Advertisment

“ଢିଲା କରନି, କଣ୍ଟେନମେଣ୍ଟ ନିୟମକୁ କଠୋର କର”

ଦେଶରେ ଆରମ୍ଭ ହୋଇଗଲାଣି କି କରୋନା ସଂକ୍ରମଣର ତୃତୀୟ ଲହର ନା ଲମ୍ବୁଛି ଦ୍ୱିତୀୟ ଲହର? ଦୈନିକ ସଂକ୍ରମଣ ପୁଣି ଉପରମୁହାଁ ହେବା ସୃଷ୍ଟି କରିଛି ଏଭଳି ଦ୍ୱନ୍ଦ୍ୱ ଅଧିକାଂଶ ରାଜ୍ୟରେ ଦ୍ୱିତୀୟ ଲହରର ପ୍ରକୋପ ହ୍ରାସ ପାଇଥିଲେ ମଧ୍ୟ କେରଳରେ ସଂକ୍ରମଣ ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ନେଇ ବଢିଛି ଚିନ୍ତା

author-image
Sarbeswar
ଆଜି ବି ସଂକ୍ରମିତଙ୍କ ସଂଖ୍ୟା ଦେଢ ହଜାର ଉପରେ, ଆଖି ବୁଜିଲେ ୬୯

corona positive in odisha

ନୂଆଦିଲ୍ଲୀ: ଦେଶରେ ଆସିଲାଣି କି କରୋନାର ତୃତୀୟ ଲହର? ନା ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ଆତଙ୍କ ଖେଳାଇ ଚାଲିଛି ଡେଲ୍ଟା ଭ୍ୟାରିଏଣ୍ଟ? ସ୍ୱାସ୍ଥ୍ୟ ବିଶେଷଜ୍ଞ ନିର୍ଦ୍ଦିଷ୍ଟ ଭାବେ କିଛି କହିପାରୁନଥିବା ବେଳେ ଚିନ୍ତା ବଢାଇଛି R-ଫ୍ୟାକ୍ଟର। କରୋନା ସଂକ୍ରମଣର ହାରକୁ ଦର୍ଶାଉଥିବା R-ଫ୍ୟାକଟର ଉପରମୁହାଁ ହେବାକୁ ନେଇ ଚିନ୍ତା ବ୍ୟକ୍ତି କରିଛନ୍ତି ଦିଲ୍ଲୀ ଏମ୍ସ ମୁଖ୍ୟ ରଣଦୀପ୍ ଗୁଲେରିଆ। ସେହିପରି ଦେଶର ୪୬ ଜିଲ୍ଲାରେ ସଂକ୍ରମଣ ହାର ଏବେବି ୧୦ ପ୍ରତିଶତ ଉପରେ ରହିଥିବାରୁ କଣ୍ଟେନମେଣ୍ଟ ନିୟମକୁ କଠୋର କରିବା ଲାଗି ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର।

