Advertisment

Water Mining on the Moon: ଚନ୍ଦ୍ରରେ ମିଳିଲା ପାଣି !

ଚନ୍ଦ୍ରପୃଷ୍ଠର ତାପମାତ୍ରାକୁ ନେଇ ଲ୍ୟାଣ୍ଡର ବିକ୍ରମ ଦ୍ୱାରା ସଂଗୃହିତ ତଥ୍ୟରୁ ଅନୁମାନ କରାଯାଉଛି ଯେ, ଚନ୍ଦ୍ରପୃଷ୍ଠ ତଳେ ପ୍ରଚୁର ପରିମାଣରେ ବରଫ ଥାଇପାରେ। ପୂର୍ବରୁ ଯେତିକି ଅନୁମାନ କରାଯାଉଥିଲା, ତା’ ଠାରୁ ଅଧିକ ସ୍ଥାନରେ ବରଫ ଥାଇପାରେ ବୋଲି ଆଶା କରାଯାଉଛି।

author-image
Tapaswini Nayak
Moon

Moon

ଜହ୍ନରେ ଥାଇପାରେ ଆଶାଠୁ ଅଧିକ ପାଣି। ଚନ୍ଦ୍ରପୃଷ୍ଠରେ ଥାଇପାରେ ବରଫର ଭଣ୍ଡାର। ଚନ୍ଦ୍ରଯାନ-୩ ତଥ୍ୟରୁ ସାମ୍ନାକୁ ଆସିଲା ବଡ଼ ସମ୍ଭାବନା। ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟଲ୍ୟାଣ୍ଡିଂ କରି ଭାରତକୁ ଐତିହାସିକ ସଫଳତା ଦେଇଥିବା ଚନ୍ଦ୍ରଯାନ-୩, ଜହ୍ନ ରାଇଜରେ  ଜଳର ସନ୍ଧାନ କରିବାରେ ଗୁରୁତ୍ୱପୂର୍ଣ୍ଣ ସଫଳତା ସାଉଁଟିଛି।

Advertisment

ଚନ୍ଦ୍ରପୃଷ୍ଠର ତାପମାତ୍ରାକୁ ନେଇ ଲ୍ୟାଣ୍ଡର ବିକ୍ରମ ଦ୍ୱାରା ସଂଗୃହିତ ତଥ୍ୟରୁ ଅନୁମାନ କରାଯାଉଛି ଯେ, ଚନ୍ଦ୍ରପୃଷ୍ଠ ତଳେ ପ୍ରଚୁର ପରିମାଣରେ ବରଫ ଥାଇପାରେ। ପୂର୍ବରୁ ଯେତିକି ଅନୁମାନ କରାଯାଉଥିଲା, ତା’ ଠାରୁ ଅଧିକ ସ୍ଥାନରେ ବରଫ ଥାଇପାରେ ବୋଲି ଆଶା କରାଯାଉଛି।

ଅଧିକ ପଢ଼ନ୍ତୁ: ଚନ୍ଦ୍ରଯାନ-୪ରେ ଜହ୍ନରୁ ଆସିବ ମାଟି; ସ୍ପଷ୍ଟ କଲେ ଇସ୍ରୋ ଅଧ୍ୟକ୍ଷ ଏସ୍. ସୋମନାଥ

Advertisment

ବିଶେଷ କରି ମେରୁ ଅଞ୍ଚଳରେ ବରଫର ପରିମାଣ ଅଧିକ ରହିପାରେ। ଅହମ୍ମଦାବାଦ ସ୍ଥିତ ଫିଜିକାଲ୍ ରିସର୍ଚ୍ଚ ଲାବୋରେଟରିର ଦୁର୍ଗା ପ୍ରସାଦ କରନମଙ୍କ ନେତୃତ୍ୱରେ ଚନ୍ଦ୍ରଯାନ-୩ ରିସର୍ଚ୍ଚ ଟିମ୍ ଏହି ଦାବି କରିଛନ୍ତି।

୨୦୨୩ ମସିହା ଅଗଷ୍ଟ ୨୩ରେ ଲ୍ୟାଣ୍ଡର ବିକ୍ରମ ଶିବଶକ୍ତି ପଏଣ୍ଟରେ ସଫ୍ଟଲ୍ୟାଣ୍ଡିଂ କରିବା ପରେ, ଏଥିରେ ଲାଗିଥିବା ଥର୍ମୋମିଟର ଭଳି ଯନ୍ତ୍ର ଚାସ୍ତେ ଚନ୍ଦ୍ରପୃଷ୍ଠର ତାପମାତ୍ରା ମାପିଥିଲା। ୧୦ ସେଣ୍ଟିମିଟର ମାଟି ତଳେ ଏହା ଦିନ ବେଳା ୮୨ ଡିଗ୍ରୀ ସେଲସିୟସ ଓ ରାତିରେ ମାଇନସ୍ ୧୭୦ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରିଥିଲା। ତେବେ ଛାଇରେ ୧୪ ଡିଗ୍ରୀରୁ ଅଧିକ ଢାଲୁ ଜାଗାରେ ବରଫ ସୃଷ୍ଟି ହେଲା ଭଳି ଅନୁକୂଳ ପରିସ୍ଥିତି ରହୁଥିବା ଗବେଷକ ଟିମ୍ ଦାବି କରିଛନ୍ତି ।

ସୂଚନା ଯୋଗ୍ୟ ଯେ, ଇସ୍ରୋର ପ୍ରଥମ ମୁନ୍ ମିଶନ ଚନ୍ଦ୍ରଯାନ-୧ ପ୍ରଥମେ ଜହ୍ନରେ ଜଳର ସନ୍ଧାନ କରି ସାରା ବିଶ୍ବକୁ ଚମକାଇ ଦେଇଥିଲା।

ଅଧିକ ପଢ଼ନ୍ତୁ: ଚନ୍ଦ୍ରପୃଷ୍ଠରେ କାରରେ ବୁଲିବେ ମହାକାଶଚାରୀ, ଗାଡ଼ି ନିର୍ମାଣ ପାଇଁ ଏହି ୩ କମ୍ପାନୀଙ୍କୁ ଦାୟିତ୍ୱ ଦେଲା ନାସା

Moon Chandrayaan
Advertisment
Advertisment