• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ବିଜେଡି ଛାଡ଼ିଲେ, ପଦ୍ମ ଶିବିରରେ ସାମିଲ ହେଲେ କୈଳାଶ ଚନ୍ଦ୍ର କୁଲେସିକା । ଭାରତୀୟ ଜନତା ପାର୍ଟିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି କୋରାପୁଟ ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାଶ କୁଲେସିକା । ରାଜ୍ୟ ବିଜେପି ସଭାପତି ଓ ଅନ୍ୟ ପଦାଧିକାରୀଙ୍କ ଉପସ୍ଥିତିରେ କୈଳାସ ବିଜେପିରେ ସାମିଲ ହୋଇଛନ୍ତି । ତାଙ୍କ ସହ ବ୍ଲକ ବିଜେଡି ସଭାପତି ପ୍ରମୋଦ ଖରା ଏବଂ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ଶତାଧିକ ସମର୍ଥକ ବିଜେପିରେ ସାମିଲ ହୋଇଛନ୍ତି। ପୂର୍ବରୁ ସେ ବିଜେଡିରେ ଥିଲେ ।

ସୂଚନା ଅନୁସାରେ କୈଳାଶ କୁଲେସିକା ବିଜେଡିରେ ଥିଲେ । ଲକ୍ଷ୍ମୀପୁର ବିଧାନସଭା ଆସନ ପାଇଁ ବିଜେଡି ଟିକେଟ୍‌ ଆଶୟୀ ଥିଲେ । କିନ୍ତୁ ଗତକାଲି ବିଜେଡି ତାଙ୍କୁ ଟିକେଟ୍‌ ଦେଇନଥିଲା। ତାଙ୍କ ବଦଳରେ ପ୍ରଭୁ ଜାନିଙ୍କୁ ଭରସା କରିଥିଲା ବିଜେଡି। ତେବେ ଟିକେଟ୍‌ ନ ମିଳିବାରୁ ସେ ଗତକାଲି ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଉଛି ଗତକାଲି ସକାଳେ ସୋସିଆଲ ମିଡିଆରେ ପୋଷ୍ଟ କରି କହିଥିଲେ କି ସେ ଆସନ୍ତା ଏପ୍ରିଲ ୨୪ ତାରିଖ ବୁଧବାର ଦିନ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ତରଫରୁ ବିଧାୟକ ରୂପେ ପ୍ରାର୍ଥୀ ପତ୍ର ଦାଖଲ କରିବେ । କିନ୍ତୁ ଗତକାଲି ସନ୍ଧ୍ୟାରେ ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକାରେ ତାଙ୍କ ନାଁ ନଥିଲା । ତାଙ୍କୁ ଟିକେଟ୍‌ ନ ମିଳିବାରୁ ସେ ବିଜେଡିରୁ ଇସ୍ତଫା ଦେଇଛନ୍ତି ।

ଅଧିକ ପଢ଼ନ୍ତୁ: ବଳି ପଡ଼ିଲା ବିଧାୟକ ପଦ, ଢାଲି-ପ୍ରେମାନନ୍ଦଙ୍କ ସଭ୍ୟ ପଦ ରଦ୍ଦ

ବିଜେପିରେ ସାମିଲ ହେବା ପରେ ବିଜେଡି ଉପରେ ବର୍ଷିଛନ୍ତି ପୂର୍ବତନ ବିଧାୟକ କୈଲାସ କୁଲେସିକା । ‘ଲକ୍ଷ୍ମୀପୁର ପାଇଁ ବିଜେଡି ଟିକେଟ ଘୋଷଣାକୁ ନେଇ ମୁଁ ନିରାଶ। ପ୍ରତିଶ୍ରୁତି ଦେଇ ବିଜେଡି ମୋ ସହ ବିଶ୍ୱାସଘାତକତା କରିଛି । ଲକ୍ଷ୍ମୀପୁରରୁ ଟିକେଟ ଦେବାକୁ ପ୍ରତିଶ୍ରୁତି ଦେଇ ମୋତେ ଦଳରେ ମିଶାଇ ଥିଲେ। କିନ୍ତୁ ଏବେ ଟିକେଟ ନ ଦେଇ ସରକାର ଗଠନ ପରେ ଏସ୍‌ଡିସି ଦେବେ କହୁଛନ୍ତି। ପୁଣି ମୋତେ କୋଟିଏ ଟଙ୍କାର ପ୍ରଲୋଭନ ଦେଖାଉଛନ୍ତି। ମୋତେ ଯେଉଁ ଆଘାତ ଦେଇଛନ୍ତି ଲୋକେ ଏହାର ପ୍ରତିଶୋଧ ନେବେ’ ବୋଲି କହିଛନ୍ତି କୈଳାସ କୁଲେସିକା ।

ସୂଚନା ଅନୁସାରେ ୨୦୧୪ରେ ଲକ୍ଷ୍ମୀପୁର ଆସନରୁ କଂଗ୍ରେସ ଟିକେଟ୍‌ରେ ନିର୍ବାଚିତ ହୋଇଥିଲେ କୈଳାଶ କୁଲେସିକା । ତେବେ ୨୦୧୯ରେ ମଧ୍ୟରେ କଂଗ୍ରେସ ଟିକେଟ୍‌ରୁ ନିର୍ବାଚନ ଲଢ଼ିଥିଲେ କିନ୍ତୁ ବିଜେଡି ପ୍ରାର୍ଥୀ ପ୍ରଭୁ ଜାନୀଙ୍କଠାରୁ ମାତ୍ର ୨୨୯ ଖଣ୍ଡ ଭୋଟରେ ପରାସ୍ତ ହୋଇଥିଲେ । ତେବେ ଏହାପରେ ସେ ବିଜେଡିରେ ଯୋଗ ଦେଇଥିଲେ ।