ରାଜ୍ୟର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଆଗରୁ କିଛି ସ୍ଥାନରେ ପ୍ରାକ୍-ନିର୍ବାଚନୀ ହିଂସା ଓ ଖାସ୍ କରି ଖଲ୍ଲିକୋଟ ହତ୍ୟାକାଣ୍ଡ ପରେ, ବିଶୃଙ୍ଖଳାକାରୀଙ୍କୁ ସାବାଡ଼ କରିବାକୁ ତୟାର୍ ଓଡ଼ିଶା ପୋଲିସ।
ହଜାର ହଜାର କର୍ମୀଙ୍କ ନେଇ ବାରମ୍ବାର ଶକ୍ତି ପ୍ରଦର୍ଶନ କରି ବିଜେଡି ପ୍ରାର୍ଥୀ ଦିଲୀପ ନାୟକଙ୍କ ଟିକେଟ ବଦଳାଇବା ପାଇଁ ଚାପ ପ୍ରୟୋଗ କରିଥିଲେ ।
ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ୭୫ ମିଟର ଉଚ୍ଛେଦ ବେଳେ ଏହାର ଅତିଥି ଗୃହ, ମହନ୍ତଙ୍କ ରହଣୀସ୍ଥଳ ଓ ଯାତ୍ରୀ ନିବାସ ସବୁ କିଛି ଧୂଳିସାତ୍ । କେବଳ ବଞ୍ଚିଛି ସ୍ୱଳ୍ପ ଗାଦି ଗୃହ ।
ରାଜ୍ୟରେ ସ୍ଥିତି କଣ ଅଛି, ଆଉ କଣ ଷ୍ଟ୍ରାଟେଜି ଦରକାର ସେ ବିଷୟରେ ବିଜେପି ରାଜ୍ୟ ଟିମ୍କୁ ଗୁରୁମନ୍ତ୍ର ଦେବେ ମୋଦି।
‘ଓଡ଼ିଶା ଭଳି ସାମର୍ଥ୍ୟବାନ ପ୍ରଦେଶ ଆଉ କେଉଁଠି ନାହିଁ । ଆମକୁ ଅଳ୍ପ ସମୟ ଦରକାର, ଓଡ଼ିଶାର ସବୁ ଆଶା ପୂରଣ କରିବୁ ।’
ବିଜେପି କାର୍ଯ୍ୟାଳୟରେ ବୈଠକ ସାରି ପ୍ରଧାନମନ୍ତ୍ରୀ ମୋଦି ରାଜଭବନ ଯାଇଛନ୍ତି। ସେଠାରେ ରାତ୍ରିଯାପନ ପରେ ମୋଦି ଆସନ୍ତାକାଲି ସକାଳୁ ପୁରୀ ଯିବେ।
ତୃତୀୟ ପର୍ଯ୍ୟାୟ ଓଡ଼ିଶା ଗସ୍ତରେ ମୋଦି କରିବେ ମାରାଥନ ପ୍ରଚାର । ପ୍ରଧାନମନ୍ତ୍ରୀଙ୍କ ଘନଘନ ଗସ୍ତକୁ ନେଇ ଜୋଶରେ ରାଜ୍ୟ ବିଜେପି ।
ଅଶାନ୍ତ ଆସ୍କା ଓ ମାଓପ୍ରବଣ କନ୍ଧମାଳ ସହ ବଲାଙ୍ଗିର-ବରଗଡ଼-ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରରେ ହେବ ମତଦାନ ।
ପ୍ରତାପଙ୍କ ‘ଧୋକାବାଜ ଓ କୁଚକ୍ରୀ’ ମନ୍ତବ୍ୟର ଜବାବ ରଖିଲେ ଦେବେନ୍ଦ୍ର । ‘ମୁସଲିମ୍ ସମ୍ପ୍ରଦାୟଙ୍କୁ ଧୋକା’ ଅଭିଯୋଗର ଜବାବ ରଖିଲେ ଦେବେନ୍ଦ୍ର ।
ଖଲ୍ଲିକୋଟ ହିଂସା ଓ ହତ୍ୟା ଘଟଣାରେ ପୋଲିସକୁ ଟାର୍ଗେଟ । ବରିଷ୍ଠ ପୋଲିସ ଅଧିକାରୀଙ୍କ ଉପରେ ବର୍ଷିଲେ ପୀତାମ୍ବର ଆଚାର୍ଯ୍ୟ ।
ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ସୂଚନା ଦେଇଛନ୍ତି। ବାଲେଶ୍ୱର ଓ ଭଦ୍ରକର ବିଭିନ୍ନ ସ୍ଥାନରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି ।
