Advertisment

‘ଜଗନ୍ନାଥ ମୋ ପୁଅକୁ ବଞ୍ଚାଇଲେ’

ଯେଉଁ ଦିନ ଶ୍ରୀଜିଉଙ୍କ ଦେବସ୍ନାନ ନୀତି ଚାଲିଥିଲା, ସେହିଦିନ ହିଁ ମୋ ପୁଅକୁ ମହାପ୍ରଭୁ ଜଗନ୍ନାଥ ଆସି ଗାତ ଭିତରୁ ଉଦ୍ଧାର କରିକି ଆଣିଦେଲେ। ୮୦ଫୁଟ ଗଭୀର ବୋରୱେଲ୍‌ ଭିତରୁ ୧୦୪ ଘଣ୍ଟା ପରେ ୧୦ ବର୍ଷର ବାଳକ ରାହୁଲ ସୁରକ୍ଷିତ ଭାବେ ଉଦ୍ଧାର ହେବା ପରେ ତାଙ୍କ ବାପା ପ୍ରତିକ୍ରିୟା ରଖିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
My son rescued on Snana Purnima it was blessing of Mahaprabhu Jagannath says Rahul's father

My son rescued on Snana Purnima it was blessing of Mahaprabhu Jagannath says Rahul's father

ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ଆଜି ମୋ ପୁଅ ନୂଆ ଜୀବନ ପାଇଛି। ଯେଉଁ ଦିନ ଶ୍ରୀଜିଉଙ୍କ ଦେବସ୍ନାନ ନୀତି ଚାଲିଥିଲା, ସେହିଦିନ ହିଁ ମୋ ପୁଅକୁ ମହାପ୍ରଭୁ ଜଗନ୍ନାଥ ଆସି ଗାତ ଭିତରୁ ଉଦ୍ଧାର କରିକି ଆଣିଦେଲେ। କେବେ ବି ଜଗନ୍ନାଥଙ୍କ କୃପାକୁ ମୁଁ ଭୁଲି ପାରିବିନି। ଭାବବିହ୍ୱଳ ହୋଇ ଏଭଳି କିଛି କହିଛନ୍ତି ଛତିଶଗଡ଼ ଜାଞ୍ଜଗିର-ଚମ୍ପା ଜିଲ୍ଲାର ଫିରିଡ୍ ଗାଁର ରାହୁଲ ସାହୁଙ୍କ ବାପା ରାମକୁମାର ସାହୁ। ୮୦ଫୁଟ ଗଭୀର ବୋରୱେଲ୍‌ ଭିତରୁ ୧୦୪ ଘଣ୍ଟା ପରେ ୧୦ ବର୍ଷର ବାଳକ ରାହୁଲ ସୁରକ୍ଷିତ ଭାବେ ଉଦ୍ଧାର ହେବା ପରେ ତାଙ୍କ ବାପା ପ୍ରତିକ୍ରିୟା ରଖିଛନ୍ତି।

Advertisment

ଓଟିଭିକୁ ପ୍ରତିକ୍ରିୟା ଦେଇ ରାମକୁମାର ଏକ ପୁରୁଣା ଦିନର କଥାକୁ ବି ମନେ ପକାଇଛନ୍ତି। ସେ କହିଛନ୍ତି, ବହୁ ଆଗରୁ ସେମାନେ ସପରିବାର ପୁରୀ ବୁଲିବାକୁ ଆସିଥିଲେ। ମହୋଦଧିରେ ସ୍ନାନ ବେଳେ ପୁଅ ରାହୁଲ ହଜି ଯାଇଥିଲା। ବହୁ ଖୋଜାଖୋଜି ପରେ ପୁଅ ନମିଳିବାରୁ ପୁରୀର କିଛି ଲୋକ ତାଙ୍କୁ ସାହାଯ୍ୟ କରିଥିଲେ ଏବଂ ସିଂହଦ୍ୱାର ପାଖରୁ ପୁଅକୁ ଖୋଜି ଆଣି ଦେଇଥିଲେ।

ଆଉ ସଂଯୋଗବଶତଃ, ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ରାହୁଲ ବୋର୍‌ୱେଲ୍‌ ଗର୍ତ୍ତରୁ ଉଦ୍ଧାର ହୋଇ ନୂଆ ଜୀବନ ପାଇଲା। ତେଣୁ ଏହା ମହାପ୍ରଭୁଙ୍କ ମହିମା ନୁହେଁ ତ ଆଉ କଣ ବୋଲି ରାହୁଲଙ୍କ ବାପା କହିଛନ୍ତି। ତାଙ୍କ ଗାଁରେ ମଧ୍ୟ ଲୋକେ ଏନେଇ ଚର୍ଚ୍ଚା କରୁଥିବା କହିଛନ୍ତି। ଏଥିସହ ଓଡ଼ିଶାରୁ NDRF ଟିମ୍ ଯାଇ ପୁଅକୁ ରକ୍ଷା କରିଥିବାରୁ ସେ ଉଦ୍ଧାରକାରୀଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି। ପୁଅ ରାହୁଲ ସୁସ୍ଥ ହେଲେ ତାକୁ ନିଶ୍ଚୟ ଶ୍ରୀକ୍ଷେତ୍ର ପୁରୀକୁ ପୁଣି ଥରେ ଦର୍ଶନ ପାଇଁ ନେବି ବୋଲି ରାହୁଲଙ୍କ ବାପା କହିଛନ୍ତି। 

Advertisment

Chhattisgarh Operation Rahul Operation Zindagi Rahul Rescue Operation
Advertisment
Advertisment