Advertisment

ବିଜେପି ନେତାଙ୍କ ଘନଘନ ଓଡ଼ିଶାଗସ୍ତ; ଆଜି ପୁଣି ଆସୁଛନ୍ତି ହିମନ୍ତ ବିଶ୍ୱଶର୍ମା

ଅପରାହ୍ନ ୨ଟା ୩୦ ମିନିଟରେ ଭୁବନେଶ୍ବର ସ୍ବସ୍ତି ପ୍ରିମିୟମ ହୋଟେଲରେ 'ବିଶେଷ ସମ୍ପର୍କ ଅଭିଯାନ'ରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହାପରେ ସେ ଓଡ଼ିଶାରୁ ପ୍ରତ୍ୟାବର୍ତ୍ତନ କରିଯିବେ ।

author-image
Sonali Ojha
ଅଦ୍ୟତନ ହୋଇଛି
Himanta Biswa Sarma To visit Odisha Today

Himanta Biswa Sarma

ଆଜି ଓଡ଼ିଶା ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବଶର୍ମା । ନିର୍ବାଚନ ପ୍ରଚାରକୁ ଶାଣିତ କରିବା ଏବଂ ରାଜ୍ୟ ବିଜେପିକୁ ବଳ ଦେବାକୁ ଓଡ଼ିଶା ଆସୁଛନ୍ତି ହିମନ୍ତ ବିଶ୍ବଶର୍ମା । ଅପରାହ୍ନ ୨ଟା ୩୦ ମିନିଟରେ ଭୁବନେଶ୍ବର ସ୍ବସ୍ତି ପ୍ରିମିୟମ ହୋଟେଲରେ 'ବିଶେଷ ସମ୍ପର୍କ ଅଭିଯାନ'ରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହାପରେ ସେ ଓଡ଼ିଶାରୁ ପ୍ରତ୍ୟାବର୍ତ୍ତନ କରିଯିବେ । ଏନେଇ ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।

Advertisment

ଏବାଛଡା ବିଜେପିର ଟପ୍ ଥ୍ରୀ ଲିଡର ଓଡ଼ିଶା ଗସ୍ତରେ ଆସୁଛନ୍ତି । ଆସନ୍ତାକାଲି ଅମିତ ଶାହ ଆସୁଥିବା ବେଳେ ୧୭ରେ ନଡ୍ଡା ଓ ୨୦ରେ ପିଏମ୍ ମୋଦି ଆସିବା କାର୍ଯ୍ୟକ୍ରମ ରହିଛି। ୩ ନେତା ୩ଟି ଲେଖାଏଁ ଲୋକସଭା କ୍ଷେତ୍ରରେ କରିବେ ପ୍ରଚାର । ମୁଖ୍ୟମନ୍ତ୍ରୀ ଲଢୁଥିବା ଦୁଇ ସିଟ୍‌ରେ ଦୁଇ ହେଭିୱେଟ ଶାହ ଏବଂ ନଡ୍ଡା କରିବେ ସମାବେଶ । ହଞ୍ଜିଳିରେ ଅମିତ ଶାହ ଓ କଣ୍ଟାବାଞ୍ଜି ସମାବେଶରେ ଯୋଗ ଦେବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ୧୫ରେ ଅମିତ ଶାହ, ଓଡ଼ିଶା ଗସ୍ତରେ ଆସି ହିଞ୍ଜିଳି ସହ ରାଉରକେଲା ଓ ଗଞ୍ଜାମର ସୋରଡାରେ ଜନସଭା କରିବେ।

ଅଧିକ ପଢ଼ନ୍ତୁ: କାଲି କଟକରେ ଶାହଙ୍କ ପାୱାର ସୋ'

