• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: General Elections 2024

Manmohan Samal
ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ; ରାଜ୍ୟରେ ଏକାକୀ ନିର୍ବାଚନ ଲଢ଼ିବ BJP

ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭାରେ ଏକା ଲଢ଼ିବ ବିଜେପି। ‘ଏକ୍ସ’ ଜରିଆରେ ସ୍ପଷ୍ଟ କଲେ ମନମୋହନ ସାମଲ।

BJD
ବିଜେଡ଼ିର ଗଞ୍ଜାମ ଗଣିତ: କିଏ ପାଇବ ଟିକେଟ ?

ଆଶାୟୀଙ୍କ କନ୍ଦଳ ଭିତରେ ଗଞ୍ଜାମ ଗଣିତ। କିଏ ପାଇବ ଟିକେଟ, କାହାକୁ ଏଥର ହେବାକୁ ପଡ଼ିବ ନିରାଶ। ମୁଖ୍ୟମନ୍ତ୍ରୀ ଆଜି ଗଞ୍ଜାମର ଦୁଇ ସଂସଦୀୟ କ୍ଷେତ୍ର ବ୍ରହ୍ମପୁର ଓ ଆସ୍କାରେ ସଂଗଠନ କିପରି ରହିଛି ତାର ସମୀକ୍ଷା କରିଛନ୍ତି। ତାରି ଭିତରେ ଚର୍ଚ୍ଚା ହେଉଛି ଟିକେଟ୍ ପାଇଁ ସଙ୍କେତ ବି ଦିଆଯାଇଛି। ମାତ୍ର ଆଶାୟୀ କିନ୍ତୁ ନଛୋଡ଼ବନ୍ଧା ।

BJP-BJD Alliance
ଏକାକୀ ଲଢ଼ିବାକୁ ଜୋର୍‌ ଲଗାଇଲେଣି BJP-BJD

ଦିନ ଯେତିକି ଯେତିକି ବିତୁଛି, ମେଣ୍ଟ ଆଶା ସେତିକି କମି କମି ଯାଉଛି । ସ୍ଥିତି ଏଭଳି ହେଲାଣି ଯେ, ମେଣ୍ଟ ହେବା ଠାରୁ ଏବେ ନହେବା ସମ୍ଭାବନା ଅଧିକ। ସ୍ଥିତିକୁ ଦେଖି ଢେର ଦିନର ନିରବତା ପରେ ଏବେ ପୁଣି ନିର୍ବାଚନୀ କସରତକୁ ଜୋରଦାର କରିଛନ୍ତି ଦୁଇ ଦଳ ।

BJD
ସହଜ ନୁହେଁ ଗଞ୍ଜାମ ଗଣିତ; ଟିକଟ କସରତ ଭିତରେ ବଢ଼ିଯିବନି ତ ଅସନ୍ତୋଷ ?

ବିଜେଡିର ଗଞ୍ଜାମ କସରତ। ନବୀନ ନିବାସରେ ହେଲା ସମୀକ୍ଷା, ସୁପ୍ରିମୋ ଦେଲେ ଟିକେଟ୍ ପାଇଁ ଗ୍ରୀନ ସିଗନାଲ୍। ସକାଳ ସାଢେ ଦଶଟାରୁ ଆରମ୍ଭ ହୋଇଥିଲା ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ବୈଠକ।

BJP-BJD Alliance
ଦିନ ଗଡୁଛି, ଆଶା କମୁଛି; ଏକାକୀ ଲଢ଼ିବାକୁ ଜୋର୍‌ ଲଗାଇଲେଣି BJP-BJD

ସମୟ ଯେତେ ଗଡୁଛି, ସେତେ କମୁଛି ମେଣ୍ଟ ସମ୍ଭାବନା। ଛିଡୁନି ଅଙ୍କ, ମେଣ୍ଟ ଆଶା କ୍ଷୀଣ। ଏପଟେ ଉଭୟ ବିଜେଡି ଓ ବିଜେପି ଚଳାଇଛନ୍ତି ଏକାକୀ ନିର୍ବାଚନୀ କସରତ। ଅଧିକାଂଶ ସିଟରେ ପ୍ରାର୍ଥୀ ଫାଇନାଲ କରିସାରିଲାଣି ବିଜେପି।

BJD
BJD କରିବ ଯୋଦ୍ଧା ଘୋଷଣା; କିଏ ହେବେ ନୂଆ ଚେହେରା, କାହାକୁ କରିବେ ରିପିଟ୍‌ ?

