Advertisment

ଓମିକ୍ରନ ସଂକ୍ରମଣ କରିବ କିନ୍ତୁ ଗୁରୁତର କରିବନି: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦୦କୁ ବୃଦ୍ଧି ହୋଇଛି। ମହାରାଷ୍ଟ୍ରରେ ସର୍ବାଧିକ ୫୧୦, ଦିଲ୍ଲୀରେ ୩୫୧ ଚିହ୍ନଟ ହୋଇଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
Covid test

Covid test

ଭୁବନେଶ୍ୱର: ଓମିକ୍ରନ ସଂକ୍ରମଣ ବୃଦ୍ଧି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ କାଲି ଚିହ୍ନଟ ୨୩ ଓମିକ୍ରନ (Omicron) ଆକ୍ରାନ୍ତଙ୍କ ମଧ୍ୟରୁ ୧୯ ଜଣଙ୍କ ଲକ୍ଷଣ ନାହିଁ। ଓମିକ୍ରନ ଅଧିକ ସଂକ୍ରମଣ କରିବ, କିନ୍ତୁ ସିଭିଅରିଟି ନାହିଁ। ଲୋକାଲ୍‌ରେ ଓମିକ୍ରନ ଅଛି ଓ ଏହା ଚିହ୍ନଟ ହେଉଛି। ତେଣୁ ସଂକ୍ରମଣ ହେବ। ରାଜ୍ୟରେ ୪୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨୪୬, ଲୋକାଲ୍ କେସ୍ ୧୭୮ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୦ ଲକ୍ଷ ୫୫ ହଜାର ୯୮୦କୁ ବୃଦ୍ଧି ପାଇଛି।

Advertisment

ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦୦କୁ ବୃଦ୍ଧି ହୋଇଛି। ମହାରାଷ୍ଟ୍ରରେ ସର୍ବାଧିକ ୫୧୦, ଦିଲ୍ଲୀରେ ୩୫୧ ଚିହ୍ନଟ ହୋଇଛନ୍ତି। ସେହିପରି କେରଳରେ ୧୫୬, ଗୁଜରାଟରେ ୧୩୬, ତାମିଲନାଡୁରେ ୧୨୧ ଓମିକ୍ରନ ଚିହ୍ନଟ ହୋଇଛନ୍ତି। ୨୩ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳକୁ ଓମିକ୍ରନ ବ୍ୟାପିଛି।

ସେପଟେ ପଶ୍ଚିମବଙ୍ଗରେ ହୁ ହୁ ହୋଇ ସଂକ୍ରମଣ ବଢୁଥିବାରୁ ମମତା ସରକାର ରାଜ୍ୟରେ କଡା କୋଭିଡ୍ କଟକଣା ଜାରି କରିଛନ୍ତି। ରାଜ୍ୟରେ ବନ୍ଦ ସମସ୍ତ ସ୍କୁଲ୍, କଲେଜ ଓ ୟୁନିଭର୍ସିଟି ବନ୍ଦ ରହିଛି। ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ଅଫିସ। ସିନେମା ହଲ୍, ବାର୍, ରେଷ୍ଟୁରାଣ୍ଟ ଆଦି ୫୦ ପ୍ରତିଶତରେ ଚାଲିପାରିବ। ରାତି ୧୦ରୁ ସକାଳ ୫ ଟା ଯାଏଁ କେବଳ ଅତ୍ୟାବଶ୍ୟକ ସେବା ଜାରି ରହିବ।

Advertisment
Odisha Omicron Cases
Advertisment
Advertisment