• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

୮୦ ଫୁଟ୍ ବୋରେଓ୍ୱଲରୁ ରାହୁଲର ସୁରକ୍ଷିତ ଉଦ୍ଧାରକୁ ବିତିଲାଣି ୪ଦିନ । ତଥାପି ତାର ଉଦ୍ଧାର ପାଇଁ ୧୦୪ ଘଣ୍ଟାର ଅପରେସନ ପଛର ସଂଘର୍ଷ କାହାଣୀରେ କିନ୍ତୁ ନିଇତି ଯୋଡ଼ି ହେଉଛି ନୂଆ ନୂଆ ତଥ୍ୟ । ଆଜି କଟକ ମୁଣ୍ଡଳୀ ସ୍ଥିତ ଏନଡିଆରଏଫ୍ କମାଣ୍ଡାଣ୍ଟ ବର୍ଦ୍ଧମାନ ମିଶ୍ରା ଶେଷ ୭୨ଘଣ୍ଟାରେ ରେସ୍କ୍ୟୁ ଟିମର ସଂଘର୍ଷକୁ ଯେଭଁଭଳି ବଖାଣିଛନ୍ତି, ତାହା ଲୋମ ଟାଙ୍କୁରାଇ ଦେଲା ଭଳି । ତେଣେ ଛଡ଼ିଶଗଡ଼ ବିଳାସପୁର ମେଡିକାଲ୍ ମେଡିକାଲ ବେଡରୁ ଆଜି ଆସିଛି ରାହୁଲର ହସ ହସ ମୁହଁର ଫଟୋ ।

ଛତିଶଗଡ଼ ଜାଞ୍ଜଗିରି-ଚାମ୍ପା ଜିଲ୍ଲାରେ ୮୦ ଫୁଟ୍ ବୋରୱେଲରୁ ୧୧ବର୍ଷର ବାଳକ ରାହୁଲ ସାହୁକୁ ଉଦ୍ଧାରର ୪ଦିନ ପରେ କଟକ ମୁଣ୍ଡଳୀସ୍ଥିତ ଏନଡିଆରଏଫ୍ ଟିମର ସଫଳତା କଥା ବଖାଣି କମାଣ୍ଡାଣ୍ଟ ବର୍ଦ୍ଧମାନ ମିଶ୍ରା । ସେ କହିଛନ୍ତି ପିଲାଟି ଦିବ୍ୟାଙ୍ଗ ହୋଇଥିବା ଜାଣି ଅଧିକ ଯତ୍ନବାନ ହୋଇଥିଲୁ । ଉଦ୍ଧାର ପାଇଁ ଗଢ଼ିଥିଲୁ ୨ଟି ଟିମ୍ । ଗୋଟିଏ ଟିମ୍ କ୍ୟାମେରା ଲଗାଇ ଓ ଅକ୍ସିଜେନ୍ ଦେଇ ଉପରୁ ରାହୁଲର ଗତିବିଧି ଉପରେ ୨୪ଘଣ୍ଟା ନଜର ରଖୁଥିଲା । ଅନ୍ୟ ଟିମ୍ ଖନନରେ ଲାଗିଥିଲା । ଯେହେତୁ ପୂର୍ବ ବୋରୱେଲ ଉଦ୍ଧାର ଅପରେସନ ଗୁଡ଼ିକର ତରିକା ଏଠି କାମ ଦେଇନଥିଲା, ତେଣୁ ଅଧିକ ଜୀଜାନ୍ ଲଗାଇବାକୁ ପଡ଼ିଲା । ଗାତ ଭିତରେ ସାପ ଥିବା କଥା ଆରମ୍ଭରୁ ଜାଣିଥିଲୁ, ଏମିତିକି କ୍ୟାମେରାରେ ବି ଦେଖୁଥିଲୁ ।

