Advertisment

Cyclone Fengal: ଲ୍ୟାଣ୍ଡଫଲ୍ କଲା ବାତ୍ୟା ‘ଫେଞ୍ଜଲ’; ଲଗାଣ ବର୍ଷାରେ ବେହାଲ୍ ଚେନ୍ନାଇ

ସ୍ଥଳଭାଗ ଅତିକ୍ରମ କରିଛି ବାତ୍ୟା ‘ଫେଞ୍ଜଲ’। ଗତକାଲି ରାତି ପ୍ରାୟ ୮ଟାରୁ ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ ହୋଇ ରାତି ପ୍ରାୟ ୨ଟା ପର୍ଯ୍ୟନ୍ତ ଚାଲିଥିଲା ।

author-image
Sonali Ojha
Cyclone Fengal

Cyclone Fengal

ସ୍ଥଳଭାଗ ଅତିକ୍ରମ କରିଛି ବାତ୍ୟା ‘ଫେଞ୍ଜଲ’। ଗତକାଲି ରାତି ପ୍ରାୟ ୮ଟାରୁ ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ ହୋଇ ରାତି ପ୍ରାୟ ୨ଟା ପର୍ଯ୍ୟନ୍ତ ଚାଲିଥିଲା । ଲ୍ୟାଣ୍ଡିଂ ସମୟରେ ଘଣ୍ଟାପ୍ରତି ୮୦ରୁ ୯୦ କିଲୋମିଟର ବେଗରେ ପବନ ବହିଥିଲା । ଫଳରେ ତାମିଲନାଡ଼ୁ ଓ ପୁଡୁଚେରୀ ଉପକୂଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବିଭିନ୍ନ ସ୍ଥାନରେ ଘରଦ୍ବାର ନଷ୍ଟ ହେବା ସହ ବଡବଡ ଗଛ ଉପୁଡ଼ି ପଡ଼ିଛି । ଲଗାଣ ବର୍ଷାଯୋଗୁ ଚେନ୍ନାଇଲେ ଗମ୍ଭୀର ସ୍ଥିତି ସୃଷ୍ଟି ହୋଇଛି ।

Advertisment

ପୁଡୁଚେରୀ, ଚେନ୍ନାଇ, ବିଶାଖାପାଟଣା, ମହାବଳୀପୁରମ ଅଞ୍ଚଳର ଲୋକେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି। ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇପଡ଼ିଥିବାରୁ ଯାତାୟାତ ପ୍ରଭାବିତ ହୋଇଛି । କେତେକ ରୁଟରେ ରେଳ ଯାତ୍ରା ମଧ୍ୟ ସ୍ଥଗିତ ରଖାଯାଇଛି । ବାତ୍ୟା ପରେ ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ କରୁଛି । ବିଭିନ୍ନ ଅଞ୍ଚଳ ପାଇଁ ଟୋଲଫ୍ରି ନମ୍ବର ଜାରି କରାଯାଇଛି ।

ବାତ୍ୟାକୁ ଦୃଷ୍ଟିରେ ରଖି ତାମିଲନାଡୁର ଅନେକ ଜିଲ୍ଲାରେ ସ୍କୁଲ ଏବଂ କଲେଜକୁ ପୂର୍ବରୁ ଛୁଟି ଘୋଷଣା କରିଦିଆଯାଇଛି। ବାତ୍ୟା ସ୍ଥଳଭାଗ ଛୁଇଁବା ପୂର୍ବରୁ ଉପକୂଳବର୍ତ୍ତୀ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଚେନ୍ନାଇରେ ବିମାନ ଏବଂ ଟ୍ରେନ୍ ସେବାକୁ ରଦ୍ଦ କରିଦିଆଯାଇଛି। ପ୍ରବଳ ବର୍ଷା କାରଣରୁ ଚେନ୍ନାଇର ଅନେକ ଡାକ୍ତରଖାନା ଏବଂ ଘର ପାଣି ଘେରରେ ରହିଛି। ଏହା ସହିତ ପୁଡୁଚେରୀର ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କୁ ମଧ୍ୟ ସ୍ଥାନାନ୍ତର କରାଯାଇଛି।

Advertisment

ବାତ୍ୟା ଫେଞ୍ଜଲ୍ ପ୍ରଭାବରେ ତାମିଲନାଡୁର ବିଭିନ୍ନ ସ୍ଥାନରେ ଲାଗିରହିଛି ବର୍ଷା। ଚେନ୍ନାଇରେ ମଧ୍ୟ ପ୍ରବଳ ବର୍ଷା ହେଉଛି। ରସ୍ତା ଘାଟ ଜଳମଗ୍ନ। ଏହାରି ଭିତରେ ଏଟିଏମ୍‌ରେ ବି ପାଣି ପଶିଯାଇଛି। ତେବେ ATMକୁ ଟଙ୍କା ଉଠାଇବାକୁ ଯାଇଥିବା ବେଳେ ଇଲେକଟ୍ରିକ୍ କରେଣ୍ଟ ଲାଗି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଆଉ ମୃତଦେହ ATM ବାହାରେ ଥିବା ପାଣିରେ ବୁଡି ରହିଥିବା ଦେଖିବାକୁ ମିଳିଥିଲା। ଏହି ଘଟଣାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି।

ଅଧିକ ପଢନ୍ତୁ: ଇତିହାସରେ ପ୍ରଥମ !! ମରୁଭୂମିରେ ତୁଷାରପାତ

ଚେନ୍ନାଇରେ ବନ୍ୟା ପ୍ରଭାବିତ ରାସ୍ତାରେ ATM ଆଉଟଲେଟ୍ ବାହାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା। ମୃତଦେହଟି ପାଣିରେ ଭାସୁଥିଲା। କିଛି ଲୋକ ଏହା ଦେଖି ମୃତଦେହଟିକୁ ବାଡ଼ି ସାହାଯ୍ୟରେ ଟାଣି ଆଣିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଟିକୁ ଉଦ୍ଧାର କରିଥିଲା। ପୋଲିସର ସୂଚନା ଅନୁଯାୟୀ, ମୃତକଙ୍କ ପରିଚୟ ଏଯାଏ ଅସ୍ପଷ୍ଟ ରହିଛି। ତେବେ ବିଦ୍ୟୁତ ଆଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି। ଘଟଣାର ତଦନ୍ତ କରାଯାଉଛି। ଗତ ସପ୍ତାହରେ ଫେଞ୍ଜଲ୍ ଯୋଗୁଁ ଶ୍ରୀଲଙ୍କା ଉପକୂଳରେ ୬ ଜଣ ଶିଶୁଙ୍କ ସମେତ ଅତି କମରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିଲା।

Cyclones Landfall Tamilnadu
Advertisment
Advertisment