Advertisment

‘ରାହୁଲ ଶରୀରରେ ଇନ୍‌ଫେକ୍ସନ, ହୋଇପାରେ ନିମୋନିଆ’

ଅନେକ ସମୟ ଧରି ପାଣିରେ ରହିବାରୁ ରାହୁଲର ଚର୍ମ ସଂକ୍ରମିତ ହୋଇଛି। ଶରୀରର ଅନେକ ସ୍ଥାନରେ ଖଣ୍ଡିଆ ଖାବରା ହୋଇ ପାଣି ଭିତରେ ରହିଥିବାରୁ ବ୍ୟାକ୍ଟେରିଆ ସଂକ୍ରମଣ ହୋଇଛି।

author-image
Rajalaxmi Sahoo
Rahul Suffers With Skin Infection After He Was Rescued

Rahul Suffers With Skin Infection After He Was Rescued

୮୦ଫୁଟ ଗଭୀର ବୋରୱେଲ୍‌ ଭିତରୁ ୧୦୪ ଘଣ୍ଟା ପରେ ଉଦ୍ଧାର ହୋଇଥିବା ୧୦ ବର୍ଷର ବାଳକ ରାହୁଲର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ରାହୁଲଙ୍କ ଚିକିତ୍ସାରେ ନିୟୋଜିତ ଥିବା ଆପୋଲୋ ହସ୍ପିଟାଲ ଡାକ୍ତର ସୁଶୀଲ କୁମାର କହିଛନ୍ତି, ଅନେକ ସମୟ ଧରି ପାଣିରେ ରହିବାରୁ ରାହୁଲର ଚର୍ମ ସଂକ୍ରମିତ ହୋଇଛି। ଶରୀରର ଅନେକ ସ୍ଥାନରେ ଖଣ୍ଡିଆ ଖାବରା ହୋଇ ପାଣି ଭିତରେ ରହିଥିବାରୁ ବ୍ୟାକ୍ଟେରିଆ ସଂକ୍ରମଣ ହୋଇଛି।

Advertisment

ଏହି କାରଣରୁ ରାହୁଲର ଶରୀରରେ ଜ୍ୱର ରହିଛି। ଆଗକୁ ସମସ୍ତ ପରୀକ୍ଷାନିରୀକ୍ଷା ଜାରି ରହିଛି। ପରୀକ୍ଷାନିରୀକ୍ଷା ସରିବା ପରେ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ କୁହାଯିବ ବୋଲି ଡାକ୍ତର ସୁଶୀଲ କୁମାର କହିଛନ୍ତି। ତେବେ ନିମୋନିଆ ହେବା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ ବୋଲି ସେ କହିଛନ୍ତି। ରାହୁଲ ସୁସ୍ଥ ହେବା ଲାଗି ୭ ଦିନ ସମୟ ଲାଗିପାରେ ବୋଲି ସେ କହିଛନ୍ତି।  

ରାହୁଲର ଶରୀରରେ ସୋଡିୟମ ସ୍ତର ସାମାନ୍ୟ ହ୍ରାସ ପାଇଛି ବୋଲି ଛତିଶଗଡ଼ ବିଳାସପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରମୋଦ ମହାଜନ କହିଛନ୍ତି।  ଏବେ ଡ୍ରିପ ଦିଆଯାଉଥିବାରୁ ଅଳ୍ପ ସମୟ ଭିତରେ ତାହା ନର୍ମାଲ କଣ୍ଡିସନକୁ ଆସି ଯିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ତେବେ ରାହୁଲକୁ ଜ୍ୱର ହୋଇଥିବା ନେଇ ଯେଉଁ ଚର୍ଚ୍ଚା ହେଉଛି, ତାହାକୁ ମୁଖ୍ୟ ଚିକିତ୍ସାଧିକାରୀ ଖଣ୍ଡନ କରିଛନ୍ତି। ରାହୁଲର ସ୍ୱାସ୍ଥ୍ୟାବସ୍ଥା ଏକଦମ୍ ଠିକ୍ ଅଛି ବୋଲି ସେ କହିଛନ୍ତି।

Advertisment
Chhattisgarh Operation Rahul Operation Zindagi Rahul Rescue Operation
Advertisment
Advertisment