• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Devotees

Cuttack Durga Puja
ଚର୍ଚ୍ଚାରେ ହଜାରେ ବର୍ଷର ସହର କଟକ; ମନ ମୋହୁଛି ସୁନା-ଚାନ୍ଦି ମେଢ଼

ଯୁଆଡ଼େ ଚାହିଁବେ ଆଖି ଝଲସା ତୋରଣ... ଯେଉଁ ଅଞ୍ଚଳକୁ ବି ଯିବେ, ସେଇଠି ପାଇବେ ଅଳଙ୍କାର ବିଭୁଷିତା ମା’ଙ୍କ ମେଢ଼... କାରଣ ୟେ ହଜାରେ ବର୍ଷର ସହର କଟକର ଶାରଦୀୟ ଦୁର୍ଗା ପୂଜାର ଆସର... ।

Puri Srimandir
ଚାରି ଦ୍ୱାରରେ ଏଣ୍ଟ୍ରି ଅନୁମତି କେବେ ? ଅବଢ଼ା ପାଇଁ ବି ଓଳିଏ ଛିଡ଼ା ହେବାକୁ ପଡ଼ୁଛି ଲାଇନ୍‌ରେ...

ଡହଡହ ଖରା ହେଉ କି ଢୁ ଢୁ ବର୍ଷା। ଶ୍ରୀମନ୍ଦିର ଯିବାକୁ ନିଇତି ଦହଗଞ୍ଜ ହେଉଛନ୍ତି ପୁରୀ ବାସିନ୍ଦା, ବୟସ୍କ ଭକ୍ତ । କେବଳ ସିଂହଦ୍ୱାରକୁ ଛାଡ଼ି ଅନ୍ୟ କୌଣସି ଦ୍ୱାର ବାଟେ ଭକ୍ତଙ୍କୁ ଛଡ଼ାଯାଉନଥିବାରୁ ତେଜୁଛି ଆନ୍ଦୋଳନ। ଏମିତିକି ଏଥିପାଇଁ ୧ଲକ୍ଷ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଥିବାବେଳେ ଶୀଘ୍ର ଚାରିଦ୍ୱାର ନଖୋଲିଲେ ଆନ୍ଦୋଳନ ଜୋରଦାର କରିବାକୁ ସେବାୟତ ଓ ପୁରୀ ବାସିନ୍ଦା ଚେତାବନୀ ଦେଲେଣି।

Devotees throng Lord Shiva temple on 2nd Shravan Somvar
ଆଖି ନାହିଁ କିନ୍ତୁ ଜନ୍ମରୁ ହୃଦୟରେ ମହାଦେବ

ସେଦୃଷ୍ଟିବାଧିତ ହୋଇଥାନ୍ତୁ କି ଶରୀରକୁ ଅସହ୍ୟ କଷ୍ଟ ଲାଗୁଥାଉ, ମହାଦେବଙ୍କ ଭକ୍ତି ଆଗରେ କିନ୍ତୁ ଏସବୁ ଯେ ଫିକା। ଯାହା ଦେଖିବାକୁ ମିଳିଛି ଶ୍ରାବଣ ଦ୍ୱିତୀୟ ସୋମବାରରେ। ଆଠଗଡ଼ର ଧବଳେଶ୍ୱର ଓ କୋରାପୁଟର ଗୁପ୍ତେଶ୍ୱର ପୀଠରେ ଏମିତି ତିନି ଜଣ ଅନନ୍ୟ ଶିବ ଭକ୍ତଙ୍କୁ ଭେଟିଥିଲା ଓଟିଭି।

Daitapati Nijog demands dress code
'ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଲାଗୁ ହେଉ ଡ୍ରେସ କୋଡ୍‌'

ଦକ୍ଷିଣ ଭାରତର ସବୁ ପ୍ରମୁଖ ମନ୍ଦିରରେ ନିୟମ ଅଛି, ହେଲେ ଶ୍ରୀମନ୍ଦିରରେ କାହିଁକି ଲାଗୁ ହେଉନି ଡ୍ରେସକୋଡ୍। ଭକ୍ତଙ୍କ ଏକାଗ୍ରତା ଓ ଜଗନ୍ନାଥ ସଂସ୍କୃତିର ମହାନତା ଦୃଷ୍ଟିରୁ କାଳିଆ ଦର୍ଶନପାଇଁ ଆସୁଥିବା ଭକ୍ତଙ୍କ ପାଇଁ ଡ୍ରେସକୋଡ୍ ବ୍ୟବସ୍ଥା ଲାଗୁ କରିବାକୁ ଦାବି ଉଠାଇଛି ଦଇତାପତି ନିଯୋଗ। ଯାହାକୁ ଭକ୍ତ ଓ ସେବକ ସମର୍ଥନ କରିଥିବାବେଳେ ଶ୍ରୀମନ୍ଦିର ପରିଚାଳନା କମିଟିର ମୋହର ବାଜିଲେ ହିଁ ଏହା ଲାଗୁ ହୋଇପାରିବ ବୋଲି ମତ ରଖିଛନ୍ତି ନୀତି ପ୍ରଶାସକ।

