• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Odisha

FIR Against BJD MP
ସାଂସଦ ଭର୍ତ୍ତୃହରି ମହତାବଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ

ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ ।  ମଧ୍ୟପ୍ରଦେଶର ଭୋପାଳ ସହର ବାସିନ୍ଦା ସାକ୍ଷୀ ତାଙ୍କ ଶ୍ୱଶୁର ତଥା ବିଜୁ ଜନତା ଦଳ ସାଂସଦଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ଭୋପାଳ ମହିଳା ଥାନାରେ ବୋହୂ ସାକ୍ଷୀ, ଭର୍ତ୍ତୃହରି, ତାଙ୍କ ପତ୍ନୀ ଓ ପୁଅଙ୍କ ନାଁରେ ଅଭିଯୋଗ ଦାଏର କରିଛନ୍ତି । ଭର୍ତ୍ତୃହରିଙ୍କ ନାଁରେ ଅଭିଯୋଗ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

Bhartruhari Mahtab,
ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଲେ ବୋହୂ

ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ । ମଧ୍ୟପ୍ରଦେଶର ଭୋପାଳ ସହର ବାସିନ୍ଦା ସାକ୍ଷୀ ତାଙ୍କ ଶ୍ୱଶୁର ତଥା ବିଜୁ ଜନତା ଦଳ ସାଂସଦଙ୍କ ବିରୋଧରେ ନିର୍ଯାତନା ମାମଲା ଦାୟର କରିଛନ୍ତି । ଭର୍ତ୍ତୃହରିଙ୍କ ନାଁରେ ଅଭିଯୋଗ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

sonepur
ପିଲାଙ୍କ ପାଇଁ ଶିକ୍ଷାସେତୁ ବ୍ୟବସ୍ଥା : ମହାମାରୀ ଭୟ ଭିତରେ ଘରକୁ ଘର ଯାଇଁ ଡାଉଟ୍ କ୍ଲିୟର କରୁଛନ୍ତି ଶିକ୍ଷକ

କୋଭିଡ ମହାମାରୀ ପାଇଁ କ୍ଲାସ ବନ୍ଦ । ପ୍ରଥମରୁ ଅଷ୍ଟମ ଯାଏଁ ସ୍କୁଲ ଖୋଲିନି । ଆରମ୍ଭ ହୋଇନି ପିଲାଙ୍କ ପାଠପଠା । ଅନେକ ପିଲାଙ୍କ ପାଖରେ ଆଣ୍ଡ୍ରଏଡ୍ ମୋବାଇଲ ଫୋନ୍ ନଥିବାରୁ ପାଠଶାଳା, ୟୁଟ୍ୟୁବ ଓ ଅନଲାଇନ୍ କ୍ଲାସରୁ ବଂଚିତ ହେଉଛନ୍ତି । ସମସ୍ତଙ୍କୁ ଶିକ୍ଷା ପାଇଁ ସୁବର୍ଣ୍ଣପୁର ଜିଲ୍ଲାରେ ଆରମ୍ଭ ହୋଇଛି ଶିକ୍ଷା ସେତୁ । ଏଇ ଶିକ୍ଷାସେତୁରେ ବିନିକା ସହରର ମନହରୀପଡା ଏବଂ ନୂଆପାଲିରେ ପିଲାଙ୍କ ଘରକୁ ଘର ଯାଇ ପାଠ ପଢାଉଛନ୍ତି ଶିକ୍ଷକ ଶିକ୍ଷୟତ୍ରୀ ।

sonepur
ଘର କୋଣରେ ପଡ଼ି ରହିଛନ୍ତି ମେଧାବୀ ତୃଷ୍ଣାରାଣୀ : ଆଖିକୁ ଦେଖାଯାଉନି କି କାନକୁ ଶୁଭୁନି

