• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ରାଜ୍ୟରେ ଆଉ ୨୮ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୮ ନୂଆ ଆକ୍ରାନ୍ତ ନେଇ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇଲା ILS । ଆଜିର ୨୮କୁ ମିଶାଇ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତ ଶହେ ଟପିଛି । ରାଜ୍ୟରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସହ ୧୦୩କୁ ବୃଦ୍ଧି ପାଇଛି ।

ରାଜ୍ୟରେ ଏହା ପୁର୍ବରୁ ୧୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ତେବେ ରାଜ୍ୟରେ ଲଗାତାର ଭାବରେ କରୋନା କାୟା ବିସ୍ତାର କରିବାରେ ଲାଗିଛି। ଆଜି ଦିନକରେ ୪୮୨୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ ଆଜି ବି ୪ ହଜାର ପାର୍‌ କରିଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୪,୮୨୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨,୮୨୩ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୨,୦୦୬ ରହିଛି।

ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୪୪୮ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୩୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ୪୦୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୭୫,୬୯୮ରେ ପହଞ୍ଚଛି। ସେଥି ମଧ୍ୟରୁ ୧୦,୪୬,୬୧୭ ଜଣ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ୍‌ କେସ୍‌-୨୦,୫୬୦ ରହିଛି।

 

ଦେଶରେ ପୁଣି ଥରେ କାୟା ମେଲାଉଛି କରୋନା। ସଂକ୍ରମଣର ସାଂଘାତିକ ସ୍ଥିତି ଭିତରେ ଆଜିଠୁ ଆରମ୍ଭ ହେଉଛି ପ୍ରିକସନ୍ ଡୋଜ୍। ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା ଏବଂ ୬୦ବର୍ଷରୁ ଊର୍ଦ୍ଧ୍ୱ ବହୁବିଧ ଆକ୍ରାନ୍ତଙ୍କୁ ଏହି ଡୋଜ୍ ଦିଆଯିବ। ଯେଉଁମାନେ ଟିକାର ଡବଲ ଡୋଜ୍ ନେଇ ସାରିଛନ୍ତି, ସେମାନେ ପ୍ରିକସନ୍‌ ଡୋଜ୍ ନେଇପାରିବେ। ହେଲେ ଦ୍ୱିତୀୟ ଡୋଜ୍ ଟିକା ନେବାର ୯ ମାସ ବା ୩୯ ସପ୍ତାହ ପରେ ହିଁ ଏହି ଡୋଜ୍ ନେଇ ହେବ। ଯିଏ ପୂର୍ବରୁ ଯେଉଁ ଟିକା ନେଇଛନ୍ତି, ପ୍ରିକସନ୍ ଡୋଜ୍ ଭାବେ ସମାନ ଟିକା ଦିଆଯିବ।

OTV is now on Whatsapp

Join and get latest news update delivered to you via whatsapp

Join Now