ଭାଇର ଅପରେସନ୍ ପାଇଁ ଟଙ୍କା ରଖିଥିଲେ, କିନ୍ତୁ ଆକାଉଣ୍ଟରୁ ଗାଏବ ହୋଇଗଲା ୩ ଲକ୍ଷ ଟଙ୍କା...ଖୋଜିବା ବେଳକୁ ଆଉ କିଛି ନାହିଁ
ମୋବାଇଲ ମରାମତି ପାଇଁ ଯାଇଥିଲେ କିନ୍ତୁ ଆକାଉଣ୍ଟରୁ ଗାଏବ ହୋଇଗଲା ୩ ଲକ୍ଷ ଟଙ୍କା। ଭାଇର ଅପରେସନ ପାଇଁ ରଖିଥିବା ଟଙ୍କା ଯିବା ପରେ କାନମୁଣ୍ଡା ଆଉଁଷି ଆଉଁଷି କେମିତି ଟଙ୍କା ଗଲା ଖୋଜିଲା ବେଳକୁ ଯେଉଁ ତଥ୍ୟ ସାମ୍ନାକୁ ଆସିଲା, ତାହାକୁ ଦେଖନ୍ତୁ...
ଲେଉଟିଆ ଶାଗକୁ ଖୁଣ୍ଟି ଖୁଣ୍ଟି ଖାଇଲେ ମଜା ଲାଗିବ, ତୁମେ କହୁଛ ମୂଳରୁ ଓପାଡ଼ି ଦେବ...ଏମିତି ଭାବରେ ଜଣେ ବାପା ତାଙ୍କ ପୁଅ ପାଇଁ ବାଇକ୍ କିଣିବାକୁ ଟଙ୍କା ରଖିଥିଲେ ଆଉ ଆକାଉଂଟ୍ରୁ ଟଙ୍କା ଲୁଟ୍ କରୁଥିଲେ ସାଇବର ଲୁଟେରା, ଦେଖନ୍ତୁ ପରେ ହେଲା କଣ
ତୁମେ ଜମାରୁ ୫ ବର୍ଷ ହେବ ଏ ଲାଇନ୍କୁ ଆସିଛ। କେମିତି ଟଙ୍କା ଆକାଉଂଟ୍ରୁ ଚୋରି କରିବ ଏବେ କେମିତି ଶିଖେଇବି ଯେ? ପାଂଚ ବର୍ଷ ଯାଉ ଶିଖିବ....ସେପଟେ ବ୍ୟବସାୟୀଙ୍କ ଆକାଉଂଟରୁ କଟୁଥିଲା ଟଙ୍କା
କେବଳ ମହିଳା ନୁହଁନ୍ତି, ଅପମାନିତ ଓ ଭୟଭୀତ କରିବା ଉଦ୍ଦେଶ୍ୟରେ ସାମାଜିକ ଓ ରାଜନୈତିକ ପ୍ରସଙ୍ଗରେ ଭିନ୍ନ ମତ ଉଠାଉଥିବା ଆଇନଜୀବୀ ଓ ସାମାଜିକ କର୍ମୀଙ୍କୁ ବି ବୁଲିବାଇ ଆପ୍ରେ ଟାର୍ଗେଟ୍ କରାଯାଉଥିଲା।
ସୋସିଆଲ ମିଡିଆରେ ଘୃଣା ସୃଷ୍ଟି କରୁଥିଲା ବୁଲିବାଇ (‘Bulli Bai’ )ଆପ୍ । କିଛି ଅସାମାଜିକ ବ୍ୟକ୍ତି ବୁଲି ବାଇ ଆପରେ ମହିଳାଙ୍କ ବିରୋଧରେ ବିଭିନ୍ନ ଅପମାନଜନକ ମନ୍ତବ୍ୟ ଦେଉଥିଲେ । ମାନସିକ ବିକୃତିକୁ ଅନଲାଇନ୍ ପ୍ଲାଟଫର୍ମରେ ଜାହିର କରୁଥିବାରୁ ବିବାଦ ଉପୁଜିଥିଲା ।
ହ୍ୱାଟ୍ସଆପ୍ ନମ୍ବରରେ ମେସେଜ୍ ପଠାଇ କହୁଛନ୍ତି ଆପଣଙ୍କ ନାଁରେ ଲକ୍ଷ ଲକ୍ଷ ଟଙ୍କା ପ୍ରାଇଜ୍ ଉଠିଛି। ହେଲେ ସେହି ମେସେଜ୍ ଅନୁସାରେ କାମ କଲେ ଆକାଉଣ୍ଟରୁ ଉଡ଼ିଯାଉଛି ଟଙ୍କା...ଜାଣନ୍ତୁ କେମିତି?
