Advertisment

ସ୍କାନର୍‌ରେ ଓଡ଼ିଆ ଯୁବକ, ମୁହଁ ଖୋଲୁନି ଓଡ଼ିଶା ପୋଲିସ୍

କେବଳ ମହିଳା ନୁହଁନ୍ତି, ଅପମାନିତ ଓ ଭୟଭୀତ କରିବା ଉଦ୍ଦେଶ୍ୟରେ ସାମାଜିକ ଓ ରାଜନୈତିକ ପ୍ରସଙ୍ଗରେ ଭିନ୍ନ ମତ ଉଠାଉଥିବା ଆଇନଜୀବୀ ଓ ସାମାଜିକ କର୍ମୀଙ୍କୁ ବି ବୁଲିବାଇ ଆପ୍‌ରେ ଟାର୍ଗେଟ୍ କରାଯାଉଥିଲା।

author-image
Chandan Shishu
Bulli Bai App Case

Bulli Bai App Case

ଭୁବନେଶ୍ୱର: ବହୁଚର୍ଚ୍ଚିତ ବୁଲ୍ଲିବାଇ ଆପ୍ ମାମଲାରେ ଓଡ଼ିଶା ଲିଙ୍କ୍। ସାଇବର ପୋଲିସ ସ୍କାନର୍‌ରେ ଓଡ଼ିଶାର ଯୁବକ। ଯାହାକୁ ବାନ୍ଧି ନେଇଛି ମୁମ୍ବାଇ ପୋଲିସ୍ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଅଭିଯୁକ୍ତ ଯୁବକର ନାଁ ନୀରଜ ସିଂ। ଘର ଝାରସୁଗୁଡ଼ାରେ ବୋଲି ଜଣାପଡ଼ିଛି। ଓଡ଼ିଶା ପୋଲିସ କିନ୍ତୁ ମୁହଁ ଖୋଲିବାକୁ ନାରାଜ। ତେବେ ୨୮ ବର୍ଷିୟ ଏହି ଯୁବକ ଜଣକ ଏମବିଏ ଛାତ୍ର ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।

Advertisment

ଖବର ଅନୁଯାୟୀ, ବିବାଦୀୟ ବୁଲ୍ଲିବାଇ ଆପ୍ ତିଆରି କରିବାରେ ନୀରଜଙ୍କ ରହିଛି ପ୍ରମୁଖ ଭୂମିକା। ମୁଖ୍ୟ ଅଭିଯୁକ୍ତ ତଥା ବୁଲ୍ଲିବାଇ ଆପ୍‌ର ମାଷ୍ଟରମାଇଣ୍ଡ ନୀରଜ ବିଷ୍ଣୋଇ ସହ ମିଶି ନିଲାମୀ ପାଇଁ ନିର୍ଦ୍ଦିଷ୍ଟ ସଂପ୍ରଦାୟର ମହିଳାମାନଙ୍କ ଫଟୋକୁ ଆପତ୍ତିଜନକ ଭାବେ ଅନଲାଇନରେ ଅପଲୋଡ୍ କରୁଥିବା ନେଇ ପୂର୍ବରୁ ସୂଚନା ପାଇଥିଲା ମୁମ୍ବାଇ ସାଇବର ସେଲ୍। ଶେଷରେ ନୀରଜ ସିଂଙ୍କ ସମ୍ପୂର୍ଣ୍ଣ ଠିକଣା ପାଇବା ପରେ ଅଚାନକ ଝାରସୁଗୁଡ଼ା ଆସି ଗିରଫ କରିଛି।  

ଉତ୍ତରାଖଣ୍ଡର ଶ୍ୱେତା ସିଂ ହୁଅନ୍ତୁ ବା ମୟଙ୍କ ରାଓ୍ୱଲ୍, ଆସାମର ନୀରଜ ବିଷ୍ଣୋଇ ହୁଅନ୍ତୁ ବା ବେଙ୍ଗାଳୁରୁର ବିଶାଲ କୁମାର ଝା। ମୁମ୍ବାଇ ପୋଲିସର ସାଇବର ସେଲ୍ ହାତରେ ପୂର୍ବରୁ ଧରାପଡ଼ିଥିବା ଏମାନେ ହେଉଛନ୍ତି ଜଣେ ଜଣେ ଅଭିଯୁକ୍ତ। ସମସ୍ତେ ଉଚ୍ଚଶିକ୍ଷିତ ଅଭିଯୋଗ ମୁତାବକ, ବହୁଳ ମାତ୍ରାରେ ବ୍ୟବହାର ହେଉଥିବା ସୋସିଆଲ୍ ମିଡିଆକୁ ମାଧ୍ୟମ କରି ବୁଲ୍ଲିବାଇ ନାଁରେ ଏକ ଆପ୍ଲିକେସନ୍ ତିଆରି କରି ବିନା ଅନୁମତିରେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ମହିଳାଙ୍କ ଫଟୋକୁ ଅପଲୋଡ୍ କରୁଥିଲେ।

Advertisment

କେବଳ ମହିଳା ନୁହଁନ୍ତି, ଅପମାନିତ ଓ ଭୟଭୀତ କରିବା ଉଦ୍ଦେଶ୍ୟରେ ସାମାଜିକ ଓ ରାଜନୈତିକ ପ୍ରସଙ୍ଗରେ ଭିନ୍ନ ମତ ଉଠାଉଥିବା ଆଇନଜୀବୀ ଓ ସାମାଜିକ କର୍ମୀଙ୍କୁ ବି ବୁଲିବାଇ ଆପ୍‌ରେ ଟାର୍ଗେଟ୍ କରାଯାଉଥିଲା। ତାସହ ଅକ୍ସନ୍ ଲିଷ୍ଟ୍ ବା ନିଲାମୀ ତାଲିକାରେ ଯୋଡ଼ାଯାଉଥିଲା। କିନ୍ତୁ ବାସ୍ତବିକ୍ ସେଭଳି କିଛି ନିଲାମୀ ହେଉନଥିଲା। ଜାନୁୟାରୀ ପହିଲାରେ କିଛି ମହିଳା ଏହି ଆପ୍‌ରେ ନିଜ ନାଁ ଥିବା ଜାଣିବା ପରେ ମୁମ୍ବାଇ ପୋଲିସ୍‌ର ଦ୍ୱାରସ୍ଥ ହୋଇଥିଲେ। ଯାହାର ଖୋଳତାଡ଼ କରୁଛି ସାଇବର ସେଲ୍।

ଗତବର୍ଷ ସୁଲ୍ଲି ଡିଲ୍ସ ନାମକ ଏଭଳି କୁତ୍ସିତ ଆପ୍ ଗିଟହବ୍ ପ୍ଲାଟଫର୍ମରେ ପ୍ରସାରିତ ହୋଇ ଚର୍ଚ୍ଚାକୁ ଆସିଥିଲା। ଏହି ଆପ୍‌କୁ ବର୍ଷେ ତଳେ ଅକାମୀ କରିଦିଆଯାଇଥିଲା। ଆଉ ସେହି ସୁଲ୍ଲି ଡିଲ୍ସର ବୁଲ୍ଲିବାଇ ଏକ ନକଲ୍ ବୋଲି କୁହାଯାଉଛି।

ରିପୋର୍ଟ: ଭାଗିରଥୀ ସାହୁ, ଅତୁଲ୍ୟ ବାଉତ ଏବଂ ଆଲୋକ ମହାନ୍ତି

Cyber Crime Bulibai APP
Advertisment
Advertisment