିଁ ସତ ହେଲା। ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନରୁ ତଥ୍ୟ ଚୋରି ପଛରେ ପାକିସ୍ତାନର ସୈତାନୀ ଦିମାକ୍! ବହୁଚର୍ଚ୍ଚିତ ବାଲେଶ୍ୱର DRDO ଗୁପ୍ତଚରୀ ମାମଲାରେ ପାକିସ୍ତାନୀ ଲିଙ୍କ୍ ନେଇ ଏବେ ତଥ୍ୟ ସାମ୍ନାକୁ ଆଣିଛି କ୍ରାଇମବ୍ରାଞ୍ଚ୍
ଜୀବନରେ ବିବାହ ଏକ ସୁନ୍ଦର ମୁହୂର୍ତ୍ତ। ଏହି ଦିନକୁ ସ୍ମରଣୀୟ କରିବାକୁ ଚାହିଁଥାନ୍ତି ଦମ୍ପତି। ଏମିତିକି ବର-କନ୍ୟାଙ୍କ ପରିବାର ଲୋକକେ ଅନେକ ସାଜସଜ୍ଜା କରି ସେଲିବ୍ରେଟ କରିଥାନ୍ତି। ବେଳେ ବେଳେ ବିବାହ ଉତ୍ସବରେ ଦେଖିବାକୁ ମିଳେ କିଛି ଅଲଗା
ଆପଣ ଅନେକ ବାହାଘର ଦେଖିଥିବେ। ଏହି ଏମିତି ବାହାଘର କେବେ ହେଲେ କେଉଁଠି ବି ଦେଖି ନଥିଲେ। ଜେସିବି ଉପରେ ଏମିତି କଲେ ନବ ଦମ୍ପତି। ଯାହାକୁ କେବେ ହେଲେ ଦେଖି ନଥିଲା ପାକିସ୍ତାନ...
ମାରାତ୍ମକ ଅଣୁ ଅସ୍ତ୍ର ତାଲିବାନକୁ ଦେବ ପାକିସ୍ତାନ! ଜନ୍ ବୋଲଟନ୍ଙ୍କ ସୂଚନା ପରେ ଚିନ୍ତାରେ ପୂରା ବିଶ୍ୱ। କେତେବେଳେ ରଚିପାରେ ଧ୍ୱଂସର ତାଣ୍ଡବ ଲୀଳା।
ସୁଧୁରୁନି ପଡ଼ୋଶୀ ଦେଶ, ପୁଣି ଭାରତ ବିରୋଧୀ ଷଡ଼ଯନ୍ତ୍ରରେ ବ୍ୟସ୍ତ । କେତେବେଳେ ଅନୁପ୍ରବେଶ ଉଦ୍ୟମ ତ କେତେବେଳେ ଅସ୍ତ୍ରବିରତି ଉଲ୍ଲଂଘନ ଆଉ ପୁଣି କେତେବେଳେ ବେଆଇନ୍ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ । ସୀମା ନିକଟସ୍ଥ ଅଞ୍ଚଳରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ସର୍ବଦା ଚେଷ୍ଟା କରୁଛି ପାକିସ୍ତାନ ।
ତାଲିବାନକୁ ନେଇ ଥମିବାରେ ନା ନେଉନାହିଁ ଚର୍ଚ୍ଚା। କେତେବେଳେ ନିଜ ଶାସନ ପାଇଁ ତ କେତେବେଳେ ନିଜ ମନ୍ତ୍ରୀମାନଙ୍କର କାର୍ଯ୍ୟ ପାଇଁ ତାଲିବାନ୍କୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଛି। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ତାଲିବାନ ହାତରେ ଲାଗିପାରେ ଅଣୁ ଅସ୍ତ୍ର। ଏମିତି ଏକ ସଙ୍ଗୀନ ଖବର ଅନ୍ତର୍ଜାତୀୟ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି।