ଆମେ ଟଙ୍କା ନେଇଛୁ କିନ୍ତୁ ତୁମ ସ୍ତ୍ରୀକୁ ତ ନେଇନୁ...ଯାଉନ ଥାନାକୁ ସେମାନେ FIR ରଖିବେନି...ଆମେ କଂସାରୀ ଘରର ପାରା କୁଲା ଢାଉଁ ଢାଉଁ କଲେ ଆମର କଣ ହେବ? ଟଙ୍କା ଠକିବା ପରେ ଏମିତି କହିଲେ ସାଇବର ଲୁଟେରା
ଅନ୍ ଲାଇନ୍ ପେମେଣ୍ଟ୍ କଲାବେଳେ ସାବଧାନ। ଯଦି ବ୍ୟାଙ୍କ ଆକାଉଣ୍ଟରୁ ପଇସା କଟିଛି ଅଛଚ ଆପଣ ଯାହାଙ୍କ ପାଖକୁ ପଇସା ପଠାଉଥିଲେ ସେ ପାଇ ନାହାନ୍ତି ତେବେ ଭୁଲରେ ବି ଏଣୁତେଣୁ ଆପ୍ଲିକେସନ ଡାଉନଲୋଡ୍ କରି ଅଜଣା Helpline ନମ୍ବରରେ କଲ୍ କରନ୍ତୁ ନାହିଁ। ଦେଖନ୍ତୁ କେମିତି ହଇରାଣ ହୋଇଛନ୍ତି ରମେଶ ସାହୁ ନାମକ ଏହି ବ୍ୟକ୍ତି ଜଣକ।
୧୦ ହଜାର ଦିଅ, ୧୫ ହଜାର ଦିଅ। ଲୋନ୍ କରିଦେବେ ବୋଲି ବାରମ୍ବାର ଟଙ୍କା ନେଲେ କିନ୍ତୁ ପୂରା ଠକିଦେଲେ। ୭୧ ହଜାର ଦେଇ ଟେନ୍ସନ୍ରେ ହିତାଧିକାରୀ ଆଉ ଟଙ୍କା ଲୁଟି ଅୟସ୍ରେ ସାଇବର ଅପରାଧୀ...ଦେଖନ୍ତୁ କେମିତି ବିଛାଯାଇଥିଲା ଲୁଟ୍ର ମାୟାଜାଲ
ରାଜଧାନୀରେ ଦିନକୁ ଦିନ ବୃଦ୍ଧି ପାଉଛି ଦୁର୍ବୁତ୍ତଙ୍କ ଆତଙ୍କରାଜ। ରାହାଜାନୀଠୁ ଆରମ୍ଭ କରି ସାଇବର କ୍ରାଇମ୍ ପର୍ଯ୍ୟନ୍ତ ଦିନକୁ ଦିନ ବଢିବାରେ ଲାଗିଛି ଅପରାଧର ସଂଖ୍ୟା। ସେମାନଙ୍କ ଉପରେ ଲଗାମ ଲଗାଇବାକୁ ନୂଆ କରି ପ୍ରତିଷ୍ଠା ହେଲା ସାଇବର ଥାନା।
ସେଥିରୁ କେବଳ ୨ ହଜାର ୮୭୨ ଅଭିଯୋଗ ରାଜଧାନୀରୁ ଆସିଛି । ପ୍ରାୟ ୧୧ ମାସ ମଧ୍ୟରେ କେବଳ ଭୁବନେଶ୍ୱରରୁ ଠକେଇ ହୋଇଛି । ୬ କୋଟି ୭୯ ଲକ୍ଷ ୮୫ ହଜାର ୩୪୪ ଟଙ୍କା । ସେଥି ମଧ୍ୟରୁ ମାତ୍ର କୋଟିଏ ୪୮ ଲକ୍ଷ ୧୧ ହଜାର ଟଙ୍କା ଫେରସ୍ତ ଓ ବ୍ଲକ୍ କରାଯାଇଛି ।
ଧୋକା ଦେଇଗଲେ ବିଦେଶୀ ବନ୍ଧୁ। ଫେସ୍ବୁକ୍ରେ ଚାଟିଂ ହ୍ୱାଟ୍ସଆପ୍ରେ ଟକିଂ...ଏମିତି ମାୟା ଜାଲ ବିଛାଇଲେ, ଖସି ପାରିଲେ ନାହିଁ ଏହି ମହିଳା...ଶୂନ ହୋଇଗଲା ବ୍ୟାଙ୍କ ଆକାଉଣ୍ଟ...ସବୁ ଗଲେ କିଛି ମୁକୁଳାଇପାରିଲେନି...
