Advertisment

୨ ହଜାର ଏପିସୋଡ୍‌ରେ ପହଞ୍ଚିଲା ନ୍ୟୁଜ୍ ଫ୍ୟୁଜ୍‌; ୨୦୦୮ ମେ ୧୪ରେ ହୋଇଥିଲା ଆରମ୍ଭ

୨୦୦୦ ଏପିସୋଡ୍‌ରେ ପହଞ୍ଚିଛି ଓଟିଭିର ଲୋକପ୍ରିୟ କାର୍ଯ୍ୟକ୍ରମ ନ୍ୟୁଜ୍ ଫ୍ୟୁଜ୍‌ ।

author-image
Otv Khabar Bureau
ଅଦ୍ୟତନ ହୋଇଛି
news fuse

news fuse

୨ ହଜାର ଏପିସୋଡ୍‌ରେ ନ୍ୟୁଜ୍ ଫ୍ୟୁଜ୍‌ । ଓଟିଭିର ଲୋକପ୍ରିୟ କାର୍ଯ୍ୟକ୍ରମ ନ୍ୟୁଜ୍ ଫ୍ୟୁଜ୍‌ ୨୦୦୦ ଏପିସୋଡ୍‌ରେ ପହଞ୍ଚିଛି । ୨୦୦୮ ମେ ୧୪ ତାରିଖରେ ନ୍ୟୁଜ୍ ଭିତରୁ ଫ୍ୟୁଜ୍‌ କାଢି ଭିନ୍ନ ଢଙ୍ଗରେ ଲୋକଙ୍କୁ ସୁଧାରିବାର ଏହି ଅନନ୍ୟ ପ୍ରୟାସ ଆରମ୍ଭ ହୋଇଥିଲା ।

Advertisment

ମଜାରେ ମଜାରେ ମଞ୍ଜକଥା କହୁଥିବା ନ୍ୟୁଜ୍ ଫ୍ୟୁଜ୍‌କୁ ଅସଂଖ୍ୟ ଦର୍ଶକଙ୍କ ଆଦର ମିଳିଛି । ରାଜନେତାଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା, ସରକାରୀ ବାବୁଙ୍କଠୁ ନେଇ ସାଧୁ ବେଶରେ ବୁଲୁଥିବା ଅସାଧୁ, ଯିଏ ବି ଯେଉଁଠି କିଛି ତ୍ରୁଟି କରିଛନ୍ତି ସେ ଫ୍ୟୁଜ୍‌ ହୋଇଛନ୍ତି । ଦୀର୍ଘ ୧୪ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଆପଣମାନେ ଏହାକୁ ଭରପୁର ସମର୍ଥନ ଦେଇଛନ୍ତି ।

ଓଡ଼ିଆ ଗଣମାଧ୍ୟରେ ପ୍ରସାରିତ କାର୍ଯ୍ୟକ୍ରମ ମଧ୍ୟରେ ନ୍ୟୁଜ୍‌ ଫ୍ୟୁଜ୍‌ ଏତେ ବର୍ଷ ପରେ ବି ଲୋକପ୍ରିୟତା ବଜାୟ ରଖିଛି । ଓଡ଼ିଶା ହେଉ କି ଓଡ଼ିଶା ବାହାରେ ଏପରିକି ଦେଶ ବାହାରେ ଥିବା ଓଡ଼ିଆମାନେ ନ୍ୟୁଜ୍‌ ଫ୍ୟୁଜ୍‌ ଦେଖି ମତାମତ ପଠାଇଥାନ୍ତି । ଭିନ୍ନ ସ୍ୱାଦର କାର୍ଯ୍ୟକ୍ରମ ହୋଇଥିବାରୁ ସବୁ ଶ୍ରେଣୀର ସବୁ ବର୍ଗର ଦର୍ଶକଙ୍କ ମନକୁ ଛୁଇଁ ପାରିଛି ନ୍ୟୁଜ୍ ଫ୍ୟୁଜ୍‌ । ଭୁଲ୍ ଭଟ୍‌କାକୁ ଦେଖାଇ ଫ୍ୟୁଜ କରି ବାଟକୁ ଆଣିବାର ଛୋଟ  ଅନେକ ଦର୍ଶକୀୟ ଆଦୃତି ଲାଭ କରିଛି । ନେତା,ମନ୍ତ୍ରୀ, ସରକାରୀ ବାବୁ, ସାଧାରଣ ଜନତା କେହି କିଛି ଭୁଲ କରିବା କିମ୍ବା କହିବା ପୂର୍ବରୁ ସମସ୍ତଙ୍କ ଡର ରହିଥାଏ ଫ୍ୟୁଜ କ୍ୟାମେରାକୁ । ଅନେକ ସମୟରେ ନ୍ୟୁଜ୍‌ ଫ୍ୟୁଜ୍‌ର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି । ଦୀର୍ଘ ୧୪ ବର୍ଷ ମଧ୍ୟରେ ଅନେକ ସଚେତନତା ମୂଳକ କାର୍ଯ୍ୟକ୍ରମ ଯେପରି, ଜୀବନ ବଞ୍ଚାଅ ଅଭିଯାନ, ମଣିଷ ଖୋଜା ଅଭିଯାନ, ଗଛ ବଞ୍ଚାଅ ଅଭିଯାନ ଇତ୍ୟାଦି କରି ସଚେତନା ମଧ୍ୟ ସୃଷ୍ଟି କରିଛୁ । ସେହିପରି ଗୋଟିଏ ଦିନ ଗୋଟିଏ ଛକ, ଫ୍ୟୁଜ୍‌  ଚାଟଶାଳୀଠୁ ନେଇ ଅଫିସ୍ ହାଲଚାଲ ଭଳି ଭିନ୍ନ ସେଗମେଣ୍ଟ କରି ନ୍ୟୁଜଫ୍ୟୁଜ ଆପଣଙ୍କ ସାମ୍ନାକୁ ଆଣିଛୁ। ସବୁଠୁ ଖୁସିର କଥାଟି ହେଉଛି, ଦୀର୍ଘ ୧୫ ବର୍ଷ ପରେ ବି ଆପଣମାନେ ଏହି କାର୍ଯ୍ୟକ୍ରମକୁ ଭଲ ପାଇବା ଦେଇ ଆସିଛନ୍ତି । ଆଶା କରୁଚୁ, ଆଗକୁ ମଧ୍ୟ ଏହି ଭଲ ପାଇବା ଅତୁଟ ରହିବ।

Advertisment
News Fuse Otv News Fuse
Advertisment
Advertisment