/odishatv-khabar/media/post_attachments/uploadimage/library/16_9/16_9_0/dead_body_1627808693.jpg)
dead body
ଅନୁଗୁଳ: ନିଖୋଜର ୩ ଦିନ ପରେ ମିଳିଲା ମୃତଦେହ। ଅନୁଗୁଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ କୁଂଜାମ ଗାଁର ୩ ଜଣ ବ୍ୟକ୍ତି ୩ ଦିନ ପୂର୍ବେ ନିଖୋଜ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ନଦୀରୁ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ମୁଣ୍ଡା ସାହିର ବୁଦ୍ଧୁ ଚାତର। ତେବେ ନିଖୋଜ ଥିବା ଅନ୍ୟ ଦୁଇ ଜଣଙ୍କ ବର୍ତ୍ତମାନ ସୁଦ୍ଧା କୌଣସି ପତ୍ତା ମିଳିପାରି ନାହିଁ।
ସୂଚନା ଅନୁସାରେ, ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ୍ ଅନ୍ତର୍ଗତ କୁଂଜାମ ଗାଁର ଗୋଟିଏ ପରିବାରର ସ୍ୱାମୀ, ସ୍ତ୍ରୀ ଓ ଅନ୍ୟ ଜଣେ ବ୍ୟକ୍ତି ୩ ଦିନ ପୂର୍ବେ ନିଖୋଜ ହୋଇଯାଇଥିଲେ। ନିଖୋଜଙ୍କ ମଧ୍ୟରେ ମୁଣ୍ଡା ସାହିର ବୁଦ୍ଧୁ ଚାତର ଓ ତାଙ୍କ ସ୍ତ୍ରୀ ମୁନି ଛାତର ଏବଂ ଦେଉଳ ଢିପା ସାହିର ବୁଦ୍ଧିଆ ଗାଗରାଇ ଥିଲେ। ତେବେ ଆଜି ସକାଳୁ ସମାକୋଇ ନଦୀରୁ ବୁଦ୍ଧୁ ଚାତରଙ୍କ ମୃତଦେହ ଉଦ୍ଧାର ହୋଇଛି। ହେଲେ ମୁନି ଛାତର ଓ ବୁଦ୍ଧିଆ ଗାଗରାଇଙ୍କ ବର୍ତ୍ତମାନ ସୁଦ୍ଧା କୌଣସି ପତ୍ତା ମିଳିପାରି ନାହିଁ। ସେମାନଙ୍କୁ ଠାବ କରିବା ପାଇଁ ଓଡ୍ରାଫ ଟିମ୍ ସମକୋଇ ନଦୀରେ ଖୋଜା ଖୋଜି କରୁଛି।
Also Read
ବୁଦ୍ଧୁ ଚାତରଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ପୋଲିସ୍ ସନ୍ଦେହ କରୁଛି। ଗୁଣି ଗାରେଡି ସନ୍ଦେହରେ ଏହି ୩ ଜଣଙ୍କୁ ହତ୍ୟା କରାଯାଇଥାଇ ପାରେ ବୋଲି ପୋଲିସ୍ ଅନୁମାନ କରୁଛି। ଖମାର ଥାନା ପୋଲିସ ଘଟଣାର ତଦନ୍ତ କରୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)