ମେଧାବୀ ଛାତ୍ରୀଙ୍କ ଉପରେ ଦାଉ ସାଜିଲା ଦଇବ । ପାଠପଢ଼ି ଚାକିରି କରିବାର ସ୍ୱପ୍ନ ସବୁଦିନ ପାଇଁ ହଜିଗଲା । ସମସ୍ତଙ୍କ ଭଳି ପାଠ ପଢିବାକୁ ମନରେ ତାଙ୍କର ପ୍ରବଳ ଆଗ୍ରହ ଥିଲା । ସେଥିପାଇଁ କଠିନ ପରିଶ୍ରମ ମଧ୍ୟ କରୁଥିଲେ । ହେଲେ ବିଧିର ବିଧାନ ଥିଲା ଭିନ୍ନ । ହଠାତ ଆଖିକୁ ଆଉ ଦେଖାଗଲା ନାହିଁ କି କାନକୁ ବି ଶୁଣାଗଲା ନାହିଁ

Dharmendra Pradhan, Ashwini Vaishnaw
ଓଡ଼ିଶାରେ ପହଞ୍ଚିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ

ଓଡ଼ିଶାରେ ପହଞ୍ଚିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ । ଭୁବନେଶ୍ୱର ଏୟାରପୋର୍ଟ ରେ ଆସି ଦୁଇ ମନ୍ତ୍ରୀ ପହଂଚିଛନ୍ତି । ତାଙ୍କୁ ସ୍ୱାଗତ କରିବା ପାଇଁ ବିପୁଳ ପରିମାଣରେ ଲୋକ ଉପସ୍ଥିତ ହେବା ସହ ବିଭିନ୍ନ ମନ୍ତ୍ରୀ ମଧ୍ୟ ତାଙ୍କୁ ସ୍ୱାଗତ କରିବା ପାଇଁ ଆଗେଇ ଆସିଛନ୍ତି । ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣ ପରେ ଏହା ଶିକ୍ଷାମନ୍ତ୍ରୀଙ୍କ ପ୍ରଥମ ଓଡ଼ିଶାଗ୍ରସ୍ତ । ୪୧୯ କିଲୋମିଟର ଯାତ୍ରା କରି ୭ ଜିଲ୍ଲାର ୬ଟି ଲୋକସଭା ନିର୍ବାଚନମଣ୍ଡଳୀ ବୁଲି ୧୧୫ଟି ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେବେ ଦୁଇ କେନ୍ଦ୍ରମନ୍ତ୍ରୀ ।

sangram Jena
କରୋନାରେ ପୂର୍ବତନ ଯୁବ କଂଗ୍ରେସ ସଭାପତି ସଂଗ୍ରାମ ଜେନାଙ୍କ ପରଲୋକ

ସେ ଅନେକ ଦିନ ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ପରେ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ଇକ୍‌ମୋ ଚିକିତ୍ସା ପାଇଁ ହାଇଦ୍ରାବାଦ ନିଆଯାଇଥିଲା। ସେ ୮୪ ଦିନ ହେବ ଇକ୍‌ମୋ ଚିକିତ୍ସାରେ ଚିକିତ୍ସିତ ହେଉଥିଲେ। 

 Lingaraj Temple Reopen
ସେପ୍ଟେମ୍ବର ୧ରୁ ଖୋଲିବ ଲିଙ୍ଗରାଜ ମନ୍ଦିର

କୋଭିଡ ଗାଇଡଲାଇନ ଅନୁଯାୟୀ ସେପ୍ଟେମ୍ୱର ୧ରୁ ଖୋଲିବ ଲିଙ୍ଗରାଜ ମନ୍ଦିର । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶ୍ରୀଲିଙ୍ଗରାଜ ଟ୍ରଷ୍ଟ ବୋର୍ଡ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ବୈଠକରେ ମହାପ୍ରଭୁଙ୍କର ରୂପାର ପ୍ରଭା,ନୂଆ ବିମାନ ଓ ପାଲିଙ୍କି ତିଆରି ଲାଗି ନିଷ୍ପତ୍ତି ନିଆଯାଇଛି । ଚନ୍ଦ୍ରଶେଖର,ଭୁବନେଶ୍ୱରୀ ଓ ମାଆ ପାର୍ବତୀଙ୍କ ପ୍ରଭା ନିର୍ମାଣ ହେବ ପାଇଁ ନିଷ୍ପତ୍ତି ନିଆଯାଇଛି ।