Ratha Jatra 2023
ଭଗବାନଙ୍କ ପାଇଁ ନାଚୁଛି ଭକ୍ତର ପ୍ରାଣ; ପାଦ ନାଚୁଛି ଯେମିତି, ମନ ନାଚୁଛି ସେମିତି

ରାଧା କାନ୍ଦୁଛି କହ୍ନେଇଁ ପାଇଁ । ବଡ଼ଦାଣ୍ଡରେ କାଳିଆ ପାଦରେ ପାଦ ଛନ୍ଦି ନାଚିଲା ବେଳକୁ ଆଖି ତାର ଓଦା, ମନ ଜଗା ପ୍ରେମରେ ବନ୍ଧା । ଏତେ ଭାବବିହ୍ୱଳ ହୋଇ ପଡୁଛି ଯେ, କହୁଛି ଏଥର ଯଦି କାଳିଆ ଡୋରି ଲାଗି ନ ଥାଆନ୍ତା, ଆଉ କେବେ ତା ଦୁଆର ମାଡିନଥାନ୍ତି । ତା ଆଶୀର୍ବାଦ ଅଛି ବୋଲି ଆଜି ତା ଦୁଆରେ ନାଚୁଛି ।

Nabajoubana darshan
ଅଣସର ପରେ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ; ଭାବର ଠାକୁରଙ୍କୁ ଦର୍ଶନ କରି ଭାବବିହ୍ୱଳ ଭକ୍ତ

ବିଭିନ୍ନ ପ୍ରାନ୍ତରୁ ଆସି ମହାବାହୁଙ୍କ ନବଯୌବନ ବେଶ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ । ସକାଳେ ବିଭିନ୍ନ ନୀତିକାନ୍ତି ପରେ ତାଟି ଫିଟିଥିଲା । ଏହାପରେ ଅବକାଶ, ଦଶ ଅବତାର ଦିଅଁ ବାହୁଡ଼ା ବିଜେ ହୋଇ ସକାଳ ୭ଟା ୨୦ରୁ ପାରିମାଣିକ ଦର୍ଶନ ଓ ପରେ ପରେ ସକାଳ ୮ଟା ୦୫ରୁ ଆରମ୍ଭ ହୋଇଥିଲା ସର୍ବସାଧାରଣ ଦର୍ଶନ ।

naba jaubana darshan
ଅଣସର ପରେ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ; ଭାବର ଠାକୁରଙ୍କୁ ଦର୍ଶନ କରି ଭାବବିହ୍ୱଳ ଭକ୍ତ

ବିଭିନ୍ନ ପ୍ରାନ୍ତରୁ ଆସି ମହାବାହୁଙ୍କ ନବଯୌବନ ବେଶ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ । ସକାଳେ ବିଭିନ୍ନ ନୀତିକାନ୍ତି ପରେ ତାଟି ଫିଟିଥିଲା । ଏହାପରେ ଅବକାଶ, ଦଶ ଅବତାର ଦିଅଁ ବାହୁଡ଼ା ବିଜେ ହୋଇ ସକାଳ ୭ଟା ୨୦ରୁ ପାରିମାଣିକ ଦର୍ଶନ ଓ ପରେ ପରେ ସକାଳ ୮ଟା ୦୫ରୁ ଆରମ୍ଭ ହୋଇଥିଲା ସର୍ବସାଧାରଣ ଦର୍ଶନ ।

Srimandir Corridor Project
ଖୋଲିଲା ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପର ଆଉଟର ଆକସେସ୍ ରୋଡ

ଖୋଲିଲା ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପର ଆଉଟର ଆକସେସ୍ ରୋଡ। ଓବିସିସି ଅଧିକାରୀଙ୍କ ଉପସ୍ଥିତିରେ ଏହା ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଥିଲେ ବି ଚାରିଦ୍ବାର ପଟେ ଅସମ୍ପୂର୍ଣ୍ଣ କାମକୁ ନେଇ ଭକ୍ତ ଓ ସାହି ବାସିନ୍ଦାଙ୍କ ଅସନ୍ତୋଷ ଥମିନି। ଆଗାମୀ ରଥଯାତ୍ରାରେ ଭକ୍ତଙ୍କ ଯାତାୟାତ ପାଇଁ ଏହା ବେଶ୍ ଫଳପ୍ରଦ ହେବ ବୋଲି ପ୍ରଶାସନ କହୁଥିଲାବେଳେ ବାସ୍ତବ ସ୍ଥିତି ପରଖିଥିଲା ଓଟିଭି ଟିମ୍।

