ବିଭିନ୍ନ ପ୍ରାନ୍ତରୁ ଆସି ମହାବାହୁଙ୍କ ନବଯୌବନ ବେଶ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ । ସକାଳେ ବିଭିନ୍ନ ନୀତିକାନ୍ତି ପରେ ତାଟି ଫିଟିଥିଲା । ଏହାପରେ ଅବକାଶ, ଦଶ ଅବତାର ଦିଅଁ ବାହୁଡ଼ା ବିଜେ ହୋଇ ସକାଳ ୭ଟା ୨୦ରୁ ପାରିମାଣିକ ଦର୍ଶନ ଓ ପରେ ପରେ ସକାଳ ୮ଟା ୦୫ରୁ ଆରମ୍ଭ ହୋଇଥିଲା ସର୍ବସାଧାରଣ ଦର୍ଶନ ।
Published By: Sarbeswar
Last updated: 19 June 2023, 10:50 PM IST
ଶ୍ରୀଜିଉଙ୍କ ଘୋଷଯାତ୍ରା ପାଇଁ ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର । ସ୍ଥଳ, ଜଳ ଓ ଆକାଶ, ତିନି ପଥରେ ଟାଇଟ୍ ସିକ୍ୟୁରିଟି । ସବୁଆଡୁ ପୁରୀ ଉପରେ ରହିଛି ୨୪ ଘଂଟିଆ ନଜର । ପ୍ରଥମ ଥର ପାଇଁ ରଥଯାତ୍ରାରେ ମୁତୟନ ହୋଇଛି ହେଲିକପ୍ଟର । ଭାରତୀୟ ତଟରକ୍ଷୀ ବାହିନୀର ହେଲିକପ୍ଟର ସମୁଦ୍ର କୂଳରେ ମାରୁଛି ପଇଁତରା। ଆକାଶ ପଥରୁ ଚିଲ ଭଳି ନଜର ରଖିଛି ପ୍ରତିଟି ହଲଚଲ ଉପରେ ।