ଖାଇ ପି’ ରାତିରେ ଶୋଇଥିଲେ ମନୋଜ। ଅଧରାତିରେ ରିଙ୍ଗ୍ ହେଲା ଫୋନ୍, ସେପଟୁ ଶୁଭିଲା ଆପଣଙ୍କ ଆକାଉଣ୍ଟରୁ ୮୦ ହଜାର ଟଙ୍କା ଗାଏବ ହୋଇଯାଇଛି...ଆଉ ତା’ପରେ ହେଲା କଣ?
ବେଳେବେଳେ ଆପଣଙ୍କ ହ୍ୱାଟ୍ସଆପ୍କୁ ଅଜଣା ନମ୍ବରରୁ ମେସେଜ୍ ଆସୁଥାଇ ପାରେ ଲୋଭନୀୟ ମେସେଜ୍। ହୁସିଆର୍ ! ସେଥିରେ ହାତ ମାରିବେ ନାହିଁ। ନଚେତ୍ ଆପଣ ଠକାମିର ଶିକାର ହୋଇପାରନ୍ତି।
କେତେବେଳେ କେଉଁ ନାଁରେ ସେ ପରିଚିତ। ସବୁବେଳେ ନାଁ ବଦଳାଇ କରୁଥିଲା ଏମିତି। ଟଙ୍କା ଲୁଟିବା ଥିଲା ତାହାର କାମ। ଏବେ ଜାଣନ୍ତୁ ଲୁଟର ଶିକାର ପରେ କଣ କଲେ ଯୁବକ...
ପୁଣି ମାତିଲେଣି ଚିଟ୍ଫଣ୍ଡ ଲୁଟେରା । ହେଲେ ଏବେ ଆଫ୍ଲାଇନ୍ ନୁହେଁ ଆନ୍ଲାଇନ୍ରେ । ସାରା ଦେଶ ଏବେ ଡିଜିଟାଲ ଇଣ୍ଡିଆ ଆଡ଼କୁ ଗତି କରୁଥିବା ବେଳେ ଚିଟ୍ଫଣ୍ଡ ଠକ ବି ନେଇଛନ୍ତି ଅନ୍ଲାଇନ୍ର ସାହାରା ।
ପ୍ରଥମେ ଫ୍ରେଣ୍ଡ। ତା ପରେ ଚାଟିଂ। ଏମିତି ସଂପର୍କ ହୁଏ ସୁଦୁଢ। ପରେ ଆରମ୍ଭ ହୋଇଯାଏ ଅଭିନୟ। କିଛି ସାହାର୍ଯ୍ୟ ପାଇଁ ଅନୁରୋଧ କରି ଲୁଟି ନିଏ ସର୍ବସ୍ୱ।
ସାବଧାନ ! ଆପଣଙ୍କ ଅଜାଣତରେ ଆପଣଙ୍କ ମୋବାଇଲ୍ ନମ୍ବର ଚୋରି ହୋଇଯାଇ ନାହିଁ ତ ? ଆପଣଙ୍କ ମୋବାଇଲ୍ ନମ୍ବର ଗୋଟିଏ ଟେଲିକମ୍ କଂପାନୀରୁ ଅନ୍ୟ ଟେଲିକମ୍ କମ୍ପାନୀରେ ପଞ୍ଜୀକୃତ ହୋଇନି ତ ?