ପାକିସ୍ତାନରେ ପୁଣି ଆତଙ୍କୀୟ କାର୍ଯ୍ୟକଳାପ। ପାକିସ୍ତାନର ପେଶୱାରରେ ଶିଖ ସମ୍ପ୍ରଦାୟର ଜଣେ ହାକିମଙ୍କୁ ଅଜଣା ଆକ୍ରମଣକାରୀମାନେ ଗୁଳି କରି ହତ୍ୟା କରିଛନ୍ତି। ପାକିସ୍ତାନର ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଟାର୍ଗେଟ କରିବାର ଏହା ଆଉ ଏକ ନୂଆ ମାମଲା ରୁଜୁ ହୋଇଛି। ପୋଲିସ ସୂଚନା ଅନୁଯାୟୀ ଆକ୍ରମଣକାରୀମାନେ କ୍ଲିନିକରେ ପ୍ରବେଶ କରି ଶିଖ୍ ହାକିମଙ୍କ ଉପରକୁ ଚାରିଟି ଗୁଳି ଚଳାଇଥିଲେ। ଏହି ଗୁଳି ବିନିମୟରେ ହାକିମ୍ଙ୍କ ଦୁଃଖଦ ମୃତ୍ୟୁ ଘଟିଛି।
ଏଥିରେ ଭାରତ, ପାକିସ୍ତାନ ବ୍ୟତୀତ ଋଷିଆ, ଚୀନ୍, ଇରାନ ପ୍ରମୁଖ ରାଷ୍ଟ୍ର ସାମିଲ ହେବା ନେଇ ସୂଚନା ରହିଛି। ଏସିଆରେ ଆତଙ୍କବାଦ କାର୍ଯ୍ୟକଳାପ ଉପରେ ରୋକ ଲଗାଇବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। SCO ଦୁଶନାବେ ଘୋଷଣାନାମା ଅନୁଯାୟୀ ଏହି ମିଳିତ ଆଣ୍ଟି ଟେରର ମିଳିତ ଅଭ୍ୟାସ କରାଯାଉଛି।
ପୁଣି ଥରେ ପଦାରେ ପଡ଼ିଛି ପାକିସ୍ତାନର ଆତଙ୍କବାଦୀ ଚେହେରା। କିପରି ଆତଙ୍କବାଦୀଙ୍କୁ ପୃଷ୍ଟପୋଷକତା ଦେଉଛି ପାକ୍ ତାର ଗୋଟି ଗୋଟି କଥା କ୍ୟାମେରା ସମ୍ମୁଖରେ ବଖାଣିଛି ଉରୀ ସେରରୁ ଧରାପଡ଼ିଥିବା ୧୯ ବର୍ଷିୟ ଆତଙ୍କବାଦୀ ଅଲି ବାବର।
ପାକିସ୍ତାନର ଦୋମୁହାଁ ନୀତିକୁ ପସନ୍ଦ କରୁନି ନୂଆ ଆଫଗାନ୍ ସରକାର । ତେଣୁ ପାକିସ୍ତାନର ପ୍ରକୃତି ଉପରେ ପ୍ରଶ୍ନ ଉଠାଇଲା ତାଲିବାନ୍ । ଧୋକାବାଜ୍ ପାକିସ୍ତାନ ବିଶ୍ୱାସଯୋଗ୍ୟ ନୁହେଁ ବୋଲି କହିଛନ୍ତି ତାଲିବାନୀ ନେତା । ଏକ ମାସ ମଧ୍ୟରେ ତାଲିବାନ ଏବଂ ପାକିସ୍ତାନ ସରକାରଙ୍କ ମଧ୍ୟରେ ସମ୍ପର୍କରେ ଅନେକ ନୂଆ ମୋଡ଼ ଆସିଛି ।
ମାଟିରେ ମିଶିଲା ପାକିସ୍ତାନର ଜନକ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ପ୍ରତିମୂର୍ତ୍ତି । ବେଲୋଚିସ୍ତାନର ଗୁଆଦରରେ କିଛି ମାସ ତଳେ ସ୍ଥାପନ କରାଯାଇଥିବା ଜିନ୍ନାଙ୍କ ପ୍ରତିମୂର୍ତ୍ତିକୁ ବିସ୍ଫୋରଣରେ ଉଡ଼ାଇ ଦେଇଛି ବେଲୋଚିସ୍ତାନ ଲିବେରେସନ ଆର୍ମି-BLA ।
ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ପୁଣି ଥରେ ଅନ୍ତର୍ଜାତୀୟ ସ୍ତରରେ ଅପମାନିତ ହେବାକୁ ପଡ଼ିଛି। ଯାହାକୁ ନେଇ ଏବେ ଜୋରସୋରରେ ଚର୍ଚ୍ଚା ଚାଲିଛି। ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ନିକଟରେ ମୋଦି ବାଇଡ଼େନଙ୍କୁ ଭେଟିଥିଲେ