Advertisment

ଦେଶରେ ଆରମ୍ଭ ହୋଇଗଲାଣି କି କରୋନା ସଂକ୍ରମଣର ତୃତୀୟ ଲହର ନା ଲମ୍ବୁଛି ଦ୍ୱିତୀୟ ଲହର? ଦୈନିକ ସଂକ୍ରମଣ ପୁଣି ଉପରମୁହାଁ ହେବା ସୃଷ୍ଟି କରିଛି ଏଭଳି ଦ୍ୱନ୍ଦ୍ୱ ଅଧିକାଂଶ ରାଜ୍ୟରେ ଦ୍ୱିତୀୟ ଲହରର ପ୍ରକୋପ ହ୍ରାସ ପାଇଥିଲେ ମଧ୍ୟ କେରଳରେ ସଂକ୍ରମଣ ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ନେଇ ବଢିଛି ଚିନ୍ତା। କାରଣ ଦ୍ୱିତୀୟ ଲହର ପ୍ରାରମ୍ଭରେ କେବଳ ମହାରାଷ୍ଟ୍ରରେ ହିଁ ସଂକ୍ରମଣ କେରଳ ଭଳି ହୁ ହୁ ହୋଇ ବଢିଯାଇଥିଲା। ପରେ ପରେ ସାରା ଦେଶକୁ ଗ୍ରାସ କରିଥିଲା ମାରାତ୍ମକ ଡେଲ୍ଟା ଭ୍ୟାରିଏଣ୍ଟ। ଗଲା ୨୪ ଘଣ୍ଟାରେ ଦେଶରେ ମୋଟ୍ ୪୧ ହଜାର ୮୩୧ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କେବଳ କେରଳରୁ ୨୦ ହଜାରରୁ ଅଧିକ ଆକ୍ରାନ୍ତ ବାହାରିଛନ୍ତି। ତେଣୁ ଏହା ତୃତୀୟ ଲହରର ପଦଧ୍ୱନୀ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି। ସେପଟେ ଜଣେ କରୋନା ପଜିଟିଭ୍ ବ୍ୟକ୍ତି କେତେ ଲୋକଙ୍କୁ ସଂକ୍ରମଣ କରୁଛନ୍ତି ବା R-ଫ୍ୟାକ୍ଟର ଉପରମୁହାଁ ହେବାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଦିଲ୍ଲୀ ଏମ୍ସ ମୁଖ୍ୟ ରଣଦୀପ ଗୁଲେରିଆ। ୦. ୯୬ ପ୍ରତିଶତକୁ ଖସି ଆସିଥିବା ଆର-ଫ୍ୟାକଟର ୧ ଉପରକୁ ଚାଲିଯାଇଥିବାରୁ ସଂକ୍ରମଣ ବଢୁଥିବାର ସ୍ପଷ୍ଟ ସଂକେତ ମିଳିସାରିଛି।

Advertisment

ଦେଶର ୪୬ ଜିଲ୍ଲାରେ ଟେଷ୍ଟ ପଜିଟିଭିଟି ରେଟ୍ ବା ଟିପିଆର ଏବେବି ୧୦ ପ୍ରତିଶତ ଉପରେ ରହୁଛି। ଏହାକୁ ନେଇ କେନ୍ଦ୍ର ସରକାର ଗଭୀର ଉଦବେଗ ପ୍ରକାଶ କରିଛନ୍ତି। କଣ୍ଟେନମେଣ୍ଟ ନିୟମକୁ କଡ଼ାକଡ଼ି କରିବା ଲାଗି ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଦୈନିକ ସୁସ୍ଥ ହେଉଥିବା ରୋଗୀଙ୍କ ତୁଳନାରେ ଅଧିକ ଆକ୍ରାନ୍ତ ହେବା ଆଦୌ ଶୁଭ ସଂକେତ ନୁହେଁ ବୋଲି ମତ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ। ତେଣୁ ଯେଉଁଠି ରୋଗୀ ଚିହ୍ନଟ ହେଉଛନ୍ତି ସେଠାରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ସୃଷ୍ଟି କରାଯିବା ସହ ସର୍ଭେଲାନ୍ସ ପ୍ରକ୍ରିୟାକୁ ଜୋରଦାର କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି।

ସାମାନ୍ୟ ଅସାବଧାନତାରୁ କରୋନାର ଦ୍ୱିତୀୟ ଲହର ଦେଶରେ ଆତଙ୍କ ଖେଳାଇ ଦେଇଥିଲା। ତେଣୁ ଥମି ଆସୁଥିବା ସଂକ୍ରମଣ ପୁଣି ଉପରମୁହାଁ ହେବାକୁ ଆରମ୍ଭ କରିଥିବାରୁ ବେଳ ଥାଉ ସତର୍କ ରହିବାକୁ ବିଶେଷଜ୍ଞମାନେ ସରକାରଙ୍କୁ ସତର୍କ କରାଇ ଦେଇଛନ୍ତି।

India News Odisha Coronavirus COVID-19
Advertisment
Advertisment