Advertisment

ଭୋଟ୍ ମାଗିବା ପରେ ସମୟ ନିଜ ଭୋଟ୍ ଦେବାର

ଭୋଟ୍ ଭିଡ ଭିତରେ ପ୍ରାୟ ଘଂଟାଏ ଲମ୍ବା ଲାଇନରେ ଲାଗି ମତଦାନ କରିଥିଲେ ପାରଳାଖେମୁଣ୍ଡିର କଂଗ୍ରେସ ପ୍ରାର୍ଥୀ ବିଜୟ ପଟ୍ଟନାୟକ।

author-image
Satyendu Shekher Mishra

ଭୋଟ୍ ମାଗିବା ପରେ ସମୟ ନିଜ ଭୋଟ୍ ଦେବାର। ଏଥିପାଇଁ ପୋଲିଂ ବୁଥରେ ନେତା। ବିଜେପିର ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ, ପତ୍ନୀଙ୍କ ସହ ଆସି ଦେଇଛନ୍ତି ଭୋଟ୍। କ୍ୟାମେରା ସାମ୍ନାରେ କାଳି ଲଗା ଆଙ୍ଗୁଠି ଦେଖାଇ ସମସ୍ତଙ୍କୁ ଭୋଟ୍ ଦେବା ପାଇଁ ଆହ୍ୱାନ ବି ଦେଇଥିଲେ। ବିଜେପିର ବ୍ରହ୍ମପୁର ବିଧାୟକ ପ୍ରାର୍ଥୀ କେ. ଅନୀଲ କୁମାର ଏବଂ ବିଜେଡି ପ୍ରାର୍ଥୀ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ବି ଦେଇଛନ୍ତି ଭୋଟ୍। ସେପଟେ ସକାଳୁ ସକାଳୁ ଧାଡିରେ ଆସି ମତଦାନ କରିଛନ୍ତି ବିଜେଡିର ଚିକିଟି ପ୍ରାର୍ଥୀ ଶ୍ରୀରୂପ ଦେବ। ଭୋଟ୍ ଭିଡ ଭିତରେ ପ୍ରାୟ ଘଂଟାଏ ଲମ୍ବା ଲାଇନରେ ଲାଗି ମତଦାନ କରିଥିଲେ ପାରଳାଖେମୁଣ୍ଡିର କଂଗ୍ରେସ ପ୍ରାର୍ଥୀ ବିଜୟ ପଟ୍ଟନାୟକ।

Advertisment
BJD BJP Congress Odisha Politics General Election 2024
Advertisment
Advertisment