ଚର୍ଚ୍ଚା ହେଉଛି ବ୍ରହ୍ମପୁର ସାଂସଦ ଭାବେ ଚନ୍ଦ୍ରଶେଖର ସାହୁଙ୍କୁ ଦଳ ରିପିଟ୍ କରିପାରେ। ବିପ୍ଲବଙ୍କୁ ଦିଗପହଣ୍ଡି, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କୁ ଗୋପାଳପୁରରୁ ଟିକେଟ ମିଳିପାରେ।

Rahul Gandhi
ନିର୍ବାଚନ ପୂର୍ବରୁ କଂଗ୍ରେସର ହାତ ବନ୍ଦ; ରାହୁଲ କହିଲେ, ଫ୍ଲାଇଟ୍‌ ଛାଡ଼ନ୍ତୁ, ଟ୍ରେନ୍‌ରେ ଯିବାକୁ ବି ଟଙ୍କା ନାହିଁ

ଦିଲ୍ଲୀରେ ଆୟୋଜିତ ଏକ ପ୍ରେସମିଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ପ୍ରମୁଖ ଏନେଇ ବିଜେପି ବିରୋଧରେ ବର୍ଷିଛନ୍ତି।

ECI
ନିର୍ବାଚନ ପୂର୍ବରୁ ECIଙ୍କ ନିର୍ଦ୍ଦେଶ, ଓଡ଼ିଶାରୁ ବଦଳିବେ ୨ SP ଓ ଜଣେ ଜିଲ୍ଲାପାଳ

ଯେଉଁ ଅଧିକାରୀମାନେ IAS ଓ IPS ନ ହୋଇ ଏଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅଛନ୍ତି ସେମାନଙ୍କୁ ବଦଳି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ ।

BJD - BJP
ବିଜେପି-ବିଜେଡି ମେଣ୍ଟ ଦ୍ବନ୍ଦ୍ବରେ ପଡ଼ିବ କି ଫୁଲଷ୍ଟପ୍ ?

ବିଜେପି-ବିଜେଡି ମେଣ୍ଟ ଦ୍ବନ୍ଦ୍ବରେ ପଡ଼ିବ କି ଫୁଲଷ୍ଟପ୍ ? ଅମିତ୍ ଶାହାଙ୍କ କୁଛ୍ ଭି ହୋ ସକତା ହେ ମନ୍ତବ୍ୟକୁ ନେଇ ଚର୍ଚ୍ଚା। ଏକା ଲଢିବୁ ନା ସାଥୀ ହେବୁ, ସ୍ଥିର କରିବେ ନଡ୍ଡା- ଅମିତ୍ ଶାହା। ବିଜେଡିର ସଂସଦୀୟ କ୍ଷେତ୍ର ୱାରି ସମୀକ୍ଷା ଜାରି

Voter ID updated
ଆପଣଙ୍କର ଭୋଟର ID ଅପଡେଟ୍ ହୋଇଛି କି ? ନିର୍ବାଚନ ପୂର୍ବରୁ ଜାଣନ୍ତୁ ଅନ୍‌ଲାଇନ୍‌ରେ କେମିତି କରିବେ ଚେକ୍‌...

Voter ID Updated: ଅପେକ୍ଷାର ଅନ୍ତ ହୋଇଛି । ଘୋଷଣା ହୋଇଛି ୨୦୨୪ ସାଧାରଣ ନିର୍ବାଚନ ତାରିଖ । ତେବେ ଆପଣଙ୍କର ଭୋଟର ID ଅପଡେଟ୍ ହୋଇଛି କି ? ଜାଣନ୍ତୁ କେମିତି କରିବେ ଚେକ୍‌...

