• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବାତ୍ୟା ମିଗଜୋମ୍‌ରୁ ପ୍ରଭାବରୁ ବର୍ତ୍ତି ନାହାନ୍ତି ବଲିଉଡ୍‌ ଅଭିନେତା ଆମୀର୍‌ ଖାନ୍‌ । ଉବୁଟୁବୁ ଚେନ୍ନାଇରେ ଫସିଲେ ଆମୀର୍‌ । ବାତ୍ୟା ଯୋଗୁଁ ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁରେ ପ୍ରଭାବିତ ହୋଇଛି ବିମାନ ଓ ରେଳ ସେବା । ୫୦ରୁ ଅଧିକ ବିମାନ ଏବଂ ୧୦୦ରୁ ଅଧିକ ଟ୍ରେନ୍ ବାତିଲ କରାଯାଇଛି । ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି ଅବିଶ୍ରାନ୍ତ ବର୍ଷା ଓ ଜଳପ୍ରଳୟ । ଚେନ୍ନାଇ ମହାନଗରୀର ଗଳିକନ୍ଦି, ଛକବଜାର, ଆପାର୍ଟମେଣ୍ଟ ଠୁ ଆରମ୍ଭ କରି ଏୟାରପୋର୍ଟ ଓ ସବୱେ । ସବୁଠି ଉବୁଟୁବୁ ସ୍ଥିତି । ଗାଡ଼ି ଗମନାଗମନ ସହିତ ଟ୍ରେନ୍ ଓ ବିମାନ ଚଳାଚଳ ବି ବାଧାପ୍ରାପ୍ତ ହୋଇଛି ।

ସ୍ଥଳ ଭାଗ ଛୁଇଁଛି ବାତ୍ୟା ମିଗ୍‌ଜୋମ । ଲ୍ୟାଣ୍ଡଫଲ କରିବା ପରେ ବାତ୍ୟା ମିଗ୍‌ଜମ ତାଣ୍ଡବ ରଚିଛି । ଚେନ୍ନାଇରେ ବାତ୍ୟାର ବିଶେଷ ପ୍ରଭାବ ଦେଖିବାକୁ ମିଳିଛି । ଏହାରି ଭିତରେ ଫସି ଯାଇଛନ୍ତି ଅଭିନେତା ଆମୀର ଖାନ୍‌ । ପ୍ରବଳ ବର୍ଷା ଯୋଗୁ ଚେନ୍ନାଇରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ଲୋକେ ଘରେ ଏକ ପ୍ରକାର ବନ୍ଦୀ ହୋଇ ଅଛନ୍ତି । ଏହାରି ଭିତରେ ଅଭିନେତା ଆମୀର୍‌ ଖାନ୍ ମଧ୍ୟ ଫସି ଯାଇଥିବା ଜଣାପଡିଛି । ଏନେଇ ସାଉଥ ସୁପରଷ୍ଟାର ବିଷ୍ଣୁ ବିଶାଲ ସୂଚନା ଦେଇଛନ୍ତି । ଏହି ଫଟୋ ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି ।

 

ସୋସିଆଲ ମିଡିଆ ଏକ୍ସ ପେଜ୍‌ରେ ବିଷ୍ଣୁ ବିଶାଲ ଏନେଇ ଏକ ଫଟୋ ପୋଷ୍ଟ କରିଛନ୍ତି । ଏଥିରେ ତାଙ୍କ ସହ ଆମୀର ଖାନ୍‌ଙ୍କୁ ମଧ୍ୟ ଉଦ୍ଧାରକାରୀ ଦଳ ଉଦ୍ଧାର କରୁଥିବା ଦେଖିବାକୁ ମିଳିଛି । ରେସ୍କ୍ୟୁ ଟିମ୍‌ ସହ ଆମୀର୍‌ ଡଙ୍ଗାରେ ବସିଥିବା ନଜର ଆସିଛନ୍ତି । ଦୀର୍ଘ ୪ ଘଣ୍ଟା ପରେ ଏହି ଦୁଇ ଷ୍ଟାର୍‌ଙ୍କୁ ଉଦ୍ଧାର କରାଯାଇଛି ।

ନିକଟରେ ସାଉଥ ଅଭିନେତା ବିଷ୍ଣୁ ତାଙ୍କ ଘରେ ପାଣି ପଶିଯାଇଥିବା ଓ ମୋବାଇଲ୍‌ ନେଟ୍‌ଓ୍ୱର୍କ କି ଓ୍ୱାଇଫାଇ କାମ କରୁନଥିବା ନେଇ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ସହାୟତା ମାଗିଥିଲେ । ଏହାପରେ ଉଦ୍ଧାରକାରୀ ଦଳ ଆଜି ତାଙ୍କ ସହ ଆମୀର୍‌ ଖାନ୍‌ଙ୍କୁ ମଧ୍ୟ ରେସ୍କ୍ୟୁ କରିଛନ୍ତି । ଅଗ୍ନି ଓ ରେସ୍କ୍ୟୁ ଟିମ୍‌ ସହାୟତା ପାଇଁ ପହଞ୍ଚି ଥିବାରୁ ଉଦ୍ଧାରକାରୀ ଦଳଙ୍କୁ ସାଉଥ ସୁପରଷ୍ଟାର ବିଷ୍ଣୁ ଟ୍ୱିଟ୍‌ କରି ଧନ୍ୟବାଦ ଜଣାଇଛନ୍ତି ।

ସୂଚନାନୁଯାୟୀ ଅଭିନେତା ଆମୀର୍‌ ଖାନ୍‌ ଏବେ ଚେନ୍ନାଇରେ ଅଛନ୍ତି । ଚେନ୍ନାଇରେ ତାଙ୍କ ମା' ଜୀନତ ହୁସେନଙ୍କ ଚିକିତ୍ସା ଚାଲିଛି । ସେଥିପାଇଁ ଅକ୍ଟୋବର ମାସରୁ ଚେନ୍ନାଇକୁ ସିଫ୍ଟ ହୋଇଛନ୍ତି ଆମୀର୍‌ ।