କୁହାଯାଉଥିଲା, ବିଜେଡି ଶ୍ରୀମୟୀଙ୍କୁ ଭୁବନେଶ୍ୱରରୁ ସାଂସଦ ପ୍ରାର୍ଥୀ କରିବ। ରାଜଧାନୀରେ ଶ୍ରୀମୟୀଙ୍କୁ ପ୍ରାର୍ଥୀ କରି ମହିଳା କାଡ୍ ଖେଳିବ ବିଜେଡି। ଯିଏ ବିଜେପିର ଅପରାଜିତାଙ୍କୁ ଚେକ ଦେବାକୁ ସମର୍ଥ ହେବେ। ହେଲେ ଦଳ ଅପ୍ରତ୍ୟାଶିତ ଭାବେ ପ୍ରାର୍ଥୀଙ୍କ ନାଁ ଘେୋଷଣା କଲା।
ବିଜେଡିକୁ ଶକ୍ତ ଧକ୍କା। ଦଳ ଛାଡିଲେ ନିମାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାଶ। ବିଜେଡି ଛାଡ଼ି ବିଜେପିରେ ମିଶିଲେ ସମୀର ଦାଶ।
କେନ୍ଦୁଝର ଜିଲ୍ଲାର ଚମ୍ପୁଆ ନିର୍ବାଚନ ମଣ୍ଡଳୀ। ଏଥର ବିଜେପି ପାଇଁ ସମ୍ମାନର ଲଢ଼େଇ। ଗତ ୩ଟି ନିର୍ବାଚନରେ ବିଜେପି ଏଠାରେ ଖାତା ଖୋଲିପାରିନଥିବା ବେଳେ ଏଥର କିନ୍ତୁ ଖୁବ ଆଶାବାଦୀ ଅଛି।
କୁଆଡ଼େ ଗଲେ ଶ୍ରୀମୟୀ ? ଭୁବନେଶ୍ୱରରେ ଅଛନ୍ତି ନା ବଲାଙ୍ଗୀରରେ ? ସବୁବେଳେ ଆକ୍ଟିଭ୍ ରହୁଥିବା ନେତ୍ରୀ ଯେମିତି ପଡ଼ିଯାଇଛନ୍ତି ନିରବ । ବିଜେଡିର ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଘୋଷଣା ହେବା ପରେ ଶ୍ରୀମୟୀ ମିଶ୍ରଙ୍କ ଦେଖା ମିଳୁନି ।
ଆଜି ତୃତୀୟ ଥର ପାଇଁ ପ୍ରଚାରରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିବେ । ସେହିପରି ଆଜି ଓଡ଼ିଶା ଆସିବେ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ରେଢ଼ାଖୋଲ, ପାଟଣା ଏବଂ ଖୋର୍ଦ୍ଧାରେ ସାଧାରଣ ସଭାରେ ଯୋଗ ଦେବେ ରାଜନାଥ ।
ଭିଡିଓ ବାର୍ତ୍ତାରେ ଇସ୍ତଫାର କାରଣ କହିଲେ ସମୀର ଦାଶ। ବିଜେଡି ନେତା ମୋ ଉପରେ ଆସ୍ଥା ହରାଇଥିବାରୁ ଦଳ ଛାଡ଼ିଲି।
ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ସରିଲା ପ୍ରଚାର ଯୁଦ୍ଧ, ଏବେ ଭାଗ୍ୟ ନିର୍ଦ୍ଧାରଣର ପାଳି। ଗଞ୍ଜାମ ଜିଲ୍ଲାର ଆସିକା ସମେତ ବଲାଙ୍ଗିର, ବରଗଡ଼, ସୁନ୍ଦରଗଡ଼,ଓ କନ୍ଧମାଳ ଲୋକସଭା ଏବଂ ଏହା ଅନ୍ତର୍ଗତ ୩୫ଟି ବିଧାନସଭା ଆସନରେ ସୋମବାର ପଡ଼ିବ ଭୋଟ୍।
ମେ’ 25ରେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ। ସେହିଦିନ 42ଟି ବିଧାନସଭା ଆସନ ପାଇଁ ପଡ଼ିବ ଭୋଟ୍। ଏହି ପର୍ଯ୍ୟାୟରେ ମୈଦାନକୁ ଓହ୍ଲାଇଛନ୍ତି 383 ବିଧାୟକ ପ୍ରାର୍ଥୀ। ଏ ବିଧାୟକ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା କ’ଣ? ସେମାନଙ୍କ ନାଁରେ ଅଛି କି କି ମାମଲା ? କେତେ ସମ୍ପତ୍ତିର ଅଧିକାରୀ ସେମାନେ?
