/odishatv-khabar/media/post_attachments/uploadimage/library/16_9/16_9_0/IMAGE_1712908917.jpg)
kailash kulesika
ବିଜେଡି ମୋତେ ଟିକେଟ୍ ନ ଦେଇ କୋଟିଏ ଟଙ୍କାର ପ୍ରଲୋଭନ ଦେଖାଇଛି । ଲକ୍ଷ୍ମୀପୁରରୁ ଟିକେଟ ଦେବାକୁ ପ୍ରତିଶ୍ରୁତି ଦେଇ ଦଳରେ ମିଶାଇ ଥିଲେ । ମୁଁ ମିଶିବାକୁ ତାଙ୍କ ପାଖକୁ ଯାଇ ନ ଥିଲି, ସେମାନେ ମୋ ପାଖକୁ ଆସିଥିଲେ । ବବି ଦାସ ମୋତେ ଟିକେଟ ପ୍ରତିଶ୍ରୁତି ଦେଇ ବିଜେଡିକୁ ଆଣିଥିଲେ। କାଲି ପର୍ଯ୍ୟନ୍ତ ବି କହିଥିଲେ ଟିକେଟ୍ ଦେବେ। କିନ୍ତୁ ଟିକେଟ ନ ଦେଇ ସରକାର ଗଠନ ପରେ SDC ଦେବେ ବୋଲି କହୁଛନ୍ତି । ଆଜି ବିଜେଡି ଛାଡ଼ି ବିଜେପିରେ ଯୋଗ ଦେବା ପରେ ବିଜେଡି ବିରୋଧରେ ବର୍ଷିଛନ୍ତି ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକା ।
ସେ କହିଛନ୍ତି, ମୋତେ କିଣିବାକୁ ଚେଷ୍ଟା କରିଛନ୍ତି, ଯାହା ମୋର ସ୍ୱାଭିମାନକୁ ଖୁବ୍ ବାଧିଛି । ମୋତେ ଯେଉଁ ଆଘାତ ଦେଇଛନ୍ତି ତା’ର ପ୍ରତିଶୋଧ ଲୋକେ ନେବେ। ମୋ ଅଭିଶାପ ପଡ଼ିବ, ଲକ୍ଷ୍ମୀପୁରରେ ବିଜେଡି ଚୁରମାର ହୋଇଯିବ ବୋଲି କହିଛନ୍ତି କୁଲେସିକା । ବିଜେଡି ପ୍ରତିଶ୍ରୁତି ଦେଇ ବିଶ୍ୱାସଘାତକତା କରିଥିବା କହିଛନ୍ତି କୈଳାସ କୁଲେସିକା ।
ସୂଚନା ଅନୁସାରେ ଗତକାଲି ଲକ୍ଷ୍ମୀପୁର ପାଇଁ ବିଜେଡି ପ୍ରଭୁ ଜାନିଙ୍କ ନାଁ ଘୋଷଣା କରିଥିଲା। ଏହାପରେ ନିରାଶ ହୋଇ ଦଳ ଛାଡିଛନ୍ତି କୈଳାଶ କୁଲେସିକା । ବିଜେଡି ଛାଡ଼ିବା ପରେ ଆଜି ଭାରତୀୟ ଜନତା ପାର୍ଟିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାଶ କୁଲେସିକା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)