/odishatv-khabar/media/post_attachments/uploadimage/library/16_9/16_9_0/IMAGE_1655363380.jpg)
Know The Health Condition Of Rahul After Rescued
୮୦ ଫୁଟ ଗଭୀର ବୋରୱେଲ୍ ଭିତରୁ ୧୦୪ ଘଣ୍ଟା ପରେ ଉଦ୍ଧାର ହୋଇଥିବା ୧୦ ବର୍ଷର ବାଳକ ରାହୁଲର ସ୍ୱାସ୍ଥ୍ୟାବସ୍ଥା ସାମାନ୍ୟ ରହିଛି। ବିଳାସପୁରର ଏକ ଘରୋଇ ହସ୍ପିଟାଲରେ ରାହୁଲର ଚିକିତ୍ସା ଜାରି ରହିଛି। ବିଶେଷଜ୍ଞ ଡାକ୍ତରମାନେ ତାର ଚିକିତ୍ସା ଜାରି ରଖିଛନ୍ତି।
ଆଜି ରାହୁଲର ବିଭିନ୍ନ ପ୍ରକାରର ପରୀକ୍ଷାନିରୀକ୍ଷା କରାଯାଉଛି। ଶରୀରରେ ସୋଡ଼ିୟମ ସ୍ତର କମିଥିବାରୁ ଡ୍ରିପ୍ ଦିଆଯାଇ ସାମାନ୍ୟ କରିବା ଲାଗି ଡାକ୍ତରମାନେ ପ୍ରୟାସ ଜାରି ରଖିଛନ୍ତି। ବରିଷ୍ଠ ଡାକ୍ତର ସୁଶିଲ କୁମାରଙ୍କ ନେତୃତ୍ୱରେ ଗଠିତ ଟିମ୍ ରାହୁଲର ଚିକିତ୍ସା ଜାରି ରଖିଛନ୍ତି। ହସ୍ପିଟାଲର ସୂଚନା ଅନୁସାରେ ରାହୁଲକୁ ଆଉ ୩ରୁ ୪ ଦିନ ନିରୀକ୍ଷଣରେ ରଖାଯିବ। ରାହୁଲ ଚିକିତ୍ସା ଖର୍ଚ୍ଚ ଛତିଶଗଡ଼ ସରକାର ବହନ କରୁଛନ୍ତି।
ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ଆଜି ମୋ ପୁଅ ନୂଆ ଜୀବନ ପାଇଛି। ଯେଉଁ ଦିନ ଶ୍ରୀଜିଉଙ୍କ ଦେବସ୍ନାନ ନୀତି ଚାଲିଥିଲା, ସେହିଦିନ ହିଁ ମୋ ପୁଅକୁ ମହାପ୍ରଭୁ ଜଗନ୍ନାଥ ଆସି ଗାତ ଭିତରୁ ଉଦ୍ଧାର କରିକି ଆଣିଦେଲେ। କେବେ ବି ଜଗନ୍ନାଥଙ୍କ କୃପାକୁ ମୁଁ ଭୁଲି ପାରିବିନି ବୋଲି ରାହୁଲଙ୍କ ବାପା କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)