ଚର୍ଚ୍ଚାରେ ବିଜେପିର ଟପ୍ ଫାଇପ୍ ଲିଡରଙ୍କ ମିଳିତ ମାରାଥନ୍ କ୍ୟାମ୍ପେନ୍। କିଛି ଦିନ ତଳେ ପ୍ରେସମିଟ କରି ଏକା ସାଙ୍ଗରେ ସରକାରଙ୍କ ଉପରେ ବର୍ଷିଥିଲେ ମନମୋହନ, ବୈଜୟନ୍ତ, ଧର୍ମେନ୍ଦ୍ର, ଅପରାଜିତା ଆଉ ପ୍ରତାପ ଷଡଙ୍ଗୀ। ଆଉ ଆଜି ବି ଉପକୂଳ ଓଡ଼ିଶାର ୩ଟି ସ୍ଥାନରେ ମିଳିତ ପ୍ରଚାର ଓ କାର୍ଯ୍ୟକର୍ତ୍ତା ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ତୀବ୍ର ହମଲା କରିଛନ୍ତି ଏହି ପାଞ୍ଚ ନେତା।
ନିର୍ବାଚନ ଲଢ଼ିବାକୁ ଟଙ୍କା ନାହିଁ କି 'ହାତ' ମୁଠାରେ ? ଭୋଟ୍ ବେଳେ କଂଗ୍ରେସକୁ ଘେରିଛି କି ଅର୍ଥ ସଂକଟ ? ଦିନକ ତଳେ ଭୁବନେଶ୍ୱର ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ସଭାପତିଙ୍କ ପାଣ୍ଠି ଚିନ୍ତା ପରେ, ଉଠିଛି ଅନେକ ପ୍ରଶ୍ନ।
ଓଡ଼ିଶା ଛାଡ଼ି ପଳାଇବେ କି ପାଣ୍ତିଆନ୍ ? ଭୁବନେଶ୍ୱରରୁ ବିମାନରେ ବସି ସିଧା ଚେନ୍ନାଇରେ ଲ୍ୟାଣ୍ତ କରିବେ। ଏମିତି କିଛି ଢ଼ଙ୍ଗରେ ଭିକେ ପାଣ୍ତିଆନ୍ଙ୍କୁ ଟାର୍ଗେଟ କରିଛି ଓଡ଼ିଶା ବିଜେପି।
ପ୍ରଥମ ପର୍ଯ୍ୟାୟ ମତଦାନକୁ ନେଇ ଦୁଇଟି ଗୁତୁତ୍ୱପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ହେଉଛି ସହରୀ ଶିକ୍ଷିତ ସମାଜରେ ମତଦାନ ହାର କମିବା ଏବଂ ଦ୍ୱିତୀୟଟି ହେଉଛି ଗ୍ରାମାଂଚଳରେ ଲୋକଙ୍କ ଭୋଟ ବର୍ଜନ। ଏଥିପାଇଁ ଦାୟୀ କିଏ? ବିକାଶର ବାର୍ତ୍ତାକୁ ବ୍ୟାପକ ପ୍ରଚାର କରୁଥିବା ଦୀର୍ଘ ବର୍ଷର ଏକ ସ୍ଥାୟୀ ସରକାର ଏଥିପାଇଁ ଉତ୍ତରଦାୟୀ ନୁହେଁ କି?
ବୈଜୟନ୍ତ କହିଛନ୍ତି ଓଡ଼ିଶାରେ ଏବେ ୨ ଜଣ ଏକାଠି ବୁଲୁଥିବା ଦେଖାଯାଉଛି । ୨ ଜଣ ବୁଲି ବୁଲି କମେଡ଼ି ଭିଡିଓ ଛାଡ଼ୁଛନ୍ତି । ଲୁଚିଛପି ଭିଡିଓ ତିଆରି କରି ମଝିରେ ମଝିରେ ଛାଡ଼ୁଛନ୍ତି । ଏଆଇ, ଡିପଫେକ୍ ଭିଡିଓ କଥା କହିବାରୁ ଲୁଚିଛପି ଭିଡିଓ ଚାଲିଛି ବୋଲି ସେ କଟାକ୍ଷ କରିଛନ୍ତି ।
୩୫ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୨୬୫ ଜଣ ପାର୍ଥୀ ରହିଛନ୍ତି । ସେଥିମଧ୍ୟରୁ ୪୧ ଜଣ ମହିଳା ପ୍ରାର୍ଥୀ। ୫ ସଂସଦୀୟ କ୍ଷେତ୍ରରେ ୪୦ ଜଣ ପ୍ରାର୍ଥୀ ରହିଛନ୍ତି।