ଫେବ୍ରୁଆରୀ ୨୨ରେ ରାଜନାଥଙ୍କ ଡବଲ ଇଂଜିନ ସରକାର ଗଠନର ଦମ୍ଭୋକ୍ତି। ଗତ ୨୮ରେ ବିଜେଡି ସରକାରକୁ ଜେ.ପି. ନଡ୍ଡାଙ୍କ ସିଧା ନିଶାନା। ଆଉ ଆଜି ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶାରେ ସରକାର ବଦଳାଇବାର ହୁଙ୍କାର। ବ୍ରହ୍ମପୁର ମାଟିରୁ ତିନି ତିନି ଜଣ ବିଜେପି ହେଭିୱେଟ୍ଙ୍କ ଆକ୍ରମଣାତ୍ମକ ନିର୍ବାଚନୀ ସଭାକୁ ନେଇ ଚର୍ଚ୍ଚା।
୪ ଜୁନ୍- ବିଜେଡି ସରକାରର ଏକ୍ସପାଏରୀ ଡେଟ୍। ୬ ଜୁନ୍- ବିଜେପିର ମୁଖ୍ୟମନ୍ତ୍ରୀ ଚୟନ। ୧୦ ଜୁନ୍- ଭୁବନେଶ୍ୱରରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ। ଆଜି ବ୍ରହ୍ମପୁର ସଭାରେ ସମର୍ଥକଙ୍କୁ ଏମିତି କିଛି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।
ବ୍ରହ୍ମପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦିଙ୍କୁ ସ୍ୱାଗତ ପାଇଁ ରୁଣ୍ଡ ହୋଇଛନ୍ତି ହଜାର ହଜାର ଜନସାଧାରଣ। ଜୟ ଜଗନ୍ନାଥ, ଜୟ ଶ୍ରୀରାମ କହି ଭାଷଣ ଆରମ୍ଭ କଲେ ମୋଦି। କହିଲେ କାଲି ମୁଁ ଅଯୋଧ୍ୟାରେ ଥିଲି, ରାମ ଲାଲାଙ୍କୁ ଦର୍ଶନ କଲି । ଆଜି ମହାପ୍ରଭୁ ଜଗନ୍ନାଥଙ୍କ ଭୂମିରେ ଆପଣଙ୍କ ଆଶୀର୍ବାଦ ପାଇଁ ଆସିଛି।
ବ୍ରହ୍ମପୁର ସଭାରେ ଦେଇଥିବା ଭାଷଣକୁ ରିପିଟ୍ କରିଥିଲେ ବି ଏଠି ଅଧିକ ଆଗ୍ରେସନ ଦେଖାଇଥିଳେ ମୋଦି । ଏଠି ମଧ୍ୟ ସିଧାସଳଖ କହିଛନ୍ତି ଜୁନ୍ ୪ ବିଜେଡିର ଏକ୍ସପାରୀ ଡେଟ୍ । ଆଉ ୧୦ରେ ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ନେବେ ।
ସିଧାସଳଖ ନବୀନ- ପାଣ୍ଡିଆନ୍ଙ୍କ ନାଁ ନେଇ ବି ସେ ରାଜ୍ୟ ସରକାରଙ୍କୁ ଖୁବ୍ ସମାଲୋଚନା କରିଛନ୍ତି । ସେ ଏଠାରେ ଅନେକ କଥା ଓଡ଼ିଆରେ ମଧ୍ୟ କହିଛନ୍ତି ।
‘ଜଳ ଜୀବନ ମିଶନରେ କେନ୍ଦ୍ର ୧୦ ହଜାର କୋଟି ଦେଇଛି । ଉକ୍ତ ଟଙ୍କାକୁ ଏଠା ସରକାର ଠିକ ଭାବେ ଖର୍ଚ୍ଚ କରିପାରିଲେନି । ମୋଦି ମାଗଣା ଚାଉଳ ଦେଉଛି, ଏଠିକାର ସରକାର ସେଥିରେ ନିଜ ଫଟୋ ଛାପୁଛି । ନିଜେ କିଛି କରିନାହାନ୍ତି, ତେଣୁ ବେଇମାନୀ କରିବାକୁ ପଡୁଛି ।’
ଗୋଟିଏ ଯଜ୍ଞ କେନ୍ଦ୍ରରେ ତୃତୀୟବାର ସରକାର ପାଇଁ ହେଉଛି । ଆଉ ଗୋଟିଏ ଓଡ଼ିଶାରେ ବିଜେପି ନେତୃତ୍ୱର ମଜବୁତ ରାଜ୍ୟ ସରକାର ପାଇଁ ହେଉଛି ।
ମୋଦିଙ୍କଠାରୁ ମଧ୍ୟ ଓଡ଼ିଶା ବିଜେପି, ରାଜ୍ୟ ସରକାରଙ୍କ ଉପରେ ଡବଲ ଆଟାକ୍ ଆଶା କରୁଛି । ତେବେ ବ୍ରହ୍ମପୁରରେ ପ୍ରାୟ ଘଣ୍ଟାଏ ପର୍ଯ୍ୟନ୍ତ ରହିବେ ପ୍ରଧାନମନ୍ତ୍ରୀ।
ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କିଛି ସମୟ ପୂର୍ବରୁ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ। ଏହାପରେ କଡ଼ା ସୁରକ୍ଷାବଳୟ ମଧ୍ୟରେ ବିମାନ ବନ୍ଦରରୁ ରାଜଭବନକୁ ଯାଇଛନ୍ତି।
ଏଥର ନିର୍ବାଚନ ମୈଦାନରେ ଭାଗ୍ୟ ପରୀକ୍ଷା କରୁଛନ୍ତି ବହୁ କୋଟିପତି ପ୍ରାର୍ଥୀ। ବିଭିନ୍ନ ରାଜନୈତିକ ଦଳ ସେମାନଙ୍କୁ ପ୍ରାର୍ଥୀ କରିଛନ୍ତି। ପ୍ରଚାର ପାଇଁ ହେଭିୱେଟ୍ ନେତା ଆସୁଛନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି ହେଉଛି। ହେଲେ ଏଥର ନିର୍ବାଚନରେ କିଛି ନିଆରା ନେତା ସାଜିଛନ୍ତି ସ୍ବାଧୀନ ପ୍ରାର୍ଥୀ।
ବଦଳୁଛି ସମୀକରଣ। ଟିକଟ୍ ନପାଇ ଦଳ ଛାଡିବା ନେତାଙ୍କ ସଂଖ୍ୟା ବଢୁଥିବା ବେଳେ ଦଳ ଭିତରେ ବି ରହିଛନ୍ତି ଅନେକ ଅସନ୍ତୁଷ୍ଟ। ଯେଉଁମାନେ କି ଶାସକ ଦଳ ପାଇଁ ଘାତକ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ଭାରତୀୟ ଜନତା ପାର୍ଟିର ଫୋକସ୍ ଓଡ଼ିଶା। ରାଜ୍ୟରେ କ୍ଷମତାରେ ଥିବା ବିଜୁ ଜନତା ଦଳକୁ ଘେରିବାକୁ ବିଜେପିର କେନ୍ଦ୍ରୀୟଙ୍କ ନେତୃତ୍ବଙ୍କ ବିସ୍ତୃତ ରୋଡ୍ ମ୍ୟାପ୍। ୨୪ ମହାସମରରେ ବିଜେଡିକୁ କଡ଼ା ଟକ୍କର ଦେବାକୁ ଓଡ଼ିଶାରେ ଏବେ ଜଣକ ପରେ ଜଣେ ପଦ୍ମ ଦଳର ତୁଙ୍ଗ ନେତାଙ୍କ ଉପସ୍ଥିତି।
ରାଜ୍ୟ କଂଗ୍ରେସରେ କିଏ ଯୋଗ୍ୟ ଆଉ କିଏ ଅଯୋଗ୍ୟ ? ୨୦୨୪ ନିର୍ବାଚନରେ ଦଳ ଲଢେଇ କରିବ ନା ନିଜ ଦଳ ଭିତରେ ଚାଲିଥିବା ଏ ତୀବ୍ର ଅସନ୍ତୋଷକୁ ମ୍ୟାନେଜ୍ କରିବ ?
ବିକଶିତ ଓଡ଼ିଶା ପାଇଁ ରାଜ୍ୟ ବିଜେପିର ୨୧ ସଂକଳ୍ପ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି ଭୁବନେଶ୍ବରରେ ରାଜ୍ୟ ବିଜେପିର ନିର୍ବାଚନ ସଂକଳ୍ପପତ୍ର ଉନ୍ମୋଚନ କରି ଦେଇଛନ୍ତି ଅନେକ ଗୁରୁତ୍ବପୂର୍ଣ ଗ୍ୟାରେଣ୍ଟି।
ବରିଷ୍ଠ ସାଜିବେ କି ବାଧକ? ବିଜେଡିର ବାଟ ଉଗାଳିବେ କି ବାଦ ପଡିଥିବା ବରିଷ୍ଠ ନେତା? ସମୀର ଦାଶ, ଅମର ଶତପଥୀ, ଭୂପିନ୍ଦର ସିଂହ, ଶଶିଭୂଷଣ ବେହେରାଙ୍କ ଟିକଟ୍ କଟିବା ପରେ ନେତାଙ୍କ ନିରବତା ନେଇ ଉଠିଲା ପ୍ରଶ୍ନ।
ରାଜ୍ୟ କଂଗ୍ରେସରେ ଚାଲିଛି କଣ ? କିଏ ଯୋଗ୍ୟ ଆଉ କିଏ ଅଯୋଗ୍ୟ ? ୨୦୨୪ ନିର୍ବାଚନରେ ଦଳ ଲଢେଇ କରିବ ନା ନିଜ ଦଳ ଭିତରେ ଚାଲିଥିବା ତୀବ୍ର ଅସନ୍ତୋଷକୁ ମ୍ୟାନେଜ୍ କରିବ ?
