• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆସିଲା ବାତ୍ୟା ଦାନାର କ୍ଷୟକ୍ଷତି ରିପୋର୍ଟ । ବାତ୍ୟା ଦାନା ଘଟାଇଥିବା କ୍ଷୟକ୍ଷତିର ରିପୋର୍ଟ ଆସିବା ପରେ ଜଣା ପଡ଼ିଲା ବାତ୍ୟାର ପ୍ରକୋପ । ଜିଲ୍ଲାସ୍ତରରୁ ଆସିଥିବା କ୍ଷୟକ୍ଷତି ରିପୋର୍ଟ ପାଇଲେ ରାଜ୍ୟ ସରକାର । ତେବେ ଏନେଇ ବିସ୍ତୃତ ସୂଚନା ରାଜସ୍ୱ ମନ୍ତ୍ରୀ ଦେବେ ବୋଲି ଜଣାପଡ଼ିଛି । ମୋଟାମୋଟି ଭାବେ ୧୪ ଜିଲ୍ଲାର ୧୩୧ ବ୍ଲକ ପ୍ରଭାବିତ ହୋଇଛି ।

୧୧, ୬୩୭ ଗାଁର ୪୧ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ମୋଟ ଉପରେ ୧୬, ୪୧୭ ଘର ପ୍ରଭାବିତ ହେବା ସହ ୨୭ ଘର ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି । ୧୪, ୬୮୦ ଘର ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଛି ବୋଲି କହିଛନ୍ତି ମନ୍ତ୍ରୀ । ବିଭାଗୱାରୀ ହିସାବ ଭିତ୍ତିରେ ଶକ୍ତି ବିଭାଗ ବେଶୀ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି ।

ଅଧିକ ପଢ଼ନ୍ତୁ: ମହାବାତ୍ୟା: ୨୫ବର୍ଷ ତଳେ ଛାରଖାର ହୋଇଯାଇଥିଲା ଓଡ଼ିଶା; ହଜିଯାଇଥିଲା ଶିରୀ

ତେବେ ଚୂଡ଼ାନ୍ତ ରିପୋର୍ଟ ଆସିବା ପରେ ପ୍ରକୃତ କ୍ଷୟକ୍ଷତି ସ୍ପଷ୍ଟ ହେବ ବୋଲି କହିଛନ୍ତି ମନ୍ତ୍ରୀ । ରିପୋର୍ଟ ଆସିଲା ପରେ କ୍ଷତିଗ୍ରସ୍ତଙ୍କୁ ସହାୟତା ଦିଆଯିବ । ଏହା ସହ ଚୂଡ଼ାନ୍ତ ଆକଳନ ପରେ କେନ୍ଦ୍ରକୁ କ୍ଷତିପୂରଣ ପାଇଁ ରିପୋର୍ଟ ଦିଆଯିବ ବୋଲି କୁହାଯାଇଛି । ସେପଟେ କେନ୍ଦ୍ର ସହାୟତା ରାଶି ଦେବା ପୂର୍ବରୁ ରାଜ୍ୟ ନିଜସ୍ୱ ପାଣ୍ଠି ବାଣ୍ଟିବ ବୋଲି ମଧ୍ୟ ସୂଚନା ମିଳିଛି ।

ସେପଟେ ବାତ୍ୟା ‘ଦାନା’ ଓ ପରବର୍ତ୍ତୀ ବନ୍ୟା ଯୋଗୁ କ୍ଷତି ହୋଇଥିବା ଧାନଚାଷର କ୍ଷତିପୂରଣ କେମିତି ଆକଳନ ହେବ ? ଆକଳନ ପରେ ପୁରୁଣା ରେଟରେ କ୍ଷତିପୂରଣ ପାଇବେ ନାଁ ଫସଲର ଆଂଶିକ କ୍ଷତି ଦେଖାଇ ନୂଆ ଏମଏସପି ଧାର୍ଯ୍ୟ ଅନୁଯାୟୀ କ୍ଷତି ପୂରଣ ମିଳିବ ? ଏହାକୁ ନେଇ ସନ୍ଦେହରେ ଅଛନ୍ତି ବାତ୍ୟା ପ୍ରଭାବିତ ଜିଲ୍ଲାର ହଜାର ହଜାର ଚାଷୀ ।

କେଉଁ ହାରରେ ମିଳିବ ବାତ୍ୟା ପ୍ରଭାବିତ ଅଞ୍ଚଳର ଚାଷୀଙ୍କୁ ଖରିଫ ଧାନ ଫସଲର କ୍ଷତି ପୂରଣ ? ନୂଆ ନା ପୁରଣା ? ଏହାକୁ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ ଏବଂ କେନ୍ଦ୍ରାପଡା ଭଳି ବାତ୍ୟା ପ୍ରଭାବିତ ଅଞ୍ଚଳର ଚାଷୀ । ନୂଆ ସରକାର ନୂଆ ଏମଏସପି ହାରରେ ଧାନ ସଂଗ୍ରହ କରିବା ପାଇଁ ସ୍ଥିର କରିଥିବାରୁ ମନରେ ଅନେକ ଆଶା ନେଇ ଚାଷୀ ଧାନଚାଷ କରିଥିଲା । ଧାନ ବି ଭଲ ହୋଇଥିଲା ।

ମାତ୍ର ଠିକ୍ ଧାନ ଥୋଡ ସମୟରେ ପବନ ମାଡ ଓ ଜଳ ଜମାଟ ଯୋଗୁ ଧରାଶାୟୀ ହୋଇଗଲା ଫସଲ । ତଥାପି ସଂପୂର୍ଣ୍ଣ କ୍ଷତି ହୋଇନଥିବା କ୍ଷେତରୁ ଚାଷୀ ପୂରା ଅମଳ ନକଲେବି ୪ରୁ ୫ କୁଣ୍ଟାଲ ଧାନ ପାଇଲେ ୧୨ରୁ ୧୫ ହଜାର ଟଙ୍କା ପାଇବ । ଆଉ ଯଦି ସରକାରୀ ବାବୁମାନେ ତାକୁ ସଂପୂର୍ଣ୍ଣ କ୍ଷତି କିମ୍ବା ଆଂଶିକ କ୍ଷତି ଦେଖାନ୍ତି ତାହେଲେ ଅତି ବେଶୀରେ ୬ ହଜାର ୫ଶହ ଟଙ୍କା ପାଇବ । ସରକାରୀ ବାବୁ ମାନେ କେମିତି ଆକଳନ କରୁଛନ୍ତି ତାହା ବି ଚାଷୀଙ୍କୁ ଜଣାନାହିଁ । ତେଣୁ ଚାଷୀଙ୍କ ମନରେ ଲାଗିରହିଛି ଦ୍ୱନ୍ଦ୍ୱ ଓ ଆଶଙ୍କା ।

ଅଧିକ ପଢ଼ନ୍ତୁ: Special Story: ୧୯୯୯ ମହାବାତ୍ୟା; ବିତିଲାଣି ୨୫ ବର୍ଷ, ମନେପଡ଼ିଲେ ଝରିପଡ଼ୁଛି ଲୁହ...

OTV is now on Whatsapp

Join and get latest news update delivered to you via whatsapp

Join Now