ଭାରତ ବିରୋଧୀ ଷଡ଼ଯନ୍ତ୍ରରେ ଦେଶର ପାଣ୍ଠି ଖର୍ଚ୍ଚ କରୁଥିବା ପଡ଼ୋଶୀ ଦେଶରେ ବର୍ତ୍ତମାନ ବେକାରୀ ହାର ୧୬ ପ୍ରତିଶତ ପର୍ଯ୍ୟସ୍ତ ବୃଦ୍ଧି ପାଇଛି । ବେକାର ଯୁବକଯୁବତୀଙ୍କୁ ରୋଜଗାର ଯୋଗାଇବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏକପ୍ରକାର ବିଫଳ ହୋଇଛନ୍ତି ।
ସହିଦ୍ ଭଗତ୍ ସିଂହଙ୍କ ଜନ୍ମଦିବସକୁ କେବଳ ଭାରତ ନୁହେଁ ବରଂ ପାକିସ୍ତାନ୍ରେ ମଧ୍ୟ ପାଳନ କରାଯାଇଛି। ପାକିସ୍ତାନ୍ର ଲାହୋରରେ ଆଜି ଏହି ଦିନକୁ ବେଶ ଧୁମଧାମରେ ପାଳନ କରାଯାଉଛି। ଲାହୋରର ସୈୟଦା ଦୀପ୍ ପ୍ରତିବର୍ଷ ତାଙ୍କର ଜନ୍ମ ବାର୍ଷିକୀ ଏବଂ ଶହୀଦ ଦିବସରେ ଏକ କାର୍ଯ୍ୟକ୍ରମର ଆୟୋଜନ କରିଥାନ୍ତି। ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ସ୍ମରଣ କରି ଭାଗବତ ସିଂ ମେମୋରିଆଲ୍ ଫାଉଣ୍ଡେସନ୍ ତରଫରୁ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇବା ପାଇଁ ଲାହୋର ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଆଫଗାନିସ୍ତାନ ଦଖଲ ପରେ ତାଲିବାନ କହିଥିଲା ଯେ, କଶ୍ମୀର ପ୍ରସଙ୍ଗ ହେଉଛି ଭାରତର ଏକ ଆଭ୍ୟନ୍ତରୀଣ ପ୍ରସଙ୍ଗ। ହେଲେ ଏବେ ତାଲିବାନ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇ କୁହାଯାଇଛି ଯେ, କଶ୍ମୀରରେ ଅବହେଳିତ ମୁସଲମାନଙ୍କ ପାଇଁ ସ୍ୱର ଉତ୍ତୋଳନ ଜାରି ରହିବ।
ମିଳିତ ଜାତିସଂଘର ୭୬ ତମ ଅଧିବେଶନରେ ବିଶ୍ୱବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମହାମାରୀ କରୋନା ଠାରୁ ଆରମ୍ଭ କରି ଆଫଗାନିସ୍ତାନ ଓ ଆତଙ୍କବାଦୀ ପ୍ରସଙ୍ଗ ଉଠାଇ ସେ ବିଶ୍ୱ ନେତୃବୃନ୍ଦଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଆଉ ସିଧାସଳଖ ଭାବରେ ପାକିସ୍ତାନ ନା ନନେଇ ତାକୁ ସମାଲୋଚନା ମଧ୍ୟ କରିବା ସହ ଆତଙ୍କବାଦର କାର୍ଯ୍ୟ ପାଇଁ ପାକିସ୍ତାନକୁ ସମାଲୋଚନା ମଧ୍ୟ କରିଛନ୍ତି।
କେମିତି ବିଶ୍ୱ ସମୁଦାୟ ତାଲିବାନକୁ ସମର୍ଥନ କରିବ ସେଥିପାଇଁ ଅବିରତ ଉଦ୍ୟମ ଚଲାଇଛି ପାକିସ୍ତାନ୍। କିନ୍ତୁ ତାଲିବାନ୍ ପାକିସ୍ତାନର ଏହି ଉଦ୍ୟମକୁ ଅଣଦେଖା କରି ପାକିସ୍ତାନକୁ ବାରମ୍ବାର ଧମକାଇବାରେ ଲାଗିଛି।