MLA Adhiraj Mohan Panigrahi
ବିଜେଡିରେ ମିଶିଲେ ଖଡ଼ିଆଳ ବିଧାୟକ ଅଧିରାଜ; ଗତକାଲି କଂଗ୍ରେସରୁ ଦେଇଥିଲେ ଇସ୍ତଫା 

ବିଜେଡିରେ ମିଶିଲେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ । କାଲି କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ଅଧିରାଜ ।

Odisha BJP
ବିଜେପିର ମାନସ ମନ୍ଥନ, ହଟୁନି ମେଣ୍ଟ ସସପେନ୍ସ

ଓଡ଼ିଶାରେ କେମିତି ଲଢ଼ିବ ରାଜ୍ୟ ବିଜେପି, କଣ ଆପଣାଇବ ରଣନୀତି ? ଏହା ସହ କେଉଁଠି କିଏ ହେବେ ପ୍ରାର୍ଥୀ ? ଏସବୁକୁ ନେଇ ଦିଲ୍ଲୀରେ ବିଜେପିର ମାନସ ମନ୍ଥନ। ରାଜ୍ୟ ନେତୃତ୍ୱଙ୍କ ସହ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ବୈଠକ। ଯଦିଓ ରାଜ୍ୟରେ ଉଭୟ ବିଜେପି- ବିଜେଡି ଏକାକୀ ନିର୍ବାଚନୀ ପ୍ରସ୍ତୁତିରେ ଅଛନ୍ତି ହେଲେ ମେଣ୍ଟ ଦ୍ବନ୍ଦ୍ବ ନେଇ ଏ ଯାଏଁ ସସପେନ୍ସ ହଟିନି।

New generation leaders
ରାଜ୍ୟ ରାଜନୀତିରେ ନୂଆ ପିଢି

ନିର୍ବାଚନ ବିଗୁଲ ବାଜିବା ସହ ସରଗରମ ହୋଇଉଠିଛି ରାଜ୍ୟ ରାଜନୀତି। ଆଉ ଏଥର ରାଜନୀତି ମୈଦାନରେ ନୂଆ ଜେନେରେସନ୍। ବାପାଙ୍କ ଗଡ଼ ଜଗିବା ସହ ନିର୍ବାଚନ ମଣ୍ଡଳୀର ମଙ୍ଗ ଧରିବାକୁ ପ୍ରସ୍ତୁତ ପୁଅ। ବିଶେଷ କରି ବିଜେଡିରେ ପୂର୍ବତନ ମନ୍ତ୍ରୀ, ବିଧାୟକ ଓ ଏକାଧିକ ନେତାଙ୍କ ପୁଅ ଟିକେଟ୍ ଆଶାୟୀ।

New generation leaders
ରାଜନୀତିରେ ନ୍ୟୁ ଜେନେରେସନ୍‌; ବାପାଙ୍କ ଆସନ ନେବାକୁ ପୁଅ ତତ୍ପର, ଗ୍ରହଣ କରିବେ ତ ଜନତା ?

ରାଜ୍ୟ ରାଜନୀତିରେ ନୂଆ ପିଢି। ନେତୃତ୍ୱ ନେବେ ନ୍ୟୁ ଜେନେରେସନ୍। ବାପାଙ୍କ ଗଡ଼ ସମ୍ଭାଳିବେ ପୁଅ। ବାପାଙ୍କ ସ୍ଥାନରେ ନିଜର ରାଜନୈତିକ ଭାଗ୍ୟ ପରୀକ୍ଷା କରିବାକୁ ଆଗଭର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର।

Deputy CM of Chhattisgarh
ଉମରକୋଟରେ ଛତିଶଗଡ଼ ଉପ-ମୁଖ୍ୟମନ୍ତ୍ରୀ; ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଲେ ଟାର୍ଗେଟ...