Fakir Mohan Senapati
ବ୍ୟାସକବିଙ୍କ ଆତ୍ମଜୀବନୀ ପ୍ରକାଶନ ଉପରେ ରୋକ୍ ଲଗାଇଲେ କୋର୍ଟ

ବ୍ୟାସକବି ଫକିର ମୋହନ ସେନାପତିଙ୍କ ଆତ୍ମଜୀବନୀ ପ୍ରକାଶନ ଉପରେ ଅନ୍ତରୀଣ ରୋକ୍ ଲଗାଇଲେ କୋର୍ଟ। ଏହି ପ୍ରକାଶନକୁ ବିରୋଧ କରି ଦାୟର ମାମଲାର ଶୁଣାଣୀ କରି ରୋକ ଲଗାଇଛନ୍ତି କଟକ କର୍ମସିଆଲ କୋର୍ଟ। ପ୍ରକାଶନକୁ ବିରୋଧ କରି କୋର୍ଟର ଦ୍ୱାରସ୍ଥ ହୋଇଥିଲେ ଫକୀର ମୋହନ ସେନାପତିଙ୍କ ଅଣନାତୁଣୀ ପ୍ରଫେସର ମିନାକ୍ଷୀ ଦତ୍ତ। କେବଳ ପ୍ରକାଶନ ନୁହେଁ, ଆବେଦନକାରୀଙ୍କୁ ସତ୍ୱାଧିକାରୀ ପ୍ରଦାନ କରିବା ପାଇଁ ଆବେଦନ ହୋଇଥିଲା। ଏଥିସହ ପାଣ୍ଡୁଲିପିରୁ ଡିଜିଟାଇଜେସନ କରାଯାଇଥିବା ସମସ୍ତ ତଥ୍ୟ ଆବେଦନକାରୀଙ୍କୁ ହସ୍ତାନ୍ତର କରିବା ପାଇଁ ମାମଲାରେ ନିବେଦନ କରାଯାଇଥିଲା

konark
ନିୟତିର ନିର୍ଦ୍ଦୟ ନିଷ୍ପତ୍ତି : ବୁଢ଼ୀ ମା’ ମୁଣ୍ଡରେ ମାନସିକ ଅନଗ୍ରସର ଭେଣ୍ଡା ପୁଅର ବୋଝ

ସବୁ ବାପାମା ଚାହାନ୍ତି ପୁଅଟିଏ ହେଲେ ପରିଣତ ବୟସରେ ଆଶା ବାଡିଟିଏ ସାଜିବ । ହେଲେ କୁସୁମ ଦେଇଙ୍କ ପାଇଁ ବିଧିର ବିଧାନ ଥିଲା ଓଲଟା । ପରିଣତ ବୟସରେ ମାନସିକ ବିକୃତ ଭେଣ୍ଡା ପୁଅ ପାଇଁ ସେ ଆଶା ବାଡି ସାଜିଛନ୍ତି । ପରିବାର କହିଲେ ବୃଦ୍ଧା ମାଟିଏ ଓ ପୁଅ ଟିଏ । ପୁଅ ନୀଳକଣ୍ଠ ୧୦ ବର୍ଷ ବୟସର ହୋଇଥିବା ବେଳେ ବାପା ଛାଡି ଚାଲିଗଲେ ।

‘Mini Aeroplane’
ଅଟୋ ଚାଳକଙ୍କ ପୁଅ କୁନି ବୈଜ୍ଞାନିକ : ମାତ୍ର ୧୪ ବର୍ଷ ବୟସରେ ଏରୋପ୍ଲେନ୍, ମୋଟର ବୋଟ୍, ଜେସିବିର ମଡ଼େଲ୍ ତିଆରି କରୁଛନ୍ତି ଆଦିତ୍ୟ

ମହାନଦୀ ପଠା ଉପରେ ଉଡ଼ୁଛି କୁନି ଉଡ଼ାଜାହଜ । ଲଗାମ ଧରିଛି କୁନି ବୈଜ୍ଞାନିକ ଆଦିତ୍ୟ ମହାରଣା । ଅବିକଳ ଉଡାଜାହଜ ପରି ଉଡୁଥିବା ଏହି ମଡ଼େଲଟିକୁ ତିଆରି କରି ଉଡାଉଛନ୍ତି କଟକ ତୁଳସୀପୁର ମଠ ସାହିର ୧୪ ବର୍ଷିୟ ଏରୋପ୍ଲେନ ବୟ