ହେଲେ ପରିବାର ଓ ଗାଁ ଲୋକେ ଡରିବେ ବୋଲି କହୁନଥିଲୁ । ରାହୁଲ ଦିବ୍ୟାଙ୍ଗ ଥିବାରୁ ଆମେ ପକାଉଥିବା ରଶି ଧରିବାକୁ ସମର୍ଥ ନଥିଲା । ତେଣୁ ଉଦ୍ଧାରଶୈଳୀର ତରିକା ବଦଳିଥିଲା, ଯେଉଁଥିରେ ସାମ୍ନା କରିବାକୁ ପଡ଼ିଥିଲା ବଡ଼ ପ୍ରତିବନ୍ଧକ । ବିଶେଷକରି ଶେଷ ପର୍ଯ୍ୟାୟ ଟନେଲ ଖୋଳା ବଡ଼ କଷ୍ଟ ଦାୟକ ଓ ବିପଦପୂର୍ଣ୍ଣ ଥିଲା । କାନ୍ଧରେ ୫୨ କେଜି ଓଜନର ଡ୍ରିଲିଂ ମେସିନ ଧରି ଯବାନଙ୍କୁ ଗାତ ଖୋଳିବାକୁ ପଡ଼ିଥିଲା । କେତେବେଳେ ମେସିନକୁ କାନ୍ଧରେ ଧରି ତ ପୁଣି କେବେ କାଠ ଢିରା ଦେଇ ରଖିବାକୁ ପଡୁଥିଲା । ଟନେଲ ଭିତରେ ଖନନବେଳେ ମାଟିରୁ ଅଜବ ପ୍ରକାର ଦୁର୍ଗନ୍ଧ ବି ଅସ୍ତବ୍ୟସ୍ତ କରି ପକାଇଥିଲା । ଏଥିସହ ପ୍ରବଳ ଗୁଳୁଗୁଳି ଓ ଅକ୍ସିଜେନ୍ ଅଭାବ ବି ଆକ୍ତାମାକ୍ତା କରି ପକାଉଥିଲା । ତାସତ୍ତ୍ୱେ ଡୋଲାମାଇଟ ଭଳି ଟାଣ ପଥରରେ ୨୫ ଫୁଟ ଟନେଲ୍ ବା ସୁଡଙ୍ଗ କରିଥିଲୁ । ବର୍ଦ୍ଧମାନ ଆହୁରି ମଧ୍ୟ କହିଛନ୍ତି ଯେ, ରାହୁଲ ସହ ଆମର ଭାବଗତ ସଂପର୍କ ଏତେ ବଢ଼ି ଯାଇଥିଲା ଯେ, ଅପରେସନର ଶେଷ ୭୨ ଘଣ୍ଟା ପ୍ରାୟ ଆମେ ବି ଖାଦ୍ୟ ଛାଡ଼ି ଦେଇଥିଲୁ, ଆଦୌ ଶୋଉନଥିଲୁ ।

ଏସବୁ ଭିତରେ ଆଜି ଆସିଛି ମେଡିକାଲ ବେଡରୁ ରାହୁଲର ନୂଆ ଫଟୋ, ଯେଉଁଥିଲେ ହସୁଛି ମୃତ୍ୟୁଞ୍ଜୟ ରାହୁଲ । ତେବେ ତାକୁ ଉଦ୍ଧାର ପାଇଁ ଅପରେସନ ଜିନ୍ଦେଗୀ ରେସ୍କ୍ୟୁ ଟିମରେ ଜୀଜାନ୍ ଲଗାଇ ଫେରିଥିବା ଜଣେ ମେମ୍ବର ଥିଲେ ଏନଡିଆରଏଫ୍ ଯବାନ ସୁରେଶ ସୋରେନ୍ । ସୁରେଶ କହିଥିଲେ ୧୦୪ ଘଣ୍ଟାର ଅପରେସନ ଭିତରେ ଆମର ଲକ୍ଷ୍ୟ କେବଳ ଗୋଟିଏ ଥିଲା ରାହୁଲକୁ ଜୀବିତ ଓ ସୁରକ୍ଷିତ ଉଦ୍ଧାର । ପ୍ରବଳ ବାଧାବିଘ୍ନ ସତ୍ତ୍ୱେ ସଫଳତା ଶ୍ରେୟ କେବଳ ଭଗବାନଙ୍କ ଆଶିର୍ବାଦରୁ ସମ୍ଭବ ହୋଇଛି. ।

ଜାଣି ଆଶ୍ଚର୍ଯ୍ୟ ହେବେ ଖେଳୁ ଖେଳୁ ଯେଉଁ ବୋରୱେଲରେ ରାହୁଲ ଖସି ପଡ଼ିଥିଲା, ତାର ମାତ୍ର ୧୦ ଫୁଟ୍ ଦୂରରେ ଥିଲା ଆହୁରି ୨ଟି ବୋରୱେଲ । ତେଣେ ରାହୁଲ ଗାତରେ ଥିବାବେଳେ ରେସ୍କ୍ୟୁ ଟିମର କଥା ମାନି ଗାଁ ଲୋକେ ବି ଦେଉଥିଲେ ଭରପୁର ସହଯୋଗ । ଏମିତିକି ଗାଁରେ ଯେତେ ହ୍ୟାଣ୍ଡପମ୍ପ ଓ ବୋରୱେଲ ଥିଲା ସବୁକୁ ଚାଲୁ କରୁଥିଲେ । ଯାଦ୍ୱାରା ଗାତ ଭିତରେ ଜଳସ୍ତର ବଢୁନଥିଲା, ରାହୁଲ ଉଦ୍ଧାର ଯାଏଁ ସୁରକ୍ଷିତ ଥିଲା ।