ଉମରକୋଟ ଗସ୍ତରେ ଛତିଶଗଡ଼ ଉପ-ମୁଖ୍ୟମନ୍ତ୍ରୀ ବିଜୟ ଶର୍ମା । ସ୍ଥାନୀୟ ବାସିନ୍ଦା, ବ୍ୟବସାୟୀ ଓ ବିଜେପି କର୍ମୀଙ୍କ ସହ କଲେ ଆଲୋଚନା ।

Mission South
ମୋଦିଙ୍କ ଦାକ୍ଷିଣାତ୍ୟ ଅଭିଯାନ, ନିର୍ବାଚନ ପୂର୍ବରୁ ତାମିଲନାଡୁରେ ହେଲା BJP-PMK ମେଣ୍ଟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାଉଥ୍ ମିଶନ ଜାରି ରହିଛି। ତିନି ଦିନ ଧରି ଦକ୍ଷିଣ ଭାରତର ସବୁ ରାଜ୍ୟରେ ନିର୍ବାଚନୀ ରାଲି କରିଛନ୍ତି ମୋଦି।

Pasupati Paras
କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ପଶୁପତି ପାରସ... କହିଲେ,‘ମୋ ପ୍ରତି ହୋଇଛି ଅନ୍ୟାୟ’

ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀ କରି ପଶୁପତି ନିଜର ଇସ୍ତଫା ଘୋଷଣା କରିଛନ୍ତି। ସେ କହିଛନ୍ତି, 'ମୋର ଏବଂ ମୋ ପାର୍ଟି ପ୍ରତି ଅନ୍ୟାୟ କରାଯାଇଛି ।

Odisha Politics
ଲୋକସଭା ପ୍ରାର୍ଥୀ ଚୟନ ପାଇଁ ବିଜେପିର କସରତ, ୩ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଓଡ଼ିଶାର ନାଁ!

ଓଡ଼ିଶା ସମେତ ୮ଟି ରାଜ୍ୟରେ ଲୋକସଭା ପ୍ରାର୍ଥୀ ଚୟନ ପାଇଁ ବିଜେପିର କସରତ । ଗତକାଲି ବିଳମ୍ବିତ ରାତିରେ ସରିଲା ଦଳର କୋର୍ କମିଟି ବୈଠକ । ଆଜି ପୁଣି ଓଡ଼ିଶା ସଂପର୍କରେ ହେବ ବିସ୍ତୃତ ଆଲୋଚନା । ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ଅନୁଷ୍ଠିତ ଏହି ବୈଠକ ରାତି ପ୍ରାୟ ୨ଟା ଯାଏଁ ଚାଲିଥିଲା ।

Puri BJD
ନବୀନ ନିବାସରେ ପୁରୀ ନେତାଙ୍କୁ ଡାକି ପ୍ରାର୍ଥୀଙ୍କୁ ଗ୍ରୀନ୍ ସିଗନାଲ

ପୁରୀ ସଂସଦୀୟ କ୍ଷେତ୍ରରୁ ବିଜେଡି ଆରମ୍ଭ କଲା ଟିକେଟ୍ କସରତ। ନବୀନ ନିବାସ ବୈଠକରେ ପ୍ରାର୍ଥୀଙ୍କୁ ଗ୍ରୀନ ସିଗନାଲ୍ ସହିତ ଦିଆଯାଇଛି ଟାସ୍କ।

political hoardings
ସରକାରୀ ଦପ୍ତରରୁ ଛକ ବଜାର, ସବୁଠି ଝୁଲୁଛି ସରକାରୀ ସ୍କିମ୍

ଭୋଟ୍ ବିଗୁଲା ବାଜିଲା, ଆଚରଣ ବିଧି ଲାଗିଲା। ତିନି ଦିନ ବିତିଲାଣି, ତଥାପି ପ୍ରଶାସନ ନିଦ ଭାଙ୍ଗୁନି। ରାସ୍ତାକଡ଼ ହେଉ କି ସରକାରୀ ଦପ୍ତର, ସବୁଠି ଖୋଲାମେଲାରେ ଝୁଲୁଛି ମାଳ ମାଳ ସରକାରୀ ବିଜ୍ଞାପନ ହୋର୍ଡିଂ।

