/odishatv-khabar/media/post_attachments/uploadimage/library/16_9/16_9_0/ISRO_Logo_1692948231.jpg)
ISRO Logo
ଚନ୍ଦ୍ରୟାନ-ଥ୍ରୀ ମିଶନର ସଫଳତା ପରେ, ଏବେ ଘରେ ଘରେ ପରିଚିତ ଇସ୍ରୋ । ତା ସହିତ ତାଳ ଦେଇ ବଢ଼ିଚାଲିଛି ଇସ୍ରୋର ଲୋଗୋ ଥିବା ବିଭିନ୍ନ ସାମଗ୍ରୀର ଚାହିଦା । ଇସ୍ରୋ ଏବଂ ଏହାର ବିଭିନ୍ନ ମିଶନର ନାଁ ତଥା ଲୋଗୋ ଆଦି ଚିତ୍ରିତ ହୋଇଥିବା ଟିସାର୍ଟ, ଟୋପି, ବ୍ୟାଜ୍,ବିଭିନ୍ନ ରକେଟ୍ ଓ ସାଟେଲାଇଟର ମଡେଲ୍, ବ୍ୟାଗ୍, ପାଣି ବୋତଲ ଓ ପୋଷ୍ଟର ଆଦି ପ୍ରବଳ ମାତ୍ରାରେ ବିକ୍ରି ହେଉଛି ।
ଇସ୍ରୋଠୁ ଲାଇସେନ୍ସ ନେଇ ଏଭଳି ଉତ୍ପାଦ ତିଆରି କରୁଥିବା କଂପାନୀ ମାନଙ୍କ ବ୍ୟବସାୟ ଗତ ୨ ଦିନ ଭିତରେ ୧୦ ଗୁଣ ବଢ଼ିଥିବା ସୂଚନା ମିଳିଛି। ଖାସ୍ କରି ଛୋଟ ଛୋଟ ପିଲା ଏବଂ ଯୁବପିଢ଼ିଙ୍କ ମଧ୍ୟରେ ଏଥିପ୍ରତି ଅଧିକ ଆଗ୍ରହ ଦେଖିବାକୁ ମିଳିଥିବା କହିଛନ୍ତି ବ୍ୟବସାୟୀ । ମୁମ୍ବାଇର ଏକ ଷ୍ଟାର୍ଟଅପ୍ ପକ୍ଷରୁ କୁହାଯାଇଛି ଯେ, କେବଳ ଦେଶ ନୁହେଁ ବିଦେଶରୁ ମଧ୍ୟ ଅର୍ଡର ଆସୁଛି । ସମସ୍ତେ ଇସ୍ରୋ ଏବଂ ଚନ୍ଦ୍ରୟାନ-୩ର ଲୋଗୋ ଥିବା ପରିଧାନ ପ୍ରତି ଆକୃଷ୍ଟ ହେଉଛନ୍ତି ।
ଅଧିକ ପଢ଼ନ୍ତୁ: ଚନ୍ଦ୍ରୟାନ-୩; ସଫଳତା ପଛରେ ଓଡ଼ିଆ ପୁଅ
ସେପଟେ ଚନ୍ଦ୍ରରେ ପହଞ୍ଚିବା ପରେ ଚନ୍ଦ୍ରୟାନରୁ ବାହାରକୁ ବାହାରି ନୂଆନୂଆ ସନ୍ଧାନ ଚଳାଇଛି ରୋଭର ପ୍ରଜ୍ଞାନ। ଜଳ ଏବଂ ଜୀବସତ୍ତାର ପ୍ରମାଣ ପାଇଁ କରୁଛି ଛାନଭିନ୍। ତେବେ ଆଗାମୀ ୧୨ ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ୧୨ ଦିନ ଭିତରେ ହିଁ ଚନ୍ଦ୍ର ସଂପର୍କରେ ଅଧିକ ତଥ୍ୟ ସଂଗ୍ରହ କରିବ ରୋଭର ପ୍ରଜ୍ଞାନ । ରୋଭରର ସମସ୍ତ ଯନ୍ତ୍ରପାତି ଠିକ୍ ଭାବରେ କାମ କରୁଥିବା ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି। ରୋଭରରେ ୬ଟି ଚକ, ସୋଲାର୍ ପ୍ୟାନେଲ, ୨ଟି ପେ'ଲୋଡ୍ ବା ଯନ୍ତ୍ରାଂଶ ଏବଂ ଆଗରେ ୨ଟି ନାଭିଗେସନ୍ କ୍ୟାମେରା ଲାଗିଛି ।
ପୃଥିବୀ ସମୟ ଅନୁସାରେ, ରୋଭର୍ ଚନ୍ଦ୍ରପୃଷ୍ଠରେ ଦୁଇଟି ଦିନ ବିତାଇସାରିଛି । ଆଗକୁ ଆଉ ୧୧ରୁ ୧୨ ଦିନ ଯାଏଁ ଏହା କାର୍ଯ୍ୟ କରିବ ଏବଂ ପ୍ରାୟ ୫ଶହ ମିଟର ବାଟ ଅତିକ୍ରମ କରିବ। ଏହି ସମୟରେ ରୋଭରକୁ ସୁରକ୍ଷିତ ଓ କାର୍ଯ୍ୟକ୍ଷମ ରଖିବା ଇସ୍ରୋ ପାଇଁ ଆଉ ଏକ ବଡ ଚ୍ୟାଲେଂଜ୍।
ଅନ୍ୟପଟେ ସାମ୍ନାକୁ ଆସିଛି ଚନ୍ଦ୍ରପୃଷ୍ଠର ଆଉ ଏକ ଭିଡ଼ିଓ। ଏହି ଭିଡିଓରେ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ବିକ୍ରମ ଅବତରଣ କରୁଥିବା ବେଳର ଦୃଶ୍ୟ ରହିଛି । ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର-ଇସ୍ରୋ ପକ୍ଷରୁ ଏହି ଭିଡ଼ିଓକୁ ଟୁଇଟ୍ କରାଯାଇଛି । ଅବତରଣ ବେଳେ ଲ୍ୟାଣ୍ଡର ବିକ୍ରମରେ ଲାଗିଥିବା କ୍ୟାମେରା କଏଦ କରିଛି ଚନ୍ଦ୍ରପୃଷ୍ଠର ଚମତ୍କାର ଦୃଶ୍ୟ।
ଅଧିକ ପଢ଼ନ୍ତୁ: ମିଶନ ଚନ୍ଦ୍ରୟାନ-୩ ସଫଳତା ପଛର ସୁପର୍ ହିରୋ
... ... and here is how the Chandrayaan-3 Rover ramped down from the Lander to the Lunar surface. pic.twitter.com/nEU8s1At0W
— ISRO (@isro) August 25, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)