କେବଳ ଜୁନ୍ରେ ଠକେଇ ନେଇ ୧୫ଟି ମାମଲା ରୁଜୁ ହୋଇଛି। ସାଇବର ଠକ ମୁଖ୍ୟତଃ UPI ମାଧ୍ୟମରେ ଅଧତ୍କ ଠକେଇ କରିଛନ୍ତି। ଏଥିସହ କ୍ରେଡିଟ୍ କାର୍ଡ, ଫୋନ କଲ୍ରେ ମଧ୍ୟ ଲୋକଙ୍କୁ ଠକିଛନ୍ତି।
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ସାରବର ଅପରାଧ। ୨୦୧୬ ମସିହା ଅପେକ୍ଷା ୨୦୧୭ରେ ପ୍ରାୟ ଦୁଇଗଣ ସାଇବର ଅପରାଧ ବଢ଼ିଛି। ବିଧାନସଭାରେ ବିଧାୟକ ଭୁଜବଳ ମାଝୀଙ୍କ ପ୍ରଶ୍ନରେ ଏଭଳି ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରିପୋର୍ଟ ଅନୁସାରେ ୨୦୧୬ ମସିହାରେ ରାଜ୍ୟରେ ୩୧୭ଟି ସାଇବର ସଂପର୍କିତ ମାମଲା ରୁଜୁ ହୋଇଥିଲା। ଯେଉଁଥିରେ ୯୯ଜଣଙ୍କୁ ଗିରଫ କରାଯାଇଥିଲା। ତେବେ ୨୦୧୭ ମସିହାରେ ଏହି ଅପରାଧ ପ୍ରାୟ ଦୁଇଗଣ ବୃଦ୍ଧି ପାଇ ୮୨୪ରେ ପହଞ୍ଚିଥିଲା। ଯେଉଁଥିରେ […]
କମିଶନରେଟ ପୋଲିସର ଚିନ୍ତା ବଢାଉଛି ସାଇବର ଫ୍ରଡ୍ । ଗତ ୬ ମାସରେ ସାଇବର ଠକ ଠକିଲେଣି ୬ କୋଟି ଟଙ୍କା
ଏହି ଲିଙ୍କ୍ ଖୋଲିବା ମାତ୍ରେ ଆକାଉଣ୍ଟରୁ ଟଙ୍କା ଗାଏବ ହୋଇଥିବାର ଆଶଙ୍କା ଅଛି। କାରଣ ଲିଙ୍କ୍ ଖୋଲିଲେ, ସେମାନଙ୍କୁ ପାଖକୁ ବ୍ୟାଙ୍କ ଆକାଉଣ୍ଟର ଗୋପନୀୟ ତଥ୍ୟ ସବୁ ଲିକ୍ ହୋଇପାରେ। ତେଣୁ ଏପରି ଲିଙ୍କ୍ ଉପରେ କ୍ଲିକ୍ ନ କରିବାକୁ କମିଶନରେଟ ପୋଲିସ ପରାମର୍ଶ ଦେଇଛି।
ବଡ଼ ସାଇବର ଠକେଇର ପର୍ଦ୍ଦାଫାସ୍ କଲା କମିଶନରେଟ ପୋଲିସ । ଠକେଇ ହୋଇଥିବା ୩୯ ଲକ୍ଷରୁ ୨୫ ଲକ୍ଷ ଫେରିବାରେ ସଫଳ । ଘଟଣା ସଂପର୍କରେ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସୂଚନା
ଭୁବନେଶ୍ୱର: KYC ଅପଡେଟ୍ କରିବା ବାହାନାରେ ଲୁଟି ନେଲେ ୬୦ ହଜାର ଟଙ୍କା । ଲୁଟର ଶିକାର ହୋଇଛନ୍ତି ଭୁବନେଶ୍ୱରର ଜଣେ ଶିକ୍ଷୟିତ୍ରୀ । ଫୋନ୍ ଓ ବ୍ୟାଙ୍କ ଆକାଉଣ୍ଟ ବ୍ଲକ ହୋଇ ଯାଇଥିବା କହି ସାଇବର ଠକ, ଶିକ୍ଷୟିତ୍ରୀ ପ୍ରିୟଦର୍ଶନୀ…