BSKY
ଅଗଷ୍ଟ ୨୦ରୁ ୨୫ ଭିତରେ ବଣ୍ଟା ହେବ BSKY ସ୍ମାର୍ଟ ହେଲ୍‌ଥ କାର୍ଡ : ଏସ୍ଓପି ପ୍ରସ୍ତୁତ କରିସାରିଛନ୍ତି ରାଜ୍ୟ ସରକାର

ଅଗଷ୍ଟ ୨୦ରୁ ୨୫ ଭିତରେ ବଣ୍ଟା ହେବ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍‌ଥ କାର୍ଡ । ଏନେଇ ଏସଓପି ପ୍ରସ୍ତୁତ କରିସାରିଛନ୍ତି ରାଜ୍ୟ ସରକାର । ରାଜ୍ୟର ସମସ୍ତ ଜାତୀୟ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ମିଳିବ ଏହି କାର୍ଡ । ଏଥିପାଇଁ ସହରାଞ୍ଚଳରୁ ନେଇ ପଞ୍ଚାୟତ ପର୍ଯ୍ୟନ୍ତ କମିଟି ଗଠନ କରିବେ ସରକାର

ପିଇଓ ରାମଚନ୍ଦ୍ର ନାୟକ
ସରପଞ୍ଚଙ୍କ ସ୍ୱାମୀଙ୍କ ଦବଙ୍ଗଗିରି, ପିଇଓଙ୍କୁ ମାଡ଼ ମାରିଲେ

ସରପଞ୍ଚଙ୍କ ସ୍ୱାମୀଙ୍କ ଦବଙ୍ଗଗିରି। ନିଜ ଇଚ୍ଛା ମୁତାବକ ଲୋକଙ୍କୁ ଆବାସ ଗୃହ ବଣ୍ଟନ ନକରିବାରୁ ପଞ୍ଚାୟତ ନିର୍ବାହୀ ଅଧିକାରୀ(ପିଇଓ)ଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ଖାଳିଆମେଣ୍ଟା ପଞ୍ଚାୟତ ସରପଞ୍ଚଙ୍କ ସ୍ୱାମୀଙ୍କ ନାଁରେ ଏଭଳି ଅଭିଯୋଗ ଆସିଛି।

coronavirus infection to children
କେମିତି ଶିଶୁଙ୍କୁ କରୋନା ସଂକ୍ରମଣରୁ ରକ୍ଷା କରାଯାଇପାରିବ ? ପରାମର୍ଶ ଦେଲେ DMET

ରାଜ୍ୟରେ ୨ ଦିନ ହେଲା କରୋନା ସଂକ୍ରମଣ ହଜାରେ ତଳେ ଥିଲେ ବି ଏବେ ଶିଶୁଙ୍କ ସଂକ୍ରମଣ ଚିନ୍ତା ବଢାଇଛି। ଗତ ୨୪ ଘଣ୍ଟାରେ ପୁଣି ଶହେ ପାର୍‌ କରିଛି ଶୂନରୁ ୧୮ ବର୍ଷ ବୟସ୍କଙ୍କ ସଂକ୍ରମିତ ସଂଖ୍ୟା।  ଗତ ୨୪ ଘଣ୍ଟାରେ ୧୩୮ ଜଣ ଏହି ବର୍ଗରେ କରୋନାରେ ଆକ୍ରାନ୍ତ ହୋଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

bhadrak mla's car accident
ବିଧାୟକଙ୍କ କାର୍‌କୁ ଧକ୍କା ଦେଲା ଟ୍ରକ୍‌

ବିଧାୟକ ସଞ୍ଜୀବ ମଲ୍ଲିକଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏକ ଟ୍ରକ୍‌ ବିଧାୟକଙ୍କ କାର୍‌କୁ ଧକ୍କା ଦେଇଥିବା ଜଣାପଡ଼ିଛି। ଭୁବନେଶ୍ୱରରୁ ଭଦ୍ରକ ଫେରିବା ବେଳେ ଜାରକା ନିକଟରେ ଏହି ଦୁର୍ଘଟଣା ଘଟିଛି।

youth held for cheating people
ମାଛ ତେଲରେ ମାଛ ଭାଜି ମାଲାମାଲ୍‌ ହେଉଥିଲେ, ଶେଷରେ ସାମ୍ନାକୁ ଅସିଲା କଳାକାରନାମା