Srimandir heritage corridor project
ବଢୁଛି ଡେଡଲାଇନ୍, ସରୁନି ଐତିହ୍ୟ କରିଡ଼ର କାମ

ମନ୍ଦିର କଡ଼ରେ ଅପରିସ୍କାର ପାଣି ଭାସୁଥିବାରୁ ବିଜେ ଠାକୁରମାନେ ତାରି ଉପରେ ଯାଉଛନ୍ତି । ଯାହାକୁ ନେଇ ଭକ୍ତ ଓ ସେବାୟତ କ୍ଷୁବ୍ଧ ହେବା ସହ ସିଧା ପ୍ରଶାସନକୁ ଦାୟୀ କରିଛନ୍ତି ।

Locals demand reopening
ପୁରୀ ଭକ୍ତଙ୍କ ପାଇଁ ଚାରିଦ୍ୱାର ଖୋଲ

ପୁରୀବାସିନ୍ଦାଙ୍କ ଦୁଃଖ...ଶ୍ରୀମନ୍ଦିରକୁ ପ୍ରବେଶ ଦ୍ୱାର । ପ୍ରଶାସନ ଗୋଟିଏ ଦ୍ୱାର ଦେଇ ସବୁ ଭକ୍ତଙ୍କୁ ପ୍ରବେଶ କରାଇବା ପରେ ସ୍ଥାନୀୟ ସାହି ବାସିନ୍ଦା ଓ ବୟୋବୃଦ୍ଧ ଭକ୍ତ ଶ୍ରୀଜଗନ୍ନାଥଙ୍କ ଦର୍ଶନ ନ ପାଇ ଏବେ ଦୁଃଖରେ ।

Devotees offer live crabs to Lord Shiva Temple at Ramnath
ଶିବଙ୍କୁ ଜୀଅନ୍ତା କଙ୍କଡ଼ା ଦେଲେ ଦୂର ହୋଇଯିବ କାନ ରୋଗ !

ହିନ୍ଦୁ ଦେବାଦେବୀଙ୍କ ପୂଜା ସମୟରେ ଭକ୍ତମାନେ ଫୁଲ, ଫଳ, ମିଠା ଓ ନଡ଼ିଆ ଲାଗି କରିଥାନ୍ତି। ହେଲେ ଏଠି ବ୍ୟତିକ୍ରମ କାହିଁକି ?

Skyrocketing Abadha Prices
ଆକାଶଛୁଆଁ ଅବଢ଼ା ଦର; ୨ଶହ ଟଙ୍କାରେ ବି ପୂରୁନି ଜଣଙ୍କ ପେଟ

ଧର୍ମମାସ କାର୍ତ୍ତିକରେ ଅବଢ଼ା ରେଟ୍ ହୋଇଛି ଆକାଶଛୁଆଁ । ଦର ଶୁଣି ଭକ୍ତଙ୍କ ମୁଣ୍ଡକାନ ଝାଇଁ ମାରି ଯାଉଛି । ୧୫୦ରୁ ୧୭୦ ଟଙ୍କାରେ ମିଳୁଥିବା ଅନ୍ନ, ଡାଲି ଓ ତରକାରୀରେ ପେଟ ପୁରୁନି ।

Mahankalpa Bata
ବର୍ଷା ଋତୁରେ କଅଁଳ ଛନ ଛନିଆ ପତ୍ର ଗହଳରେ ସୁନ୍ଦର ଦିଶିବା ବଦଳରେ ଥୁଣ୍ଟା ଓ ଲଣ୍ଡା ଚେହେରା

ମହାକଳ୍ପବଟର ଏଭଳି ଆକସ୍ମିକ ରୂପ ଦେଖି, ଏହାକୁ ନେଇ ଲୋକଙ୍କ ମନରେ ସୃଷ୍ଟି ହୋଇଛି ନାନା ଶଙ୍କା ।

Mahankalpa Bata
ନେମାଳ ପୀଠରେ ଅଜବ ଘଟଣା ! ଅଚାନକ ପତ୍ରଶୂନ୍ୟ ହୋଇଗଲା ଅଚ୍ୟୁତାନନ୍ଦଙ୍କ ଗାଦି ସମ୍ମୁଖ ମହାକଳ୍ପବଟ

ବର୍ଷା ଦିନରେ ବିବର୍ଣ୍ଣ ରୂପ ଦେଖି ଶ୍ରଦ୍ଧାଳଙ୍କୁ ମନରେ ଶଙ୍କା । ଉଦ୍ୟାନ ବିଭାଗ କହିଲା ସଁବାଳୁଆ ପ୍ରଭାବରୁ ପତ୍ରଝଡ଼ା ।

