Advertisment

ଆସୁଛି ଫିଲ୍ମ: କେମିତି ୮୦ ଫୁଟ ଗାତ ଭିତରରେ ପଡ଼ିଲା ରାହୁଲ ? କହିବ ଏହି ଫିଲ୍ମ...

ରାହୁଲଙ୍କୁ ସୁରକ୍ଷିତ ଭାବେ ୧୦୪ ଘଣ୍ଟାର ଅପରେସନ୍ ଉପରେ ଡକ୍ୟୁମେଣ୍ଟାରୀ ଫିଲ୍ମ ପ୍ରସ୍ତୁତ କରାଯିବ। ରାହୁଲ ବୋର୍‌ୱେଲ୍‌ ଗାତରେ ଫସିବା ପରେ ଘଟିଥିବା ଘଟଣାବଳୀ ଓ ଏହାର ସଂଘର୍ଷକୁ ଲୋକଙ୍କୁ ଅବଗତ କରାଯିବ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Rahul's rescue operation to be made into a documentary film

Rahul's rescue operation to be made into a documentary film

୮୦ଫୁଟ ଗଭୀର ବୋରୱେଲ୍‌ ଭିତରୁ ୧୦୪ ଘଣ୍ଟା ପରେ ୧୦ ବର୍ଷର ବାଳକ ରାହୁଲ ସୁରକ୍ଷିତ ଭାବେ ଉଦ୍ଧାର ହେବା ପରେ ଏବେ ତାଙ୍କୁ ନେଇ ଚର୍ଚ୍ଚା। ରାହୁଲଙ୍କୁ ସୁରକ୍ଷିତ ଭାବେ ୧୦୪ ଘଣ୍ଟାର ଅପରେସନ୍ ଉପରେ ଡକ୍ୟୁମେଣ୍ଟାରୀ ଫିଲ୍ମ ପ୍ରସ୍ତୁତ କରାଯିବ। ଏନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଘୋଷଣା କରିଛନ୍ତି।

Advertisment

ରାହୁଲ ବୋର୍‌ୱେଲ୍‌ ଗାତରେ ଫସିବା ପରେ ଘଟିଥିବା ଘଟଣାବଳୀ ଓ ଏହାର ସଂଘର୍ଷକୁ ଲୋକଙ୍କୁ ଅବଗତ କରାଯିବ। କିପରି ରେସ୍କ୍ୟୁ ଟିମ୍ ରାହୁଲଙ୍କୁ ଉଦ୍ଧାର କରିବାକୁ ଦିନ ରାତି ଏକ କରିଥିଲେ। ଏହାସହ ସରକାରୀ କଳ ଏହା ପଛରେ ଲାଗିଥିଲା ସେ ସବୁକୁ ଫିଲ୍ମ ମାଧ୍ୟମରେ ଦର୍ଶାଯିବ।

ରାହୁଲଙ୍କ ଜୀବନୀ ଉପରେ ବି ଅନେକ କିଛି ଏହି ଡକ୍ୟୁମେଣ୍ଟାରୀରେ ସ୍ଥାନ ଦିଆଯିବ ବୋଲି ଜଣାପଡ଼ିଛି। ଅନ୍ୟପଟେ ବିଳାସପୁରରେ ଚିକିତ୍ସାଧୀନ ଥିବା ରାହୁଲର ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି। ତାର ଖାଇବା ଓ ବ୍ୟବହାର ଉପରେ ବିଶେଷ ଭାବେ ନଜର ରଖାଯାଇଛି।

Advertisment
Chhattisgarh Operation Rahul Operation Zindagi Rahul Rescue Operation
Advertisment
Advertisment