/odishatv-khabar/media/post_attachments/uploadimage/library/16_9/16_9_0/china-india_1626156538.jpg)
china-india
ନୂଆଦିଲ୍ଲୀ: ଉତ୍ତରରେ ଉଗ୍ର ଚୀନ୍, ପଶ୍ଚିମରେ ପ୍ରକ୍ସି ପାକିସ୍ତାନ। ଉଭୟ ଶତ୍ରୁଙ୍କ ମୁକିବିଲା ଲାଗି ଦରକାର ଯୋଜନାବଦ୍ଧ ରଣନୀତି। ଜଳ, ସ୍ଥଳ ଓ ଆକାଶବାହିନୀ ମଧ୍ୟରେ ଆବଶ୍ୟକ ଶୀର୍ଷମାନର ସମନ୍ୱୟ। ସେଥିଲାଗି ଏକ ସମନ୍ୱିତ ଯୁଦ୍ଧ ଲଢିବା ବ୍ୟବସ୍ଥା ବିକଶିତ କରିବାକୁ ପ୍ରୟାସ କରୁଛି ଭାରତ। ଏଥିପାଇଁ ୟୁନିଫାଏଡ୍ ଥିଏଟର କମାଣ୍ଡ୍ ସୃଷ୍ଟି ସହ ଆକାଶ ଓ ମହାକାଶରେ କ୍ଷମତା ବୃଦ୍ଧି ଏବଂ ସ୍ପେଶାଲ ଅପରେସନ୍ ଲାଗି ସେନାକୁ ପ୍ରସ୍ତୁତ କରାଯାଉଛି। ଏହି ପ୍ରୟାସ ଅନ୍ତର୍ଗତ ଖୁବ୍ ଶୀଘ୍ର ସୃଷ୍ଟି କରାଯିବ। ରକେଟ୍ ଫୋର୍ସ୍ ନିରନ୍ତର ଶତ୍ରୁତା ଅଚରଣ କରୁଥିବା ଦୁଇ ପଟେ ଦୁଇ ପଡୋଶୀ, ସାମ୍ନା ସାମ୍ନି ନହୋଇ ଅର୍ଥାତ୍ କଣ୍ଟାଲେସ୍ ଓ୍ୱାର ଓ ଅତ୍ୟାଧୁନିକ ରଣକୌଶଳର ମୁକାବିଲା ଲାଗି ଏଭଳି ଫୋର୍ସର ଆବଶ୍ୟକତା ଦେଖା ଦେଇଥିବା କହିଛନ୍ତି ସିଡିଏସ ଜେନେରାଲ ବିପିନ ରାଓ୍ୱତ୍।
Also Read
କିଛି ଦିନ ହେବ ଭାରତ ପ୍ରତି ଉଗ୍ର ହୋଇପଡ଼ିଛି ଚୀନର ଆଚରଣ। ତେଣେ ଇରାନ୍ ଓ ତୁର୍କୀ ସହ ବନ୍ଧୁତା ପରେ ଆଫଗାନିସ୍ତାନରେ ନିଜ ଆଧିପତ୍ୟ ବଢାଇବା ଚକ୍କରରେ ରହିଛି ବେଜିଂ। ଆଗାମୀ ଦିନରେ କମ୍ୟୁନିଷ୍ଟ ଚୀନ୍ ଓ ଇସଲାମୀୟ ରାଷ୍ଟ୍ରଙ୍କ ମଧ୍ୟରେ ସଂପର୍କ ଦୃଢ ହେବା ନେଇ ଆଶଙ୍କା ବି କରାଯାଉଛି। ପଶ୍ଚିମ ଶକ୍ତିଙ୍କ ବିରୁଦ୍ଧରେ ଏଭଳି ଏକ ମହାମେଣ୍ଟ ଗଠନର ସମ୍ଭାବନା ଥିବା କହିଛନ୍ତି ସିଡିଏସ୍ ଜେନେରାଲ୍ ବିପିନ ରାଓ୍ୱତ୍। ତାସହିତ ପାକିସ୍ତାନ ସହ ମିଶି ଚୀନ୍ ଭାରତ ପାଇଁ ଅଡୁଆ ସୃଷ୍ଟି କରିପାରେ। ଏହା ଭବିଷ୍ୟତର ଆକଳନ ହୋଇଥିଲେ ମଧ୍ୟ ଭାରତକୁ ସତର୍କ ରହିବାକୁ ପଡିବ ବୋଲି ସିଡିଏସ୍ ମତ ଦେଇଛନ୍ତି। ଏପଟେ ପାକିସ୍ତାନର ସାମରିକ ଶକ୍ତି ଭାରତ ସମକକ୍ଷ ହୋଇନଥିବାରୁ, ଇସଲମାବାଦ୍ ଛାୟା ଯୁଦ୍ଧ ବା ପ୍ରକ୍ସି ଓ୍ୱାର୍ ଜାରି ରଖିବ ଜାମ୍ମୁ ଓ କାଶ୍ମୀର ପରେ ପଞ୍ଜାବ ସମେତ ଦେଶର ଅନ୍ୟାନ୍ୟ ସ୍ଥାନରେ ବିଶୃଙ୍ଖଳା ସୃଷ୍ଟି ଲାଗି ବି ପାକିସ୍ତାନ ପ୍ରୟାସ କରିପାରେ। ସେହିପରି ତାଲିବାନ ଶାସନ କାଳରେ ଆଫଗାନିସ୍ତାନର ରାଜନୈତିକ ସ୍ଥିତି କଣ ହେଉଛି ତା ଉପରେ ବି ଭାରତରକୁ ସତର୍କ ଦୃଷ୍ଟି ରହିବାକୁ ପଡିବ ବୋଲି ସିଡିଏସ୍ କହିଛନ୍ତି।
କେବଳ ସମ୍ମୁଖ ଯୁଦ୍ଧ ନୁହେଁ ସାଇବର ଟେକ୍ନୋଲୋଜି ବ୍ୟବହାର କରି ଶତ୍ରୁ ରାଷ୍ଟ୍ରମାନେ ବିପଦ ସୃଷ୍ଟି କରିବା ଆଶଙ୍କା ବି ବଢିଯାଇଛି। ସାଇବର ଆଟାକ୍ ଜରିଆରେ ବିଦ୍ୟୁତ୍ ଯୋଗାଣ , ଟେଲି ଯୋଗାଯୋଗ, ବ୍ୟାଙ୍କ ଓ ପରିବହନ ସେବାକୁ ଅଚଳ କରିଦେବା ଲାଗି ଶତ୍ରୁ ରାଷ୍ଟ୍ର ଉଦ୍ୟମ କରିପାରନ୍ତି। ଏହା ଏକ ଭବିଷ୍ୟତ ରଣନୀତି ହୋଇଥିବାରୁ ଜାତୀୟ ସୁରକ୍ଷା ଢାଞ୍ଚାକୁ ସଂପୂର୍ଣ୍ଣ ଭାବେ ବଦଳାଇ ଦେବା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିଲାଗି କିଛି ବିଭାଗର ମିଶ୍ରଣ ଓ ପ୍ରତିରକ୍ଷା ବ୍ୟବସ୍ଥାର ସବୁ ବିଭାଗ ମଧ୍ୟରେ ଉତ୍ତମ ସମନ୍ବୟ ରହିବା ଉପରେ ଗୁରୁତ୍ୱ ଦେଇଛନ୍ତି ଜେନେରାଲ ରାଓ୍ୱତ୍।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)