ମାଛ ତେଲରେ ମାଛ ଭାଜୁଥିଲେ। ଠକେଇର ଅଭିନବ ଉପାୟ ପ୍ରୟୋଗ କରି ଲୋକଙ୍କଠୁ ଲକ୍ଷ ଲକ୍ଷ ଟଙ୍କାର ଚୁନ ଲଗାଉଥିଲେ। ହେଲେ ଏହି କଳାକାରନାମା ବେଶୀ ଦିନ ତିଷ୍ଠି ରହି ପାରିଲା ନାହିଁ। 

Afghanistan Student
ଓଡ଼ିଶାରେ ଥାଇ ଡରୁଛନ୍ତି ଆଫ୍‌ଗାନ୍‌ ଛାତ୍ର, ପରିବାରକୁ ନେଇ ଚିନ୍ତିତ ! ଶୁଣନ୍ତୁ...

ଆରମ୍ଭ ହେଲା ତାଲିବାନୀ ଶାସନ । ୨୦ ବର୍ଷ ପରେ ପୁଣିଥରେ ଆଫଗାନିସ୍ତାନକୁ ଦଖଲ କରିଛି ତାଲିବାନ । ପ୍ରତି ମୁହୂର୍ତ୍ତରେ ଆଫଗାନିସ୍ତାନରୁ ଆସୁଛି ହୃଦୟ ବିଦାରକ ଫୁଟେଜ ।

PM Modi Interacts palak kohli
୨୪ରୁ ଟୋକିଓରେ ପାରାଅଲିମ୍ପିକ୍ସ,ପଲକ କୋହିଲଙ୍କ ସହ କଥା ହେଲେ ମୋଦି

ଆସନ୍ତା ୨୪ରୁ ଟୋକିଓରେ ପାରାଅଲିମ୍ପିକ୍ସ । ଏଥିରେ ଓଡ଼ିଆ ପୁଅ ପ୍ରମୋଦ ଭଗତ ହୋଇଛନ୍ତି ସାମିଲ । ତେବେ ପରା ଅଲିମ୍ପିକ୍ସ ଆରମ୍ଭ ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ପାରାଅଲିମ୍ପିକ୍ସରେ ଯୋଗ ଦେଉଥିବା ଭାରତୀୟ ଖେଳାଳିଙ୍କ ସହ କଥା ହୋଇଛନ୍ତି । ପାରାଅଲିମ୍ପିକ୍ସରେ ଅଂଶଗ୍ରହଣ କରୁଥିବା ବ୍ୟାଡମିଣ୍ଟନ ଖେଳାଳି ପଲକ କୋହିଲଙ୍କ ସହ ଅନେକ କଥା ସେୟାର କରିଥିଲେ ମୋଦି । ମୋଦିଙ୍କ ସହ ପଲକ କଥା ହେବା ବେଳେ ତାଙ୍କର ଖସି ସ୍ପଷ୍ଟ ବାରି ହୋଇପଡ଼ୁଥିଲା ।

