/odishatv-khabar/media/post_attachments/uploadimage/library/16_9/16_9_0/IMAGE_1732620128.jpg)
Cyclone Alert
ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ କାଲି ସୃଷ୍ଟି ହେବ ବାତ୍ୟା । ଏବେ ଆଗକୁ ବଢୁଛି ଗଭୀର ଅବପାତ । ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଅଗ୍ରସର ହେଉଛି । ଡିପ୍ ଡିପ୍ରେସନ୍ ଏବେ ଶ୍ରୀଲଙ୍କାର ତ୍ରିଙ୍କୋମାଲିରୁ ୩୧୦ କିମି ଦକ୍ଷିଣ ପୂର୍ବ, ତାମିଲନାଡୁର ନାଗାପଟିନମରୁ ୫୯୦ କିମି ଓ ଚେନ୍ନାଇରୁ ୮୦୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି । ଧୀରେ ଧୀରେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ୧୨ ଘଣ୍ଟାରେ ହେବ ଗଭୀର ଅବପାତ ।
ଅଧିକ ଘନୀଭୂତ ହୋଇ ଆସନ୍ତାକାଲି ସୃଷ୍ଟି ହେବ ବାତ୍ୟା । ପରବର୍ତ୍ତୀ ଦୁଇ ଦିନରେ ଉପକୂଳ ଅତିକ୍ରମ କରିବ ସାଇକ୍ଲୋନ । ତାମିଲନାଡୁ ମୁହାଁ ହେବା ସହ ଶ୍ରୀଲଙ୍କା ଉପକୂଳକୁ ହିଟ୍ କରିବା ସମ୍ଭାବନା ରହିଛି । ଓଡ଼ିଶା ଉପରେ ବାତ୍ୟାର କୌଣସି ପ୍ରଭାବ ରହିବ ନାହିଁ । ତେବେ ଓଡ଼ିଶାରେ ୨୮ ତାରିଖରୁ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ୧ ତାରିଖ ଯାଏ କିଛି ସ୍ଥାନରେ କୋହଲା ପାଗ ସାଙ୍ଗକୁ ହାଲୁକା ବର୍ଷା ହୋଇପାରେ ବୋଲି ସୂଚନା ମିଳିଛି ।
ଅଧିକ ପଢନ୍ତୁ: ଡରାଇଲାଣି ଲଘୁଚାପ!! ନେଇପାରେ ବାତ୍ୟାର ରୂପ ..
ଏପଟେ ବର୍ଷ ପରେ ବର୍ଷ ଉତ୍ତପ୍ତ ହେଉଛି ପୃଥିବୀ, ଭାଙ୍ଗୁଛି ଗୋଟିକ ପରେ ଗୋଟିଏ ରେକର୍ଡ । ପୁଣି ଚିନ୍ତା ବଢ଼ାଇଲା ଚଳିତ ବର୍ଷର ବିଶ୍ୱ ତାପମାତ୍ରା । ୨୦୨୩କୁ ଟପି ସର୍ବକାଳୀନ ରେକର୍ଡ ଭାଙ୍ଗିବ ୨୦୨୪ର ତାତି । ବିଶ୍ୱ ପାଣିପାଗ ସଂଗଠନର ରିପୋର୍ଟ ପରେ ଜାତିସଂଘ ଉଦବେଗ ପ୍ରକାଶ କରିଛି । ମାନବଜାତି ନିଜେ ପୃଥିବୀରେ ନିଆଁ ଲଗାଉଛି ଏବଂ ନିଜେ ହିଁ ତାର ଫଳ ଭୋଗୁଛି ବୋଲି କହିଛନ୍ତି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟାରେସ୍ ।
ସୂଚନା ଅନୁସାରେ, ଚଳିତବର୍ଷ ଜାନୁଆରୀରୁ ସେପ୍ଟେମ୍ବର ମଧ୍ୟରେ ରେକର୍ଡ ହୋଇଥିବା ବିଶ୍ୱର ହାରାହାରି ତାପମାତ୍ରାକୁ ଦେଖି ଆକଳନ କରାଯାଉଛି ଯେ, ୨୦୨୪ ମସିହା ତାତିରେ ସର୍ବକାଳୀନ ରେକର୍ଡ ଭାଙ୍ଗିବାକୁ ଯାଉଛି । କେବଳ ଏତିକି ନୁହେଁ, ପ୍ରି-ଇଣ୍ଡଷ୍ଟ୍ରିଆଲ୍ ବା ପ୍ରାକ୍-ଔଦ୍ୟୋଗିକ ବିଶ୍ୱ ତାପମାତ୍ରା ସ୍ତର ଠାରୁ ପ୍ରଥମ ଥର ପାଇଁ ଦେଢ଼ ଡିଗ୍ରୀ ଉତ୍ତାପ ବୃଦ୍ଧି ପାଇଛି ।
ଚଳିତ ଶତାବ୍ଦୀରେ ବିଶ୍ୱ ତାପମାତ୍ରା ବୃଦ୍ଧିକୁ ଦେଢ଼ ଡିଗ୍ରୀ ଭିତରେ ସୀମିତ ରଖିବା ପାଇଁ ପ୍ୟାରିସ ରାଜିନାମାରେ ନିଷ୍ପତ୍ତି ନିଆଯାଇଥିଲା । ୨୦୨୩ରେ ଏହା ୧.୪୫ ଡିଗ୍ରୀ ବୃଦ୍ଧି ପାଇଥିଲା । ତେବେ ଚଳିତବର୍ଷ ଏହା ପ୍ରଥମ ଥର ପାଇଁ ୧.୫ ଡିଗ୍ରୀ ବଢ଼ିଥିବାରୁ ଏହାକୁ ନେଇ ବିଶ୍ୱସ୍ତରରେ ଚିନ୍ତା ପ୍ରକାଶ ପାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)