ଦିନକ ପରେ ୧୭ରେ ହିଞ୍ଜିଳି ସହ ସୁନ୍ଦରଗଡ଼ ଓ ପଦ୍ମପୁର ଜନସଭାରେ ଯୋଗ ଦେବେ ନଡ୍ଡା । ତା’ର ଦୁଇ ଦିନ ପରେ, ଅର୍ଥାତ ମେ’ ୨୦ରେ ତୃତୀୟ ଥର ପାଇଁ ନିର୍ବାଚନୀ ପ୍ରଚାରରେ ଓଡ଼ିଶା ଆସିବେ ପିଏମ ମୋଦି । ଭୁବନେଶ୍ୱର ଷ୍ଟାଇଲରେ ପୁରୀ ବଡ଼ଦାଣ୍ଡରେ ବିଶାଳ ରୋଡ୍ ଶୋ କରିବେ ପ୍ରଧାନମନ୍ତ୍ରୀ । ପୁଣି ସେହିଦିନ କଟକ ଏବଂ ଅନୁଗୁଳରେ ସମାବେଶରେ ଯୋଗ ଦେଇ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଏସବୁ ନେତାଙ୍କ ବାଦ୍ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ବି ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି ।

Advertisment

ପୂର୍ବରୁ ଦୁଇ ଥର ଓଡ଼ିଶା ଆସି ୬ଟି ଲୋକସଭା କ୍ଷେତ୍ରରେ ପ୍ରଚାର କରି ସାରିଛନ୍ତି ପିଏମ୍ ମୋଦି । ୧୯ ନିର୍ବାଚନ ଅପେକ୍ଷା ୨୪ରେ ମୋଦିଙ୍କ ଘନ ଘନ ଓଡ଼ିଶା ଗସ୍ତ । ଆଉ ସବୁଠୁ ବଡ଼ କଥା ହେଲା, ନବୀନ ସରକାର ବିରୋଧରେ କଡ଼ା ଆଭିମୁଖ୍ୟ, ସିଧା ନିଶାନା । ବ୍ରହ୍ମପୁରରେ ବିଜେଡିର ଏକ୍ସପାଏରି ଡେଟ୍ ଦେବା ସହ ବିଜେପି ସରକାରର ଶପଥ ଗ୍ରହଣ ତାରିଖ ଘୋଷଣା କରିଥିଲେ ମୋଦି। ସେହିପରି ଫୁଲବାଣୀ ସଭାରେ ରତ୍ନଭଣ୍ଡାର ପ୍ରସଙ୍ଗ ଉଠାଇ ଟାର୍ଗେଟ କିରଥିଲେ। ବିନା କାଗଜରେ ଜିଲ୍ଲା ନାଁ କହିବାକୁ ନବୀନଙ୍କୁ ଚାଲେଞ୍ଜ ବି ଦେଇଥିଲେ ।

ଓଡ଼ିଆ ଅସ୍ମିତା, ସଂସ୍କୃତିକୁ ବିଜେପି ମୁଖ୍ୟ ପ୍ରସଙ୍ଗ କରିଥିବା ବେଳେ ପୁରୀରେ ପ୍ରଧାନମନ୍ତ୍ରୀ ରୋଡ୍ ସୋ ଏହାକୁ ଅଧିକ ବଳ ଦେଇପାରେ । ଚର୍ଚ୍ଚା ହେଉଛି, ରାଜ୍ୟରେ ଥିବା ନବୀନ ସରକାର ବିରୋଧୀ ହାୱା ଏବଂ ରାଜ୍ୟବାସୀଙ୍କ ପଲ୍ସ ମାପି ସାରିଛନ୍ତି ପିଏମ୍ ମୋଦି । ଯେଉଁଥିପାଇଁ ଓଡ଼ିଶାକୁ ଫୋକସ୍‌ କରି ବାରମ୍ବାର କେନ୍ଦ୍ର ନେତୃତ୍ୱ ଓଡ଼ିଶା ଗସ୍ତ କରିବା ସହ ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ୍ ଦିଆଯାଇଛି । ୩ ହେଭିୱେଟ୍ ନେତାଙ୍କ ଓଡ଼ିଶା ଗସ୍ତ ଓ ମାରାଥନ ପ୍ରଚାର ବହୁଳ ପ୍ରଭାବ ପକାଇପାରେ ବୋଲି ଆଶା କରାଯାଉଛି ।

BJP Himanta Biswa Sarma General Election 2024
Advertisment
Advertisment