/odishatv-khabar/media/post_attachments/uploadimage/library/16_9/16_9_0/IMAGE_1704205361.jpg)
Banakalagi Of Lord Jagannath
ଆସନ୍ତାକାଲି ଶ୍ରୀଜିଉଙ୍କ ଦର୍ଶନ ୪ ଘଣ୍ଟା ବନ୍ଦ ରହିବ । ଆସନ୍ତାକାଲି ହେଉଛି ଶ୍ରୀଜିଉଙ୍କ ବନକଲାଗି ନୀତି । ଏହି ନୀତି ପାଇଁ ୪ ଘଣ୍ଟା ଦର୍ଶନ ବନ୍ଦ ରହିବ ବୋଲି ଜଣାପଡିଛି । ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
ସେପଟେ ବର୍ଷ ଆରମ୍ଭରୁ ଜଗତ ନିୟନ୍ତାଙ୍କୁ ଦେଖିବା ପାଇଁ ପୁରୀ ଶ୍ରୀମନ୍ଦିରରେ ଖୁବ୍ ଭିଡ଼ ପରିଳକ୍ଷିତ ହେଉଛି । ଗତକାଲି ସାଢେ ଚାରି ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଜଗା ଦର୍ଶନ କରି ଫେରିଥିବା ସୂଚନା ମିଳିଛି । ଏହାସହିତ ନୂଆବର୍ଷରୁ ମନ୍ଦିରକୁ ପଲିଥିନ୍ ଧରି ଓ ପାନ, ଗୁଟଖା ଖାଇ ପ୍ରବେଶକୁ ବ୍ୟାନ କରାଯାଇଛି । ଭକ୍ତଙ୍କ ପାଇଁ ଥିବା ଶାଳୀନତା ପୋଷାକ ପରିଧାନ ନିୟମକୁ କଡ଼ାକଡ଼ି କରାଯାଇଛି ।
ଗତକାଲି ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ମଧ୍ୟ ଭକ୍ତଙ୍କ ଭିଡ଼ ଲାଗିଥିଲା । ସୋରିଷ ଫିଙ୍ଗିବାକୁ ବି ଯାଗା ନ ଥିଲା ଯେମିତି । ତେଣୁ ଏଭଳି ଭିଡ଼ରେ ମନ୍ଦିର ଭିତରେ କିଏ ଜଗାକୁ ଭଲରେ ଦେଖି ନ ପାରିବାର ଅଭିଯୋଗ ବାଢ଼ିଥିଲେ ତ କିଏ କଷ୍ଟରେ ହେଉ ପଛେ ବର୍ଷର ପ୍ରଥ ଦିନରେ ଜଗା ଦର୍ଶନ କରି କୃତ୍ୟ କୃତ୍ୟ ହେଇ ଯାଉଥିଲେ । ପୁରୀ ପୋଲିସର ସୂଚନା ଅନୁଯାୟୀ ଅପରାହଣ ୫ଟା ସୁଦ୍ଧା ୩ ଲକ୍ଷ ୫୦ ହଜାର ଭକ୍ତ ଜଗା ଦର୍ଶନ କରି ଫେରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)