Indian Hockey Squad
ଭାରତୀୟ ହକି ଦଳକୁ ଓଡ଼ିଶାରେ ଭବ୍ୟ ସ୍ୱାଗତ

ଖେଳାଳିଙ୍କୁ ସ୍ୱାଗତ କରିବା ପାଇଁ ପୁରା ସହରରେ ବଡ଼ ବଡ଼ ପୋଷ୍ଟର ଛାଇଯାଇଛି । ହୋଟେଲରେ କିଛି ଘଣ୍ଟା ବିଶ୍ରାମ ନେବା ପରେ ସଂଧ୍ୟା ୫ଟାରେ କଳିଙ୍ଗ ଷ୍ଟାଡିୟମରେ ଖେଳାଳିଙ୍କ ଫଟୋସୁଟ୍ କରାଯିବ । ସଂଧ୍ୟା ସାଢ଼େ ୬ଟାରେ ଲୋକସେବା ଭବନରେ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିବେ ରାଜ୍ୟ ସରକାର । ଖେଳାଳିଙ୍କ ରହିବା ଓ ଖାଇବା ପାଇଁ ଭୁବନେଶ୍ୱରସ୍ଥିତ ଏକ ହୋଟେଲ୍‌ରେ ସ୍ୱତନ୍ତ୍ର ପ୍ରସ୍ତୁତି ହୋଇଛି । ଖେଳାଳିମାନଙ୍କୁ ସେମାନଙ୍କ ମନ ପସନ୍ଦର ଖାଦ୍ୟ ଦେବା ପାଇଁ ବିଭିନ୍ନ ପ୍ରକାର ଆଇଡମ୍‌ ପ୍ରସ୍ତୁତ ହୋଇଛି ।

+3 Admissions
ଯୁକ୍ତ ୩ ନାମଲେଖା ପାଇଁ ଉଚ୍ଚ ଶିକ୍ଷା ବିଭାଗର ବିଜ୍ଞପ୍ତି

ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ +୩ ନାମଲେଖା ପାଇଁ ଆବେଦନ। ଯୁକ୍ତ ୩ ନାମଲେଖା ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଅଗଷ୍ଟ ୨୦ରୁ ସେମ୍ବେର ୪ ତାରିଖ ଯାଏଁ ଅନଲାଇନ୍ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ସେପ୍ଟେମ୍ବର ୯ରେ ପ୍ରକାଶ ପାଇବ ପ୍ରଥମ ମେରିଟ୍ ଲିଷ୍ଟ ।

Raksha Bandhan
କାହିଁକି ଓ କେବେଠାରୁ ପାଳନ ହେଉଛି ରାକ୍ଷୀ ପୂର୍ଣ୍ଣିମା?

ରାକ୍ଷୀ ପୂର୍ଣ୍ଣିମାକୁ ନେଇ ଶାସ୍ତ୍ରରେ ଅନେକ କଥା କୁହାଯାଇଛି। ପୂରାଣ ଅନୁସାରେ,  ଦ୍ରୌପଦୀ ନିଜ ପିନ୍ଧା ଶାଢୀର ଛୋଟ କନା ଖଣ୍ଡେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ବାନ୍ଧି ଥିଲେ, ଆଉ ତାଙ୍କୁ ଭାଇ କରିଥିଲେ। ସେବେଠାରୁ ଏହି ପର୍ବ ଆରମ୍ଭ ହୋଇଥିବା ଜଣାଯାଏ। କେବଳ ଏତିକି ନୁହେଁ ବରଂ ଏହି ଦିନ ବ୍ରାହ୍ଣଣମାନେ ବେଦ ଧ୍ୱନୀ କରନ୍ତି, ତେଣୁ ଏହି ପବିତ୍ର ଦିନରେ ପାଠ ପଢ଼ା ଆରମ୍ଭ କଲେ ପାଠ ଭଲ ହେଉଥିବା କୁହାଯାଏ

Hockey Team
ଭାରତୀୟ ହକି ଦଳକୁ ଓଡ଼ିଶାରେ ଭବ୍ୟ ସ୍ୱାଗତ, ସହର ସାରା ପୋଷ୍ଟର

ଟୋକିଓ ଅଲିମ୍ପିକ୍ସରେ ଚମତ୍କାର ଖେଳ ପ୍ରଦର୍ଶନ ସହ ବ୍ରୋଞ୍ଜ ଜିତିଥିବା ପୁରୁଷ ହକି ଟିମ୍ ଓ ସେମି ଫାଇନାଲ୍‌କୁ ଯାଇଥିବା ମହିଳା ହକି ଟିମ୍‌କୁ ସ୍ୱାଗତ କରିଛି ଓଡ଼ିଶା ।

