Advertisment

ମାଟ୍ରିକ ଅଫ୍‌ଲାଇନ୍‌ ପରୀକ୍ଷା ଦେଲେ ସୋରଡ଼ା ବିଧାୟକ

ବିଭିନ୍ନ କାରଣରୁ ମାଟ୍ରିକ ପରୀକ୍ଷା ଦେଇ ପାରିନଥିବା ଗଞ୍ଜାମ ଜିଲ୍ଲା ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଆଜି ମାଟ୍ରିକ ପରୀକ୍ଷା ଦେଉଛନ୍ତି। ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଗଞ୍ଜାମ ଜିଲ୍ଲା ସୋରଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ମାଟ୍ରିକ ଅଫ୍‌ଲାଇନ୍‌ ପରୀକ୍ଷା ଦେଲେ ସୋରଡ଼ା ବିଧାୟକ

Surada MLA Purna Chandra Swain

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ମାଟ୍ରିକ ଅଫ୍‌ଲାଇନ୍‌ ପରୀକ୍ଷା। ରେଜଲ୍ଟକୁ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀ ଆଜି ପରୀକ୍ଷା ଦେଉଛନ୍ତି। ୧୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ବେଳେ ୫୦୪ଟି ପରୀକ୍ଷା କେନ୍ଦ୍ର କରାଯାଇଛି।

Advertisment

ଅନ୍ୟପକ୍ଷେ, ବିଭିନ୍ନ କାରଣରୁ ମାଟ୍ରିକ ପରୀକ୍ଷା ଦେଇ ପାରିନଥିବା ଗଞ୍ଜାମ ଜିଲ୍ଲା ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଆଜି ମାଟ୍ରିକ ପରୀକ୍ଷା ଦେଇଛନ୍ତି। ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଗଞ୍ଜାମ ଜିଲ୍ଲା ସୋରଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି। ପୂର୍ବରୁ ସେ ଅନେକ ଥର ମାଟ୍ରିକ ପରୀକ୍ଷା ଦେବାକୁ ଚାହିଁଥିଲେ, ହେଲେ ବିଭିନ୍ନ କାରଣରୁ ସେ ପରୀକ୍ଷା ଦେଇ ପାରିନଥିଲେ। ତେବେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେବାକୁ ସେ ସୁଯୋଗ ପାଇଛନ୍ତି।ଆଜି ଆଡମିଟ୍‌ କାର୍ଡ ସହ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିଥିଲେ ବିଧାୟକ। ସ୍ୱାସ୍ଥ୍ୟଗତ ସମସ୍ୟା ଥିବାରୁ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ଲାଗି ଆଇସୋଲେସନ ଓ୍ୱାର୍ଡର ବ୍ୟବସ୍ଥା କରାଯାଇଥିଲା। ସେଠାରେ ବସି ସେ ପରୀକ୍ଷା ଦେଇଥିଲେ। 

Advertisment

ମାଟ୍ରିକ ଅଫ୍‌ଲାଇନ୍‌ ପରୀକ୍ଷା ଆରମ୍ଭ ପୂର୍ବରୁ ସମସ୍ତ ଛାତ୍ରଛାତ୍ରୀଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଥିଲା। ଏହାପରେ ସେମାନଙ୍କୁ ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ କରିବା ପାଇଁ ଅନୁମତି ମିଳିଥିଲା।ସମସ୍ତ ଶିକ୍ଷକଙ୍କ ଆଣ୍ଟିଜେନ୍ ପରୀକ୍ଷା ମଧ୍ୟ କରାଯାଇଛି। ପ୍ରତିଟି ପରୀକ୍ଷା କେନ୍ଦ୍ରରେ ଅବଜରଭର ନିୟୋଜିତ ହୋଇଛନ୍ତି।  ହଲ୍‌ରେ ସାମାଜିକ ଦୂରତା ଅବଲମ୍ବନ କରାଯାଇ ସିଟିଂ ଆରେଞ୍ଜମେଣ୍ଟ ହୋଇଛି। ଏହାସହ କ୍ୟାମ୍ପସକୁ ମଧ୍ୟ ବିଶୋଧନ କରାଯାଇଛି। ପରୀକ୍ଷା ଦେବା ସମୟରେ ଛାତ୍ରଛାତ୍ରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। 

ସୂଚନାଥାଉ କି, କରୋନା ପାଇଁ ଚଳିତ ବର୍ଷ ମାଟ୍ରିକ୍ ବୋର୍ଡ ପରୀକ୍ଷା କରାଯାଇନଥିଲା। ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ଛାତ୍ରଛାତ୍ରୀଙ୍କୁ ମାର୍କ ଦିଆଯାଇ ରେଜଲ୍ଟ ପ୍ରକାଶିତ କରାଯାଇଥିଲା। ତେବେ ରେଜଲ୍ଟକୁ ନେଇ କିଛି ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ଥିଲେ। ଏଥିପାଇଁ ଛାତ୍ରଛାତ୍ରୀଙ୍କ ଲାଗି ଆଜିଠାରୁ ଆରମ୍ଭ ହୋଇଛି ଅଫ୍ ଲାଇନ୍ ପରୀକ୍ଷା।  ତେବେ କେତେକ ସ୍ଥାନରେ ଆଡ୍‌ମିଟ୍‌ କାର୍ଡ ମିଳିନଥିବା ଅଭିଯୋଗ ହୋଇଛି। ଚଳିତ ଥର ବିନା ପରୀକ୍ଷାରେ ମାଟ୍ରିକ ପରୀକ୍ଷାରେ ୯୭.୮୯% ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । ମୋଟ୍‌ ୫ ଲକ୍ଷ ୭୪ ହଜାର ୧୨୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୫ଲକ୍ଷ ୬୨ ହଜାର ୧୦ ଜଣ ଛାତ୍ରଛାତ୍ରୀ ପାସ୍ କରିଥିଲେ।

Odisha Matric Offline Exam
Advertisment
Advertisment