Odisha Politics
ବିଜେପିର ଏକାକୀ ନିର୍ବାଚନ କସରତ

ବଡ଼ ମିଶ୍ରଣ ପର୍ବ ଓ କୋର କମିଟି ବୈଠକ ପରେ ଦିଲ୍ଲୀରେ ମନମୋହନ ।

Vote
ସ୍ୱାଧୀନତାର ୭୫ ବର୍ଷ ପରେ ବି ଅଛି ନାହିଁ ନାହିଁର ଗାଁ

ସ୍ବାଧୀନତାର ୭୫ ବର୍ଷ ପରେ ବି ଅଛି କି, ନାହିଁ ନାହିଁର ଗାଁ। ରହିବାକୁ ଖଣ୍ଡିଏ ପକ୍କା ଘର, ପିଇବାକୁ ବିଶୁଦ୍ଧ ପାଣି ଆଉ ସରକାରଙ୍କ ଯୋଜନା ପହଁଚିବାକୁ ପକ୍କା ରାସ୍ତା, ଏବେବି ଅନେକ ଗାଁ ପାଇଁ ସାତସପନ। ନିର୍ବାଚନ ଆସିଲେ ନେତାଙ୍କ ଗାଁ କଥା ମନେ ପଡ଼େ।

Poltical Party prepared for elections
ବାଜିଲା ନିର୍ବାଚନୀ ବିଗୁଲ୍ ତେଜିଲା ଟିକେଟ୍ କସରତ

ନିର୍ବାଚନ ତାରିଖ ଘୋଷଣା ସହ ଜୋର୍ ଧରିଲା ଟିକେଟ୍ କସରତ୍। ହାତରେ ସମୟ କମ୍, ଏଣେ ବିଦ୍ରୋହୀଙ୍କୁ ମ୍ୟାନେଜ୍ ଟେନ୍ସନ୍। ତାରି ଭିତରେ ବିଜେଡି, ବିଜେପି ଓ କଂଗ୍ରେସ ଆରମ୍ଭ କରିଛନ୍ତି ଯୋଦ୍ଧା ବଛା ପ୍ରକ୍ରିୟା। ଟିକେଟ ଅଙ୍କ ଛିଡାଇବାକୁ ଶୀର୍ଷ ନେତୃତ୍ବ ତନ୍ନ ତନ୍ନ କରି ଆଲୋଚନା କରୁଛନ୍ତି। ଏଣେ ରାଜନୈତିକ ସମୀକ୍ଷକଙ୍କ ମତ ବିଜେପି ଓ କଂଗ୍ରେସ ଅପେକ୍ଷା ବିଦ୍ରୋହୀଙ୍କ ପାଇଁ ବିଜେଡିର ଟେନସନ୍ ବଢିଯାଇଛି।

Model Code Of Conduct
ଗଣତନ୍ତ୍ରର ମହାପର୍ବ ପାଇଁ ରାଜ୍ୟରେ ଆରମ୍ଭ ହେଲା ପ୍ରସ୍ତୁତି 

ନିର୍ବାଚନ ତାରିଖ ଘୋଷଣା ହେବା ପରେ କାଉଣ୍ଟ ଡାଉନ୍ ଷ୍ଟାର୍ଟ ହେବା ସହ ଆରମ୍ଭ ହୋଇଯାଇଛି ପ୍ରଶାସନିକ ପ୍ରସ୍ତୁତି। ନିର୍ବାଚନ ସୁପରିଚାଳନା ପାଇଁ ଆଜି ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳ ଏବଂ SPମାନେ କରିଛନ୍ତି ପ୍ରସ୍ତୁତି ବୈଠକ। ଅନ୍ୟପଟେ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ବିଭିନ୍ନ ସ୍ଥାନରେ ସରକାରୀ ବିଜ୍ଞାପନ ହଟାଇବା ମଧ୍ୟ ଆରମ୍ଭ ହୋଇଛି । 

Poster and Banner Removed
ନିର୍ବାଚନ ପାଇଁ ଆକ୍ସନ ମୋଡରେ ପ୍ରଶାସନ, ହଟୁଛି ସରକାରୀ ବିଜ୍ଞାପନ ଥିବା ବ୍ୟାନର ଓ ପୋଷ୍ଟର୍

ଗଣତନ୍ତ୍ରର ମହାପର୍ବ ପାଇଁ ଆରମ୍ଭ ହେଲା ପ୍ରସ୍ତୁତି। ଜିଲ୍ଲାସ୍ତରରେ ପ୍ରଶାସନିକ ତତ୍ପରତା । ଆଦର୍ଶ ଆଚରଣ ବିଧିର ସୁରକ୍ଷା ପାଇଁ ଆକ୍ସନ ମୋଡରେ ପ୍ରଶାସନ।