+3 Admissions
୨୦ରୁ +୩ ନାମଲେଖା ଆବେଦନ

ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ +୩ ନାମଲେଖା ପାଇଁ ଆବେଦନ। ଯୁକ୍ତ ୩ ନାମଲେଖା ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଅଗଷ୍ଟ ୨୦ରୁ ସେମ୍ବେର ୪ ତାରିଖ ଯାଏଁ ଅନଲାଇନ୍ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ସେପ୍ଟେମ୍ବର ୯ରେ ପ୍ରକାଶ ପାଇବ ପ୍ରଥମ ମେରିଟ୍ ଲିଷ୍ଟ ବୋଲି ସୂଚନା ମିଳିଛି। ସେପ୍ଟେମ୍ବର ୯ରୁ ୧୪ ଯାଏଁ ସାମ୍ସ ପୋର୍ଟାଲରେ ଅନଲାଇନ୍ ଫି ଦାଖଲ କରିବେ ଛାତ୍ରଛାତ୍ରୀ। ଏହାସହ ସେପ୍ଟେମ୍ବର ୨୧ରେ ଦ୍ୱିତୀୟ ମେରିଟ୍ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି।

jamun
ଶରୀର ପାଇଁ ଲାଭଦାୟକ ଜାମୁକୋଳି

ଔଷଧୀୟ ଗୁଣରେ ଭରପୁର ଜାମୁକୋଳି । ଆୟୁର୍ବେଦ ଅନୁସାରେ ଜାମୁ କୋଳିକୁ ଏକ ଗୁରୁତ୍ୱପୂର୍ଣ୍ଣ ଔଷଧ ଭାବେ ବିବେଚନା କରାଯାଏ। ଜାମୁକୋଳି ,ଏହାର ମଞ୍ଜି ,ଗଛର ଛାଲି ଓ ତାହାର ପତ୍ର ଔଷଧୀୟ ଗୁଣରେ ଭରପୁର ଅଟେ । ଏଥିରେ ପ୍ରଚୁର ପରିମାଣରେ ଭିଟାମିନ୍ ଏ,ସି ଓ କେରୋଟିନ୍ ରହିଛି ।

egg cotlet
ଘରେ ବନାନ୍ତୁ 'ଅଣ୍ଡା କଟଲେଟ୍'

ଅଣ୍ଡା ଖାଇବା ପାଇଁ ସମସ୍ତେ ପସନ୍ଦ କରିଥାନ୍ତି । ଘରେ ଘରେ ଅଣ୍ଡାକୁ ନେଇ ବିଭିନ୍ନ ରେସିପି ତିଆରି କରାଯାଇଥାଏ । ତେବେ ଆମେ ଆପଣ ମାନଙ୍କୁ ଅଣ୍ଡାର ଏକ ନୂଆ ଓ ସରଳ ସ୍ନାକ୍ସ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନା ହେଉଛି ‘ଏଗ୍ କଟଲେଟ୍’ ।

ACF Death Case
ସୌମ୍ୟରଂଜନ ମୃତ୍ୟୁ ମାମଲା,ଗେଟ୍ ଜଗୁଆଳି ଏବଂ ରୋଷେୟାଙ୍କୁ ଜେରା

ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ACF ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ଆଜି ପୁଣି ମାରାଥନ ଜେରା କରିଛି। ଆଜି ଡିଏଫ୍ଓ କାର୍ଯ୍ୟାଳୟ ଅଫିସ୍ ଗେଟ୍ ଜଗୁଆଳି ଏବଂ ଡିଏଫ୍ଓଙ୍କ ଘରେ ଥିବା ରୋଷେୟାଙ୍କୁ ଜେରା କରୁଛି କ୍ରାଇମବ୍ରାଞ୍ଚ। ଏହାସହ ବନବିଭାଗର ଦୁଇ କର୍ମଚାରୀ ସନ୍ତୋଷ କୁମାର ବିଶ୍ୱାଳ ଏବଂ ଅଜୟ କୁମାର ବେହେରାଙ୍କୁ ଜେରା କରୁଛି କ୍ରାଇମବ୍ରାଞ୍ଚ ।