• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସରୁନି ଶ୍ରୀମନ୍ଦିର ବାହ୍ୟ ପରିକ୍ରମା ପ୍ରକଳ୍ପ । ପୂର୍ବ ଭଳି କାମ ଜାରି ରହିଛି, ଚାରିଆଡ଼େ ସାମାନପତ୍ର ବିଛାଡ଼ି ହୋଇ ପଡ଼ିଛି ତେଣୁ ସ୍ନାନଯାତ୍ରା କଣ ? ରଥଯାତ୍ରା ଆଗରୁ ବି ବାହ୍ୟ ପ୍ରକଳ୍ପ କାମ ସରିବନି ବୋଲି ସଫା ସଫା ଅନୁମାନ ଲଗାଇଲେଣି ଉଭୟ ଭକ୍ତ ଓ ସେବାୟତ । ଗୋଟିଏ ପଟେ ଶ୍ରୀମନ୍ଦିର ଐତିହ୍ୟ କରିଡର କାମ ଶୀଘ୍ର ସାରିବାକୁ ଥରକୁ ଥର ଡେଡଲାଇନ୍ ଘୁଞ୍ଚି ଘୁଞ୍ଚି ଚାଲିଛି ତ ଅନ୍ୟ ପଟେ ନାହିଁନଥିବା ହୀନସ୍ତା ଭୋଗୁଛନ୍ତି ଦର୍ଶନାର୍ଥୀ ଓ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ରହୁଥିବା ସାହି ବାସିନ୍ଦା ।

ଏତେ ଖୋଳାପୋତା ଚାଲିଛି ଯେ, ବାଲିସାହି, ମଣିକର୍ଣ୍ଣିକା ସାହି ଓ ଲୋକନାଥ ରୋଡ଼ ବାସିନ୍ଦା ଘରୁ ବାହାରିବା ମୁସ୍କିଲ ହୋଇପଡିଛି । ନିଇତି ଏ ରାସ୍ତାରେ କେଉଁଠି ନା କେଉଁଠି ଛୋଟବଡ଼ ଦୁର୍ଘଟଣା ଘଟି ଲୋକେ ଖଣ୍ଡିଆଖାବରା ହେଉଛନ୍ତି । ମନ୍ଦିର କଡ଼ରେ ଅପରିସ୍କାର ପାଣି ଭାସୁଥିବାରୁ ବିଜେ ଠାକୁରମାନେ ତାରି ଉପରେ ଯାଉଛନ୍ତି । ଯାହାକୁ ନେଇ ଭକ୍ତ ଓ ସେବାୟତ କ୍ଷୁବ୍ଧ ହେବା ସହ ସିଧା ପ୍ରଶାସନକୁ ଦାୟୀ କରିଛନ୍ତି ।

ବଢୁଛି ଭକ୍ତଙ୍କ ରୋଷ, ବଢୁଛି ସେବାୟତଙ୍କ କ୍ଷୋଭ । କେବେ ସରିବ ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପ କାମ ? ତାକୁ ନେଇ ପ୍ରଶ୍ନ ଉଙ୍କି ମାରୁଥିବାବେଳେ ଖୋଦ୍ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମଧ୍ୟ ଡେଡ୍ ଲାଇନ୍ ପରେ ଡେଡ୍ ଲାଇନ୍‌କୁ ନେଇ ସନ୍ଦିହାନ ହେଲେଣି । ସେପଟେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି-ଅତ୍ୟଧିକ ଖରା ପାଇଁ କାମ ସରିବାରେ ସାମାନ୍ୟ ବିଳମ୍ବ ହୋଇଛି । ଧାର୍ଯ୍ୟ ତାରିଖ ସମ୍ପର୍କରେ ନିର୍ମାଣ ଦାୟିତ୍ୱରେ ଥିବା ସଂସ୍ଥାକୁ ଅବଗତ କରାଇ ଦିଆଯାଇଛି ।

୪ଦିନ ପରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା । ୟା ଭିତରେ ଐତିହ୍ୟ କରିଡର ବାହ୍ୟ କାମ ସରିବ କି ନାଇଁ ତାକୁ ନେଇ ସମସ୍ତେ ସନ୍ଦିହାନ ।

  • Reported by:
  • MADHUSUDAN MISHRA