• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବାତ୍ୟା ଦାନାର କ୍ଷୟକ୍ଷତି ଆକଳନ କରିବାକୁ କେନ୍ଦ୍ରାପଡାଭଦ୍ରକରେ ପହଞ୍ଚିଲେ କେନ୍ଦ୍ରୀୟ ଟିମ । କେନ୍ଦ୍ରାପଡାକୁ ଆସିଥିବା ୨ ଜଣିଆ କେନ୍ଦ୍ରୀୟ ଟିମରେ କେନ୍ଦ୍ର ରାଜପଥ ସଡକ, ପରିବହନ ମନ୍ତ୍ରଣାଳୟର ଆଞ୍ଚଳିକ ଅଧିକାରୀ ସୁନୀଲ କୁମାର ଏବଂ ସ୍ନେହା ସାମିଲ ହୋଇଛନ୍ତି । ଟିମ୍ ଜିଲ୍ଲାପାଳ ଓ ସବୁ ବିଭାଗର ବିଭାଗର ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି । ପରେ ସେମାନେ ରାଜନଗରର ଡାଙ୍ଗମାଳ, ରଙ୍ଗଣି, ଟିକାୟତ ନଗର, ପଟାପାରିଆ ଗାଁ ବୁଲି ଚାଷ, ବାସ, ବିଦ୍ୟୁତ୍ ଏବଂ ଭିତ୍ତିଭୂମି ପ୍ରଭାବିତ ହୋଇଥିବା ଅଞ୍ଚଳ ଦେଖିବା କାର୍ଯ୍ୟକ୍ରମ ରହିଛି ।

କେନ୍ଦ୍ରୀୟ ଦଳ ସେଠାରେ ବାତ୍ୟା ଦାନା ଦ୍ୱାରା ପ୍ରଭାବିତ ଅଂଚଳ ବୁଲି କ୍ଷୟକ୍ଷତି ଆକଳନ କରିବେ ବୋଲି ଜଣାଯାଇଛି । ପ୍ରତି ବର୍ଷ ବାତ୍ୟା ଆସୁଛି । ଝାଟି ମାଟି ଘର ଭାଙ୍ଗୁଛି । ଆଉ ବିପନ୍ନ ପୁଣିଥରେ ସେଇ କଚ୍ଚା ଘର ତିଆରି କରୁଛି । ପିଏମ୍ ଆବାସ ପାଇଁ ଆବେଦନ କରି ହିତାଧିକାରୀ ବଞ୍ଚିତ ହେଉଛନ୍ତି ।

ଅଧିକ ପଢ଼ନ୍ତୁ: ବବିଙ୍କ ଭାଇ ଲଲଙ୍କ ନାଁରେ ଆଉ ୩ ମାମଲା, ଗୁଣ୍ତାରାଜ୍‌ରେ ଭୟଭୀତ କି ଅଞ୍ଚଳବାସୀ !

ଏହାକୁ ନେଇ ନିକଟରେ ବିଧାନସଭାରେ ଆସିଥିବା ତଥ୍ୟ ଅନୁଯାୟୀ, ବିଜେଡି ସରକାର ସମୟରେ ତାଲିକା ଦେଇ ନପାରିବାରୁ ପ୍ରାୟ ୬ ଲକ୍ଷ ୫୭ ହଜାର ପକ୍କା ଘର ଫେରି ଯାଇଥିଲା । ଝାଟି ମାଟି ଘର ଭାଙ୍ଗିଥିଲେ ତାର ଅନୁଧ୍ୟାନ କରି ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ଯୋଗାଇ ଦିଆଯିବ । କିନ୍ତୁ କାହିଁକି ଏତେ ଗରିବ ଶ୍ରେଣୀର ଲୋକ ପିଏମ୍ ଆବାସ ଯୋଜନାର ସୁବିଧା ଏଯାଏଁ ପାଇପାରିନାହାନ୍ତି? ଏହାକୁ ନେଇ ମନ୍ତ୍ରୀ କହିଛନ୍ତି ଆମ ସରକାର ଦୀର୍ଘ ମିଆଦି ପଦକ୍ଷେପ ନେବାକୁ ଯାଉଛନ୍ତି ।

ଯେପରି ପ୍ରାକୃତିକ ବିପର୍ଯ୍ୟୟ ଆସିଲେ ଆଉ ଆଗକୁ ଘର ଭାଙ୍ଗିବନି । ସେପଟେ ବିଜେଡି କହିଛି ନବୀନ ସରକାରରେ ଆବାସ ଯୋଜନାରେ କୌଣସି ଦୁର୍ନୀତି ହୋଇନି । ୨୦୧୬ରୁ ୨୦୨୩ ମଧ୍ୟରେ ଯୋଗ୍ୟ ହିତାଧିକାରୀଙ୍କ ଧାର୍ଯ୍ୟ ଲକ୍ଷ୍ୟ ଥିବା ତାଲିକା ଦେଇ ପାରିନଥିଲେ ନବୀନ ସରକାର । ବର୍ତ୍ତମାନ ସୁଦ୍ଧା ୪୨ ଲକ୍ଷ ୧୮ ହଜାର ୩୬୪ ପକ୍କା ଘର ମିଳିଥିବା ବେଳେ ଏବେ ବି ୧ ଲକ୍ଷ ୨୬ ହଜାର ୭୧୯ ପରିବାର ଆବେଦନ କରି ଘର କେବେ ମିଳିବ ଅପେକ୍ଷା କରିଛନ୍ତି ।

ବାତ୍ୟା ପରବର୍ତ୍ତୀ ସାମ୍ୱାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୂଚନା ଦେଇ ମୋଟ ୨୨ ଲକ୍ଷ ୮୪ ହଜାର ଲୋକ ବିଦ୍ୟୁତ୍ ସେବାରୁ ବିଚ୍ଛିନ୍ନ ହୋଇଥିବା କହିଥିଲେ । ବିଦ୍ୟୁତ୍ ବିଭାଗର ୭ ହଜାର କର୍ମଚାରୀ ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ ଥିଲେ । କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର ଏବଂ ମୟୂରଭଞ୍ଜ ଜିଲ୍ଲାର ୧୨ଟି ବ୍ଲକ, ୮୮୦ ପଞ୍ଚାୟତର ୪୧୦୦ ଗାଁରେ ଫସଲ କ୍ଷତି ହୋଇଛି । ମୋଟ ୨ ଲକ୍ଷ ୭୧ ହଜାର ୮୦୦ ଏକର ଚାଷଜମିରେ ଫସଲ କ୍ଷତିଗ୍ରସ୍ତ ହୋଇଛି । ଜଳ ନିଷ୍କାସନ ପରେ କ୍ଷେତ୍ରକୁ ଯାଇ ଆକଳନ କରାଯିବ । ସେହି ଆଧାରରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଅଧିକ ପଢ଼ନ୍ତୁ: ଉତ୍ତରପ୍ରଦେଶରେ ଭୟଙ୍କର ହିଂସା: ବନ୍ଦ ହେଲା ସ୍କୁଲ୍‌-ଇଣ୍ଟରନେଟ୍ ସେବା, ୪ ମୃତ

OTV is now on Whatsapp

Join and get latest news update delivered to you via whatsapp

Join Now