ବିକଶିତ ଓଡ଼ିଶା ପାଇଁ ରାଜ୍ୟ ବିଜେପିର ୨୧ ସଂକଳ୍ପ। ଚିଟଫଣ୍ଡ ଟଙ୍କା ଫେରସ୍ତଠୁ ଧରି କୃଷି ଓ କୃଷକଙ୍କ କଲ୍ୟାଣ, ମହିଳା ଓ ଶିଶୁଙ୍କ ବିକାଶ, ସହରାଞ୍ଚଳ ଓ ଗ୍ରାମାଞ୍ଚଳର ଉନ୍ନତି ସାଙ୍ଗକୁ ଉତ୍ତମ ଶାସନ ଏବଂ ସର୍ବୋପରି ଓଡ଼ିଆ ଆସ୍ମିତାର ରକ୍ଷା ପାଇଁ ୨୦୨୪ ନିର୍ବାଚନ ପାଇଁ ଇସ୍ତାହାରରେ ନିର୍ଭର ପ୍ରତିଶ୍ରୁତି ଦେଇଛି ଭାରତୀୟ ଜନତା ପାର୍ଟି।
ଭୁବନେଶ୍ୱରରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ସଂକଳ୍ପ ପତ୍ର ଉନ୍ମୋଚନ କଲେ।
୮ରେ ରାୟଗଡ଼ା ଯିବେ ରାଜନାଥ ସିଂ । ଏନେଇ ସୂଚନା ଦେଇଛନ୍ତି ବିଜେପି ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର।
ଚର୍ଚ୍ଚାରେ ସୌମ୍ୟ-ଅନୁଭବ-ଗୟାଧର ଭେଟ । ନିର୍ବାଚନ ପୂର୍ବରୁ ରୋଚକ ହେଉଛି ଖଣ୍ଡପଡ଼ା ରାଜନୀତି ।
ଡେରା ପକାଇ ପ୍ରଚାର କରିବେ। ନିର୍ବାଚନ ନେଇ ଗୁରୁମନ୍ତ୍ର ଦେବେ ବିଜେପି ହେଭିୱେଟ୍ । ଦଳୀୟ ନେତା ଓ କର୍ମୀଙ୍କ ଭିତରେ ଜୋସ୍ ଭରିବେ।
ଆଠଗଡ଼ରେ ନୂଆ ପ୍ରାର୍ଥୀ ହେଲେ ସୁଦର୍ଶନ ସାହୁ । ପୁରୀରେ ଉମାବଲ୍ଲଭ ରଥଙ୍କୁ ପ୍ରାର୍ଥୀ କଲା କଂଗ୍ରେସ ।
ଦୁଇଦିନିଆ ଗସ୍ତରେ କାଲି ଆସିବେ। 4 ଦିନ ପରେ ପୁଣି ଆସି ରାଜଧାନୀରେ କରିବେ ରୋଡ୍ ସୋ। 24 ମହାସଂଗ୍ରାମରେ ପିଏମ୍ ମୋଦିଙ୍କ ଏକଦମ୍ ଫୋକସରେ ଓଡ଼ିଶା।
ଓଡ଼ିଶାର ନେତୃତ୍ବ ନେବା ଦରକାର ଜଣେ ମାଟିର ପୁଅ। ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ମତ ରଖି ଏଭଳି କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର। ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଜୟଶଙ୍ଗର ଭୁବନେଶ୍ବରଠାରେ ସାମ୍ବାଦିକ ସମ୍ମିଳନୀରେ, ରାଜ୍ୟ ଓ ରାଜନୀତିଠୁ ଦେଇ ଦେଶ-ବିଦେଶ ବିଭିନ୍ନ ପ୍ରସଙ୍ଗରେ ମତ ରଖିଛନ୍ତି।
ସରାକାରୀ ଅଧିକାରୀ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଥିବା ନେଇ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ନିଇତି ଫେରାଦ ହେଇଛି ବିଜେପି। ଆଉ ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ ବି ଜୋରଦାର ନେଉଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ।