• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ସବୁଠାରୁ ଅଧିକ ରୁଜୁ ହୋଇଛି ଠକେଇ ମାମଲା

  • ନୂଆ ନୂଆ ଉପାୟ ଅବଲମ୍ବନ କରି ଅପରାଧ ଘଟାଉଛନ୍ତି ସାଇବର୍ କ୍ରିମିନାଲ

ଦେଶରେ ବୃଦ୍ଧି ପାଉଛି ସାଇବର ଅପରାଧ । ପୂର୍ବ ତୁଳନାରେ ୨୦୨୦ରେ ସାଇବର ଅପରାଧ ୧୧. ୮ ପ୍ରତିଶତ ବୃଦ୍ଧି ପାଇଛି । ୨୦୨୦ରେ ଦେଶରେ ମୋଟ ୫୦ ହଜାର ୩୫ଟି ଅପରାଧ ପଂଜୀକରଣ ହୋଇଥିବା ଜଣାପଡିଛି । ୨୦୧୭ରେ ୨୧ ହଜାର ୭୯୬ ଅପରାଧ, ୨୦୧୮ରେ ୨୭ ହଜାର ୨୪୮, ୨୦୧୯ରେ ୪୪ ହଜାର ୭୩୫ ସାଇବର ଅପରାଧ ରେକର୍ଡ ହୋଇଥିଲା । ଜାତୀୟ କ୍ରାଇମ କେରର୍ଡ ବ୍ୟୁରୋ NCRB ତଥ୍ୟ ଅନୁସାରେ ଏହି ସୂଚନା ମିଳିଛି ।

ଏନେଇ ହୋମ କମିଟିକୁ ସୂଚନା ପ୍ରଦାନ କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ ।୨୦୧୯ରେ ଦେଶରେ ସାଇବର ଅପରାଧ ୩. ୩ ପ୍ରତିଶତ ଥିବାବେଳେ ୨୦୨୦ରେ ଏହା ୩.୭କୁ ବୃଦ୍ଧି ପାଇଛି । ଏହି ସମସ୍ତ ମାମଲାରୁ ମୋଟ ୬୦.୨ ପ୍ରତିଶତ ମାମଲା ଠକେଇ ସମ୍ପର୍କିତ ବୋଲି ଜଣାପଡ଼ିଛି । ମୋଟ ୫୦ ହଜାର ୩୫ ମାମଲାରୁ ୩୦ ହଜାର ୧୪୨ ଠକେଇ ମାମଲା ପଂଜୀକରଣ ହୋଇଛି । ସେହିପରି ଏଥି ମଧ୍ୟରୁ ୬.୬ ପ୍ରତିଶତ ଯୌନ ନିର୍ଯାତନା ସମ୍ପର୍କିତ ରହିଛି ।

ବୃଦ୍ଧି ପାଉଥିବା ସଂଖ୍ୟାକୁ ନେଇ ଗୁରୁତ୍ୱ ଦେଇଛି କେନ୍ଦ୍ର ସରକାରଙ୍କ ଗୃହ କମିଟି । ଅପରାଧ ଘଟାଇବାକୁ ନୂଆ ନୂଆ ଚାଲ ଆପଣାଉଛନ୍ତି ଅପରାଧୀ । ସାଇବର ଅପରାଧ ରୋକିବା ଏବେ ମୁଖ୍ୟ ପ୍ରସଙ୍ଗ ପାଲଟିଛି । ଅନ୍ୟପଟେ ସାଇବର ଅବରାଧ ରୋକିବାକୁ ରାଜ୍ୟ ଗୁଡିକରେ ଅଧିକ ସଂଖ୍ୟକ ସେଲ୍ ପ୍ରତିଷ୍ଠା କରିବାକୁ ଗୁରୁତ୍ୱ ଦେଇଛି ଗୃହ କମିଟି ।

OTV is now on Whatsapp

Join and get latest news update delivered to you via whatsapp

Join Now