Woman from Bhubaneswar serves curd water to devotees near Srimandir in Puri
ଶ୍ରୀମନ୍ଦିର ଆଗରେ ଭକ୍ତଙ୍କୁ ବାଣ୍ଟୁଛନ୍ତି ଦହିପାଣି, ଜପୁଛନ୍ତି ହରେକୃଷ୍ଣ ହରେରାମ

ମହାପ୍ରଭୁଙ୍କର ଆଉ ଜଣେ ଭକ୍ତ ମଧୁମତି ବିଶୋଇ । ଉଦୁଉଦିଆ ଖରାବେଳେ ଶ୍ରୀମନ୍ଦିର ଆଗରେ ଭକ୍ତଙ୍କୁ ମାସେ ହେଲା ବାଣ୍ଟୁଛନ୍ତି ଦହିପାଣି । ସେବା ପାଇଁ ଭୁବନେଶ୍ୱରରୁ ଯାଇ ରହିଛନ୍ତି ପୁରୀରେ ।

All Religious Institutions In Ganjam To Remain Closed For Devotees From Tomorrow Till Feb 1
ମଠ, ମନ୍ଦିର ବନ୍ଦ

କୋଭିଡ୍ ସଂକ୍ରମଣ ବଢ଼ି ବଢ଼ି ଚାଲିଥିବା ବେଳେ କଟକଣା କଡ଼ାକଡ଼ି କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ.. କାଲିଠାରୁ ଜିଲ୍ଲାର ସବୁ ଧର୍ମାନୁଷ୍ଠାନ ବନ୍ଦ.

Dev Deepawali | Devotees Offer Diyas In Puri, Special Rituals At Puri Srimandir
ଶ୍ରୀମନ୍ଦିରରେ ଦେବ ଦୀପାବଳି

ପବିତ୍ର ଦେବଦୀପାବଳୀର ଅନ୍ତିମ ଦିନରେ ମହାପ୍ରଭୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ନୀତି ପାଳନ ହୋଇଛି ।ଅନ୍ତିମ ଦିନରେ ପିତାମାତା ନନ୍ଦ, ଯଶୋଦା, ଦେବକୀ, ବସୁଦେବ ଏବଂ ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚା ରାଣୀଙ୍କୁ ଶ୍ରାଦ୍ଧ ପ୍ରଦାନ କରାଯାଇଛି

Devotees In Puri Dip In Religious Fervour On Kartik Purnima
ମହୋଦଧିରେ ମନ ଖୋଲି ନାଚିଲେ ମହିଳା

ଆଜି କାର୍ତ୍ତିକ ମାସର ଶେଷ ଦିନ । ଏଥିପାଇଁ ମହୋଦଧିରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ । ଦେଖନ୍ତୁ ଏହାର ଏକ ଚିତ୍ର।

Kartika Purnima | Srimandir Out Of Bounds For Devotees Due To Covid-19 Imposed Restrictions
ପରମ୍ପରାକୁ ମନେପକାଇ ପୁରୀ ଲୋକେ ଭସାଇଲେ ଡଙ୍ଗା

ଆଜି ଧର୍ମ ମାସର ଶେଷ ଦିନ କାର୍ତ୍ତିକ ପୂର୍ଣ୍ଣିମା । କୋଭିଡ କଟକଣା ସତ୍ତ୍ୱେ ପୁରୁଣା ପରମ୍ପରାକୁ ମନେପକାଇ ବିଭିନ୍ନ ଜଳାଶୟରେ ଡଙ୍ଗା ଭସାଣ କରିଛନ୍ତି ଶ୍ରଦ୍ଧାଳୁ । ଏ ସଂପର୍କରେ ପୁରୀରୁ ଅଧିକ ଆଲୋଚନା କରିଛିନ୍ତି ପୁରୀ ବ୍ୟୁରୋ ଚିଫ୍ ପ୍ରଦୀପ ମହାନ୍ତି ...।

Odisha | Devotees bid adieu to Goddess Durga on Vijay Dashami
ସରିଲା ଦଶହରା, ଚାଲିଛି ମେଲାଣି

କରୋନା ପାଇଁ ଏଥର ବିନା ଆଡ଼ମ୍ବରରେ ଯାଉଛନ୍ତି ମାଆ ମହାମାୟା…

Bijay Dashami | Puri Srimandir Closed For Devotees Today
ଆଜି ବନ୍ଦ ରହିବ ଶ୍ରୀମନ୍ଦିର

ଆଜି ବନ୍ଦ ରହିବ ଶ୍ରୀମନ୍ଦିର। କାଲି ବି ଦିନ ୧୨ଟା ପରେ ବନ୍ଦ ରହିବ ଜଗା ଦର୍ଶନ, ମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହେଲା ନୂଆ SOP