Advertisment

ଆଜି ସାଢ଼େ ୫ଟାରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା, ହେବ କି ବଡ଼ ନିଷ୍ପତ୍ତି ?

ରାଜ୍ୟରେ ଆଜି କୋଭିଡ୍ ସ୍ଥିତି ସମୀକ୍ଷା କରିପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନ ସାଢ଼େ ୫ଟାରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିପାରନ୍ତି । ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ଏହି ପରିସ୍ଥିତିରେ ରାଜ୍ୟ ସରକାର ବିଭିନ୍ନ କୋଭିଡ କଟକଣା ମଧ୍ୟ ଜାରି କରିଛନ୍ତି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
CM Naveen Patnaik likely to review Covid19 situation in the State at 5.30 pm today Odisha

CM Naveen Patnaik likely to review Covid19 situation in the State at 5.30 pm today Odisha

ରାଜ୍ୟରେ ଆଜି କୋଭିଡ୍ ସ୍ଥିତି ସମୀକ୍ଷା କରିପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନ ସାଢ଼େ ୫ଟାରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିପାରନ୍ତି । ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ଏହି ପରିସ୍ଥିତିରେ ରାଜ୍ୟ ସରକାର ବିଭିନ୍ନ କୋଭିଡ କଟକଣା ମଧ୍ୟ ଜାରି କରିଛନ୍ତି । ତଥାପି ରାଜ୍ୟରେ ଧିରେ ଧିରେ କରୋନା ବେକାବୁ ହେବାରେ ଲାଗିଛି ।

Advertisment

ସୂଚନା ଅନୁସାରେ, ଆଜି ବାଲେଶ୍ୱର ଏଫ୍ଏମ୍ ମେଡିକାଲ କଲେଜର ୧୦ ଛାତ୍ର ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କଲେଜର ୧୦ ମେଡିକାଲ ଛାତ୍ର ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ଏଡିଏମ୍‌ଙ୍କ ସୂଚନା ଦେଇଛନ୍ତି । ପୂର୍ବରୁ ମେଡିକାଲ କଲେଜରେ ୩ ଛାତ୍ର ପଜିଟିଭ ଚିହ୍ନଟ ହୋଇଥିଲେ ହେଲେ ଏବେ ଏହାକୁ ମିଶାଇ କଲେଜରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩କୁ ବୃଦ୍ଧି ପାଇଥିବାର ଜଣାପଡିଛି ।

ସେହିପରି ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ଆଜି ବି ୪ ହଜାର ପାର୍‌ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ୪,୮୨୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୨,୮୨୩ ଜଣ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨,୦୦୬ ଲୋକାଲ୍ କେସ୍ ରହିଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୪୪୮ ଜଣ ଚିହ୍ନଟ ହୋଇଛନ୍ତି ।

Advertisment

ତେବେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୩୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ୪୦୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ସଂକ୍ରମଣକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୭୫,୬୯୮ କୁ ବୃଦ୍ଧି ପାଇଛି । ସେଥି ମଧ୍ୟରୁ ୧୦,୪୬,୬୧୭ ଜଣ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ୍‌ କେସ୍‌-୨୦,୫୬୦ ରହିଛି।

ଅନ୍ୟପକ୍ଷେ,ଓଡ଼ିଶାରେ ଏହାର ୧୦ରୁ ୧୫ ଦିନ ପରେ ପିକ୍‌ ନେବାର ସମ୍ଭାବନା ରହିଛି। ଏହା ଭିତରେ ଟେଷ୍ଟ ସର୍ଭିଲାନ୍ସ, ଟିକାକରଣକୁ ମଧ୍ୟ ବଢା ଯାଇଛି। ଯେଉଁଭଳି ଭାବେ ଏବେ ସଂକ୍ରମଣ ବଢୁଛି, ଲୋକ ଏହାକୁ ହାଲୁକା ଭାବେ ନ ନେଇ ସଜାଗ ହୁଅନ୍ତୁ।’ କରୋନା ସ୍ଥିତି ଉପରେ ସରକାର କଡା ନଜର ରଖିଛନ୍ତି। ICMR ଦ୍ୱାରା ଅନୁମୋଦିତ ଟେଷ୍ଟିଂ କିଟ୍‌ ମାଧ୍ୟମରେ କରୋନା ଟେଷ୍ଟିଂ କରାଯିବା ଉଚିତ୍‌ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

Odisha
Advertisment
Advertisment